Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶୀ ଡ୍ୟାନ୍ସ କ୍ରିଏସନ୍ ର ସଙ୍ଗୀତ ଓ ନୃତ୍ୟ ମହୋତ୍ସବ ‘ଛନ୍ଦବିଭା’, ମନ ମୋହିଲା ଗୁରୁ ଶର୍ମିଳା ବିଶ୍ବାସଙ୍କ ଓଡ଼ିଶୀ
ବିଶେଷ ଖବର

ଓଡ଼ିଶୀ ଡ୍ୟାନ୍ସ କ୍ରିଏସନ୍ ର ସଙ୍ଗୀତ ଓ ନୃତ୍ୟ ମହୋତ୍ସବ ‘ଛନ୍ଦବିଭା’, ମନ ମୋହିଲା ଗୁରୁ ଶର୍ମିଳା ବିଶ୍ବାସଙ୍କ ଓଡ଼ିଶୀ

February 27, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
odissi9
ଓଡ଼ିଶୀ ଡ୍ୟାନ୍ସ କ୍ରିଏସନ୍ ର ସଙ୍ଗୀତ ଓ ନୃତ୍ୟ ମହୋତ୍ସବ ‘ଛନ୍ଦବିଭା’, ମନ ମୋହିଲା ଗୁରୁ ଶର୍ମିଳା ବିଶ୍ବାସଙ୍କ ଓଡ଼ିଶୀ

ଭୁବନେଶ୍ୱର: ଆଜି ରବୀନ୍ଦ୍ରମଣ୍ଡପରେ ଓଡ଼ିଶୀ ଡ୍ୟାନ୍ସ କ୍ରିଏସନ୍ ପକ୍ଷରୁ ସଙ୍ଗୀତ ଓ ନୃତ୍ୟ ମହୋତ୍ସବ ୩ୟ ‘ଛନ୍ଦବିଭା’  ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରସିଦ୍ଧ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ଵର ସ୍ୱାଇଁ, ଓଡ଼ିଶୀ ନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ ଡଃ ଅରୁଣା ମହାନ୍ତି, ସଂସ୍କୃତି ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ,ଓଡିଶୀ ନୃତ୍ୟ ଗୁରୁ ସ୍ନେହ ପ୍ରଭା ସାମନ୍ତରାୟ. ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଏହାପରେ ଅତିଥି ମାନଙ୍କୁ ମାନପତ୍ର ଉପଢୋକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ଗୁରୁ ଶର୍ମିଲା ବିଶ୍ୱାସ, ଗୁରୁ ରାମହରି ଦାସ ଓ ପ୍ରଫେସର ଜଗନ୍ନାଥ କୁଅଁରଙ୍କୁ ‘ଛନ୍ଦବିଭା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ କଲିକତାର ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଗୁରୁ ଶର୍ମିଳା ବିଶ୍ୱାସ ଓ ରିତୁପର୍ଣ୍ଣା ଘୋଷଙ୍କ ଦ୍ଵାରା ଅଷ୍ଟପଦୀ ସଖୀ ହେ କେଶୀ ମଥନ ମୁଦା ରମ୍ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲା।

ସଙ୍ଗୀତ ସଂଯୋଜନା କରିଥିଲେ ଶ୍ରୀର୍ଜନ ଚାଟାର୍ଜୀ. ପରେ ପରେ ବିଶ୍ଵନାଥ ସଙ୍ଗୀତାଳୟର ନୃତ୍ୟ ଶିଳ୍ପୀ ସୁଶ୍ରୀ ଦୀକ୍ଷା ରାଉତରାୟ ଓ ସୁଶ୍ରୀ ସ୍ମିତା ମହାରଣାଙ୍କ ଜତି ତାଳ ଓ ବୈରାଗୀ ରାଗରେ ସୂର୍ଯ୍ୟ ଅଷ୍ଟକମ୍ ନୃତ୍ୟ ଅଭିନୟ ଉପସ୍ଥିତ ଦର୍ଶକଙ୍କୁ ବିଭୋର କରିଥିଲା।ନୃତ୍ୟ ସଂଯୋଜନା କରିଥିଲେ ଗୁରୁ ଦୁର୍ଗା ଚରଣ ରଣବୀର. କଟକ ସୁରମନ୍ଦିରର ଗୁରୁ ଡଃ ଜ୍ୟୋତ୍ସ୍ନା ସାହୁ ଆଣ୍ଡ ଗ୍ରୁପଙ୍କ ପରିବେଷିତ ଗଣେଶମ୍, ବର୍ଷାନୁରାଗ, ଦଳ ଗତ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବେଶ ପ୍ରଭାବିତ କରିଥିଲା।

ପରିଶେଷରେ ଓଡ଼ିଶୀ ଡ୍ୟାନ୍ସ କ୍ରିଏସନ୍ କଳାକାର ମାନଙ୍କ ଦ୍ୱାରା ଦଳଗତ ନାରୀ ଓଡିଶୀ ନୃତ୍ୟ ବେଶ ଚିତାତ୍ତାକର୍ଶକ ହୋଇଥିଲା ଓଡ଼ିଶୀ ଡ୍ୟାନ୍ସ କ୍ରିଏସନ୍ ପ୍ରତିଷ୍ଠାତା ନୃତ୍ୟଶିଳ୍ପୀ ପଙ୍କକ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅୟୋଜିତ ହୋଇଥିବାବେଳେ ଅନୁଷ୍ଠାନ ର ବରିଷ୍ଠ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା ଏହି କାର୍ଯ୍ୟକ୍ରମକୁ ଶ୍ରୀନିବାସ ଘଟୁଆରୀ ସଂଯୋଜନା କରିଥିଲେ। ପରିଶେଷରେ ଅନୁଷ୍ଠାନ ପକ୍ଷରୁ କଳାକାର ଓ ମ୍ୟୁଜିସିଆନ୍ ମାନଙ୍କୁ ସମ୍ମାନିତ କରାଯାଇଥିଲା।

ଓଡିଶୀ ନୃତ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

Nasha Mukt Yuva: ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

August 2, 2026

National Handloom Day: ବୟନ ବିଭାଗ ଅଗଷ୍ଟ ୫ ତାରିଖରୁ କରିବ ଭିନ୍ନ ଏକ ପ୍ରଦର୍ଶନୀ

August 2, 2026

ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦେବୀ ମନ୍ଦିରରେ କରିବେ ପୂଜାଅର୍ଚ୍ଚନା

August 2, 2026

ବାଣପୁରରେ ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକାଙ୍କର ପ୍ରଶିକ୍ଷଣ ତାଲିମ ଶିବିର

August 2, 2026
Latest News

Nasha Mukt Yuva: ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

August 2, 2026

National Handloom Day: ବୟନ ବିଭାଗ ଅଗଷ୍ଟ ୫ ତାରିଖରୁ କରିବ ଭିନ୍ନ ଏକ ପ୍ରଦର୍ଶନୀ

August 2, 2026

ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦେବୀ ମନ୍ଦିରରେ କରିବେ ପୂଜାଅର୍ଚ୍ଚନା

August 2, 2026

ବାଣପୁରରେ ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକାଙ୍କର ପ୍ରଶିକ୍ଷଣ ତାଲିମ ଶିବିର

August 2, 2026

ବାଣପୁର କୁମାରାଙ୍ଗ କୃଷି ସେବା ସମବାୟ ମାଧ୍ୟମରେ ଚାଷୀଙ୍କୁ ରିହାତି ଦରରେ ସାର ବଣ୍ଟନ

August 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.