Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପାଟକୁରାରେ ବିଜୟ ମହାପାତ୍ରଙ୍କ ପରାଜୟ ଲାଗି ବିଜେଡି ଓ ବିଜେପି ଭିତରେ ହୋଇଛି କି କିଛି ଗୋପନ “ଡିଲ” ?
ବିଶେଷ ଖବର

ପାଟକୁରାରେ ବିଜୟ ମହାପାତ୍ରଙ୍କ ପରାଜୟ ଲାଗି ବିଜେଡି ଓ ବିଜେପି ଭିତରେ ହୋଇଛି କି କିଛି ଗୋପନ “ଡିଲ” ?

July 12, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବିଜୟଙ୍କ ପରାଜୟ ଲାଗି ବିଜେଡି ଓ ବିଜେପି ଭିତରେ ଗୋପନ "ଡିଲ"
ବିଜୟଙ୍କ ପରାଜୟ ଲାଗି ବିଜେଡି ଓ ବିଜେପି ଭିତରେ ଗୋପନ "ଡିଲ"

ସମୀକ୍ଷା ବ୍ୟୁରୋ

ପାଟକୁରା ଉପ ନିର୍ବାଚନ କେବଳ ଏକ ପ୍ରହେଳିକା ମାତ୍ର। ସେଠାରେ ବିଜେପି ପ୍ର୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ହରାଇବା ଲାଗି ଉଭୟ ବିଜେଡି ଓ ବିଜେପି ଚାହୁଁ ଥିବାରୁ, ନିର୍ବାଚନ ପୂର୍ବବର୍ତ୍ତୀ ଉଷ୍ମତା ଏବେ ଦେଖିବାକୁ ମିଳୁନାହିଁ। ବିଜେଡି ନିଜ ପ୍ରଚାର ଅଭିଯାନରେ କେବଳ ବିଜୟ ମହାପାତ୍ରଙ୍କୁ ଲକ୍ଷ୍ୟ କରି ବିରୋଧ ପ୍ରକଟ କରୁଥିବା ବେଳେ ବିଜେପି ଦଳ ଓ ଏହାର ନେତା ନରେନ୍ଦ୍ର ମୋଦୀଙ୍କ ବିରୋଧରେ କିଛି ନ କହିବାକୁ ଏକ ପ୍ରକାର ଅଘୋଷିତ ନିଷ୍ପତ୍ତି ନେଇଛି। ସେହିପରି ବିଜେପି ଦଳର ତୁଙ୍ଗ ନେତାମାନେ ନବୀନ ପଟ୍ଟନାୟକଙ୍କ ବିରୋଧରେ କିଛି କହିବାକୁ ଚାହୁଁ ନାହାନ୍ତି। ବିଜୟଙ୍କ ପ୍ରଭାବ ହିଁ ବିଜେଡ଼ିକୁ ହରାଇବାକୁ ଯଥେଷ୍ଟ ବୋଲି କହି ବିଜେପି ନିଜକୁ ପାଟକୁରା ଅଭିଯାନରେ କୂଟନୈତିକ ଭାବରେ ଦୂରେଇ ରଖିଛି। ୨୦୧୮ ବିଜେପୁର ଉପ ନିର୍ବାଚନରେ ବିଜେପି ନିଜର ସବୁ କଳ ବଳ କୌଶଳ ଖଟାଇ ଜିଣିବାକୁ ଉଦ୍ୟମ କରିଥିଲା। ବିଜେପୁରରେ ବିଜେପି ଓ ବିଜେଡି ଭିତରେ ଚରମ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହା ମଇ ୨୦୧୯ ସାଧାରଣ ନିର୍ବାଚନ ସରିବା ପର୍ୟନ୍ତ ବଳବତ୍ତର ରହିଥିଲା। ନିର୍ବାଚନ ସମୟରେ ପାଟକୁରାର ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲାଙ୍କ ଦେହାନ୍ତ ଘଟଣାକୁ ରାଜନୈତିକ ରଙ୍ଗ ଦେବାକୁ ବିଜେପି ପଛାଇନଥିଲା। ସାଧାରଣ ନିର୍ବାଚନର ଅନ୍ତିମ ଚରଣ ଅର୍ଥାତ ମଇ ୧୯ରେ ପାଟକୁରା ନିର୍ବାଚନ ସାରିବାକୁ ସେତେବେଳେ ବିଜେପି ବେଶ ତତ୍ପରତାର ସହ ଉଦ୍ୟମ କରିଥିଲା।

ସେହି ସମୟରେ ଫନି ବାତ୍ୟା କାରଣରୁ ପାଟକୁରା ଉପ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ କମିଶନଙ୍କ ପାଖରେ ଦାବୀ କରିଥିଲେ। ନିର୍ବାଚନ କମିଶନଙ୍କୁ ଭେଟିବା ପୂର୍ବରୁ ଦିଲ୍ଲୀ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଅନ୍ତରଙ୍ଗ ସାକ୍ଷାତ୍କାର ର ଖବର ଆସିଥିଲା। ଯଦିଓ ଏହି ସାକ୍ଷତ୍କାରକୁ ସୌଜନ୍ୟମୂଳକ ବୋଲି କୁହାଯାଇଥିଲା, କିନ୍ତୁ ଅସଲରେ ତାହାହିଁ ବିଜେଡି-ବିଜେପି ଅନ୍ତରଙ୍ଗ ହେବାର ପ୍ରଥମ ସୋପାନ ଥିଲା। ଲୋକ ଦେଖାଣିଆ ଭାବରେ ବିଜେପି ଯଦିଓ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଘୁଞ୍ଚାଇବା ପ୍ରସ୍ତାବକୁ ବିରୋଧ କରିଥିଲା, ବାସ୍ତବ କ୍ଷେତ୍ରରେ ଏହା ନିର୍ବାଚନ କମିଶନ ଉପରେ କୌଣସି ଚାପ ପକାଇନଥିଲା। ବିଜେପିର ବହୁ ତୁଙ୍ଗ ନେତା ବିଜୟ ମହାପାତ୍ର ପାଟକୁରାରୁ ଜିଣିକି ଆସନ୍ତୁ ବୋଲି ଚାହୁଁ ନଥିଲେ। ତେଣୁ ପାଟକୁରା ନିର୍ବାଚନ ତାରିଖ ଘୁଞ୍ଚାଇବାରେ ବିଜେପି ବିଜେଡ଼ିକୁ ପରୋକ୍ଷ ଭାବରେ ସାହାଯ୍ୟ କରିଥିଲା। ନିର୍ବାଚନ ଫଳ ପ୍ରକାଶ ପାଇଲା ପରେ ଅକସ୍ମାତ ବିଜେପି ଓ ବିଜେଡି ଭିତରେ ଘନିଷ୍ଠତା ବୃଦ୍ଧି ପାଇବା କାରଣରୁ ପାଟକୁରାରେ ବିଜୟଙ୍କ ସ୍ଥିତି ଏକପ୍ରକାର ଟଳମଟଳ ହେବା ଆରମ୍ଭ କରିଥିଲା। ବିଜେପି କେବଳ ନାମକୁ ମାତ୍ର ନିର୍ବାଚନ ଲଢିବାକୁ ଚାହୁଁଛି ଓ ଏଠାରୁ ବିଜୟ ମହାପାତ୍ର ଯେମିତି ଜିତିକି ଆସି ନ ପାରିବେ ସେଥିପାଇଁ ସବୁ ପ୍ରକାର ସହଯୋଗ ବିଜେଡ଼ିକୁ ଦିଆ ଯାଉଛି।

ଗତ ଦଶ ବର୍ଷ ଧରି ବିଜୟ ମହାପାତ୍ର ବିଜେପିରେ ରହିଥିଲେ ମଧ୍ୟ, ସେ ଦଳ ଭିତରେ ସଂପୂର୍ଣ୍ଣ ଏକ ଘରିକିଆ। (ତାଙ୍କ ନିଜ ଭାଷାରେ ଅବ୍ୟବହୃତ ଆସବାବ ପରି) ପ୍ରଥମତଃ ବିଜୟ ସଂଘ ପରମ୍ପରାରୁ ଆସିନାହାନ୍ତି ଓ ଦ୍ଵିତୀୟରେ ଓଡିଶା ବିଜେପିର ଶକ୍ତିକେନ୍ଦ୍ର ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ତାଙ୍କର ଅହି ନକୁଳ ସମ୍ପର୍କ ରହିଛି। ଧର୍ମେନ୍ଦ୍ରଙ୍କ ଯୋଗୁଁ ସେ ବିଜେପିରୁ ଇସ୍ତଫା ଦେଇ ଚାଲିଆସିଥିବା କଥା ବିଜୟ ଖୋଦ ସ୍ଵୀକାର କରିଥିଲେ। ନିର୍ବାଚନ ପୂର୍ବରୁ ବୈଜୟନ୍ତ ପଣ୍ଡାଙ୍କ ଚାପ ଯୋଗୁଁ ବିଜେପି ବିଜୟଙ୍କୁ ଦଳକୁ ଫେରାଇ ଆଣିବାକୁ ବାଧ୍ୟ ହୋଇଥିଲା। ତେବେ ବିଜେପିର ଶୀର୍ଷ ନେତୃତ୍ଵ ଏହାକୁ ଆନ୍ତରିକତାର ସହିତ ଏଯାଏ ଗ୍ରହଣ କରିନାହାନ୍ତି।ବିଜେପି ଭିତରେ ଏକ ଘରିକିଆ ବିଜୟଙ୍କୁ ବଳି ପକାଇବାକୁ ନିର୍ବାଚନ ପରେ ପରେ ଷଡଯନ୍ତ୍ର ଆରମ୍ଭ ହୋଇଯାଇଥିଲା। ବିଜେଡି ବିଜୟଙ୍କୁ କେବେହେଲେ ବିଧାନସଭା ଆସିବାକୁ ଦେବନାହିଁ। ସେହି ପୃଷ୍ଠଭୂମିରେ ପାଟକୁରା ନିର୍ବାଚନ ଉପରେ ବିଜେପି ବିଶେଷ ଜୋର ଦେବନାହିଁ ଓ ଏହାର ପ୍ରତିବଦଳରେ ବିଜେପିକୁ ବିଜେଡି ଗୋଟିଏ ରାଜ୍ୟସଭା ଆସନ ଛାଡିଦେବାର ଏକ “ଗୋପନ ଡିଲ” ବିଜେଡି ଓ ବିଜେପି ମଧ୍ୟରେ ହୋଇଥିବା ଜଣାପଡିଛି।

ବିଜୟଙ୍କୁ ହରାଇବାକୁ ବିଜେଡ଼ିର ତତ୍ପରତା ଅପେକ୍ଷା ବିଜେପିର ଉଦାସୀନତା ବେଶୀ ଦାୟୀ। ଯେଉଁମାନେ ଏହାକୁ ନବୀନ ବନାମ ବିଜୟ ଯୁଦ୍ଧ ବୋଲି ଭାବୁଛନ୍ତି, ସେମାନେ ଘଟଣାର ଅତିରଞ୍ଜନ କରୁଛନ୍ତି। ବିଜେଡି ପ୍ରତ୍ୟେକ ନିର୍ବାଚନ ଜିତିବାକୁ ପ୍ରବଳ ଉଦ୍ୟମ କରିଥାଏ ଓ ବିଜେଡି ମୁଖ୍ୟ ନବୀନ କେବେହେଲେ କୌଣସି ନିର୍ବାଚନକୁ ହାଲୁକା ଭାବରେ ନିଅନ୍ତି ନାହିଁ। ସେହି ଦୃଷ୍ଟିରୁ ବିଜେଡ଼ିର ସମରସଜ୍ଜା ନିତାନ୍ତ ସ୍ଵାଭାବିକ। ଏଠି ଲକ୍ଷଣୀୟ ହେଉଛି ବିଜେପି ଶିବିରର ଶୀତଳତା। ବିଜେପୁର ଉପନିର୍ବାଚନ ପାଇଁ ବିଜେପିର ଯେଉଁ ପ୍ରବଳ ଉତ୍ସାହ ଥିଲା ପାଟକୁରାରେ ତାର କାଣିଚାଏ ମଧ୍ୟ ଦେଖିବାକୁ ମିଳୁନାହିଁ। ଏଠି ବିଜୟଙ୍କ ଭାଗ୍ୟ ଉପରେ ହିଁ ସବୁକିଛି ନିର୍ଭର କରୁଛି। ବିଜେଡ଼ିର ଆକ୍ରାମକ ରଣକୌଶଳ ଆଗରେ ସେ କେତେଦୂର ଦୁର୍ଗ ରକ୍ଷା କରିପାରିବେ ତାହା ସବୁଠୁ ବଡ ପ୍ରଶ୍ନ। ତେବେ ଏ ନିର୍ବାଚନର ଆଉ ଏକ ବିସ୍ମୟ ହେଉଛି ବିଜୟ ମହାପାତ୍ରଙ୍କ ପ୍ରତି କଂଗ୍ରେସର ନୀରବ ସମର୍ଥନ। ସାଧାରଣ ନିର୍ବାଚନରେ କେନ୍ଦ୍ରାପଡାର କଂଗ୍ରେସ କର୍ମୀମାନେ ବୈଜୟନ୍ତ ପଣ୍ଡାଙ୍କୁ ସମର୍ଥନ କରୁଥିବାବେଳେ ପାଟକୁରା ନିର୍ବାଚନରେ କଂଗ୍ରେସ ପ୍ରବକ୍ତାମାନେ ଖୋଲାଖୋଲି ବିଜୟଙ୍କୁ ସମର୍ଥନ କରୁଛନ୍ତି। ଏ ସମୀକରଣ ପାଟକୁରାର ସବୁଠୁ ବିଚିତ୍ର ସଙ୍କେତ ବୋଲି କୁହାଯାଇପାରେ।

 

Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ

June 19, 2026

ଆମେରିକା-ଚୀନ୍-କେନ୍ଦ୍ରିକ “G2” ବ୍ୟବସ୍ଥାକୁ କଡ଼ା ବିରୋଧ କଲେ ଜନ୍ ବୋଲ୍ଟନ୍: ଟ୍ରମ୍ଫଙ୍କୁ ଦେଲେ ଚେତାବନୀ

June 19, 2026

ଟେଲିଗ୍ରାମର ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ: ଜୁନ୍ ୨୨ ଯାଏଁ ଜାରି ରହିବ ବ୍ୟାନ୍

June 19, 2026

ଐତିହାସିକ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ଉତ୍ସବ ପାଇଁ ପ୍ରସ୍ତୁତ କୋଲକାତା

June 19, 2026
Latest News

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ

June 19, 2026

ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଆଡ଼କୁ NDA: ଜାଣନ୍ତୁ ବିରୋଧୀ ଦଳର ସଂଖ୍ୟା

June 19, 2026

ଆମେରିକା-ଚୀନ୍-କେନ୍ଦ୍ରିକ “G2” ବ୍ୟବସ୍ଥାକୁ କଡ଼ା ବିରୋଧ କଲେ ଜନ୍ ବୋଲ୍ଟନ୍: ଟ୍ରମ୍ଫଙ୍କୁ ଦେଲେ ଚେତାବନୀ

June 19, 2026

NEET ପରୀକ୍ଷା ପାଇଁ ଡ୍ରେସ୍ କୋଡ୍ ଲାଗୁ: ମାର୍ଗଦର୍ଶିକା ଜାରି କଲା NTA

June 19, 2026

କେଏଲ ରାହୁଲଙ୍କ ଭୂମିକା ଉପରେ ଚିନ୍ତା: ଗମ୍ଭୀର ପ୍ରଶ୍ନ ଉଠାଇଲେ ପୂର୍ବତନ ଚୟନକର୍ତ୍ତା

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.