Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବନ୍ୟା ନିୟନ୍ତ୍ରଣ କକ୍ଷ ପରିଦର୍ଶନ କଲେ ଜଳ ସଂମ୍ପଦ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
ବିଶେଷ ଖବର

ବନ୍ୟା ନିୟନ୍ତ୍ରଣ କକ୍ଷ ପରିଦର୍ଶନ କଲେ ଜଳ ସଂମ୍ପଦ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ

August 8, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବନ୍ୟା ନିୟନ୍ତ୍ରଣ କକ୍ଷ ପରିଦର୍ଶନ କଲେ ଜଳ ସଂମ୍ପଦ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ

ଭୁବନେଶ୍ବର: ରାଜ୍ୟ ଉନ୍ନୟନ କମିଶନର-ତଥା -ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗ ଆଜି ପୂର୍ବାହ୍ନରେ ସେଚ ସଦନସ୍ଥିତ ବନ୍ୟା ନିୟନ୍ତ୍ରଣ କକ୍ଷ ପରିଦର୍ଶନ କରି ସେଠାରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ହୀରାକୁଦ ଏବଂ ରେଙ୍ଗାଲୀ ଜଳ ଭଣ୍ଡାର ସମେତ ରାଜ୍ୟର ଅନ୍ୟ ବିଭିନ୍ନ ନଦୀ ଅବବାହିକାରେ ଥିବା ବୃହତ୍, ମଧ୍ୟମ ଜଳ ଭଣ୍ଡାରର ଜଳସ୍ତର ଓ ନଦୀରେ ଜଳ ପ୍ରବାହ ସ୍ଥିତି ଅନୁଧ୍ୟାନ କରିଥିଲେ।

ବିଭିନ୍ନ ଜିଲ୍ଲାରେ ଲାଗି ରହିଥିବା ମୌସୁମୀ ଓ ଲଘୁଚାପ ଜନିତ ଲଗାଣ ବର୍ଷା, ଆଗକୁ ଲଘୁଚାପ ଫଳରେ ଅଧିକ ବର୍ଷା ସମ୍ଭାବନା ସଂପର୍କରେ ପାଣିପାଗ ବିଭାଗର ସତର୍କ ସୂଚନାକୁ ଦୃଷ୍ଟିରେ ରଖି ବିଭିନ୍ନ ଜଳ ଭଣ୍ଡାର ଓ ନଦୀରେ ଜଳ ପ୍ରବାହ ପ୍ରତି ତୀକ୍ଷ୍ନ ଦୃଷ୍ଟି ରଖିବା ସହ ସତର୍କତାର ସହ ଜଳ ପରିଚାଳନା କରିବା ଏବଂ ତଦାରଖ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବାକୁ ସେ ସମସ୍ତ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। ଅନୁଧ୍ୟାନରୁ ସାଂପ୍ରତିକ ସ୍ଥିତିରେ ବିଭିନ୍ନ ଜଳ ଭଣ୍ଡାର ଓ ନଦୀରେ ଜଳ ପ୍ରବାହ ସ୍ଥିତି ବିପଦଜନକ ସ୍ଥିତିରେ ନ ଥିବା ଉନ୍ନୟନ କମିଶନର ତଥା ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିଶ୍ଚିତ ହୋଇଥିଲେ।

ଆଜି ହୀରାକୁଦ ଜଳଭଣ୍ଡାରରୁ ୮ ଟି ଗେଟ୍ ଦେଇ ଅତିରିକ୍ତ ଜଳ ପ୍ରବାହିତ ହେଉଛି । ଗଠିତ ସ୍ୱତନ୍ତ୍ର ବୈଷୟିକ କମିଟିର ପରାମର୍ଶ ଅନୁଯାୟୀ ହୀରାକୁଦ ସମେତ ବିଭିନ୍ନ ଜଳ ଭଣ୍ଡାରରେ ଜଳସ୍ତର ସ୍ଥିତି ବଜାୟ ରଖାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଲଗାଣ ବର୍ଷାରେ ଯେଉଁଠି ବନ୍ୟା ସ୍ଥିତି ଦେଖାଯାଉଛି , ନଦୀବନ୍ଧ ପ୍ରଭାବିତ ହେବା ସୂଚନା ରହୁଛି ଏବଂ ବିଶେଷ କରି ଡ୍ରେନେଜ୍ ସମସ୍ୟା ଉପୁଜୁଛି, ସେଥିପ୍ରତି ଜଳସମ୍ପଦ ବିଭାଗର ଯନ୍ତ୍ରୀମାନେ ଜିଲ୍ଲା ପ୍ରଶାସନ ସହଯୋଗରେ ତ୍ୱରିତ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ। ସେହିପରି ବିଭାଗର ଏସ୍ଓପି ଅନୁସାରେ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ସତର୍କ ରହି କାର‌୍ୟ୍ୟ ପରିଚାଳନା କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶ ଥାଉକି, ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଭିନ୍ନ ସମୟରେ ରାଜ୍ୟର ବିଭିନ୍ନ ବୃହତ ଓ ମଧ୍ୟମ ଜଳ ଭଣ୍ଡାରଗୁଡିକର ସ୍ଥିତି ଓ ବିଭିନ୍ନ ନଦୀରେ ଜଳ ପ୍ରବାହର ସ୍ଥିତି ସଂପର୍କରେ ନିୟମିତ ଅନୁଧ୍ୟାନ କରିବା ସହିତ ଏ ସଂପର୍କରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କ ସହ ଆଲୋଚନା କରୁଛନ୍ତି। ଏଥି ସହିତ ସଂପୃକ୍ତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ବରାବର ଯୋଗାଯୋଗ ରଖି ଜଳ ଓ ନଦୀବନ୍ଧ ପରିଚାଳନା କାର‌୍ୟ୍ୟକୁ ଗୁରୁତ୍ୱ ଦେଇଆସୁଛନ୍ତି।

ଅନୁ ଗର୍ଗ ଓଡିଶା ବନ୍ୟା ବନ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱର ସର୍ବବୃହତ କ୍ଷମତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କଲା ଭାରତ

April 2, 2026

ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ

April 2, 2026

ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦେଖି ସ୍କୁଲ ସମୟ ସକାଳୁଆ କରିବାକୁ ଓଷ୍ଟାର ଦାବି

April 2, 2026

ଖୋର୍ଦ୍ଧା ସହରରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

April 2, 2026
Latest News

ବିଶ୍ୱର ସର୍ବବୃହତ କ୍ଷମତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କଲା ଭାରତ

April 2, 2026

ରାଜ୍ୟସଭାର ଉପନେତା ପଦରୁ ହଟାଇବା ପରେ ରାଘବ ଚଢାଙ୍କ ପ୍ରଥମ ପୋଷ୍ଟ: ସେୟାର କଲେ ଭିଡିଓ

April 2, 2026

ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ

April 2, 2026

ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦେଖି ସ୍କୁଲ ସମୟ ସକାଳୁଆ କରିବାକୁ ଓଷ୍ଟାର ଦାବି

April 2, 2026

ଖୋର୍ଦ୍ଧା ସହରରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

April 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.