Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବେଦାନ୍ତ କଂପାନୀର ବେଆଇନି ପାଉଁଶକୁ ନେଇ ବିଧାନସଭାରେ ସରକାରଙ୍କୁ ଘେରିଲା କଂଗ୍ରେସ
ବିଶେଷ ଖବର

ବେଦାନ୍ତ କଂପାନୀର ବେଆଇନି ପାଉଁଶକୁ ନେଇ ବିଧାନସଭାରେ ସରକାରଙ୍କୁ ଘେରିଲା କଂଗ୍ରେସ

December 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବେଦାନ୍ତ କଂପାନୀର ବେଆଇନି ପାଉଁଶକୁ ନେଇ ବିଧାନସଭାରେ ସରକାରଙ୍କୁ ଘେରିଲା କଂଗ୍ରେସ

ଭୁବନେଶ୍ବର: ଶେଷରେ ବେଦାନ୍ତର ମନମୁଖୀ ପାଉଁଶ ପରିବହନକୁ ନେଇ ବିଧାନସଭାରେ ଉଠିଛି ପ୍ରଶ୍ନ। ବେଦାନ୍ତ କଂପାନୀ ବେଆଇନି ଭାବେ ପାଉଁଶ ଫିଙ୍ଗିଥିବା ବେଳେ ସରକାର କାହିଁକି ଆଖିବୁଜି ବସିଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଏପରିକି ସରକାରଙ୍କ ବେଦାନ୍ତ ପ୍ରତି ଏପରି ଦୟା କାହିଁକି ବୋଲି କଂଗ୍ରେସ ଗୃହରେ ପ୍ରକାଶ କରିଛି।

ଓଡିଶା ବିଧାନସଭାର ଶୀତକାଳିନ ଅଧିବେସନର ସପ୍ତମ ଦିନରେ ଏହି ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ ସି ଏସ ରାଜନ ଏକ୍କା। ସେ କହିଛନ୍ତି ଯେ, ବେଦାନ୍ତର ଝାରସୁଗୁଡା କଂପାନୀ ମନଇଚ୍ଛା ପାଉଁଶ ବିଭିନ୍ନ ଚଳପ୍ରଚଳ ସ୍ଥାନରେ ପକାଉଛି। ଏପରିକି ଝାରସୁଗୁଡା ଜଙ୍ଗଲ ଭିତରେ ପାଉଁଶର ପାହଡ ସୃଷ୍ଟି କରିଛି। ଏ କଥା ସରକାର ଜାଣିଥିଲେ ମଧ୍ୟ କାହିଁକି ଚୁପ ରହିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, ବେଦାନ୍ତର ଏପରି ପାଉଁଶ ପରିଚାଳନା ନେଇ ପ୍ରଦୂଷଣ ବୋର୍ଡ ତାଙ୍କୁ ଜରିମାନା ମଧ୍ୟ କରିଛି। ହେଲେ କଂପାନୀ ସେହି ଜରିମାନା ପଇସା ଏପର୍ଯ୍ୟନ୍ତ ପ୍ରଦାନ କରୁ ନାହିଁ କି ତା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉ ନାହିଁ। ଝାରସୁଗୁଡା ସମ୍ବଲପୁର ଏବଂ ସୁନ୍ଦରଗଡ ଅଞ୍ଚଳରେ ପରିବେଶ ପ୍ରଦୂଷଣ କରୁଛି ବୋଲି ଜରିମାନା କରାଯାଇଛି। ହେଲେ ବେଦାନ୍ତ କଂପାନୀ କିଛି ପଇସା ଦେଇ ଏବେ ଚୁପ ବସିଛି।

ବେଦାନ୍ତ କଂପାନୀର ପାଉଁଶ ପରିବହନ ନେଇ ପୂର୍ବରୁ ବାରମ୍ବାର ବିରୋଧ କରାଯାଇ ଆସୁଛି। ହେଲେ କଂପାନୀ ବିରୋଧରେ ସରକାର କିଛି ପଦକ୍ଷେପ ଗ୍ରହଣ କରୁ ନାହାଁନ୍ତି। ବେଦାନ୍ତ ଝାରସୁଗୁଡା କଂପାନୀରୁ ଯେଉଁ ପରିମାଣର ପାଉଁଶ ଉତ୍ପନ ହେଉଛି ତାହାକୁ କଂପାନୀ ନିୟମ ଅନୁସାରେ ଯେପରି ପରିବହନ କରିବା କଥା ତାହା କରୁ ନାହିଁ। ଫଳରେ କଂପାନୀ ବିରୋଧରେ ସେଠାରେ ଜନ ଅସନ୍ତୋଷ ବଢିବାରେ ଲାଗିଛି।

ଏପରିକି ବେଦାନ୍ତ କଂପାନୀର ଫର୍ନେସରୁ ଯେଉଁ ଧୂଆଁ ନିର୍ଗତ ହେଉଛି ତାହା ମଧ୍ୟ ସ୍ଥାନୀୟ ଅଞ୍ଚଳରେ ପ୍ରଦୂଷଣ ସୃଷ୍ଟି କରିବାରେ ଲାଗିଛି। ସେହି ପାଉଁଶ ଉଡି କିଛି କିଲୋମିଟର ପର୍ଯ୍ୟନ୍ତ ପରିବେଶ ପ୍ରଦୂଷଣ କରିବାରେ ଲାଗିଛି। ଘର ଏବଂ ଗଛପତ୍ରରେ ପାଉଁଶ ଲାଗିରହୁଛି। ଏହା ପରିବେଶ ପ୍ରତି ବଡ ବିପଦ ହୋଇଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନାହାଁନ୍ତି।

ତେବେ ବେଦାନ୍ତ କଂପାନୀର ଏପରି ବେଫିକର ନିତିକୁ ନେଇ ରାଜନୈତିକ ମହଲରେ ପ୍ରବଳ ଅସନ୍ତୋଷ ମଧ୍ୟ ସୃଷ୍ଟି ହୋଇଛି। ଏପରିକି ସରକାରୀ ଦଳର ଅନେକ ବିଧାୟକ ଓ ସାଂସଦ ବେଦାନ୍ତର ଏପରି କାର୍ଯ୍ୟକୁ ବିରୋଧ କରିବାରେ ଲାଗିଛନ୍ତି। ସେମାନେ କେନ୍ଦ୍ର ସରକାରଙ୍କ ଚିଠି ମଧ୍ୟ ଲେଖିଛନ୍ତି। ବେଦାନ୍ତ କଂପାନୀର ଏପରି ଜବିରୋଧୀ କାର୍ଯ୍ୟକୁ ନେଇ ଆଗାମୀ ଦିନରେ ଏକ ବଡ ଆନ୍ଦୋଳନ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଲାଣି।

ବେଦାନ୍ତ କଂପାନୀ ବେଦାନ୍ତ ଝାରସୁଗୁଡା ବେଦାନ୍ତ ପାଉଁଶ
Share. Facebook Twitter LinkedIn Email WhatsApp Copy Link

Related Posts

କମିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ ରହିଛି ଆଜିର ଦର?

February 16, 2026

ମ୍ୟାଚ୍ କେହି “ଜିତାଇ” ନାହାଁନ୍ତି, ବରଂ….: ପାକିସ୍ତାନକୁ ପରାସ୍ତ କରିବା ପରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବଡ଼ ବିବୃତ୍ତି

February 16, 2026

ଆଜି ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

February 16, 2026

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପରିବହନ ପ୍ରକଳ୍ପର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

February 16, 2026
Latest News

କମିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ ରହିଛି ଆଜିର ଦର?

February 16, 2026

ମ୍ୟାଚ୍ କେହି “ଜିତାଇ” ନାହାଁନ୍ତି, ବରଂ….: ପାକିସ୍ତାନକୁ ପରାସ୍ତ କରିବା ପରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବଡ଼ ବିବୃତ୍ତି

February 16, 2026

ଆଜି ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

February 16, 2026

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପରିବହନ ପ୍ରକଳ୍ପର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

February 16, 2026

ତୃତୀୟ ଆନ୍ତଃ ଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

February 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.