Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡିଶାବାସୀ ଏ ମିଛୁଆ ସରକାରର ଅସଲି ଚେହେରା ଖୁବ ଶୀଘ୍ର ଖୋଲିଦେଵେ: ନବୀନ ପଟ୍ଟନାୟକ
ବିଶେଷ ଖବର

ଓଡିଶାବାସୀ ଏ ମିଛୁଆ ସରକାରର ଅସଲି ଚେହେରା ଖୁବ ଶୀଘ୍ର ଖୋଲିଦେଵେ: ନବୀନ ପଟ୍ଟନାୟକ

January 6, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ବିଜେଡି ର ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ରାଜ୍ୟ ସରକାର ବିରୋଧରେ ବିଜେଡ଼ି ଏହି ବିକ୍ଷୋଭ ପ୍ରଦର୍ଶନ କରୁଛି। ଦର ଵୃଦ୍ଧି, ଜିଏସଟି ମାଡ, ଚାଷୀ ପ୍ରସଙ୍ଗ ପ୍ରମୁଖ ପ୍ରସଙ୍ଗ ଉପରେ ରାଜ୍ୟ ସରକାରକୁ ଆଜି ବିଜେଡ଼ି ପକ୍ଷରୁ ଭୁବନେଶ୍ଵରରେ ପ୍ରତିବାଦ କରାଯାଉଛି।

ଏହି ଅବସରରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ମୋହନ ସରକାରକୁ କଡା ସମାଲୋଚନ କରିଛନ୍ତି। ଜୟ ଜଗନ୍ନାଥ ଓ ସମସ୍ତଙ୍କୁ ନମସ୍କାର ଏବଂ ଜୁହାର ଜଣାଇ ନବୀନ ପଟ୍ଟନାୟକ ନିଜର ଅଭିଭାଷଣ ରଖିଛନ୍ତି।

ନବୀନ କହିଛନ୍ତି ଯେ, ଦର ଵୃଦ୍ଧି ବିରୁଦ୍ଧରେ ବିଜେଡି ଡାକରାରେ ଆପଣ ମାନେ ସାରା ଓଡିଶା ରୁ ଏତେ ଶୀତରେ ଭୁବନେଶ୍ୱର ଆସିଛନ୍ତି। ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ। ଜୁନ ମାସରେ ବିଜେପି ସରକାର ଗଠନ ହେଲା। ସାତ ମାସ ହୋଇଗଲା। ହଁ କେବଳ ଲମ୍ବା ଲମ୍ବା ଭାଷଣ ଆମେ ଏବେ ଶୁଣୁଛୁ। କିନ୍ତୁ କାମ ଶୂନ। ଦରଦାମ ବଢ଼ି ବଢ଼ି ଚାଲିଛି। କିନ୍ତୁ ସରକାର କିଛି ପଦକ୍ଷେପ ନାହିଁ।

ଏ ସରକାର ଲୋକଙ୍କ ସରକାର ବୋଲି ଦାବୀ କରୁଛି। କିନ୍ତୁ ଲୋକଙ୍କ ସୁଖ ଦୁଃଖ ସହ ଏ ସରକାରର ସମ୍ପର୍କ ଥିବା ପରି ଜଣା ପଡ଼ୁ ନାହିଁ। ଡାଲି କୁହନ୍ତୁ, ତେଲ କୁହନ୍ତୁ, ପରିବା କଥା କୁହନ୍ତୁ, ଗ୍ରୋସରୀ ଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ସବୁ ନିତ୍ୟ ବ୍ୟବହାର୍ଯ୍ୟର ଦର ଏବେ ଆକାଶ ଛୁଆଁ। ମାର୍କେଟ ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ। ଆଇ ମା କାହାଣୀ କହି ସରକାର ଖୁସି ମନାଉଛନ୍ତି। ସାଧାରଣ ଲୋକଙ୍କ ପାଇଁ ବଞ୍ଚିବା କଷ୍ଟ ହୋଇ ଗଲାଣି। ଅଦିନିଆ ବର୍ଷା, ଫସଲ ହାନି, ପୁଣି ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛି। ବୋଝ ଉପରେ, ଏହା ନଳିତା ବିଡା ପରି ହୋଇଛି। କିନ୍ତୁ ନେତାଙ୍କ ସମୟ ନିଜ ପ୍ରଚାରରେ ବିତୁଛି। ହାଟ ବଜ଼ାରରେ ଲୋକ ପ୍ରତିଦିନ ଅଶାନ୍ତି,ମା ମାନେ କାନ୍ଦୁଛନ୍ତି, ଚାଷୀ କାନ୍ଦୁଛନ୍ତି। କିନ୍ତୁ ଏ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି।

ଶ୍ରୀ ପଟ୍ଟନାୟକ ଆହୁରୀ କହିଛନ୍ତି ଯେ, ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ ଏ ସରକାର କ୍ଷମତାକୁ ଆସିଛି। ବିଜେଡି ଠାରୁ କମ ଭୋଟ ପାଇ ଏ ସରକାର କ୍ଷମତାକୁ ଆସିଛି। ଡବଲ ଇଞ୍ଜିନ ସରକାରର ଡବଲ ମାଡ। ଏପଟେ ଦରବୃଦ୍ଧି ମାଡ, ସେପଟେ GST ମାଡ଼। ସବୁ ଜିନିଷ ରେ GST। ଗରିବ ଲୋକ ବେଶୀ GST ଦେଉଛନ୍ତି।

ନବୀନ କହିଛନ୍ତି ଯେ, ବିଜେପି ସରକାର ଟ୍ରେଲରରେ ଗୋଲାପୀ ଚିତ୍ର ଦେଖାଇଲେ, କିନ୍ତୁ ଚଳଚ୍ଚିତ୍ର ମୁକ୍ତିଲାଭ କଲା। ହେଲେ MM ସରକାର ମହଙ୍ଗା ମାଡ ସରକାର, ମାହାଙ୍ଗା ମାଡ଼ ସରକାର। ସାଢେ ଚାରି କୋଟି ଓଡ଼ିଆଙ୍କ ପ୍ରତିବାଦ ହିଁ ସରକାର ଙ୍କ ଅସଲ ଚେହେରା ଖୋଲିଦେବ।

ଦରବୃଦ୍ଧି ନବୀନ ପଟ୍ଟନାୟକ ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

ଭଣଜା ଆଖି ଆଗରେ ମାମୁଙ୍କୁ ଗୁଳି, ସାମାନ୍ୟ ବଚସାରୁ କଣ୍ଟାମାଳରେ ଘଟିଲା ସାଂଘାତିକ ଘଟଣା

September 29, 2026

ଭିଜିଲାନ୍ସ ଜାଲରେ କାରଖାନା ଓ ବଏଲର ବିଭାଗ ସହକାରୀ ନିର୍ଦ୍ଦେଶକ: ଏକକାଳୀନ ୭ଟି ଠିକଣାରେ ଚଢ଼ଉ

September 29, 2026

କେନ୍ଦୁଝରରେ ଚାଞ୍ଚଲ୍ୟ: ଜନସେବା କେନ୍ଦ୍ର ମାଲିକଙ୍କୁ ଗୁଳି କରି ନିର୍ମମ ହତ୍ୟା, ଲୁଟି ନେଲେ ଟଙ୍କା ବ୍ୟାଗ୍

September 29, 2026

ୟୁପି ରାଜ୍ୟସଭା ନିର୍ବାଚନ: ୧୦ମ ଆସନ ପାଇଁ ଜୋରଦାର ଲଢ଼େଇ; ଜାଣନ୍ତୁ କ୍ରସ୍-ଭୋଟିଂ ଓ ସଂଖ୍ୟାର ପୂର୍ଣ୍ଣ ହିସାବ

September 29, 2026
Latest News

ସୁନା ଏବଂ ରୂପା ମୂଲ୍ୟରେ ବଡ଼ ହ୍ରାସ: ଯାଞ୍ଚ କରନ୍ତୁ ଆଜିର ଦର

September 29, 2026

ଭଣଜା ଆଖି ଆଗରେ ମାମୁଙ୍କୁ ଗୁଳି, ସାମାନ୍ୟ ବଚସାରୁ କଣ୍ଟାମାଳରେ ଘଟିଲା ସାଂଘାତିକ ଘଟଣା

September 29, 2026

ପ୍ରତ୍ୟେକ UPI ପେମେଣ୍ଟରୁ ସରକାର କେତେ ରୋଜଗାର କରନ୍ତି? ଜାଣନ୍ତୁ MDR ଓ ଏହାର ସମ୍ପୂର୍ଣ୍ଣ ଆର୍ଥିକ ହିସାବ

September 29, 2026

CEC ଜ୍ଞାନେଶ କୁମାର ଓ SIR କୁ ନେଇ ଦେଶରେ ଉତ୍ତାପ: ବିରୋଧୀଙ୍କ ଆକ୍ରମଣ ଭିତରେ ବିଜେପି-ଜେଡିୟୁର ପଲଟା ଜବାବ

September 29, 2026

ଭିଜିଲାନ୍ସ ଜାଲରେ କାରଖାନା ଓ ବଏଲର ବିଭାଗ ସହକାରୀ ନିର୍ଦ୍ଦେଶକ: ଏକକାଳୀନ ୭ଟି ଠିକଣାରେ ଚଢ଼ଉ

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.