Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶାରେ ରେଳ ବିକାଶ ପାଇଁ ୧୦ ହଜାର ୫୮୬ କୋଟି ଟଙ୍କାର ବ୍ୟୟବରାଦ
ବିଶେଷ ଖବର

ଓଡ଼ିଶାରେ ରେଳ ବିକାଶ ପାଇଁ ୧୦ ହଜାର ୫୮୬ କୋଟି ଟଙ୍କାର ବ୍ୟୟବରାଦ

July 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଅଶ୍ୱିନୀ ବୈଷ୍ଣବ
ରେଳ କ୍ଷତି ୯୨% ହ୍ରାସ ପାଇଛି, ୱେଲ୍ଡ ବିଫଳତା ୯୩% ହ୍ରାସ ପାଇଛି: ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ୨୦୨୪-୨୫ ଆର୍ଥିକ ବର୍ଷର ସାଧାରଣ ବଜେଟ୍‌ରେ କେନ୍ଦ୍ର ସରକାର ଓଡ଼ିଶାରେ ରେଳ ବିକାଶ ପାଇଁ ୧୦ ହଜାର ୫୮୬ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ୨୦୦୯ରୁ ୧୪ ମଧ୍ୟରେ ଓଡ଼ିଶାକୁ ରେଳ ବଜେଟ୍‌ ବାବଦରେ ବାର୍ଷିକ ପ୍ରାୟ ୮୩୮ କୋଟି ଟଙ୍କା ମିଳିଥିବା ବେଳେ କେବଳ ଚଳିତ ଆର୍ଥିକ ବର୍ଷରେ ଏହାର ସାଢ଼େ ୧୨ ଗୁଣ ଅର୍ଥବରାଦ କରାଯାଇଥିବା ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ରେଳ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶେଷ ଆଗ୍ରହ ଦେଖାଉଛନ୍ତି ଏବଂ ରାଜ୍ୟରେ ଜାରି ରହିଥିବା ରେଳ ପ୍ରକଳ୍ପ କାମର ସମୀକ୍ଷା କରୁଛନ୍ତି। ସେଥିପାଇଁ ଚଳିତ ବର୍ଷ ରାଜ୍ୟକୁ ରେକର୍ଡ ପରିମାଣର ରେଳ ଅନୁଦାନ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି।

ଗତ ଦଶ ବର୍ଷ ମଧ୍ୟରେ ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ ସମ୍ପର୍କରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରି ରେଳ ମନ୍ତ୍ରୀ କହିଛନ୍ତି, ୨୦୦୯ରୁ ୨୦୧୪ ମଧ୍ୟରେ ରାଜ୍ୟରେ ବାର୍ଷିକ ହାରାହାରି ୫୩ କିଲୋମିଟର ନୂଆ ରେଳ ଲାଇନ୍‌ ନିର୍ମାଣ ହୋଇଥିବା ସମୟରେ ୨୦୧୪ରୁ  ୨୦୨୪ ମଧ୍ୟରେ ଏହାର ୩ ଗୁଣ ଅଧିକ ଅର୍ଥାତ୍‌ ବାର୍ଷିକ ୧୮୩ କିଲୋମିଟର ନୂଆ ରେଳ ଟ୍ରାକ୍‌ ନିର୍ମାଣ ହୋଇଛି। କେନ୍ଦ୍ର ସରକାର ଓଡ଼ିଶାରେ ରେଳ ଲାଇନର ଶତପ୍ରତିଶତ ବିଦ୍ୟୁତିକରଣ କାର୍ଯ୍ୟ ଦ୍ରୁତ ଗତିରେ ସମ୍ପୂର୍ଣ୍ଣ କରିଛନ୍ତି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

ରେଳ ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ୫୪ ହଜାର ୪୩୪ କୋଟି ଟଙ୍କା ବ୍ୟୟରେ ୪ ହଜାର ୧୭ କିଲୋମିଟର ଲମ୍ବ ୪୦ଟି ରେଳ ଲାଇନ୍‌ ପ୍ରକଳ୍ପ ନିର୍ମାଣ କାମ ଜାରି ରହିଛି। ଏହାବ୍ୟତୀତ ୨୦୧୪ ପରଠାରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୪୨୭ଟି ଫ୍ଲାଇଓଭର ଏବଂ ଅଣ୍ଡର୍‌ ବ୍ରିଜ୍‌ କାମ ହୋଇଥିବା ସେ କହିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଓଡ଼ିଶାର ୫୯ଟି ଷ୍ଟେସନକୁ ଅମୃତ ଷ୍ଟେସନ ଭାବେ ବିକଶିତ କରିବା ଲାଗି କାମ ଜାରି ରହିଛି। ସେଗୁଡ଼ିକ ହେଲା : ଅନୁଗୁଳ, ବାଦାମପାହାଡ଼, ବଲାଙ୍ଗୀର, ବାଲେଶ୍ୱର, ବାଲୁଗାଁ, ବଡ଼ବିଲ, ବରଗଡ଼ ରୋଡ୍, ବାରିପଦା, ବରପାଲି, ବେଲପାହାଡ଼, ବେତନଟୀ, ଭଦ୍ରକ, ଭବାନୀପାଟଣା, ଭୁବନେଶ୍ୱର, ଭୁବନେଶ୍ୱର ନ୍ୟୁ, ବ୍ରଜରାଜନଗର, ଛତ୍ରପୁର, କଟକ, ଦାମନଯୋଡି, ଢେଙ୍କାନାଳ, ଗୁଣପୁର, ହରିଶଙ୍କର ରୋଡ୍, ହେମଗିରି, ହୀରାକୁଦ, ଯାଜପୁର-କେନ୍ଦୁଝର ରୋଡ୍, ଜଳେଶ୍ୱର, ଜରୋଳି, ଜୟପୁର, ଝାରସୁଗୁଡ଼ା ଜଙ୍କସନ୍‌, ଝାରସୁଗୁଡ଼ା ରୋଡ୍, କଣ୍ଟାବାଞ୍ଜି, କେନ୍ଦୁଝର ଗଡ଼, କେସିଙ୍ଗା, ଖରିଆର ରୋଡ, ଖୋର୍ଦ୍ଧା ରୋଡ୍‌ ଜଙ୍କସନ୍‌, କୋରାପୁଟ ଜଙ୍କସନ୍‌, ଲିଙ୍ଗରାଜ ମନ୍ଦିର ରୋଡ୍‌, ମଞ୍ଚେଶ୍ୱର, ମେରାମଣ୍ଡଳୀ, ମୁନିଗୁଡ଼ା, ପାନପୋଷ, ପାରଦୀପ, ପାରଳାଖେମୁଣ୍ଡି, ପୁରୀ, ରଘୁନାଥପୁର, ରାଇରଖୋଲ, ରାଇରଙ୍ଗପୁର, ରାଜଗାଙ୍ଗପୁର, ରାୟଗଡ଼ା, ରାଉରକେଲା, ସାଖୀଗୋପାଳ, ସମ୍ବଲପୁର, ସମ୍ବଲପୁର ସିଟି, ସାରୋ, ତାଳଚେର, ତାଳଚେର ରୋଡ୍, ଟିଟିଲାଗଡ଼ ଜଙ୍କସନ୍‌।

ରେଳ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ରେଳ ପ୍ରକଳ୍ପଗୁଡ଼ିକରେ ପ୍ରତ୍ୟେକ ଦିନ କିଛି ନା କିଛି ଅଗ୍ରଗତି ହେଉଛି। ବହୁ ବର୍ଷ ଧରି ଓଡ଼ିଶାରେ ରେଳ ବିକାଶ ପାଇଁ ଯାହା ଆବଶ୍ୟକତା ଥିଲା ସେସବୁ ଏବେ ପୂରଣ ହେଉଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

budget Budget 2024 Live Budget 2024 News BUDGET-2024 India Budget 2024 nirmala sitharaman pm modi Union Budget 2024
Share. Facebook Twitter LinkedIn Email WhatsApp Copy Link

Related Posts

ଟେକ୍‌ଜିଅମ୍ ୨୦୨୬ରେ ଆଇଟିଇଆର ଛାତ୍ରଛାତ୍ରୀଙ୍କୁ ମିଳିଲା ପିପୁଲ୍ସ ଚଏସ୍ ଆୱାର୍ଡ

May 19, 2026

ମଇ ୨୪ ରେ ଦେଖନ୍ତୁ ରୋମାଣ୍ଟିକ ଚଳଚ୍ଚିତ୍ର ‘ମନ ମୋର କାଗଜ ଗୁଡ଼ି’

May 19, 2026

ଭୁବନେଶ୍ୱରରେ ‘ପୂର୍ବାଞ୍ଚଳ କୃଷି ସମ୍ମିଳନୀ -୨୦୨୬’: ଓଡ଼ିଶାର କୃଷି ବିକାଶକୁ କେନ୍ଦ୍ରର ପ୍ରଶଂସା

May 19, 2026

ଆସନ୍ତାକାଲି ଦେଶବ୍ୟାପୀ ସମସ୍ତ ଔଷଧ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକର ଏକଦିନିଆ ବନ୍ଦ ଡାକରା

May 19, 2026
Latest News

ଟେକ୍‌ଜିଅମ୍ ୨୦୨୬ରେ ଆଇଟିଇଆର ଛାତ୍ରଛାତ୍ରୀଙ୍କୁ ମିଳିଲା ପିପୁଲ୍ସ ଚଏସ୍ ଆୱାର୍ଡ

May 19, 2026

ଗାଡ଼ି ପାର୍କିଂରୁ ଆରମ୍ଭ ହେଲା ବିବାଦ: ଏସ୍ ପି ​​ସାଂସଦ ଇକ୍ରା ହାସନ ଅଟକ

May 19, 2026

ଭାରତ ଆସିବେ ରୁଷ ରାଷ୍ଟ୍ରପତି ପୁଟିନ: ଏକ ବର୍ଷ ମଧ୍ୟରେ ହେବ ଦ୍ୱିତୀୟ ଗସ୍ତ

May 19, 2026

ଆଫଗାନିସ୍ତାନ ଦିନିକିଆ ସିରିଜ ପାଇଁ ଶ୍ରେୟସ ଆୟରଙ୍କୁ ବଡ଼ ଦାୟିତ୍ୱ: ରୋହିତ ଏବଂ ବିରାଟ ସାମିଲ

May 19, 2026

ଆଫଗାନିସ୍ତାନ ଟେଷ୍ଟ ସିରିଜ ପାଇଁ ଉପ ଅଧିନାୟକ ପଦରୁ ହଟିଲେ ପନ୍ତ: ତିନି ନୂଆ ମୁହଁ

May 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.