Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କେନ୍ଦୁଝରରେ ମେଗା ସ୍ବାସ୍ଥ୍ୟ ମେଳାରେ ମୁଖ୍ୟମନ୍ତ୍ରୀ, ୧୦୦୦ ଦିବ୍ୟାଙ୍ଗଙ୍କୁ ବାଣ୍ଟିଲେ ସହାୟତା ଉପକରଣ 
ବିଶେଷ ଖବର

କେନ୍ଦୁଝରରେ ମେଗା ସ୍ବାସ୍ଥ୍ୟ ମେଳାରେ ମୁଖ୍ୟମନ୍ତ୍ରୀ, ୧୦୦୦ ଦିବ୍ୟାଙ୍ଗଙ୍କୁ ବାଣ୍ଟିଲେ ସହାୟତା ଉପକରଣ 

September 21, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦୁଝରରେ ମେଗା ସ୍ବାସ୍ଥ୍ୟ ମେଳାରେ ମୁଖ୍ୟମନ୍ତ୍ରୀ, ୧୦୦୦ ଦିବ୍ୟାଙ୍ଗଙ୍କୁ ବାଣ୍ଟିଲେ ସହାୟତା ଉପକରଣ 

ଭୁବନେଶ୍ବର: କେନ୍ଦୁଝର ଗସ୍ତର ଦ୍ବିତୀୟ ଦିନରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ମେଗା ସ୍ବାସ୍ଥ୍ୟ ମେଳା ର ଉଦ୍‌ଘାଟନ କରିଛନ୍ତି। ସୂଚନା ଯୋଗ୍ୟ ଯେ କେନ୍ଦୁଝର ଜିଲ୍ଲା ପ୍ରଶାସନ ଉଦ୍ୟମରେ କେନ୍ଦୁଝରଠାରେ ଜିଲ୍ଲା ସଦର ମହକୁମା ଡାକ୍ତରଖାନା, ଧରଣୀଧର ନାୟକ ମେଡିକାଲ କଲେଜ ଓ ଏସସିବି ମେଡିକାଲ କଲେଜର ମିଳିତ ଆନୁକୂଲ୍ୟରେ ଏହି ମେଳା ଆୟୋଜନ କରାଯାଇଛି।

ଏଥିରେ ତିନୋଟି ମେଡିକାଲ କଲେଜରୁ ବିଭିନ୍ନ ବିଭାଗର ବହୁ ବିଶେଷଜ୍ଞ ଡାକ୍ତର ଯୋଗଦେଇ ରୋଗୀ ମାନଙ୍କୁ ନିଶୁଳ୍କ ଚିକିତ୍ସା ଯୋଗାଇ ଦେଇଛନ୍ତି। ଯେଉଁଥିରେ ସ୍ନାୟୁରୋଗ, ହୃଦ୍‌ରୋଗ, ଭେଷଜ, ସର୍ଜରୀ, ୟୁରୋଲୋଜି, ନେଫ୍ରୋଲୋଜି, ସାଇକ୍‌ଆଟ୍ରିକ, ପେଡିଆଟ୍ରିକ, ଅର୍ଥୋପେଡିକ ଇତ୍ୟାଦି ଜଟିଳ ରୋଗର ବିଶେଷଜ୍ଞ ମାନେ ଅଛନ୍ତି।

ଏହି କାର୍ଯ୍ୟକ୍ରମରେ ଚକ୍ଷୁ ଚିକିତ୍ସା ଶିବିର, ସ୍ବାସ୍ଥ୍ୟ ସେବା ଶିବିର ଏବଂ ସାମାଜିକ ସଶକ୍ତି କରଣ ଶିବିରର ଆୟୋଜନ କରାଯାଇଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ତିନୋଟି ଶିବିରକୁ ଉଦ୍‌ଘାଟନ କରିଥିଲେ ଏବଂ ଶିବିରରେ ଉପସ୍ଥିତ ଡାକ୍ତର, ରୋଗୀ ଓ ସାଧାରଣ ଲୋକଙ୍କ ସହିତ କଥା ହୋଇଥିଲେ। କେନ୍ଦୁଝର ଜିଲ୍ଲାର ୧୩ଟି ବ୍ଲକ ଓ ୫ଟି ସହରାଞ୍ଚଳର ହଜାର ହଜାର ଜନସାଧାରଣ ଏହି ଶିବିର ମାଧ୍ୟମରେ ଉପକୃତ ହୋଇ ପାରିଛନ୍ତି।

ଓଏମସି ଏବଂ ଏଲ୍‌ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ହୋଇଥିବା ଏହି ଚକ୍ଷୁ ଚିକିତ୍ସା ଶିବିରରେ ପ୍ରାୟ ୧୦୦୦ ବ୍ୟକ୍ତି ସେମାନଙ୍କ ଚକ୍ଷୁ ପରୀକ୍ଷା କରାଇଥିଲେ ଏବଂ ଚକ୍ଷୁ ପରୀକ୍ଷା ପରେ ଆବଶ୍ୟକତା ଥିବା ବ୍ୟକ୍ତି ମାନଙ୍କୁ ମାଗଣାରେ ଚଷମା ମଧ୍ୟ ଯୋଗାଇ ଦିଆଯାଇଥିଲା।

ସେହିଭଳି ସ୍ବାସ୍ଥ୍ୟ ସେବା ଶିବିର ମାଧ୍ୟମରେ ବିଶେଷଜ୍ଞମାନଙ୍କ ପରାମର୍ଶ ଜରିଆରେ ଜିଲ୍ଲାର ପ୍ରାୟ ୪ହଜାର ଲୋକ ଉପକୃତ ହୋଇଛନ୍ତି। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଆୟୋଜିତ ହୋଇଥିବା ସାମାଜିକ ସଶକ୍ତି କରଣ ଶିବିରରେ ୯୨୩ ଜଣ ହିତାଧିକାରୀଙ୍କୁ ହୁଇଲ୍‌ ଚେୟାର, ହସ୍ତ ଚାଳିତ ସାଇକେଲ୍, ବ୍ୟାଟେରୀ ଚାଳିତ ସାଇକେଲ, ୱାକର, ବ୍ରେଲି କିଟ୍, ଶ୍ରବଣ ଯନ୍ତ୍ର, ନି ବେଲ୍ଟ, ନି କ୍ୟାପ୍‌ ଇତ୍ୟାଦି ସହିତ ଅନ୍ୟାନ୍ୟ ସହାୟତା ଉପକରଣ ବଣ୍ଟନ କରାଯାଇଥିଲା।

ଏହି ଶିବିରଟି ଭାରତ ସର କାରଙ୍କ କୃତ୍ରିମ ଅଙ୍ଗ ନିର୍ମାଣ ନିଗମ (ALIMCO) ଏବଂ ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗର ମିଳିତ ସହଯୋଗର ଆୟୋଜନ କରାଯାଇଥିଲା। ଏଥି ସହିତ ମୁଖ୍ୟମନ୍ତ୍ରୀ ଜିଲ୍ଲା ପାଇଁ ୧୩ଟି ମୋବାଇଲ ମେଡିକାଲ ୟୁନିଟ୍‌ ଭେଇକିଲ୍‌ର ଶୁଭାରମ୍ଭ କରିଥିଲେ।

କାର୍ଯ୍ୟକ୍ରମ ପରେ ଗଣମାଧ୍ୟମକୁ ବିବୃତ୍ତିରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସରକାର ଆସିଲା ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଉଥିବା ସାଧାରଣ ଲୋକଙ୍କଠାରୁ ସେମାନଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଏବଂ ଚିକିତ୍ସା କ୍ଷେତ୍ରରେ ଅବହେଳିତ ହେଉଥିବା ବିଷୟରେ ଶୁଣିବା ପରେ ସେମାନଙ୍କ ପାଇଁ କିଛି ନୂତନ ପଦକ୍ଷେପ ନେବା ପାଇଁ ଚିନ୍ତା କରିଥିଲି।

ସେହି ଅନୁଯାୟୀ ପ୍ରତି ଜିଲ୍ଲା ମୁଖ୍ୟାଳୟରେ କିପରି ସ୍ବାସ୍ଥ୍ୟ ଶିବିର ମାନ ଆୟୋଜନ କରାଯିବ ଏଥି ପାଇଁ ପଦକ୍ଷେପ ନିଆଯାଉଛି। ଆମ ସରକାର ଲୋକମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ସମ୍ବେଦନଶୀଳ ଅଛନ୍ତି।

କେନ୍ଦୁଝର ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

ଶହୀଦ ବାଜି ରାଉତଙ୍କ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

February 24, 2026

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.