Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କଥା କଥାରେ ହାତ ଉଠାଉଥିବା ପୋଲିସବାବୁ! ଜାଣି ରଖନ୍ତୁ, ଗଣତନ୍ତ୍ର ବାହୁବଳିର ଶାସନ ନୁହେଁ କି ଆପଣ ବଳିୟାର ଭୁଜ ନୁହନ୍ତି
ବିଶେଷ ଖବର

କଥା କଥାରେ ହାତ ଉଠାଉଥିବା ପୋଲିସବାବୁ! ଜାଣି ରଖନ୍ତୁ, ଗଣତନ୍ତ୍ର ବାହୁବଳିର ଶାସନ ନୁହେଁ କି ଆପଣ ବଳିୟାର ଭୁଜ ନୁହନ୍ତି

July 18, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗଣତନ୍ତ୍ର ଓ ମାନବ ଅଧିକାର ଉପରେ ଆସ୍ଥା ରଖିଥିବା ଯେ କୌଣସି ସଭ୍ୟ ନାଗରିକ ପାଇଁ ଏ ଦୃଶ୍ୟଟି ଅତ୍ୟନ୍ତ ପୀଡାଦାୟକ। କର୍ତ୍ତବ୍ୟରତ ଜଣେ ସାମ୍ବାଦିକଙ୍କ ପ୍ରତି କେନ୍ଦ୍ରାପଡା ଜିଲା ପୋଲିସ ଅଧୀକ୍ଷକ ଯେଉଁ ପ୍ରକାର ଆଚରଣ ପ୍ରଦର୍ଶନ କଲେ, ତାହା ଜଣେ ରାସ୍ତାଘାଟର ଗୁଣ୍ଡାର ଆଚରଣ ସହିତ ତୁଳନୀୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ଗସ୍ତ ସମୟରେ ଦାୟିତ୍ଵ ନିର୍ବାହ କରୁଥିବା ଓଡିଆ ଟେଲିଭିଜନ ଚାନେଲ ନ୍ୟୁଜ-18 ର ସାମ୍ବାଦିକ ଅଜେଶ ମଲ୍ଲିକଙ୍କୁ କେନ୍ଦ୍ରାପଡା ପୋଲିସ ଅଧିକ୍ଷକ ସର୍ବସାଧାରଣରେ ଧମକ ଦେବା ଓ ତାଙ୍କ ଉପରକୁ ହାତ ଉଠାଇବା, ଅତ୍ୟନ୍ତ ନିନ୍ଦନୀୟ। ସବୁଠୁ ଆଶ୍ଚର୍ୟର କଥା ହେଉଛି, ଏହି ଘଟଣା ଘଟିଲା ବେଳେ ସେଠାରେ ଶାସକ ବିଜୁ ଜନତା ଦଳର ଦୁଇଜଣ ବଡ ନେତା ଉପସ୍ଥିତ ଥିଲେ। ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କ ଉପସ୍ଥିତିରେ ଏ କଥା ଘଟୁଥିବା ବେଳେ ଏ ଦୁହେଁ ଅସହାୟ ଭାବେ ଛିଡା ହୋଇରହିଥିଲେ। ଏଥିରୁ ଆମେ କଣ ଏୟା ବୁଝିନେବା ଯେ ରାଜ୍ୟରେ ପୋଲିସ ଶାସନ ଚାଲିଛି ଓ ଲୋକ ପ୍ରତିନିଧିମାନେ ତାଙ୍କ ଆଗରେ ନିତାନ୍ତ ଅସହାୟ।

ଏହି ପ୍ରସଙ୍ଗ ରାଜ୍ୟ ବିଧାନସଭାରେ ଉଠିବା ପରେ ଏହାକୁ ନେଇ ବାଚସ୍ପତି କୌଣସି ରୁଲିଂ ଦେବାକୁ ମନା କରି ଦେଇଛନ୍ତି। ପୋଲିସ ଅଧିକ୍ଷକ କ୍ଷମା ମାଗି ସାରିଥିବାରୁ ଏହାର ଆଉ କୌଣସି ଆବଶ୍ୟକତା ନାହିଁ ବୋଲି ବାଚସ୍ପତି କହିଛନ୍ତି। ବିନମ୍ରତାର ସହିତ ଆମେ ମାନ୍ୟବର ବାଚସ୍ପତିଙ୍କୁ ପଚାରିବାକୁ ଚାହୁଁ, ସେ ପୋଲିସ ଅଧିକ୍ଷକଙ୍କ ତଥାକଥିତ କ୍ଷମା ପ୍ରାର୍ଥନା ବା ଦୁଃଖ ପ୍ରକାଶକୁ ଏକ ଗ୍ରହଣୀୟ ବ୍ୟବସ୍ଥା ବୋଲି ମାନିବେ କି? ଆଗାମୀ ଦିନରେ ଯଦି କୌଣସି ପୋଲିସ ଅଧିକାରୀ କୌଣସି ମାନ୍ୟବର ବିଧାୟକଙ୍କ ପ୍ରତି ଏ ପ୍ରକାର ଆଚରଣ ଦେଖାନ୍ତି, ସେତେବେଳେ ମଧ୍ୟ ବାଚସ୍ପତି ଏହା କହିବେ କି? ଜଣେ ସାମ୍ବାଦିକ ବା ସାଧାରଣ ନାଗରିକର ମାନବିକ ଅଧିକାରକୁ ଖୋଲାଖୋଲି ଉଲ୍ଲଙ୍ଘନ କରିବାର ଅପସାହସ ଦେଖାଉଥିବା ଏ ପ୍ରକାର ପୋଲିସ ଅଧିକାରୀଙ୍କ ପ୍ରତି ବାଚସ୍ପତିଙ୍କ ଏତେ ଦରଦ କାହିଁକି?

ପୋଲିସ ଅଧିକ୍ଷକ କହିଛନ୍ତି ଯେ ଭିଡ ନିୟନ୍ତ୍ରଣ କରିବା ସମୟରେ ଉତ୍ତେଜନାର ବଶବର୍ତ୍ତୀ ହୋଇ ସେ ସେମିତି କରିଛନ୍ତି। ଯେଉଁ ଲୋକ ଭିଡ ନିୟନ୍ତ୍ରଣ କରିବାକୁ ଯାଇ ହିଂସ୍ର ଆଚରଣ କରେ ସେ ଗଣତାନ୍ତ୍ରିକ ଶାସନରେ ପୋଲିସ ନେତୃତ୍ଵ ନେବାକୁ କେତେଦୂର ଯୋଗ୍ୟ? ଆମ ମତରେ ଏ ପ୍ରକାର ଅଧିକାରୀଙ୍କୁ ତୁରନ୍ତ ମାନସିକ ଚାପ ନିୟନ୍ତ୍ରଣ ପାଇଁ ସ୍ଵତନ୍ତ୍ର ତାଲିମ ଦେବାକୁ ପଠାଯିବା ଉଚିତ। ଉତ୍ତେଜନା ର ବଶବର୍ତ୍ତୀ ହୋଇ ସେ ଆଜି ହାତ ଉଠାଇଛନ୍ତି, କାଲି ସେହି ଉତ୍ତେଜନାର ବଶବର୍ତ୍ତୀ ହୋଇ  ସେ ଯେ  ବନ୍ଧୁକ ନ ଉଠାଇବେ, ତାର ଗ୍ୟାରେଣ୍ଟି କିଏ ଦେବ? ପୋଲିସ ତାଲିମ ସମୟରେ ମାନବ ଅଧିକାର ଓ ଭିଡ ନିୟନ୍ତ୍ରଣ ସମୟର ମାନସିକ ଚାପକୁ ନିୟନ୍ତ୍ରଣ କରିବାର କୌଶଳ ବିଷୟରେ ପୋଲିସ ବାବୁ ନିଶ୍ଚୟ ପାଠ ପଢିଥିବେ। କ୍ଷେତ୍ରକୁ ଆସିଲା ବେଳେ ସେ ସବୁ ପାଠ ଭୁଲିଗଲେ କି ?

ସବୁଠୁ ବଡ ସମସ୍ୟା ହେଉଛି, ବଡ ପୋଲିସ ଅଧିକାରୀଙ୍କ ଖରାପ ଆଚରଣ ପ୍ରସଙ୍ଗରେ ପ୍ରଶାସନ ସବୁବେଳେ କୋହଳ ମନୋଭାବ ପୋଷଣ କରୁଛି। ପୋଲିସ ଅଧିକ୍ଷକଙ୍କ ବଦଳରେ ଯଦି ଜଣେ କନେଷ୍ଟବଳ ବା ହାବିଲଦାର ହୋଇଥାନ୍ତେ, ତାହେଲେ ତାଙ୍କୁ ତୁରନ୍ତ ଚାକିରିରୁ ନିଲମ୍ବିତ କରାଯାଇଥାନ୍ତା ବା ବଦଳି କରି ଦିଆ ଯାଇଥାନ୍ତା। ଏ କ୍ଷେତ୍ରରେ ବାବୁ ଜଣକ ଯେହେତୁ ଆଇପିଏସ ତାଙ୍କ ଲାଗି କିଛି ନିୟମ କାନୁନ ଲାଗୁ ହେବନାହିଁ। ଅନେକ ସମୟରେ ଆମର କର୍ତ୍ତବ୍ୟରତ ସାମ୍ବାଦିକମାନେ ମଧ୍ୟ ପ୍ରବଳ ମାନସିକ ଚାପରେ ଥାନ୍ତି। ଭିଡ ଭିତରୁ ରିପୋର୍ଟିଂ କଲା ବେଳେ ସେମାନେ ପୋଲିସ ଠାରୁ ବେଶୀ ଅସହାୟ। ପୋଲିସ ପାଖରେ କ୍ଷମତା ଅଛି, ଅସ୍ତଶସ୍ତ୍ର କୁ ବୈଧାନିକ ଭାବରେ ବ୍ୟବହାର କରି ପାରିବାର ଅଧିକାର ଅଛି। ହେଲେ ସାମ୍ବାଦିକର କିଛି ନାହିଁ। ସେ କ୍ଷେତ୍ରରେ ସାମ୍ବାଦିକଙ୍କୁ ଖୋଦ ପୋଲିସ ଅଧିକ୍ଷକ ଧମକ ଦେବା ଓ ହାତ ଉଠାଇବା ଏକ ବଡ ଅପରାଧ ବୋଲି କୁହାଯାଇପାରିବ।

ସର୍ବସାଧାରଣରେ ହିଂସ୍ର ଆଚରଣ ଦେଖାଇଥିବା ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ଆଚରଣ ର ଅନୁଧ୍ୟାନ କରିବାକୁ ପୋଲିସ ଆଇଜିଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି ବୋଲି ପୋଲିସ ମହା ନିର୍ଦ୍ଦେଶକ କହିଛନ୍ତି। ତେବେ କେବଳ ପ୍ରଶାସନିକ ତଦନ୍ତରୁ ବିଶେଷ କିଛି ମିଳିବ ନାହିଁ। ମାନବ ଅଧିକାର କମିଶନ ଏ ପ୍ରସଙ୍ଗରେ ନିଜ ତରଫରୁ ମାମଲା କରିପାରିବେ। ହେଲେ କମିଶନଙ୍କ ପୂରା ବେଞ୍ଚ ନ ଥିବାରୁ ଏ କ୍ଷେତ୍ରରେ ତାହା ମଧ୍ୟ ସମ୍ଭବ ନୁହେଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵଚ୍ଛ ଶାସନର ଭରସା ଦେଉଛନ୍ତି। ହେଲେ ନିଜକୁ ବାହୁବଳି ଓ ବଳିୟାର ଭୁଜ ଭାବୁଥିବା ପୋଲିସ ଅଧିକାରୀଙ୍କ ରାଜ ରେ ସ୍ବଚ୍ଛ ଶାସନ ଆସିବ କେମିତି? ଶାସକ ଦଳର ଦୁଇଜଣ ବଡନେତାଙ୍କ ଆଗରେ ସାଧାରଣ ଲୋକଙ୍କୁ ଓ ସାମ୍ବାଦିକଙ୍କୁ ହାତ ଉଠାଇବାର ସାହସ ରଖିଥିବା ପୋଲିସ ଅଧିକାରୀ, ଓଡିଶା ଶାସନରେ ନିଜକୁ ମହାମହିମ ବୋଲି ଭାବୁଛନ୍ତି କି?

Share. Facebook Twitter LinkedIn Email WhatsApp Copy Link

Related Posts

ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି, ପାଗ ଖରାପ ଯୋଗୁଁ କଲାଇଲୁଣ୍ଡାରୁ ସଡକ ପଥରେ ଆସିଲେ

June 19, 2026

Jio AI Roadmap: ଆକାଶ ଅମ୍ବାନୀ କହିଲେ କଲ୍, ବ୍ୟବସାୟ ଏବଂ କୃଷି ପର୍ଯ୍ୟନ୍ତ ପହଞ୍ଚିବ ଏଆଇ

June 19, 2026

ଓଡ଼ିଶାରେ ୭୩୨ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପଗୁଡ଼ିକୁ ଦେଶବାସୀଙ୍କୁ ସମର୍ପଣ କରିବେ ରାଷ୍ଟ୍ରପତି

June 19, 2026

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ

June 19, 2026
Latest News

ମମତା ବାନାର୍ଜୀଙ୍କୁ ବଡ଼ ଝଟକା : ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କଲା ପୋଲିସ

June 20, 2026

ଯୁକ୍ତ ୩ ନାମଲେଖା ପାଇଁ ବଢ଼ିଲା ସିଟ୍ 

June 20, 2026

ପିଏମ ଆବାସ ହିତାଧିକାରୀଙ୍କୁ ବଡ ଆଶ୍ଵସ୍ତି

June 19, 2026

ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ନୂଆ SOP

June 19, 2026

ଭୟଙ୍କର ସିରିଜ୍ ଦୁର୍ଘଟଣା, ଶିଶୁ ଓ ମହିଳାଙ୍କ ସମେତ ୧୩ ଆହତ

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.