Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ନିବନ୍ଧ
ବିଶେଷ ଖବର

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ନିବନ୍ଧ

December 4, 2024No Comments5 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୱେବସାଇଟ୍‌- ‘ନରେନ୍ଦ୍ର ମୋଦୀ ଡଟ୍‌ ଇନ’ରେ ଏକ ନିବନ୍ଧ ଲେଖି ଦିବ୍ୟାଙ୍ଗଜନଙ୍କ ପ୍ରତି ରହିଥିବା ତାଙ୍କର ବିଚାର ବ୍ୟକ୍ତ କରିଛନ୍ତି। ଗତ ଏକ ଦଶନ୍ଧି ମଧ୍ୟରେ ଦିବ୍ୟାଙ୍ଗଜନଙ୍କ କଲ୍ୟାଣ ପାଇଁ ତାଙ୍କ ସରକାର ଗ୍ରହଣ କରିଥିବା ଏକାଧିକ ପଦକ୍ଷେପ ବିଷୟରେ ସେ ଏହି ନିବନ୍ଧରେ ଉଲ୍ଲେଖ କରିଛନ୍ତି।

ଶ୍ରୀ ମୋଦୀ ଲେଖିଛନ୍ତି, ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଦିବ୍ୟାଙ୍ଗଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ। ଏହି ଦିନଟି ଦିବ୍ୟାଙ୍ଗମାନଙ୍କ ସାହସ, ସଂକଳ୍ପ ଓ ସଫଳତାକୁ ସମ୍ମାନ ଜଣାଇବାର ଅବସର। ଭାରତ ପାଇଁ ଆଜିର ଦିନ ଅତ୍ୟନ୍ତ ପବିତ୍ର। ଦିବ୍ୟାଙ୍ଗଜନଙ୍କ ପ୍ରତି ସମ୍ମାନ ଭାରତୀୟ ସାଂସ୍କୃତିକ ମୂଲ୍ୟବୋଧ ସହ ଗଭୀର ଭାବରେ ଜଡ଼ିତ। ପ୍ରତ୍ୟେକଙ୍କ ଅନ୍ତର୍ନିହିତ ସାମର୍ଥ୍ୟକୁ ସମ୍ମାନ ଦେବା ଲାଗି ଆମ ଶାସ୍ତ୍ରରେ ଶିକ୍ଷା ଦିଆଯାଇଛି। ରାମାୟଣରେ କୁହାଯାଇଛି, ‘‘ସଂକଳ୍ପ ଓ ଉତ୍ସାହ ଥିବା ଲୋକଙ୍କ ପାଇଁ ଦୁନିଆରେ କିଛି ବି ଅସମ୍ଭବ ନୁହେଁ।’’ ଆଜି ଦେଶର ଦିବ୍ୟାଙ୍ଗଜନ ଏହି ଭାବନାର ଉଦାହରଣ ଦେଇ ଦେଶ ପାଇଁ ଶକ୍ତି ଓ ଗୌରବର ଉତ୍ସ ପାଲଟିଛନ୍ତି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତ ।

ଶ୍ରୀ ମୋଦୀ ତାଙ୍କ ନିବନ୍ଧରେ ଆହୁରି ଲେଖିଛନ୍ତି, ଚଳିତ ବର୍ଷ ସମ୍ବିଧାନର ୭୫ ବର୍ଷ ପୂର୍ତ୍ତି ପାଳନ କରାଯାଉଥିବାରୁ ଏହି ଅବସର ଅଧିକ ସ୍ୱତନ୍ତ୍ର। ଆମ ସମ୍ବିଧାନ ସମାନତା ପାଇଁ କାମ କରିବା ଏବଂ ଶେଷ ସୋପାନରେ ଥିବା ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାକୁ ପ୍ରେରଣା ଦେଇଛି । ସମ୍ବିଧାନରେ ଥିବା ମୂଲ୍ୟବୋଧରେ ଅନୁପ୍ରାଣିତ ହୋଇ ଗତ ୧୦ ବର୍ଷ ମଧ୍ୟରେ ଦିବ୍ୟାଙ୍ଗଜନଙ୍କ ପ୍ରଗତି ପାଇଁ ଏକ ମଜବୁତ ମୂଳଦୁଆ ପ୍ରତିଷ୍ଠା କରାଯାଇଛି । ଏହି ସମୟ ମଧ୍ୟରେ ଅନେକ ନୀତି ପ୍ରଣୟନ କରାଯାଇଛି ଏବଂ ସେମାନଙ୍କ କଲ୍ୟାଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି।

ଶ୍ରୀ ମୋଦୀ ଲେଖିଛନ୍ତି, ତାଙ୍କ ସରକାର ଅନ୍ତର୍ଭୁକ୍ତୀକରଣ, ସମ୍ବେଦନଶୀଳତା ଏବଂ ସର୍ବାଙ୍ଗୀଣ ବିକାଶ ପାଇଁ ପ୍ରତିବଦ୍ଧତାର ମୂଲ୍ୟବୋଧ ଦ୍ୱାରା ପରିଚାଳିତ ବୋଲି ଏସବୁ ନିଷ୍ପତ୍ତି ଦ୍ୱାରା ପ୍ରମାଣିତ ହୋଇଛି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ସାର୍ବଜନୀନ ଜୀବନ ଆରମ୍ଭରୁ ସେ ଦିବ୍ୟାଙ୍ଗଜନଙ୍କ ଜୀବନକୁ ସହଜ କରିବା ପାଇଁ ସର୍ବଦା ଚେଷ୍ଟା କରିଆସିଛନ୍ତି । ପ୍ରଧାନମନ୍ତ୍ରୀ ହେବା ପରେ ସେ ଏହି ସେବା ଭାବନାକୁ ଏକ ଜାତୀୟ ମିଶନରେ ପରିଣତ କରିବା ପାଇଁ କାମ କରିଛନ୍ତି। ୨୦୧୪ରେ ତାଙ୍କ ସରକାରର ପ୍ରଥମ କାମ ଥିଲା ‘ବିକଳାଙ୍ଗ’ ଶବ୍ଦ ବଦଳରେ ‘ଦିବ୍ୟାଙ୍ଗ’ ଶବ୍ଦ ବ୍ୟବହାର କରିବା । ଏହା କେବଳ ପରିଭାଷାରେ ପରିବର୍ତ୍ତନ ନୁହେଁ; ଏହା ସେମାନଙ୍କ ସମ୍ମାନ ସୁନିଶ୍ଚିତ କରିଥିଲା ଏବଂ ସେମାନଙ୍କ ଅବଦାନକୁ ସ୍ୱୀକୃତି ଦେଇଥିଲା । ଏହି ନିଷ୍ପତ୍ତି ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ସରକାର ଏକ ସମାବେଶୀ ପରିବେଶର ପରିକଳ୍ପନା କରୁଛନ୍ତି ଯେଉଁଠାରେ ଶାରୀରିକ ଆହ୍ୱାନ ପ୍ରତିବନ୍ଧକ ହୋଇନଥାଏ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେମାନଙ୍କ ପ୍ରତିଭା ଅନୁଯାୟୀ ରାଷ୍ଟ୍ର ନିର୍ମାଣରେ ଯୋଗଦାନ କରିବା ପାଇଁ ଯୋଗ୍ୟ ସମ୍ମାନ ଓ ସୁଯୋଗ ପ୍ରଦାନ କରାଯାଏ ।

ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ପ୍ରତିବର୍ଷ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ଉପଲକ୍ଷେ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ୯ ବର୍ଷ ପୂର୍ବେ ଆଜିର ଦିନରେ ସୁଗମ୍ୟ ଭାରତ ଅଭିଯାନ ଆରମ୍ଭ କରାଯାଇଥିଲା । କିଛି ବର୍ଷ ଧରି, ଏହି ପଦକ୍ଷେପ ଦିବ୍ୟାଙ୍ଗଜନଙ୍କୁ ଯେପରି ସଶକ୍ତ କରିଛି ତାହା ଅତ୍ୟନ୍ତ ସନ୍ତୋଷର ବିଷୟ । ୧୪୦ କୋଟି ଭାରତୀୟଙ୍କ ସଂକଳ୍ପ ବଳରେ ଏହି ପଦକ୍ଷେପ ଏକ ଅଧିକ ସମାବେଶୀ ଭାରତ ପାଇଁ ପଥ ପ୍ରଶସ୍ତ କରିଛି । ପୂର୍ବ ସରକାରଙ୍କ ନୀତି ଅନେକ ସମୟରେ ଦିବ୍ୟାଙ୍ଗଜନଙ୍କୁ ସରକାରୀ ଚାକିରି ଓ ଉଚ୍ଚଶିକ୍ଷାର ସୁଯୋଗ ପାଇବାରେ ପଛରେ ପକାଇଦେଇଥିଲା । ତାଙ୍କ ସରକାର ସେହି ସ୍ଥିତି ବଦଳାଇ ଦେଇଥିଲା ବୋଲି ପ୍ରଧାନମନ୍ତ୍ରୀ ଲେଖିଛନ୍ତି । ସେ ଦର୍ଶାଇଛନ୍ତି ଯେ, ସଂରକ୍ଷଣ ନୀତିରେ ସଂସ୍କାର ଅଣାଯାଇଛି ଏବଂ ଗତ ୧୦ ବର୍ଷ ମଧ୍ୟରେ ଦିବ୍ୟାଙ୍ଗଜନଙ୍କ କଲ୍ୟାଣ ପାଇଁ ଖର୍ଚ୍ଚକୁ ତିନି ଗୁଣ ବୃଦ୍ଧି କରାଯାଇଛି, ଯାହା ସେମାନଙ୍କ ଆବଶ୍ୟକତା ପୂରଣ ଏବଂ ସେମାନଙ୍କ ଲାଗି ନୂତନ ସୁଯୋଗ ଖୋଲିବା ନିମନ୍ତେ ସରକାରଙ୍କ ଗଭୀର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଏହି ନିଷ୍ପତ୍ତି ଦିବ୍ୟାଙ୍ଗଜନଙ୍କ ପାଇଁ ସୁଯୋଗ ଓ ପ୍ରଗତିର ନୂଆ ମାର୍ଗ ଖୋଲିଛି। ଦେଶର ଦିବ୍ୟାଙ୍ଗ ସାଥୀମାନେ ରାଷ୍ଟ୍ର ନିର୍ମାଣରେ ଉତ୍ସର୍ଗୀକୃତ ଅଂଶୀଦାର ଭାବରେ ଗର୍ବର ସହ ଯୋଗଦାନ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କ ନିବନ୍ଧରେ ଲେଖିଛନ୍ତି, ଭାରତରେ ଯୁବ ଦିବ୍ୟାଙ୍ଗଜନଙ୍କ ବିପୁଳ ସମ୍ଭାବନାକୁ ସେ ବ୍ୟକ୍ତିଗତ ଭାବେ ଅନୁଭବ କରିଛନ୍ତି । ପାରାଲିମ୍ପିକ୍ସରେ ଆମ ଖେଳାଳୀମାନେ ଦେଶକୁ ଯେଉଁ ସମ୍ମାନ ଦେଇଛନ୍ତି ତାହା ଏହି ଅବିଶ୍ୱସନୀୟ ଶକ୍ତିକୁ ପ୍ରତିଫଳିତ କରୁଛି। ଏହି ଶକ୍ତିକୁ ଦେଶର ପ୍ରଗତିରେ ପ୍ରୋତ୍ସାହିତ କରିବା ପାଇଁ ଦିବ୍ୟାଙ୍ଗ ବନ୍ଧୁମାନଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସହିତ ଯୋଡ଼ାଯାଇଛି, ଯାହା ଭାରତର ଅଭିବୃଦ୍ଧିରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେବାର ସାମର୍ଥ୍ୟକୁ ସାହାଯ୍ୟ କରୁଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କେବଳ ସରକାରୀ ପଦକ୍ଷେପ ନୁହେଁ, ବରଂ ଦିବ୍ୟାଙ୍ଗଜନଙ୍କ ଆତ୍ମବିଶ୍ୱାସ ବଢ଼ାଇଛି । ଏହା ସେମାନଙ୍କୁ ଆତ୍ମନିର୍ଭରଶୀଳତାର ଭାବନା ସହିତ ସଶକ୍ତ କରିଛି ଏବଂ ରୋଜଗାର ଖୋଜିବା ଓ ସମ୍ମାନର ସହ ସେମାନଙ୍କ ଜୀବନକୁ ଗଢି ତୋଳିବା ପାଇଁ ସଶକ୍ତ କରିଛି । ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ତାଙ୍କ ସରକାରଙ୍କ ମୂଳ ନୀତି ହେଉଛି ଦିବ୍ୟାଙ୍ଗ ଭାଇ ଭଉଣୀମାନଙ୍କ ଜୀବନ ଯେପରି ଅଧିକ ସହଜ, ସୁବିଧାଜନକ ଏବଂ ସମ୍ମାନଜନକ ହେବ ତାହା ସୁନିଶ୍ଚିତ କରିବା। ଏହି ଭାବନାରେ ଭିନ୍ନକ୍ଷମ ଆଇନ କାର୍ଯ୍ୟକାରୀ କରାଯାଇଛି । ଏହି ଐତିହାସିକ ଆଇନ ଭିନ୍ନକ୍ଷମଙ୍କ ସଂଜ୍ଞାକୁ ୭ରୁ ୨୧ ବର୍ଗକୁ ବିସ୍ତାର କରିଛି । ପ୍ରଥମ ଥର ପାଇଁ ଏସିଡ୍ ଆକ୍ରମଣ ପୀଡ଼ିତାଙ୍କୁ ମଧ୍ୟ ଏହାର ପରିସରଭୁକ୍ତ କରାଯାଇଛି। ଆଜି ଏହି ଆଇନ ଦିବ୍ୟାଙ୍ଗଜନଙ୍କୁ ଅଧିକ ଆତ୍ମନିର୍ଭରଶୀଳ ଓ ସଶକ୍ତ ଜୀବନଯାପନ ପାଇଁ ଏକ ଶକ୍ତିଶାଳୀ ଅସ୍ତ୍ର ପ୍ରଦାନ କରିଛି।

ଶ୍ରୀ ମୋଦୀ ଦର୍ଶାଇଛନ୍ତି, ଏହି ଆଇନଗୁଡ଼ିକ ଦିବ୍ୟାଙ୍ଗଜନଙ୍କ ପ୍ରତି ସାମାଜିକ ଧାରଣାକୁ ମଧ୍ୟ ବଦଳାଇ ଦେଇଛି। ଆଜି ଦିବ୍ୟାଙ୍ଗ ଭାଇଭଉଣୀମାନେ ଏକ ସମୃଦ୍ଧ ଭାରତର ବିକାଶରେ ସମ୍ପୂର୍ଣ୍ଣ ଯୋଗଦାନ କରୁଛନ୍ତି । ସମାଜରେ ପ୍ରତ୍ୟେକ ବ୍ୟକ୍ତିଙ୍କର ଅନନ୍ୟ ପ୍ରତିଭା ରହିଛି; କେବଳ ସେମାନଙ୍କୁ ଲୋକଲୋଚନକୁ ଆଣିବା ଆବଶ୍ୟକ ବୋଲି ଆମ ଶାସ୍ତ୍ରରେ କୁହାଯାଇଛି । ଦିବ୍ୟାଙ୍ଗ ବନ୍ଧୁମାନଙ୍କର ଉଲ୍ଲେଖନୀୟ ଦକ୍ଷତା ଉପରେ ବିଶ୍ୱାସ ରଖି ଗତ ଏକ ଦଶନ୍ଧି ମଧ୍ୟରେ ଅନେକ ପଦକ୍ଷେପ ନିଆଯାଇଛି । ସେମାନଙ୍କ ସଫଳତା ସମାଜର ଆକାଂକ୍ଷାକୁ ନୂଆ ରୂପ ଏବଂ ନୂତନ ଦିଗ ଦେବା ଆନନ୍ଦର ବିଷୟ ବୋଲି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ।

ପାରା ଅଲିମ୍ପିକ୍ସ ପଦକ ଜିତି ଖେଳାଳୀମାନେ ଯେତେବେଳେ ତାଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ବାସଭବନକୁ ଆସିଥିଲେ, ତାହା ତାଙ୍କୁ ଗର୍ବରେ ଭରି ଦେଇଥିଲା ବୋଲି ଶ୍ରୀ ମୋଦୀ ଲେଖିଛନ୍ତି । ସେ ଦର୍ଶାଇଛନ୍ତି ଯେ, ପ୍ରତି ଥର ମନ କୀ ବାତରେ ଦିବ୍ୟାଙ୍ଗ ଭାଇ ଓ ଭଉଣୀଙ୍କ ପ୍ରେରଣାଦାୟୀ କାହାଣୀ ବାଣ୍ଟିବା ବେଳେ ସେ ଖୁସିରେ ଭାବବିହ୍ୱଳ ହୋଇପଡ଼ନ୍ତି। ଶିକ୍ଷା ହେଉ, କ୍ରୀଡ଼ା ହେଉ ବା ଷ୍ଟାର୍ଟଅପ୍, ସେମାନେ ପ୍ରତିବନ୍ଧକକୁ ଭାଙ୍ଗି ନୂଆ ଉଚ୍ଚତାରେ ପହଞ୍ଚୁଛନ୍ତି ଏବଂ ଦେଶର ବିକାଶରେ ସକ୍ରିୟ ଭାବେ ଯୋଗଦାନ କରୁଛନ୍ତି। ‘‘୨୦୪୭ରେ ଯେତେବେଳେ ଆମେ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବୁ, ସେତେବେଳେ ଆମ ଦିବ୍ୟାଙ୍ଗଜନ ସମଗ୍ର ବିଶ୍ୱ ପାଇଁ ପ୍ରେରଣାର ଉତ୍ସ ଭାବେ ଠିଆ ହେବେ,’’ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ନିବନ୍ଧ ଶେଷରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଗଠନର ସଂକଳ୍ପ ନେଇ ଏପରି ଏକ ସମାଜ ଗଠନ ପାଇଁ ଆହ୍ୱାନ ଦେଇଛନ୍ତି ଯେଉଁଥିରେ କୌଣସି ସ୍ୱପ୍ନ ଓ ଲକ୍ଷ୍ୟ ହାସଲ କରିବା ଅସମ୍ଭବ ହେବ ନାହିଁ । ଏଭଳି ଦୃଢ଼ସଂକଳ୍ପ ଏକ ସମାବେଶୀ ଓ ବିକଶିତ ଭାରତ ନିର୍ମାଣ କରିପାରିବ। ଏହି ଲକ୍ଷ୍ୟ ହାସଲ କରିବାରେ ଦିବ୍ୟାଙ୍ଗ ଭାଇ ଓ ଭଉଣୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଶ୍ରୀ ମୋଦୀ ଲେଖିଛନ୍ତି।

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026

ଆଜି ରୂପା ମୂଲ୍ୟ ୧୭,୦୦୦ କୁ ହ୍ରାସ

February 2, 2026
Latest News

ଇଗ୍ନୋର ନାମଲେଖା ଓ ପୁନଃପଞ୍ଜୀକରଣ ଅବଧି ୧୫ ଫେବୃଆରୀ ପର୍ଯ୍ୟନ୍ତ ବୃଦ୍ଧି

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026

ଓଡ଼ିଶା ଗସ୍ତରେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି ଦଳ: ପିଆଇବି ଏଡିଜିଙ୍କ ସହ କଲେ ମତବିନିମୟ

February 2, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ କଲେ ସ୍ବାଗତ

February 2, 2026

ଆଜି ରୂପା ମୂଲ୍ୟ ୧୭,୦୦୦ କୁ ହ୍ରାସ

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.