Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଖୋର୍ଦ୍ଧା ଜିଲ୍ଲା ଏସପି ଭାବେ ନିଯୁକ୍ତି ପାଇଥିବା ଏହି ସାଗରିକା ନାଥ କିଏ ?
ବିଶେଷ ଖବର

ଖୋର୍ଦ୍ଧା ଜିଲ୍ଲା ଏସପି ଭାବେ ନିଯୁକ୍ତି ପାଇଥିବା ଏହି ସାଗରିକା ନାଥ କିଏ ?

September 30, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
Sagarikanath
ଖୋର୍ଦ୍ଧା ଜିଲ୍ଲା ଏସପି ଭାବେ ନିଯୁକ୍ତି ପାଇଥିବା ଏହି ସାଗରିକା ନାଥ କିଏ ?

ଭୁବନେଶ୍ବର: ଗତକାଲି ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ସେଥିରେ ଏସପି ସ୍ତରରେ ମଧ୍ୟ ବଡ ଅଦଳବଦଳ ହୋଇଛି। ଏହା ଭିତରେ ଖୋର୍ଦ୍ଧା ଏସପି ଭାବେ ନିଯୁକ୍ତି ପାଇଛନ୍ତି ଆଇପିଏସ ସାଗରିକା ନାଥ। ସେ ବର୍ତ୍ତମାନ ବାଲେଶ୍ବର ଜିଲ୍ଲା ଏସପି ଭାବେ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ ସେ ଭୁବନେଶ୍ବର ଟ୍ରାଫିକ ଏସପି ଭାବେ କାର୍ଯ୍ୟ କରିଥିଲେ।

ସାଗରିକା ହେଉଛନ୍ତି ୨୦୧୬ ବ୍ୟାଚ୍‌ର ଓଡିଆ କ୍ୟାଡ୍‌ର ଆଇପିଏସ୍‌ ଅଫିସର। ସେ ବିଭିନ୍ନ ସମୟରେ ବେଶ ଚର୍ଚ୍ଚାରେ ରହି ଆସିଛନ୍ତି। କାରଣ ସେ କୋରାପୁଟ ଏସପି ଥିବା ବେଳେ ସେଠାରେ ଗଂଜେଇ ମାଫିଆଙ୍କୁ ସାବାଡ କରି ଚର୍ଚ୍ଚାକୁ ଆସିଥିଲେ। ସେହିପରି ସେ ଭୁବନେଶ୍ବର ଟ୍ରାଫିକ ଏସପି ଭାବେ ଯୋଗ ଦେବା ପରେ ବେଶୀ ଚର୍ଚ୍ଚାକୁ ଆସିଥିଲେ।

ଭୁବନେଶ୍ବର ଟ୍ରାଫିକ ଏସପି ଭାବେ ଯୋଗଦେବା ପରେ ସାଗରିକା ନାଥ ଅସଜଡା  ଟ୍ରାଫିକ ବ୍ୟବସ୍ଥାକୁ ସଜାଡିବା ଆରମ୍ଭ କରିଥିଲେ। ଏପରିକି ସେ ରାତି ଅଧରେ ନିଜେ ବୁଲେଟ ଧରି ଟ୍ରାଫିକ ବ୍ୟବସ୍ଥା ତଦାରଖ କରିବା ନେଇ ଚର୍ଚ୍ଚାକୁ ଆସିଥିଲେ। ସେହିପରି ବେପାରୁଆ ଗାଡି ଚାଳକଙ୍କୁ ସାବାଡ କରିବାକୁ ସେ ପଦକ୍ଷେପ ଆରମ୍ଭ କରିଥିଲେ। ନିଜେ ଅହରହ ଭୁବନେଶ୍ବରରେ ବୁଲିବା ଅନ୍ୟ ଟ୍ରାଫିକ କର୍ମଚାରୀଙ୍କୁ ଭୟଭିତ କରିଥିଲା।

ତେବେ ସେ ଅନ୍ୟ ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାକୁ ଆସିଥିଲେ। ତାହା ହେଲା ନିକଟରେ ଭୁବନେଶ୍ବର ଘାଟିକିଆରେ ରହୁଥିବା ତାଙ୍କ ବାପାଙ୍କୁ ରାସ୍ତାରେ ଦୁର୍ବୁତ୍ତମାନେ ଅଟକାଇ ମାଡ ମାରିବା ସହିତ ତାଙ୍କଠାରୁ ମୂଲ୍ୟବାନ ଜିନିଷ ଚୋରୀ କରି ନେଇଥିଲେ। ଏହାପରେ ସେହି ଦୁର୍ବତଙ୍କୁ ଭୁବନେଶ୍ବର ପୋଲିସ ଗିରଫ କରିଥିଲା। ତେବେ ସାଗରିକାଙ୍କ ବାପାଙ୍କ ଉପରେ ଦୁର୍ବୁତ୍ତମାନଙ୍କ ଆକ୍ରମଣକୁ ନେଇ ସେତେବେଳେ ଚର୍ଚ୍ଚା ହୋଇଥିଲା।

୧୯୮୮ ଅକ୍ଟୋବର ୮ରେ ଜନ୍ମ ଗ୍ରହଣ କରିଥିବା ସାଗରିକାଙ୍କ ନିଜ ଘର ଅନୁଗୋଳରେ ହୋଇଥିବା ବେଳେ ପିଲାଦିନ କୋରାପୁଟରେ କଟିଥିଲା। କାରଣ ତାଙ୍କ ବାପା ନାଲ୍‌କୋ କମ୍ପାନୀରେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ସେଥିପାଇଁ ସେ ଦାମନଯୋଡି ଦିଲ୍ଲୀ ପବ୍ଲିକ ସ୍କୁଲରେ ୧୦ମ ପାସ୍‌ କରିଥିବା ବେଳେ ବିଶାଖାପାଟଣାରୁ ଯୁକ୍ତ ୨ ଓ ଭୁବନେଶ୍ୱର ସିଇଟି କଲେଜରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି।

Sagarika Nath ଖୋର୍ଦ୍ଧା ଏସପି ସାଗରିକା ନାଥ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡିଶା ଆଦିବାସୀ ମହାସଂଘ, ସାମୂହିକ କଲ୍ୟାଣ ପାଇଁ ଦେଲେ ଏହିସବୁ ପ୍ରସ୍ତାବ

July 24, 2025

ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହାଇକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ

July 24, 2025

ଖଲ୍ଲିକୋଟ ପୋଲିସ ପକ୍ଷରୁ କାର ସମେତ ବିପୁଳ ପରିମାଣର ମଦ ଜବତ: ଚାଳକ ଗିରଫ

July 24, 2025

ସମ୍ୱଲପୁର ନିକଟରେ ମହିମା ଗୋସାଇଁ ଏକ୍ସପ୍ରେସ୍ ଲାଇନଚ୍ୟୁତ: ଟ୍ରାକରୁ ଖସିଲା ଜେନେରାଲ କୋଚ୍‌ର ଗୋଟିଏ ବଗି

July 24, 2025
Latest News

ଟେଷ୍ଟ ପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ଏବଂ ଦିନିକିଆ ସିରିଜ୍ ଖେଳାଯିବ, ପୂର୍ଣ୍ଣ କାର୍ଯ୍ୟସୂଚୀ ଜାରି କଲା ECB

July 24, 2025

ସମ୍ପୂର୍ଣ୍ଣ ଟେଷ୍ଟ ସିରିଜରୁ ବାଦ ପଡ଼ିବେ ରିଷଭ ପନ୍ତ?, ସାମ୍ନାକୁ ଆସିଲା ମେଡିକାଲ ରିପୋର୍ଟ

July 24, 2025

ବାଣପୁର ଓକିଲ ସଂଘର ପ୍ରତିଷ୍ଠାତା ସ୍ବର୍ଗତ ସତ୍ୟନାରାୟଣ ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

July 24, 2025

ବିଶ୍ୱକପର ଫାଇନାଲରେ ପହଞ୍ଚିଲେ ଦିବ୍ୟା ଦେଶମୁଖ: ଚେସ୍ ରେ ରଚିଲେ ଇତିହାସ

July 24, 2025

ୟୁପିରେ ଧର୍ମାନ୍ତରୀକରଣ ମାମଲା: ଛାଙ୍ଗୁରଙ୍କୁ ସାହାଯ୍ୟ କରିଥିବା ଇନ୍ସପେକ୍ଟର ଅବଦୁର ରେହମାନ ନିଲମ୍ବିତ

July 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.