Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭୁବନେଶ୍ବର ଏକାମ୍ର ହାଟ ମୁକ୍ତାକାଶ ମଞ୍ଚରେ ଉଦଘାଟିତ ହେଲା ପିକକ୍ ଶିଶୁମେଳା
ବିଶେଷ ଖବର

ଭୁବନେଶ୍ବର ଏକାମ୍ର ହାଟ ମୁକ୍ତାକାଶ ମଞ୍ଚରେ ଉଦଘାଟିତ ହେଲା ପିକକ୍ ଶିଶୁମେଳା

November 14, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବର ଏକାମ୍ର ହାଟ ମୁକ୍ତାକାଶ ମଞ୍ଚ ୩୫ ତମ ପିକକ୍ ଶିଶୁମେଳା ଉଦଘାଟିତ   

ଭୁବନେଶ୍ଵର:  ଶିଶୁମାନେ ବହୁମୂଖୀ ପ୍ରତିଭାର ଅଧିକାରୀ। ସେମାନଙ୍କର ଏହି ପ୍ରତିଭାର ସଠିକ ବିକାଶ ପାଇଁ ସବୁ ସ୍ତରରେ ସେମାନଙ୍କୁ ପ୍ରୋତ୍ସାହନର ଅବଶ୍ୟକତା ରହିଛି ବୋଲି ୩୫ ତମ ପିକକ୍ ଶିଶୁମେଳାର ଉଦଘାଟନ ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଗୁରୁବାର ସନ୍ଧ୍ୟାରେ ଏକାମ୍ର ହାଟ ମୁକ୍ତାକାଶ ମଞ୍ଚରେ ରାଜ୍ୟର ଅଗ୍ରଣୀ ସ୍ଵଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍) ଦ୍ଵାରା ଆୟୋଜିତ ଶିଶୁମେଳାରେ ଉପସ୍ଥିତ ଅତିଥିମାନେ ପିଲାମାନଙ୍କୁ ଉତ୍ସାହିତ କରିବା ସହ ଶିଶୁମାନେ ନିଜର ଭବିଷ୍ୟତକୁ ସୁଦୃଢ କରିବା ନିମନ୍ତେ ମୁଳରୁ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଛନ୍ତି।

ପ୍ରତ୍ୟେକଟି ଶିଶୁର ବଞ୍ଚିବାର ଯେମିତି ଅଧିକାର ଅଛି ସେମିତି ପ୍ରତିଟି କ୍ଷେତ୍ରରେ ନିଜର ସ୍ଵପ୍ନକୁ ସାକାର କରିବା ନିମନ୍ତେ ପ୍ରଚେଷ୍ଟା ଜରିରଖିବା ଜରୁରୀ। ତେବେ ଅଭିଭାବକ ମାନେ ନିଜର ଆଶା ଅଭିଲାଷାକୁ ସାକାର କରିବା ପାଇଁ ପିଲାମାନଙ୍କ ଉପରେ ଚାପ ପକାଇବା ବଦଳରେ ସହଯୋଗର ହାତ ବଢାଇବା ଆବଶ୍ୟକ ବୋଲି ଅତିରିକ୍ତ ଶ୍ରମ କମିଶନର ଶ୍ରୀଯୁକ୍ତ ମଦନ ମୋହନ ପାଇକ୍ କହିଥିଲେ।

ଭୁବନେଶ୍ଵରର ମେୟର ସୁଲୋଚନା ଦାଶ ପିଲାମାନଙ୍କୁ ଉଦବୋଧନ ଦେଇ ଉତ୍ସାହିତ କରି କହିଥିଲେ ଯେ ପିଲାମାନେ ନିଜ ପାଠ ପଢିବା ସହିତ ତାଙ୍କ ଭିତରେ ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରିବା ପାଇଁ ସୁଯୋଗ ପାଇବା ଆବଶ୍ୟକ। ଅବସରପ୍ରାପ୍ତ ବରିଷ୍ଟ ପ୍ରସାଶକ ତଥା ପୂର୍ବତନ ଶ୍ରମ କମିଶନର ଅଶ୍ଵିନୀ କୁମାର ଦାସ, ଆଇଏ ଏସ,  କହିଲେ ଯେ ଭଲ ନାଗରିକ ହେବା ନିମନ୍ତେ ସମସ୍ତ ଶିଶୁ ନିଜର ସ୍ଵପ୍ନକୁ ପୁରଣ କରିବାକୁ  ଚେଷ୍ଟା କରନ୍ତୁ ବିଶିଷ୍ଟ ଓଡିଆ ଚଳଚିତ୍ର ଅଭିନେତ୍ରୀ ଅନୁ ଚୌଧୁରୀ ପିଲାମାନେ ନିଜର ସ୍ଵପ୍ନ କୁ ସାକାର କରିବା ପାଇଁ କାର୍ଯ୍ୟ କରିବା ଆବଶ୍ୟକ, ଅଭିନେତ୍ରୀ ଭୂମିକା ଦାସ ପିଲାମାନଙ୍କୁ ନିଜ ଭିତରର ପ୍ରତିଭାକୁ ଚିହ୍ନିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ଓ ଖେଳାଳି ଅଂଶିକା ରାଉତରାୟ ପିଲାମାନଙ୍କୁ  ନିଜର ମାନସିକ ଶକ୍ତିର ବୃଦ୍ଧି ପାଇଁ କିଛି ସମୟ ଖେଳିବା ଆବଶ୍ୟକ ବୋଲି କହିଥିଲେ।

ଓଡିଆ ଚଳଚିତ୍ରର ଶିଶୁ କଳାକାର ତଥା ପିକକ୍ ର ଗୁଡୱିଲ ଆମ୍ବାସାଡର  ସୁହାନା କର ଓ ତାପସ କୁମାର ସଢଙ୍ଗୀ, କହିଲେ ଆମେ ପିଲାମାନେ ଏକ ସୁସ୍ଥ ପୃଥିବୀ ଗଢିବା ନିମନ୍ତେ କଠିନ ପରିଶ୍ରମ କରିବା, ପାଠ ପଢିବା ଓ ସ୍ଵପ୍ନ ଦେଖିବା ଆବଶ୍ୟକ ।

ପିକକ୍ ଶିଶୁମେଳା କମିଟିର  ସଭାପତି  ତଥା ବରିଷ୍ଟ ସାମ୍ବାଦିକ ପ୍ରଦୋଶ ପଟ୍ଟନାୟକ ଉଦଘାଟନ ଉତ୍ସବରେ ଅଧକ୍ଷତା କରିଥିଲେ।  ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ନିଜ ବକ୍ତବ୍ୟରେ ପ୍ରତ୍ଯେକ ଶିଶୁ ଏକ ସୁରକ୍ଷିତ ଓ ଅନନ୍ଦମୟ ପରିବେଶ ଆବଶ୍ୟକ କରେ ଓ ସେମାନଙ୍କ ପାଇଁ ଏପରି ପରିବେଶ ସୃଷ୍ଟି କରିବା ଆମ ସମସ୍ତଙ୍କର ଦାୟିତ୍ଵ ଓ କର୍ତ୍ତବ୍ୟ। ପିକକ ଡ. ଅଧ୍ୟକ୍ଷା ମୀନାକ୍ଷୀ ପଣ୍ଡା, ନିଜ ବକ୍ତବ୍ୟରେ ପିଲମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପିଲାମାନଙ୍କ ସଫଳତା କାମନା କରିଥିଲେ।

ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ସ୍ଵାଗତ ଭାଷଣ ଦେଇଥିବା ବେଳେ  ପିକକ୍ ର କୋଷାଧକ୍ଷା ରତ୍ନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଲମ୍ପିୟାନ ଅନୁରାଧା ବିଶ୍ଵାଳ, ଓଡିଶା ସରକାରଙ୍କର ଶ୍ରମ ବିଭାଗର ବରିଷ୍ଟ ବୈଷୟିକ ପରାମର୍ଶଦାତା ଡଃ ଭକ୍ତ ବନ୍ଧୁ ଆଚାର୍ଯ୍ୟ, ରୋଟାରୀ କ୍ଲବ ଭୁବନେଶ୍ବର ୟୁନିକ ର ସମ୍ପାଦକ ଦେବିଦତ୍ତ ଦାସ, ଭୁବନେଶ୍ବର ର ଇନରହ୍ଵିଲ କ୍ଲବ ୩୪୦୪ ର ଅଧ୍ୟକ୍ଷା ପ୍ରତିମା ନଳିନୀ ପତି ପ୍ରମୁଖ ନିଜ ବକ୍ତବ୍ୟରେ ପିଲାମାନଙ୍କୁ ଶିଶୁ ଦିବସର ଶୁଭେଚ୍ଛା ଜଣେଇବା ସହିତ ସେମାନଙ୍କର ଭବିଷ୍ୟତର ଉନ୍ନତି ପାଇଁ କଠିନ ପରିଶ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମ କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ସଂସ୍କୃତି ବିଭାଗ ସହଯୋଗ କରିଥିଲେ।  ଏହି ଅବସରରେ ଦଶାବତାର ନାଟ୍ୟ  ଶାଳା, ଲକ୍ଷ୍ୟ ଡାନ୍ସ ଗୃପ୍, ଗଣ୍ଡମୁଣ୍ଡା ଉଚ୍ଚ ବିଦ୍ୟାଳୟ, ତପସ୍ୟା ଡାନ୍ସ ଗୃପ୍ ର  ଶିଶୁ କଳାକାର ମାନଙ୍କ ଦ୍ଵାରା ଆକର୍ଷଣୀୟ ସଂସ୍କୃତିକ କାର୍ଯ୍ୟକ୍ରମ ର ପରିଚାଳନା କରଯାଇଥିଲା। ପିକକ୍ ର ରତ୍ନା ଦାଶ, ଜ୍ୟୋତିଶଙ୍କର ମହାନ୍ତି, ସୁମିତ୍ରା ମହାନ୍ତି,  ଅଳ୍ପନା ଦାସ, ଉପମା ମହାନ୍ତି, ସୁମିତ୍ରା ମହାନ୍ତି, ପାଣୁ  ବେହେରା  ପ୍ରମୁଖ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ।  ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ସନ୍ଧ୍ୟାରେ ୨୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।

ଅନୁ ଚୌଧୁରୀ ପିକକ୍ ଶିଶୁମେଳା ମେୟର ସୁଲୋଚନା ଦାସ ସୁଲୋଚନା ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026
Latest News

ରେଳଭଡାରେ କୌଣସି ବ୍ୟବସାୟିକ ଗୋପନୀୟତା ନାହିଁ: ଅଶ୍ୱିନୀ ବୈଷ୍ଣବ

March 12, 2026

ତିରୁଚିରାପଲ୍ଲିରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

March 12, 2026

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026

କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀଙ୍କ ଦ୍ୱାରା ‘ଭାରତ ଟେକ୍ସ ୨୦୨୬’ ଶୁଭାରମ୍ଭ

March 12, 2026

ଏର୍ଣ୍ଣାକୁଲମ୍‌ରେ ୧୧ ହଜାର କୋଟିର ବିକାଶ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.