Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଧାନସଭାରେ କଂଗ୍ରେସର ପ୍ରଶ୍ନ, ବିଜେପି ଓ ବିଜେଡି ଉଭୟଙ୍କ ଲାଗି ମୁଣ୍ଡବିନ୍ଧା
ବିଶେଷ ଖବର

ବିଧାନସଭାରେ କଂଗ୍ରେସର ପ୍ରଶ୍ନ, ବିଜେପି ଓ ବିଜେଡି ଉଭୟଙ୍କ ଲାଗି ମୁଣ୍ଡବିନ୍ଧା

June 27, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବିଜେପିର ଘୋଷାପାଠ ହେଉଛି- ବିଜେଡି ଆମକୁ କାହିଁକି ସମର୍ଥନ କଲା, ତାର କାରଣ ସେମାନେ ଦିଅନ୍ତୁ। ବିଜେଡି ଏ ମାମଲାରେ ପୂରାପୂରି ଚୁପ। ଏଇ କିଛିଦିନ ହେଲା ବିଜେଡି ମୁଖପାତ୍ରମାନେ ଟିଭି ବିତର୍କରୁ ନିଜକୁ ଦୂରେଇ ରଖୁଛନ୍ତି। ଅଶ୍ବିନୀ ବୈଷ୍ଣବଙ୍କ ରାଜ୍ୟସଭା ମନୋନୟନ ଉଭୟ ବିଜେପି ଓ ବିଜେଡି ପାଇଁ ଗୋଟେ ଭୟଙ୍କର ସମସ୍ୟା ସୃଷ୍ଟି କରିଛି। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରାର୍ଥୀ ଭାବରେ ବିଜେଡି ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ବିଜେପି ନେତାଏ ଏ ବିଷୟରେ କିଛି କୁଳ କିନାରା ପାଉନାହାନ୍ତି। ଗତ ଦୁଇ ଦିନ ହେଲା ବିଧାନସଭାରେ ବିଜେପି ବିଧାୟକମାନେ କାଠ ପିତୁଳି ଭଳି କେବଳ ବସୁଛନ୍ତି। ସରକାରକୁ ବିରୋଧ କରି କଂଗ୍ରେସର ବିଧାୟକମାନେ ଗୋଟେ ଉତ୍ତେଜକ ପରିବେଶ ତିଆରି କରୁଥିବା ବେଳେ ବିଜେପି ବିଧାୟକମାନେ କଣ କରିବେ କିଛି ଭାବି ପାରୁନାହାନ୍ତି। ଅତ୍ୟନ୍ତ ସଫଳ ଭାବରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ବିଜେପି ଓ ବିଜେଡ଼ିର ବୁଝାମଣାକୁ ରାଜନୈତିକ ସ୍ଵାର୍ଥ ଜନିତ ବୋଲି ପ୍ରମାଣିତ କରିଦେଇଛନ୍ତି। ଆଜି କୃଷିମନ୍ତ୍ରୀ ଅରୁଣ କୁମାର ସାହୁ ସରକାରୀ ତଥ୍ୟକୁ ସଠିକ ଭାବରେ ଉପସ୍ଥାପନ କରି ନପାରି ବିରୋଧୀ ଦଳକୁ ଏକ ଭଲ ସୁଯୋଗ ଦେଇଥିଲେ ମଧ୍ୟ, ବିଜେପି ତାଙ୍କୁ ଘେରିବାର ସାହସ ଯୁଟାଇ ପାରିନଥିଲା।

ବିଜେପିର ଏହି ସ୍ଥାଣୁତାର ଏକମାତ୍ର କାରଣ ଅଶ୍ବିନୀ ବୈଷ୍ଣବ। ଦେଶର ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀ ଯାହାଙ୍କ ପ୍ରାର୍ଥିତ୍ଵ ଲାଗି ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ ମାଗିଥିଲେ ବୋଲି କୁହାଯାଉଛି, ତାଙ୍କ ନାଁରେ ଭିଜିଲାନ୍ସ ମାମଲା ସରକାର ରୁଜୁ କରିଥିଲେ ବୋଲି ନରସିଂହ ମିଶ୍ର ଆଜି ଗୃହ ଭିତରେ ଅଭିଯୋଗ ଆଣିଛନ୍ତି। ଶ୍ରୀ ମିଶ୍ର ଯାହାସବୁ ଅଭିଯୋଗ ଆଣିଛନ୍ତି, ସେସବୁ ନିରାଟ ସତ୍ୟ। ଭୁବନେଶ୍ଵର ଓ କଟକ ସହରରେ ସରକାରୀ ଜମି ତଥା ଗୃହ ଆବଣ୍ଟନରେ ଅଶ୍ବିନୀ ବୈଷ୍ଣବଙ୍କ ଭୂମିକା କୁ ନେଇ ତାରା ଦତ୍ତ କମିଟି ସଙ୍ଗୀନ ଅଭିଯୋଗ କରିଛି। ୨୦୦୨ ରୁ ୨୦୧୨ ମସିହା ଭିତରେ ଓଡିଶା ସରକାର ୬୩୪ଟି ଘର ଶାଗ ମାଛ  ମୂଲ୍ୟରେ ବିଭିନ୍ନ ପ୍ରତିଷ୍ଠିତ ଲୋକଙ୍କୁ ଦେଇଥିଲେ। ଏହି ତଥ୍ୟକୁ ସେତେବେଳେ ଓଡିଶାର ମୁଖ୍ୟ ମହାଲେଖା ନିୟନ୍ତ୍ରକ ଥିବା ଆମର ପଟ୍ଟନାୟକ ଉଜାଗର କରିଥିଲେ। ସମୟ ଚକ୍ରରେ ଅମର ପଟ୍ଟନାୟକ ଆଜି ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ ଓ ସେ ଯେଉଁମାନଙ୍କୁ ଇଚ୍ଛାଧୀନ କୋଟାରେ ଅବୈଧ ଭାବେ ଘର ଦିଆ ହୋଇଛି ବୋଲି କହିଥିଲେ ତାଙ୍କ ଭିତରୁ ଜଣକୁ ତାଙ୍କ ସହିତ ରାଜ୍ୟସଭାକୁ ପଠାଯାଉଛି।

ଏଠି କହିରଖିବା ଉଚିତ ହେବ ଯେ ଇଚ୍ଛାଧୀନ କୋଟାରେ ଗୃହ ଆବଣ୍ଟନ କଥା ଯେତେବେଳେ ଉଠୁଥିଲା ସେତେବେଳେ ବିଜେପି-ବିଜେଡ଼ିର ମିଳିତ ସରକାର ଥିଲା ଓ ସହର ଉନ୍ନୟନ ମନ୍ତ୍ରୀ ଭାବରେ ଏହି ସମୟରେ ବିଜେପିର ଦୁଇ ବରିଷ୍ଠ ନେତା ସମୀର ଦେ ଏବଂ କନକ ବର୍ଦ୍ଧନ ସିଂ ଦେଓ ରହିଥିଲେ। ତେଣୁ ଏହି ଦୁର୍ନୀତି ସମ୍ପର୍କରେ ବିଜେପି ନୀରବ ରହିଥିଲା। ଆଜି ବିଜେପିର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଏହି ତାଲିକାରେ ରହିଥିବା ପ୍ରସଙ୍ଗ ଉଠିବା ପରେ, ବିଜେପି ଏହାର ଉତ୍ତର ରଖିବାକୁ ସାହସ କରୁନାହିଁ।

ଆମେ ପୂର୍ବରୁ ଅଶ୍ବିନୀ ବୈଷ୍ଣବଙ୍କ ଏକ ଖଣି କମ୍ପାନୀ ସହ ରହିଥିବା ସମ୍ପର୍କ କଥା ଉଲ୍ଲେଖ କରିଥିଲୁ। ଆଜି ବିଧାନସଭାରେ ବରିଷ୍ଠ ବିଧାୟକ ନରସିଂହ ମିଶ୍ର ସେଇ ପ୍ରସଙ୍ଗ ଉଠାଇଛନ୍ତି। ବିଭିନ୍ନ ଖଣି କମ୍ପାନୀର ନିର୍ଦ୍ଦେଶକ ଭାବରେ ଅଶ୍ବିନୀ ବୈଷ୍ଣବଙ୍କୁ ପ୍ରଧାନମନ୍ତ୍ରୀ କାର୍ୟାଳୟ ଖୋଲାଖୋଲି ସମର୍ଥନ କରୁଥିବା କଥା ଏବେ ଆଉ ଲୁଚେଇ ହେବ କି? ଶାହ କମିଶନ ନିଜ ରିପୋର୍ଟରେ ଯେଉଁ କମ୍ପାନୀକୁ ଅଭିଯୁକ୍ତ ବୋଲି କହିଥିଲେ ସେ କମ୍ପାନୀ ସହ ଶ୍ରୀ ବୈଷ୍ଣବଙ୍କ ସମ୍ପର୍କ ବିଷୟରେ ବିଜେପି ଓ ବିଜେଡି କି ସ୍ପଷ୍ଟୀକରଣ ଦେବେ?

ତେବେ ଏହି ପ୍ରସଙ୍ଗ ଏବେ ଖାଲି ଓଡିଶା ରାଜନୀତି ନୁହଁ, ବରଂ ଜାତୀୟ ରାଜନୀତିରେ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କ ଖଣି ବ୍ୟବସାୟୀଙ୍କ ସହ ସଂପର୍କକୁ ସ୍ପଷ୍ଟ କରୁଛି।

BJD BJP cong thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

କାଲି ବାଚସ୍ପତିଙ୍କୁ ଭେଟିବ ବିଜେଡି

April 26, 2026

ବିଜେପିରେ ମିଶିଲେ ରାଘବ, ହୋଇପାରନ୍ତି ପଞ୍ଜାବର ମୁଖ୍ୟ ଚେହେରା !

April 24, 2026
Latest News

ପଶ୍ଚିମବଙ୍ଗ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୭୮.୬୮ ପ୍ରତିଶତ

April 29, 2026

ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ

April 29, 2026

ପୁନଃ ବ୍ୟବହାର ହେବ ଡ୍ରେନ ପାଣି

April 29, 2026

ମହିଳା ହାବିଲଦାରଙ୍କୁ ନିର୍ଯାତନା: ରିଜର୍ଭ ଇନ୍ସପେକ୍ଟରଙ୍କ ବଦଳି

April 29, 2026

ପୋଲିସ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ: ବାଲୁଗାଁ ଥାନା ଆଇଆଇସିଙ୍କର ବାଣପୁର ବଦଳି

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.