Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନିଜ ଜିଲ୍ଲା ଗସ୍ତରେରେ ମୁଖ୍ୟମନ୍ତ୍ରୀ: କହିଲେ, କେନ୍ଦୁଝରକୁ ସୁନାର କେନ୍ଦୁଝର କରିବା ପାଇଁ ପାଇଁ ନିଆଯିବ ପଦକ୍ଷେପ
ବିଶେଷ ଖବର

ନିଜ ଜିଲ୍ଲା ଗସ୍ତରେରେ ମୁଖ୍ୟମନ୍ତ୍ରୀ: କହିଲେ, କେନ୍ଦୁଝରକୁ ସୁନାର କେନ୍ଦୁଝର କରିବା ପାଇଁ ପାଇଁ ନିଆଯିବ ପଦକ୍ଷେପ

June 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଆଜି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ କେନ୍ଦୁଝର ଗସ୍ତ ରେ ଆସିଛନ୍ତି। ପ୍ରଥମେ ଘଟଗାଁ ଠାରେ ମା ତାରିଣୀ ଙ୍କ ଆଶିର୍ବାଦ କାର୍ଯ୍ୟକ୍ରମ ରହିଥିଲା। ଘଟଗାଁ ହାଇସ୍କୁଲ ପଡିଆ ରେ ବୁଲି ବୁଲି ଲୋକଙ୍କ ସହ ମିଶିଥିଲେ।

ସେଠାରୁ ଜନସାଧାରଣ ଏକ ବିଶାଳ ରୋଡ ସୋ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ରାସ୍ତା ର ଉଭୟ ପାର୍ଶ୍ଵ ରେ ହଜାର ହଜାର ଜନତା ଫୁଲ ପକାଇ ମୁଖ୍ୟମନ୍ତ୍ରୀ ଙ୍କୁ ଜିଲ୍ଲା କୁ ସ୍ୱାଗତ କରିଥଲେ। ଗାଡି ଆଗରେ ଏବଂ ପଛରେ ଚାଲିଥିଲେ ହଜାର ହଜାର ଜନତା। ମୋହନ ମାଝୀ ଜିନ୍ଦାବାଦ ନାରା ରେ ପ୍ରକମ୍ପିତ ହେଉଥିଲା ମୁଖ୍ୟମନ୍ତ୍ରୀ ଙ୍କ ଶୋଭାଯାତ୍ରା।

ସାଧାରଣ ଲୋକ ଙ୍କ ଭାବାବେଗ ଓ ଉତ୍ସାହ ପ୍ରମାଣିତ କରୁଥିଲା ମୋହନ ମାଝୀ ହେଉଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ମା ତାରିଣୀ ଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରି ମା ଙ୍କ ଆଶିର୍ବାଦ ନେଇଥିଲେ। ମନ୍ଦିର ପରିସର ରେ ସମାଜ ସେବୀ ଭୀମସେନ ରାଉତ ଓ ରାଜା ଗୋବିନ୍ଦ ଭଞ୍ଜ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ମନ୍ଦିର ବାହାରେ ଏକ ସାଧାରଣ ଲୋକ ପରି ନଡ଼ିଆ କୋରା, ମା ଙ୍କ ଫଟୋ ଓ ଭୋଗ ସାମଗ୍ରୀ ନିଜେ ପଇସା ଦେଇ କିଣିଥିଲେ। ଦୋକାନୀ ଅଧିର ଦାସ ଙ୍କ ଭଲ ମନ୍ଦ ପଚାରି ବୁଝି ଥିଲେ। ଅଧିର ଦାସ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ ଏବଂ କହିଥିଲେ ମୋ ଭଳି ଗୋଟେ ସାଧାରଣ ଲୋକ ଓ ଏକ ସାଧାରଣ ଦୋକାନ କୁ ମୁଖ୍ୟମନ୍ତ୍ରୀ ଆସିବେ ବୋଲି ମୁଁ କେବେ କଳ୍ପନା କରି ନଥିଲି।

ଲୋକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଏତେ ସାଧାରଣ ଭାବରେ ମିଶିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଥାଏ। ରୋଡ ସୋ ରେ ଏବଂ ମନ୍ଦିର ପାଖରେ ଲୋକଙ୍କ ଅଭିଯୋଗ ପତ୍ର ମଧ୍ୟ
ଗ୍ରହଣ କରୁଥାନ୍ତି ମୁଖ୍ୟମନ୍ତ୍ରୀ।

ମାଙ୍କ ଦର୍ଶନ ସାରି ଫେରିବା ବେଳେ ଗଣମାଧ୍ୟମ କୁ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ, ପୂର୍ବ ସରକାର ର ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ ମିଶୁନଥିଲେ, ମୁ ଗୋଟେ ସାଧାରଣ ଗରିବ ଘରୁ ଆସିଛି, ସରପଞ୍ଚ ଭାବେ ରାଜନୈତିକ ଯାତ୍ରା ଆରମ୍ଭ କରି ଆଜି ମୁଖ୍ୟମନ୍ତ୍ରୀ ହୋଇଛି ତେଣୁ ଗରିବଙ୍କୁ ଚିହ୍ନିବା ଓ ଗରିବର ସମସ୍ୟା ଜାଣିବାରେ ମୋର ଅସୁବିଧା ନାହିଁ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ଯ କହିଥିଲେ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଘଟଗାଁକୁ ସ୍ଵତନ୍ତ୍ର ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ଦିଆଯିବା ସହିତ ଜାତୀୟ ପର୍ଯ୍ୟଟନ କ୍ଷେତ୍ର ର ମାନ୍ୟତା ପାଇଁ କେନ୍ଦ୍ର ସରକାର ଙ୍କୁ ଅନୁରୋଧ କରାଯିବ। ଏବେ ମା ଙ୍କ ମନ୍ଦିର ବିକାଶ ପାଇଁ ୫୦ କୋଟି ଟଙ୍କା ର କାମ ଚାଲିଛି। ଏହା ପର୍ଯ୍ୟାପ୍ତ ନୁହେଁ, ମା ଙ୍କ ମନ୍ଦିର ପାଇଁ ମୁଖ୍ୟମନ୍ତ୍ରୀ ଆଉ ୫୦ କୋଟି ର ଅନୁଦାନ ଘୋଷଣା କରିଥଲେ। ଏବେ ୧୦୦ କୋଟି ଟଙ୍କା ରେ ମା ଙ୍କ ମନ୍ଦିର ବିକାଶ କାମ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ ଆହୁରି ମଧ୍ଯ କହିଲେ ଯେ, ଖଣି ଖାଦାନ, ବୈତରଣୀ ଓ ମା ତାରିଣୀ ଙ୍କ ଆଶିର୍ବାଦ କେନ୍ଦୁଝର କୁ ସମୃଦ୍ଧ କରିଛି। ଆଗାମୀ ଦିନରେ ରାଜ୍ୟ ସରକାର ଙ୍କ ପ୍ରଚେଷ୍ଟା ରେ କେନ୍ଦୁଝର ହେବ ସୁନାର କେନ୍ଦୁଝର ବୋଲି ସେ କହିଥିଲେ।

କେନ୍ଦୁଝର ମା' ତାରିଣୀ ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କର ସମସ୍ୟା ଦୂର କରିବା ପାଇଁ ଓଷ୍ଟାର ଦାବି

November 15, 2025

ଆଠଟି ରାଜ୍ୟର ଉପନିର୍ବାଚନ ଫଳାଫଳ ପ୍ରକାଶ: ଜାଣନ୍ତୁ କେଉଁଠି କିଏ ଜିତିଲା?

November 15, 2025

ଆସନ୍ତାକାଲିଠାରୁ ୧୮ ଯାଏଁ ଓଡ଼ିଆର୍ଟରେ ଆନ୍ତର୍ଜାତୀୟ ଚିଲିକା ଶେଲଡକ ଲୋକ ସଂସ୍କୃତି ଉତ୍ସବ

November 14, 2025

ପ୍ରତ୍ୟେକ ଶିଶୁକୁ ସୁରକ୍ଷିତ ପରିବେଶ ସହ ଉପଯୁକ୍ତ ଶିକ୍ଷା ପ୍ରଦାନ ଜରୁରୀ: ସୋଆ ଉପସଭାପତି

November 14, 2025
Latest News

ନାଗରିକଙ୍କୁ ସଶକ୍ତ କରିବା ସହ ଗୋପନୀୟତାକୁ ସୁରକ୍ଷା ଦେବା ଲାଗି ଡିପିଡିପି ନିୟମାବଳୀର ବିଜ୍ଞପ୍ତି ପ୍ରକାଶ

November 15, 2025

ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କର ସମସ୍ୟା ଦୂର କରିବା ପାଇଁ ଓଷ୍ଟାର ଦାବି

November 15, 2025

ଆଜି ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀରେ ପାଳନ ହେବ ଆଦିବାସୀ ଗୌରବ ଦିବସ

November 15, 2025

ଆଠଟି ରାଜ୍ୟର ଉପନିର୍ବାଚନ ଫଳାଫଳ ପ୍ରକାଶ: ଜାଣନ୍ତୁ କେଉଁଠି କିଏ ଜିତିଲା?

November 15, 2025

ଆଜି ନଭେମ୍ବର ୧୫ ତାରିଖ ଶନିବାରରେ ସାତୋଟି ରାଶି ପାଇଁ ରହିଛି ମଙ୍ଗଳମୟ, ଜାଣନ୍ତୁ ରାଶିଫଳ

November 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.