Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଖୋର୍ଦ୍ଧା ଏସପି ଭାବେ ଯୋଗଦେବା ପାଇଁ ବାଲେଶ୍ବରରୁ ଭାବ ବିହ୍ବୋଳ ବିଦାୟ ନେଲେ ସାଗରିକା ନାଥ
ବିଶେଷ ଖବର

ଖୋର୍ଦ୍ଧା ଏସପି ଭାବେ ଯୋଗଦେବା ପାଇଁ ବାଲେଶ୍ବରରୁ ଭାବ ବିହ୍ବୋଳ ବିଦାୟ ନେଲେ ସାଗରିକା ନାଥ

October 4, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଖୋର୍ଦ୍ଧା ଏସପି ଭାବେ ଯୋଗଦେବା ପାଇଁ ବାଲେଶ୍ବରରୁ ଭାବ ବିହ୍ବୋଳ ବିଦାୟ ନେଲେ ସାଗରିକା ନାଥ

ଭୁବନେଶ୍ବର: ନିକଟରେ ଆଇପିଏସ ସ୍ତରରେ ହୋଇଥିବା ବଡ ଧରଣର ଅଦଳବଦଳରେ ବଦଳିଛନ୍ତି ଖୋର୍ଦ୍ଧା ଏସପି। ଏହି ମର୍ଯ୍ୟଦା ସଂପର୍ଣ୍ଣ ଜିଲ୍ଲାରେ ନୂଆ ଏସପି ଭାବେ ଯୋଗ ଦେବେ ବହୁ ଚର୍ଚ୍ଚିତ ଆଇପିଏସ ସାଗରିକା ନାଥ। ସେ ବର୍ତ୍ତମାନ ବାଲେଶ୍ବର ଏସପି ଭାବେ କାର୍ଯ୍ୟ କରୁଥିବାରୁ ସେଠାରୁ ଗୁରୁବାର ଦିନ ବିଦାୟ ନେଇଛନ୍ତି।

ସାଗରିକା ଏକ ଭାବ ବିହ୍ବୋଳ ପରିବେଶ ମଧ୍ୟରେ ବାଲେଶ୍ବର ପୋଲିସ ହେଡ କ୍ବାଟରରୁ ବିଦାୟ ନେଇଛନ୍ତି। ସେଠାରେ ପୁରା ଜିଲ୍ଲା ପୋଲିସ ସାଗରିକାଙ୍କୁ ଫୁଲ ବୃଷ୍ଟି କରି ବିଦାୟ ଦେଇଛନ୍ତି। ସେହିପରି ସେଠାରେ ବାଲେଶ୍ବରର ବହୁ ଜନତା ମଧ୍ୟ ଯୋଗଦେଇ ସାଗରିକାଙ୍କୁ ବିଦାୟ ଦେଇଛନ୍ତି। ଏପରିକି କେତେକ ମହିଳା କାନ୍ଦୁ ଥିବାର ମଧ୍ୟ ଦେଖା ଯାଇଛି। ସେହିପରି କେତେକ ପୋଲିସ ଅଧିକାରୀ ସାଗରିକାଙ୍କ ପାଦ ଛୁଇଁ ଆର୍ଶିବାଦ ନେବା ପାଇଁ ଚେଷ୍ଠା କରୁଥିବା ବେଳେ ସାଗରିକା ସେଥିରୁ ବାରଣ କରି ଘୁଞ୍ଚି ଆସିଥିବାର ଦେଖାଦେଇଛି।

ତେବେ ବିଦାୟ ବେଳେ ସାଗରିକା କହିଛନ୍ତି ଯେ, ମୋର ଦୁଇ ବର୍ଷ ବାଲେଶ୍ବରରେ ରହଣି ଭିତରେ ଅନେକ କିଛି କାର୍ଯ୍ୟ କରିଛି। ବିଶେଷ କରି ବାହାନଗା ରେଳ ଦୁର୍ଘଟଣା ବଡ ଚ୍ୟାଲେଞ୍ଜ ଥିଲା। ଯାହାକୁ ସଫଳତାର ସହ ଉଦ୍ଧାର କାର୍ଯ୍ୟ କରାଯାଇଛି। ବାଲେଶ୍ବରରେ ବାଲି ମାଫିଆଠାରୁ ଆରମ୍ଭ କରି ଡ୍ରଗ ମାଫିଆ ପର୍ଯ୍ୟନ୍ତ ସମସ୍ତଙ୍କୁ ସାବାଡ କରିବାରେ ଆମେ ସଫଳତା ହାସଲ କରିଛୁ।

ସାଗରିକା ହେଉଛନ୍ତି ୨୦୧୬ ବ୍ୟାଚ୍‌ର ଓଡିଆ କ୍ୟାଡ୍‌ର ଆଇପିଏସ୍‌ ଅଫିସର। ସେ ବିଭିନ୍ନ ସମୟରେ ବେଶ ଚର୍ଚ୍ଚାରେ ରହି ଆସିଛନ୍ତି। କାରଣ ସେ କୋରାପୁଟ ଏସପି ଥିବା ବେଳେ ସେଠାରେ ଗଂଜେଇ ମାଫିଆଙ୍କୁ ସାବାଡ କରି ଚର୍ଚ୍ଚାକୁ ଆସିଥିଲେ। ସେହିପରି ସେ ଭୁବନେଶ୍ବର ଟ୍ରାଫିକ ଏସପି ଭାବେ ଯୋଗ ଦେବା ପରେ ବେଶୀ ଚର୍ଚ୍ଚାକୁ ଆସିଥିଲେ।

ଭୁବନେଶ୍ବର ଟ୍ରାଫିକ ଏସପି ଭାବେ ଯୋଗଦେବା ପରେ ସାଗରିକା ନାଥ ଅସଜଡା ଟ୍ରାଫିକ ବ୍ୟବସ୍ଥାକୁ ସଜାଡିବା ଆରମ୍ଭ କରିଥିଲେ। ଏପରିକି ସେ ରାତି ଅଧରେ ନିଜେ ବୁଲେଟ ଧରି ଟ୍ରାଫିକ ବ୍ୟବସ୍ଥା ତଦାରଖ କରିବା ନେଇ ଚର୍ଚ୍ଚାକୁ ଆସିଥିଲେ। ସେହିପରି ବେପାରୁଆ ଗାଡି ଚାଳକଙ୍କୁ ସାବାଡ କରିବାକୁ ସେ ପଦକ୍ଷେପ ଆରମ୍ଭ କରିଥିଲେ। ନିଜେ ଅହରହ ଭୁବନେଶ୍ବରରେ ବୁଲିବା ଅନ୍ୟ ଟ୍ରାଫିକ କର୍ମଚାରୀଙ୍କୁ ଭୟଭିତ କରିଥିଲା।

Sagarika Nath ଖୋର୍ଦ୍ଧା ଏସପି ସାଗରିକା ନାଥ
Share. Facebook Twitter LinkedIn Email WhatsApp Copy Link

Related Posts

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

January 9, 2026

‘ଟ୍ରମ୍ପଙ୍କ ସହ ଆଠ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି’: ଆମେରିକାର ଦାବିର ଜବାବ ଦେଲା ଭାରତ

January 9, 2026
Latest News

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

January 9, 2026

‘ଟ୍ରମ୍ପଙ୍କ ସହ ଆଠ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି’: ଆମେରିକାର ଦାବିର ଜବାବ ଦେଲା ଭାରତ

January 9, 2026

ବାଲୁଗାଁ କଲେଜରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.