Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସବୁ ନେତା ପାଟକୁରାମୁହାଁ, ଏପଟେ ବିଧାନସଭା ଓ ସଚିବାଳୟ ଖାଲି
ବିଶେଷ ଖବର

ସବୁ ନେତା ପାଟକୁରାମୁହାଁ, ଏପଟେ ବିଧାନସଭା ଓ ସଚିବାଳୟ ଖାଲି

July 17, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ପାଟକୁରା ଉପନିର୍ବାଚନ ପାଇଁ ମୈଦାନରେ ହେଭିଓ୍ବେଟ୍‌ । ଆଜି ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଏହି ନିର୍ବାଚନ ପାଇଁ ଓଡ଼ିଶାର ତିନି ପ୍ରମୁଖ ଦଳ ତାଙ୍କର ୪୦ ଜଣିଆ  ଷ୍ଟାର ପ୍ରଚାରକଙ୍କୁ ପ୍ରଚାର ପାଇଁ ପଠାଇଛନ୍ତି । ଗୋଟିଏ ଆସନ ପାଇଁ ତିନି ଦଳ ତରଫରୁ ୧୨୦ଜଣ ଷ୍ଟାର ପ୍ରଚାରକ ପ୍ରଚାରରେ ମାତିଛନ୍ତି । ସମସ୍ତ ପାର୍ଟି ପାଟକୁରା ନିର୍ବାଚନକୁ ଗୁରୁତ୍ବ ଦେଉଥିବାବେଳେ ବିଧାନସଭାରେ ଏହାକୁ ନେଇ ତୁମ୍ବି ତୋଫାନ ଦେଖାଯାଇଛି । ଶାସକ ଦଳର ମନ୍ତ୍ରୀ ଓ  ନେତା ପାଟକୁରା ନିର୍ବାଚନ ପାଇଁ ବିଧାନସଭାର ଅନୁପସ୍ଥିତ ରହିଥିବା ଯୋଗୁଁ ଆଲୋଚନା ମଧ୍ୟ ଠିକ୍‌ ଭାବରେ ହୋଇପାରୁନାହିଁ ବୋଲି ଗୃହରେ ଅସନ୍ତୋଷ ପ୍ରକାଶ ପାଉଛି ।

ଏବେ ସବୁ ଦଳର ନେତା  ପାଟକୁରାରେ ଡେରା ପକାଇଛନ୍ତି । ବିଜେଡିର ୧୦୮ ବିଧାୟକଙ୍କ ମଧ୍ୟରୁ ବିଧାନସଭାରେ  ୬୧ ଜଣ ଓ ବିଜେପିର ୨୧ଜଣ ଉପସ୍ଥିତ ରହିଛନ୍ତି ।  ସେପଟେ ବିଧାନସଭାରେ ମନ୍ତ୍ରୀଙ୍କ ଅନୁପସ୍ଥିତି ଯୋଗୁଁ ବିଭିନ୍ନ ପ୍ରଶ୍ନର ସଠିକ ଉତ୍ତର ମିଳିପାରୁନି ।  ଗୃହରେ  ବିଭାଗୀୟ ମନ୍ତ୍ରୀ ଅନୁପସ୍ଥିତ ରହୁଥିବାରୁ ଉତ୍ତର ଅନ୍ୟ ବିଭାଗର ମନ୍ତ୍ରୀମାନେ ରଖୁଛନ୍ତି । ଯାହାକୁ ନେଇ ବିରୋଧୀ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।  ବିଧାନସଭାରେ ବିଜେଡି ଅଧିକାଂଶ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ବିଜେପି ଓ କଂଗ୍ରେସ କଡା ସମାଲୋଚନା କରିଛନ୍ତି। ବିଜେପି କହିଛି ପାଟକୁରାରେ ବିଜେଡିର ୧୦୦ଜଣ ବିଧାୟକ ପ୍ରଚାର କରୁଛନ୍ତି। କଂଗ୍ରେସ କଟାକ୍ଷ କରି କହିଛି, ପାଟକୁରା ନିର୍ବାଚନ ସରିବା ପର୍ଯ୍ୟନ୍ତ ବିଧାନସଭା ବନ୍ଦ କରିଦେବା କଥା।  ଅନ୍ୟପକ୍ଷରେ ବିଜେଡି ଏହାକୁ ବାଆଁରେଇବାକୁ ପ୍ରୟାସ କରିଛି । ଠିକ୍‌ ସମାନ ଚିତ୍ର ସଚିବାଳୟରେ ଦେଖିବାକୁ ମିଳିଥିଲା। ମନ୍ତ୍ରୀ କରିଡର୍ ମଧ୍ୟ ଖାଁ ଖାଁ ଲାଗୁଥିଲା।  ଅଧିକାଂଶ ମନ୍ତ୍ରୀ ସଚିବାଳୟରେ ନରହି ମାତିଛନ୍ତି ପ୍ରଚାରରେ।

ପାଟକୁରାରେ ବିଜେଡି ତରଫରୁ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ବାଲ ପ୍ରାର୍ଥୀ ହୋଇଥିବାବେଳେ ବିଜେପି ତରଫରୁ ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଦୁଇ ଦଳଙ୍କ ତରଫରୁ ସେଠାରେ ପ୍ରଚାର ପ୍ରସାର ଜୋର୍‌ସୋର୍‌ରେ ଲାଗିଛି ।

ନିର୍ବାଚନ ପ୍ରଚାର ପାଇଁ ବିଧାୟକମାନେ ବିଧାନସଭାରେ ଅନୁପସ୍ଥିତ ରହିବା କେତେଦୂର ଠିକ୍‌, ତାହା ବିଧାୟକମାନେ ତର୍ଜମା କରିବା ଉଚିତ୍‌ । ଜନସାଧାରଣଙ୍କ ପ୍ରତିନିଧି ରୂପେ ବିଧାନସଭାରେ ସେମାନଙ୍କ ନ୍ୟାଯ୍ୟ ଦାବି ଉପସ୍ଥାପନ କରିବା ବିଧାୟକମାନଙ୍କର ଦାୟିତ୍ବ । ପାଞ୍ଚବର୍ଷ ପାଇଁ ଲୋକଙ୍କ ଆସ୍ଥା ଓ ବିଶ୍ବାସଭାଜନ ହୋଇଥିବା ଜନପ୍ରତିନିଧିମାନେ ନିଜ ଦାୟିତ୍ଵକୁ ସୂଚାରୁ ରୂପେ ପାଳନ କରିବା ଉଚିତ୍‌ ।

Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପରେ ଶେଷ ହେବ ଇରାନ ଯୁଦ୍ଧ, କମିବ ତେଲ ଦର: ଟ୍ରମ୍ପ

September 10, 2026

ଇଣ୍ଡୋନେସିଆ ପୁସ୍ତକ ମେଳାରେ ଏକମାତ୍ର ଭାରତୀୟ ପ୍ରକାଶକ ଭାବେ ଯୋଗ ଦେବ ଓଡିଶାର ‘ପେନ୍ ଇନ୍ ବୁକ୍ସ’ 

September 10, 2026

ବିହାରରେ ବନ୍ୟା ତାଣ୍ଡବ: ୧୪ ଜିଲ୍ଲାରେ ୩୫.୮୯ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

September 10, 2026

ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୦୦ ଡଲାର ଟପିଲା: ବଢ଼ିବ ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର !

September 9, 2026
Latest News

ଅବୁ ସଲେମଙ୍କୁ ଆଶ୍ଵସ୍ତି ନାହିଁ: ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ 

September 10, 2026

ମହିଳା ଏସିଆ କପ୍: ଆଜି ଭାରତ-ବାଂଲାଦେଶ ପ୍ରଥମ ସେମିଫାଇନାଲ

September 10, 2026

ଭାରସାମ୍ୟ ହରାଇ ବିଲ ଭିତରକୁ ପଶିଗଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ

September 10, 2026

କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମେଡିକାଲ କଲେଜରେ ସ୍ନାତକତା ଦିବସ

September 10, 2026

ଲଘୁଚାପ କ୍ଷେତ୍ର ସୃଷ୍ଟି : ମୟୂରଭଞ୍ଜରେ ସମସ୍ତ ସ୍କୁଲ ଛୁଟି

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.