Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନୟାଗଡ ଜିଲ୍ଲାର କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ ପଟ୍ଟନାୟକ, ଦଳକୁ ସଶକ୍ତ କରିବା ପାଇଁ ଦେଲେ ଏହି ପରାମର୍ଶ
ବିଶେଷ ଖବର

ନୟାଗଡ ଜିଲ୍ଲାର କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ ପଟ୍ଟନାୟକ, ଦଳକୁ ସଶକ୍ତ କରିବା ପାଇଁ ଦେଲେ ଏହି ପରାମର୍ଶ

September 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନୟାଗଡ ଜିଲ୍ଲାର କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ ପଟ୍ଟନାୟକ, ଦଳକୁ ସଶକ୍ତ କରିବା ପାଇଁ ଦେଲେ ଏହି ପରାମର୍ଶ

ଭୁବନେଶ୍ବର: ଆଜି ଶଙ୍ଖ ଭବନ ଠାରେ ନୟାଗଡ ଜିଲ୍ଲାର ସାଂଗଠନିକ ପଦାଧିକାରୀ ଓ ନେତୃବୃନ୍ଦଙ୍କ ବୈଠକ ଅନୁଷ୍ଠିତ ହୋଇ ସଂଗଠନକୁ ମଜବୂତ କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ବୈଠକରେ ଉଦବୋଧନ ଦେଇ ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାରର ୨୪ବର୍ଷ ଶାସନରେ ରାଜ୍ୟର ସବୁ ଅଞ୍ଚଳ ଓ ସବୁ କ୍ଷେତ୍ରର ବିକାଶକୁ ପ୍ରାଥମିକତା ଦିଆଯାଇଥିଲା। ନୟାଗଡ଼ର ବିକାଶ ପାଇଁ ବିଜେଡି ସରକାର ସମୟରେ ଅନେକ କାମ ହୋଇଛି।

ଶ୍ରୀ ପଟ୍ଟନାୟକ କହିଥିଲେ ଲୋକଙ୍କ ସହିତ ସମ୍ପର୍କକୁ ଅଧିକ ମଜବୁତ କରିବାକୁ ହେବ।ଏଥିପାଇଁ ଦଳର ପଦଯାତ୍ରା କାର୍ଯ୍ୟକ୍ରମ ଓ ସଭ୍ୟ ସଂଗ୍ରହ ଅଭିଯାନରେ ସକ୍ରିୟ ଭାବରେ ଅଂଶ ଗ୍ରହଣ କରିବାକୁ ଶ୍ରୀ ପଟ୍ଟନାୟକ ଦଳୀୟ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ।

ଦରଦାମ ବୃଦ୍ଧି ଓ ଅନ୍ୟାନ୍ୟ ପ୍ରସଙ୍ଗ ସହିତ ବିଜେପି ସରକାରର ବିଫଳତା ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜେପି ସରକାରକୁ ଆସିବାର ଶହେଦିନ ବିତିଗଲାଣି। ଆଇନ ଶୃଙ୍ଖଳା ଠାରୁ ଆରମ୍ଭ କରି ଦରବୃଦ୍ଧି ଓ ବିକାଶ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାର ସେବା ଯୋଗାଇବାରେ ବିଫଳ ହୋଇଛନ୍ତି। ତେଣୁ
ସାଧାରଣ ଲୋକଙ୍କ ସୁଖଦୁଃଖରେ ସାମିଲ ହେବା ସହ ସରକାରଙ୍କ ବିଫଳତା ବିଷୟରେ ଲୋକଙ୍କୁଙ୍କୁ ସଚେତନ କରିବାକୁ ସେ ପରାମର୍ଶ ଦେଇଥିଲେ।

ଶ୍ରୀ ପଟ୍ଟନାୟକ କହିଥିଲେ ବିଜେଡି ସରକାରରେ ଥିବା ବେଳେ ଲୋକଙ୍କ ପାଇଁ ଅନେକ ଭଲ କାମ କରିଥିଲା। ଲୋକଙ୍କ ଭଲ ପାଇବା ଏବେବି ଆମ ସହିତ ରହିଛି। ତେଣୁ ଲୋକଙ୍କ ସେବା ଜାରି ରଖିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ବିଜେଡି ର ବରିଷ୍ଠ ନେତା ଶ୍ରୀ ଦେବୀପ୍ରସାଦ ମିଶ୍ର ବୈଠକ ସଂଯୋଜନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଶ୍ରୀ ଅରୁଣ ସାହୁ, ବିଧାୟକ ଶ୍ରୀ ରମେଶ ବେହେରା ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ ଜିଲ୍ଲା ସଭାପତି ଦେବାଶିଷ ପଟ୍ଟନାୟକ, ଖଣ୍ଡପଡାର ବେଣୁଧର ପଟ୍ଟନାୟକ, ଇରାନୀ ରାୟଙ୍କ ସମେତ ଜିଲ୍ଲାର ବରିଷ୍ଠ ନେତୃ ମଣ୍ଡଳୀ
ଏବଂ ପଂଚାୟତ ପ୍ରତିନିଧିମାନେ ଉଦବୋଧନ ଦେଇ ବିଜେଡିକୁ ଶକ୍ତିଶାଳୀ କରିବା ପାଇଁ ସଂକଳ୍ପ ବଦ୍ଧ ହୋଇ କାମ କରିବେ ବୋଲି ଘୋଷଣା କରଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଚାରି ବିଧାନସଭା ନିର୍ବାଚନ ମଣ୍ଡଳୀ, ଆଠ ବ୍ଲକ, ୩ ଏନଏସି ଓ ନୟାଗଡ ମୁନିସିପାଲିଟି ଅଂଚଳରେ ଦଳୀୟ ନେତା ମାନେ ଭାଗ ନେଇଥିଲେ।

ନବୀନ ପଟ୍ଟନାୟକ ନୟାଗଡ ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

ବଙ୍ଗଳାରେ UCC ପ୍ରଚଳନ ଦ୍ୱାରା ପ୍ରତ୍ୟାହାର ହେବ ୧୩ ଟି ବିବାହ ଆଇନ: ଜାଣନ୍ତୁ କ’ଣ ବଦଳିବ?

September 3, 2026

ଚାଲାଣ ହେଉଥିବା ବେଳେ ପାରଳାଖେମୁଣ୍ଡି ରେଳ ଷ୍ଟେସନରୁ ନାବାଳିକା ଉଦ୍ଧାର

September 3, 2026

ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ: ଗୁରୁ ଦିବସ ଓ ଶିଶୁ ଦିବସରେ ଉତ୍ସବ ପାଳନ ସହ ଚାଲିବ ପାଠପଢା

September 3, 2026

ଜଗତପୁର ଦୁଗ୍ଧ କାରଖାନାରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ

September 3, 2026
Latest News

ମଝି ଆକାଶରେ ଅସୁସ୍ଥ ହେଲେ ପାଇଲଟ: ମସ୍କଟରେ ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ

September 3, 2026

ବଙ୍ଗଳାରେ UCC ପ୍ରଚଳନ ଦ୍ୱାରା ପ୍ରତ୍ୟାହାର ହେବ ୧୩ ଟି ବିବାହ ଆଇନ: ଜାଣନ୍ତୁ କ’ଣ ବଦଳିବ?

September 3, 2026

ଚାଲାଣ ହେଉଥିବା ବେଳେ ପାରଳାଖେମୁଣ୍ଡି ରେଳ ଷ୍ଟେସନରୁ ନାବାଳିକା ଉଦ୍ଧାର

September 3, 2026

ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ: ଗୁରୁ ଦିବସ ଓ ଶିଶୁ ଦିବସରେ ଉତ୍ସବ ପାଳନ ସହ ଚାଲିବ ପାଠପଢା

September 3, 2026

ଜଗତପୁର ଦୁଗ୍ଧ କାରଖାନାରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ

September 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.