Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସଦସ୍ୟଙ୍କୁ ଥଇଥାନ କରିବା ନୀତି ହେଲା କୋହଳ, ଜାଣନ୍ତୁ କଣ
ବିଶେଷ ଖବର

କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସଦସ୍ୟଙ୍କୁ ଥଇଥାନ କରିବା ନୀତି ହେଲା କୋହଳ, ଜାଣନ୍ତୁ କଣ

March 22, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କର ପରିବାର ସଦସ୍ୟଙ୍କୁ ଥଇଥାନ କରିବା ନୀତିରେ ରାଜ୍ୟ ସରକାର ପରିବର୍ତ୍ତନ କରିଛନ୍ତି। ଏଥିରେ ପୂର୍ବରୁ ଯାହା ନିୟମ ଥିଲା ତାହା ପରିବର୍ତ୍ତନ କରି ନିୟମରେ କୋହଳ କରିଛନ୍ତି। ଏ ନେଇ ରାଜ୍ୟ କ୍ୟାବିନେଟର ଅନୁମୋଦନ ଲାଭ କରିଛି।

ଏହି ତଥ୍ୟ ବିଧାନସଭାରେ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କିହଛନ୍ତି ଯେ, ଆମ ସରକାର ଗତ ଗୁରୁବାର କ୍ୟାବିନେଟ ରେ ଗୋଟିଏ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଆମେ ସମସ୍ତେ ଅନୁଭବ କରୁ ଯେ, ଯେତେବେଳେ ଗୋଟିଏ ପରିବାର ମୁଖିଆ ମୃତ୍ୟୁ ବରଣ କରନ୍ତି, ତାଙ୍କ ପରିବାର ଅସହାୟ ହୋଇଯାଏ । ପରିବାର ବିପନ୍ନ ଅବସ୍ଥାକୁ ଚାଲିଯାଏ।

ଆଗରୁ, ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ, ବିପନ୍ନ ପରିବାରକୁ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ସିଭିଲ ସର୍ଭିସ (ଥଇଥାନ ସହାୟତା) ନିୟମ, ୧୯୯୦ ଅନୁଯାୟୀ, ପରିବାରର ଜଣେ ସଦସ୍ୟଙ୍କୁ ସରକାର, Group C କିମ୍ବା Group D ରେ ନିଯୁକ୍ତି ଦେଉଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିପର୍ଯ୍ୟୟ ପ୍ରମାଣପତ୍ର ଆଧାରରେ ଏଭଳି ନିଯୁକ୍ତି ଦିଆଯାଉଥିଲା।

ଦୁର୍ଭାଗ୍ୟ ବଶତଃ ୨୦୨୦ ମସିହାରେ ତତ୍କାଳୀନ ସରକାର ନୂତନ ନିୟମାବଳୀ ପ୍ରଣୟନ କରିଥିଲେ ଏବଂ ବିପର୍ଯ୍ୟୟ ପ୍ରମାଣ ପତ୍ର ବଦଳରେ ମାର୍କିଂ ସିଷ୍ଟମ ଲଗାଇଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ଯେ ଯେଉଁ ସରକାରୀ କର୍ମଚାରୀ 1990 ରୁ 2020 ମସିହା ଭିତରେ ମୃତ୍ୟୁ ବରଣ କରିଥିଲେ ସେମାନଙ୍କ ପରିବାର ବର୍ଗଙ୍କୁ ମଧ୍ୟ ନୂଆ ନିୟମାବଳୀର ପରିସରଭୁକ୍ତ କରିଦେଲେ ।

ଅନେକ ପରିବାର ଏହି ସହାୟତାରୁ ବଞ୍ଚିତ ହୋଇ ନିଯୁକ୍ତି ଦାବୀ କରି ଆସୁଛନ୍ତି ଏବଂ ଅନେକ କେସ୍ ମଧ୍ୟ ଫାଇଲ୍ କରିଛନ୍ତି ।

କ୍ୟାବିନେଟ ଗୁରୁବାର ଦିନ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ଯେ, ଓଡ଼ିଶା ବେସାମରିକ ସେବା (ଥଇଥାନ ସହାୟତା) ନିୟମ, ୨୦୨୦ ଆରମ୍ଭ ହେବା ତାରିଖ ପୂର୍ବରୁ, ଥଇଥାନ ସହାୟତା ସମ୍ବନ୍ଧିତ ସମସ୍ତ ବିଚାରାଧୀନ ଆବେଦନ 1990ରେ ପ୍ରଚଳିତ ନିୟମ ଅନୁଯାୟୀ ବିଚାର କରାଯିବ ।

ଏହା ଦ୍ୱାରା ୨୦୨୦ ମସିହାର ନିୟମ ଲାଗୁହେବା ପୂର୍ବରୁ ଯେଉଁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ପରିବାର ପାଇଁ ୧୯୯୦ ନିୟମ ଲାଗୁହେବ ଏବଂ ଥଇଥାନ ସହାୟତା ଯୋଜନାରେ ୧୯୯୦ ନିୟମ ଅନୁଯାୟୀ ନିଯୁକ୍ତି ପ୍ରଦାନ କରାଯିବ ।

ଏହା ଦ୍ୱାରା ଅନେକ ପରିବାର ଆଶ୍ୱସ୍ତି ପାଇବେ ଏବଂ ହାଇକୋର୍ଟ ଓ ସୁପ୍ରିମ୍ କୋର୍ଟରେ ବିଚାରାଧୀନ ଥିବା ଅନେକ ମାମଲା ହ୍ରାସ ପାଇବ। ଏହା ଆମ ଲୋକଙ୍କ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବ ଏବଂ ଏହା ମୃତ କର୍ମଚାରୀଙ୍କ ପରିବାରକୁ ସମ୍ମାନର ସହ ବଞ୍ଚିବା ପାଇଁ ଆମ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରମାଣିତ କରେ ।

ରାଜ୍ୟ କ୍ୟାବିନେଟ
Share. Facebook Twitter LinkedIn Email WhatsApp Copy Link

Related Posts

ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆଶଙ୍କା: ବିପଦ ସଙ୍କେତଠାରୁ ମାତ୍ର ୧୦ ସେମି ଦୂରରେ ଜଳସ୍ତର, ଉତ୍ତର ବାଲେଶ୍ୱରରେ ଛନକା

August 19, 2026

ହାଇକୋର୍ଟକୁ ମିଳିବେ ଆଉ ୪ ନୂଆ ବିଚାରପତି; କଲେଜିୟମର ସୁପାରିସ୍

August 19, 2026

NEET-JEE ମାଗଣା କୋଚିଂ: ଅକ୍ଟୋବର ୨ ରୁ ଆରମ୍ଭ ହେବ ଯୋଜନା!

August 19, 2026

ସିରିଜ୍ ଦୁର୍ଘଟଣା: କାର ଧକ୍କାରେ ଷଣ୍ଢ ଓ ବାଇକ୍ ଆରୋହୀ ମୃତ

August 19, 2026
Latest News

ଓଲା, ଉବର ଏବଂ ରାପିଡୋ ପାଇଁ ପରିବହନ ବିଭାଗର ନିର୍ଦ୍ଦେଶ: ଆସନ୍ତା ୧ ରୁ କଠୋର ନିୟମ

August 19, 2026

ସୁବର୍ଣ୍ଣରେଖାରେ ବଡ଼ ବନ୍ୟା ଆଶଙ୍କା: ବିପଦ ସଙ୍କେତଠାରୁ ମାତ୍ର ୧୦ ସେମି ଦୂରରେ ଜଳସ୍ତର, ଉତ୍ତର ବାଲେଶ୍ୱରରେ ଛନକା

August 19, 2026

ଆଜମ ଖାନଙ୍କ ଜୌହର ବିଶ୍ୱବିଦ୍ୟାଳୟରେ ଇଡି ର କାର୍ଯ୍ୟାନୁଷ୍ଠାନ: ୧୦ଟି ସ୍ଥାନରେ ଚଢାଉ

August 19, 2026

୧୨ ସପ୍ତାହ ନୁହେଁ, ଏଣିକି ୩୬୫ ଦିନ ମାତୃତ୍ୱ ଛୁଟି! ମହିଳାଙ୍କ ପାଇଁ ବଡ଼ ଘୋଷଣା

August 19, 2026

ଦଶହରା ଛୁଟିରେ ଭ୍ରମଣ କରନ୍ତୁ କାଶୀ ଏବଂ ଅଯୋଧ୍ୟା: ସ୍ୱତନ୍ତ୍ର ଟୁର୍ ପ୍ୟାକେଜ୍ ଆଣିଲା IRCTC

August 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.