Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»Cyclone Alert: ବାତ୍ୟା ପ୍ରସ୍ତୁତି ପାଇଁ ବସିଲା ଜରୁରୀ ବୈଠକ, ଜିଲ୍ଲାପାଳଙ୍କୁ ଦିଆଗଲା ଏହି ନିର୍ଦ୍ଦେଶ
ଜାତୀୟ ଖବର

Cyclone Alert: ବାତ୍ୟା ପ୍ରସ୍ତୁତି ପାଇଁ ବସିଲା ଜରୁରୀ ବୈଠକ, ଜିଲ୍ଲାପାଳଙ୍କୁ ଦିଆଗଲା ଏହି ନିର୍ଦ୍ଦେଶ

October 20, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
Cyclone Alert
Cyclone Alert: ବାତ୍ୟା ପ୍ରସ୍ତୁତି ପାଇଁ ବସିଲା ଜରୁରୀ ବୈଠକ, ଜିଲ୍ଲପାଳଙ୍କୁ ଦିଆଗଲା ଏହି ନିର୍ଦ୍ଦେଶ

Cyclone Alert: ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଅହୁଜା ଆଜି ଲୋକସେବା ଭବନରେ ବଙ୍ଗୋପସାଗରରେ ସାମ୍ଭବ୍ୟ ବାତ୍ୟା ପ୍ରସ୍ତୁତି ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ସ୍ବତନ୍ତ୍ର ରିଲିଫ୍ କମିଶନର ଶ୍ରୀ ଡି କେ ସିଂହ, ସଂପୃକ୍ତ ବିଭାଗର ଅଧିକାରୀ ଏବଂ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ମନୋରାମା ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ।

ବଙ୍ଗୋପସାଗରରେ ସାମ୍ଭବ୍ୟ ବାତ୍ୟା ନେଇ ଆଜି ପାଣିପାଗ ବିଭାଗ ତରଫରୁ ସ୍ୱତନ୍ତ୍ର ବୁଲେଟିନ୍ ଜାରୀ କରାଯାଇଛି। ଏଥିରେ..

1- ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରର ପୂର୍ବ-କେନ୍ଦ୍ରୀୟ ଉପସାଗର ଏବଂ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।

2- ଏହି ସଂପର୍କରେ ସଂପୃକ୍ତ ଜିଲ୍ଲାମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

3- ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ଚେତାବନୀ ଦିଆଯାଇଛି। ମତ୍ସ୍ୟଜୀବୀମାନଙ୍କୁ ୨୧ତାରିଖରୁ ୨୬ ଅକ୍ଟୋବର ପର୍ଯ୍ୟନ୍ତ ଓଡିଶା ତଟ ତଥା ଉତ୍ତର ବଙ୍ଗୋପସାଗରରେ ଲାଗିଥିବା ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

4- ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଚଳାଇବାକୁ ଜିଲ୍ଲା ଏବଂ ସଂପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

5- ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖିବା ସହିତ ସେଠାରେ ଆଲୋକ ବ୍ୟବସ୍ଥା ଏବଂ ପାନୀୟ ଜଳର ଯୋଗାଣ ନିଶ୍ଚିତ କରିବାକୁ ନିର୍ଦ୍ଦେଶ।

6- ଅସୁରକ୍ଷିତ ଲୋକଙ୍କ ସ୍ଥାନାନ୍ତର ଯୋଜନା ପ୍ରସ୍ତୁତ ହେବାକୁ ଫିଲ୍ଡ ଅଧିକାରୀମାନଙ୍କୁ ନିମ୍ନଲିଖିତ ପରାମର୍ଶଦାତା ଦିଆଯାଇଛି। ତାହା ହେଲା, ରେଡ୍, ଅରେଞ୍ଜ ଏବଂ ୟେଲୋ ଚେତାବନୀ ଅନ୍ତର୍ଗତ ଜିଲ୍ଲାଗୁଡିକ ଯେ କୈଣସି ଘଟଣାକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

7-ଖାଲୁଆ ଅଞ୍ଚଳରୁ ପାଣି ନିସ୍କାସନ ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରିବା ଏବଂ ଅଣ୍ଡରପାସ୍ ରାସ୍ତାରେ ଜଳ ନିସ୍କାସନ, ସହରାଞ୍ଚଳରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି କଲାପରି ଅବସ୍ଥା ହେଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ।

8- ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ନିର୍ଦ୍ଦେଶ

ଆସନ୍ତାକାଲି ଜିଲ୍ଲାପାଳମାନେ ବୈଠକ କରି ଓଡ୍ରାଫ, ଅଗ୍ନିଶମ ଏବଂ ଏନଡିଆରଏଫ ଟିମ୍ ନିୟୋଜନ ବିଷୟରେ ସେମାନଙ୍କ ଆବଶ୍ୟକତା ସ୍ଥାନକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଗର୍ଭବତୀ ମହିଳା, ଯାହାର ଜନ୍ମ ସମୟ ଆସନ୍ତା ଦୁଇ ସପ୍ତାହରେ ପଡେ, ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବାକୁ କୁହାଯାଇଛି।

ସେହିପରି ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ସହିତ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ସଚେତନା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

cyclone Cyclone2024 CycloneDana ବାତ୍ୟା ବାତ୍ୟା ଦାନା
Share. Facebook Twitter LinkedIn Email WhatsApp Copy Link

Related Posts

ଅଗ୍ରଣୀ ସିଇଓମାନଙ୍କ ସହ ସେମିକଣ୍ଡକ୍ଟର ଗୋଲଟେବୁଲ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

September 17, 2026

ଏନଟିପିସି କୋରବା ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 17, 2026

କେରଳମ୍ ଏବଂ ରାଜସ୍ଥାନର ଗଣମାଧ୍ୟମ ପ୍ରତିନିଧିଙ୍କ ସିଏସଆଇଆର-ଆଇଏମଏମଟି ପରିଦର୍ଶନ

September 17, 2026

ଆଜି ହେଉଛି ସେପ୍ଟେମ୍ବର ୧୭ ତାରିଖ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ରହିଛି ଶୁଭ ଖବର

September 17, 2026
Latest News

ଅଗ୍ରଣୀ ସିଇଓମାନଙ୍କ ସହ ସେମିକଣ୍ଡକ୍ଟର ଗୋଲଟେବୁଲ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

September 17, 2026

ଏନଟିପିସି କୋରବା ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 17, 2026

କେରଳମ୍ ଏବଂ ରାଜସ୍ଥାନର ଗଣମାଧ୍ୟମ ପ୍ରତିନିଧିଙ୍କ ସିଏସଆଇଆର-ଆଇଏମଏମଟି ପରିଦର୍ଶନ

September 17, 2026

ଆଜି ହେଉଛି ସେପ୍ଟେମ୍ବର ୧୭ ତାରିଖ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ରହିଛି ଶୁଭ ଖବର

September 17, 2026

ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ: ଆକିବ୍ ଏବଂ ନମନ ଧୀରଙ୍କୁ ସୁଯୋଗ

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.