Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏନଟିପିସି କୋରବା ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ
ଆଜିର ଖବର

ଏନଟିପିସି କୋରବା ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 17, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଏନଟିପିସି କୋରବା ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ
ଏନଟିପିସି କୋରବା ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

ଭୁବନେଶ୍ୱର: ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଛତିଶଗଡ଼ ଆନ୍ତଃରାଜ୍ୟ ଗଣମାଧ୍ୟମ ପରିଦର୍ଶନ କାର୍ଯ୍ୟକ୍ରମର ଅଂଶବିଶେଷ ଭାବରେ, ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ଏନ୍‌ଟିପିସି କୋରବା ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ମାଧ୍ୟମରେ ଗଣମାଧ୍ୟମ ପ୍ରତିନିଧିମାନେ ଏକ ପ୍ରମୁଖ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର କାର୍ଯ୍ୟପ୍ରଣାଳୀକୁ ପ୍ରତ୍ୟକ୍ଷ ଭାବେ ଜାଣିବା ସହ ଏହାର ପରିଚାଳନା ପଦ୍ଧତି, ବୈଷୟିକ ପଦକ୍ଷେପ, ପରିବେଶ ସୁରକ୍ଷାମୂଳକ ପଦକ୍ଷେପ ଏବଂ ସମ୍ପ୍ରଦାୟ-କେନ୍ଦ୍ରିକ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ଅବଗତ ହେବାର ସୁଯୋଗ ପାଇଥିଲେ।

ପ୍ରତିନିଧି ଦଳ ଏନ୍‌ଟିପିସି କୋରବାର କର୍ତ୍ତୃପକ୍ଷଙ୍କ ସହ ଏକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଏନ୍‌ଟିପିସି କୋରବା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ କିଶୋର ଚନ୍ଦ୍ର ପାତ୍ରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଆଗନ୍ତୁକ ସାମ୍ବାଦିକମାନଙ୍କୁ ବିଦ୍ୟୁତ କେନ୍ଦ୍ରର ପ୍ରଦର୍ଶନ, କାର୍ଯ୍ୟପ୍ରଣାଳୀ ଏବଂ ପ୍ରମୁଖ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଆଲୋଚନା ମାଧ୍ୟମରେ ସାମ୍ବାଦିକମାନେ ବିଦ୍ୟୁତ ଉତ୍ପାଦନ ଓ ଶକ୍ତି କ୍ଷେତ୍ରରେ ଏହି କେନ୍ଦ୍ରର ଅବଦାନ ସମ୍ପର୍କରେ ବାସ୍ତବ ଧାରଣା ହାସଲ କରିଥିଲେ।

୨,୬୦୦ ମେଗାୱାଟ୍ ସ୍ଥାପିତ କ୍ଷମତା ସହିତ ଏନ୍‌ଟିପିସି କୋରବା ୨୦୨୫-୨୬ ଆର୍ଥିକ ବର୍ଷରେ ୮୭.୭୧ ପ୍ରତିଶତ ପ୍ଲାଣ୍ଟ ଲୋଡ୍ ଫ୍ୟାକ୍ଟର (ପିଏଲ୍‌ଏଫ) ହାସଲ କରିଥିଲା, ଯାହା ଏହି ଆର୍ଥିକ ବର୍ଷରେ ଏନ୍‌ଟିପିସିର ସମସ୍ତ ବିଦ୍ୟୁତ କେନ୍ଦ୍ର ମଧ୍ୟରେ ସର୍ବାଧିକ। କ୍ରମାଗତ ଛଅ ବର୍ଷ ଧରି ଏନ୍‌ଟିପିସିର ବିଭିନ୍ନ ବିଦ୍ୟୁତ କେନ୍ଦ୍ର ମଧ୍ୟରେ ଏହି କେନ୍ଦ୍ର ସର୍ବାଧିକ ପିଏଲଏଫ୍‌ ରେକର୍ଡ କରିଆସୁଛି। ଏହାଛଡ଼ା, ଚଳିତ ବର୍ଷରେ କେନ୍ଦ୍ରଟି ୯୪.୮୫ ପ୍ରତିଶତ ଘୋଷିତ କ୍ଷମତା ଏବଂ ୯୫.୩୩ ପ୍ରତିଶତ ଅନ୍-ବାର୍ ଉପଲବ୍ଧତା ହାସଲ କରିଛି।

ଆଲୋଚନା ସମୟରେ ପ୍ରତିନିଧି ଦଳକୁ ସୂଚନା ଦିଆଯାଇଥିଲା ଯେ, ଏନ୍‌ଟିପିସି କୋରବା ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ଗୋଆକୁ ବିଦ୍ୟୁତ ଯୋଗାଣ କରିଥାଏ। ୨୦୨୫-୨୬ ଆର୍ଥିକ ବର୍ଷରେ ଏନ୍‌ଟିପିସିର କୋଇଲାଭିତ୍ତିକ ବିଦ୍ୟୁତ କେନ୍ଦ୍ରଗୁଡ଼ିକ ମଧ୍ୟରେ ଏହି କେନ୍ଦ୍ର ସର୍ବାଧିକ ପରିଚାଳନାଗତ ଆୟ ମଧ୍ୟ ରେକର୍ଡ କରିଥିଲା। ଏହି ସମୟରେ ଏହାର ନିର୍ଦ୍ଦିଷ୍ଟ ତୈଳ ବ୍ୟବହାର ୦.୧୭୮ ମିଲିଲିଟର/କିଲୋୱାଟ୍-ଘଣ୍ଟା ରହିଥିଲା।

ସାମ୍ବାଦିକମାନଙ୍କୁ ବିଦ୍ୟୁତ କେନ୍ଦ୍ରର ପରିଚାଳନାଗତ ପ୍ରଦର୍ଶନ ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା। ୟୁନିଟ୍ ନମ୍ବର ୭ କ୍ରମାଗତ ୪୫୫ ଦିନ ଧରି ଏବଂ ୟୁନିଟ୍ ନମ୍ବର ୧ କ୍ରମାଗତ ୪୯୫ ଦିନ ଧରି ନିରନ୍ତର କାର୍ଯ୍ୟ କରିଥିଲା। ଏହା ସହିତ, ଷ୍ଟେଜ୍-୧ର ସମସ୍ତ ତିନୋଟି ୟୁନିଟ୍ ଏନ୍‌ଟିପିସିର ସର୍ବାଧିକ ସମୟ ଧରି ଚାଲୁଥିବା ଶ୍ରେଷ୍ଠ ପାଞ୍ଚଟି ୟୁନିଟ୍ ମଧ୍ୟରେ ସ୍ଥାନ ପାଇଛି।

ଏହି ଆଲୋଚନାର ଏକ ମୁଖ୍ୟ ବିଷୟବସ୍ତୁ ଥିଲା ପରିବେଶଗତ ସ୍ଥାୟୀତ୍ୱ। ଏନ୍‌ଟିପିସି କୋରବା ଏହାର ମୋଟ କ୍ଷେତ୍ରଫଳର ୩୩ ପ୍ରତିଶତରୁ ଅଧିକ ଭାଗରେ ସବୁଜ ଆବରଣ ବିକଶିତ କରିଛି। ଏଠାରେ ୩୦ ଲକ୍ଷରୁ ଅଧିକ ଗଛ ରୋପଣ କରାଯାଇଛି ଏବଂ ସେଗୁଡ଼ିକର ବଞ୍ଚିବା ହାର ୯୫ ପ୍ରତିଶତରୁ ଅଧିକ ରହିଥିବା ଜଣାଯାଇଛି। ପୁନରୁଦ୍ଧାର କରାଯାଇଥିବା ଚାରପାରା ଆଶ୍ ଡାଇକ୍ ଅଞ୍ଚଳରେ ମଧ୍ୟ ୪.୫ ଲକ୍ଷରୁ ଅଧିକ ଗଛ ରୋପଣ କରାଯାଇଛି।

ପ୍ରତିନିଧି ଦଳକୁ ଫ୍ଲାଇ ଆଶ୍‌ ବା ଉଡନ୍ତା ପାଉଁଶର ଉପଯୋଗ ସମ୍ପର୍କରେ ମଧ୍ୟ ବିସ୍ତୃତ ସୂଚନା ଦିଆଯାଇଥିଲା। ୨୦୨୫-୨୬ ଆର୍ଥିକ ବର୍ଷରେ ଏହି କେନ୍ଦ୍ର ମୋଟ ୬୦.୭୧ ଲକ୍ଷ ମେଟ୍ରିକ୍ ଟନ୍ ପାଉଁଶ ଉପଯୋଗ କରି ନିଜର ବାର୍ଷିକ ଲକ୍ଷ୍ୟର ୧୦୮.୪୮ ପ୍ରତିଶତ ହାସଲ କରିଛି।

ସାମ୍ବାଦିକମାନେ ଏନ୍‌ଟିପିସି କୋରବାର କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସ୍‌ଆର) ଅଧୀନରେ ସ୍ୱାସ୍ଥ୍ୟସେବା, ଶିକ୍ଷା, ଦକ୍ଷତା ବିକାଶ, ଜୀବିକା ସୃଷ୍ଟି, କ୍ରୀଡ଼ା ଏବଂ ସାମୁଦାୟିକ ଭିତ୍ତିଭୂମି କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ମଧ୍ୟ ଜାଣିବାକୁ ପାଇଥିଲେ। ମୋବାଇଲ୍ ହେଲଥ୍ ୟୁନିଟ୍‌ଗୁଡ଼ିକ ଆଖପାଖ ଗ୍ରାମଗୁଡ଼ିକର ୨୫,୦୦୦ରୁ ଅଧିକ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଛି। ଅନ୍ୟପକ୍ଷରେ, ‘ଗର୍ଲ ଏମ୍ପାୱରମେଣ୍ଟ ମିଶନ୍’(ବାଳିକା ସଶକ୍ତୀକରଣ ଅଭିଯାନ) ଅଧୀନରେ ନିକଟରେ ୩୬ଟି ଗ୍ରାମର ୪୧ଟି ବିଦ୍ୟାଳୟର ୬୬୦ ଜଣ ଛାତ୍ରୀଙ୍କୁ ସାମିଲ କରାଯାଇଛି।

ପ୍ରତିନିଧି ଦଳକୁ ଏନ୍‌ଟିପିସି କୋରବା ପକ୍ଷରୁ ପିଏମ୍‌-ସେତୁ (ଉନ୍ନତ ଆଇଟିଆଇ ମାଧ୍ୟମରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଓ ନିଯୁକ୍ତି କ୍ଷମତା ବୃଦ୍ଧି) କାର୍ଯ୍ୟକ୍ରମରେ ରହିଥିବା ଅବଦାନ ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା। ଏହି ପଦକ୍ଷେପ ଅଧୀନରେ ଏନ୍‌ଟିପିସି କୋରବା ଆଧୁନିକ ତାଲିମ ଭିତ୍ତିଭୂମିର ବିକାଶ, ଉପକରଣର ଉନ୍ନତୀକରଣ, ଶିଳ୍ପ କ୍ଷେତ୍ର ସହ ସମ୍ପର୍କିତ ଟ୍ରେଡ୍ ଏବଂ ପ୍ରାୟୋଗିକ ତାଲିମ ମାଧ୍ୟମରେ କୋରବା ଅଞ୍ଚଳର ପାଞ୍ଚଟି ଆଇଟିଆଇକୁ ସୁଦୃଢ଼ କରିବାରେ ସହଯୋଗ କରୁଛି। କୋରବା କ୍ଲଷ୍ଟରରେ ପିଏମ୍‌-ସେତୁ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ପାଇଁ ଏନ୍‌ଟିପିସି କୋରବା ପାଞ୍ଚ ବର୍ଷ ମଧ୍ୟରେ ୪୨ କୋଟି ଟଙ୍କା ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛି।

ଏହି ପରିଦର୍ଶନ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳକୁ ବିଦ୍ୟୁତ ଉତ୍ପାଦନ, ପରିଚାଳନାଗତ ଦକ୍ଷତା, ପରିବେଶ ପରିଚାଳନା, ଦକ୍ଷତା ବିକାଶ ଏବଂ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭୂତି ପ୍ରଦାନ କରିଥିଲା। ଏହା ମାଧ୍ୟମରେ ଅଞ୍ଚଳର ବିକାଶ ଏବଂ ଶକ୍ତି କ୍ଷେତ୍ରରେ ଏନ୍‌ଟିପିସି କୋରବାର ଭୂମିକା ସମ୍ପର୍କରେ ଏକ ବ୍ୟାପକ ଦୃଷ୍ଟିକୋଣ ହାସଲ କରିବାର ସୁଯୋଗ ମିଳିଥିଲା।

ଏହି ପରିଦର୍ଶନର ସମନ୍ୱୟ କରିଥିଲେ ସମ୍ବଲପୁରସ୍ଥିତ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି)ର ସହକାରୀ ନିର୍ଦ୍ଦେଶକ ଶ୍ରୀ ମନମୋହନ ପାଢ଼ୀ ଏବଂ ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ସୂଚନା ସହାୟକ ଶ୍ରୀ ବିକାଶ ରଞ୍ଜନ ଦଳାଇ। ସେମାନେ ସମଗ୍ର ପରିଦର୍ଶନ ସମୟରେ ଗଣମାଧ୍ୟମ ପ୍ରତିନିଧି ଦଳ ସହ ରହିବା ସହ ଯାତ୍ରାର ସୁଚାରୁ ସମନ୍ୱୟ ଓ ସହଯୋଗ କରିଥିଲେ।

ଏନଟିପିସି କୋରବା
Share. Facebook Twitter LinkedIn Email WhatsApp Copy Link

Related Posts

କେରଳମ୍ ଏବଂ ରାଜସ୍ଥାନର ଗଣମାଧ୍ୟମ ପ୍ରତିନିଧିଙ୍କ ସିଏସଆଇଆର-ଆଇଏମଏମଟି ପରିଦର୍ଶନ

September 17, 2026

ଆଜି ହେଉଛି ସେପ୍ଟେମ୍ବର ୧୭ ତାରିଖ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ରହିଛି ଶୁଭ ଖବର

September 17, 2026

ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ: ଆକିବ୍ ଏବଂ ନମନ ଧୀରଙ୍କୁ ସୁଯୋଗ

September 16, 2026

ସମ୍ ଲାଇଫ୍‌ସାଇସେନ୍ସ ଓ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

September 16, 2026
Latest News

ଏନଟିପିସି କୋରବା ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 17, 2026

କେରଳମ୍ ଏବଂ ରାଜସ୍ଥାନର ଗଣମାଧ୍ୟମ ପ୍ରତିନିଧିଙ୍କ ସିଏସଆଇଆର-ଆଇଏମଏମଟି ପରିଦର୍ଶନ

September 17, 2026

ଆଜି ହେଉଛି ସେପ୍ଟେମ୍ବର ୧୭ ତାରିଖ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ରହିଛି ଶୁଭ ଖବର

September 17, 2026

ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ: ଆକିବ୍ ଏବଂ ନମନ ଧୀରଙ୍କୁ ସୁଯୋଗ

September 16, 2026

ସମ୍ ଲାଇଫ୍‌ସାଇସେନ୍ସ ଓ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

September 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.