Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବୁଧବାର ରାତିସାରା କାହିଁକି ଚାଲିଲା ଓଡିଶା ବିଧାନସଭାର କାର୍ଯ୍ୟ, ଭୋର ଚାରିଟାରେ ପାଶ ହେଲା ବିଲ
ବିଶେଷ ଖବର

ବୁଧବାର ରାତିସାରା କାହିଁକି ଚାଲିଲା ଓଡିଶା ବିଧାନସଭାର କାର୍ଯ୍ୟ, ଭୋର ଚାରିଟାରେ ପାଶ ହେଲା ବିଲ

April 3, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
assembly
ବୁଧବାର ରାତିସାରା କାହିଁକି ଚାଲିଲା ଓଡିଶା ବିଧାନସଭାର କାର୍ଯ୍ୟ, ଭୋର ଚାରିଟାରେ ପାଶ ହେଲା ବିଲ

ଭୁବନେଶ୍ବର: ବୁଧବାର ରାତି ତମାମ ଚାଲିଲା ଓଡିଶା ବିଧାନସଭାର ଗୃହ କାର୍ଯ୍ୟ। ଯାହା ବିଧାନ ସଭା ଇତିହାସରେ ଆଉ ଏକ ରେକର୍ଡ କରିଛି। ରାତି ତମାମ ବିଧାୟକମାନେ ଉପସ୍ଥିତି ରହି ଆଲୋଚନାରେ ଭାଗ ନେଇଥିଲା। ରାତିରେ ବିଧାୟକମାନଙ୍କ ପାଇଁ ଖାଇବା ଏବଂ ଚା ବିସ୍କୁଟର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

ଅବସର ଥିଲା ଓଡିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ ପାଶ କରିବା। ଅପରାହ୍ନରେ ଏହି ବିଲ ଆସିବା ପରେ ବିରୋଧୀ ଦଳ ଏହାକୁ ସିଲେକ୍ଟ କମିଟକୁ ପଠାଇବା ପାଇଁ ଦାବୀ କରିଥିଲେ। ହେଲେ ତାହା କାଟ ଖାଇଥିଲା ଏବଂ ଶାସକ ଦଳ ଏହା ଗୃହରେ ଆଲୋଚନା ଦାବୀ କରିଥିଲେ। ଫଳରେ ଏହି ବିଲ ନେଇ ସଂଧ୍ୟାରେ ଆଲୋଚନା ଆରମ୍ଭ ହୋଇଥିଲା।

ତେବେ ଗୃହ କାର୍ଯ୍ୟ ସାଧାରଣତଃ ରାତି 9 ଟା ପର୍ଯ୍ୟନ୍ତ ଚାଲିବା ନିୟମ ରହିଛି। ହେଲେ ବିଲ ଉପରେ ବିସ୍ତୁତ ଆଲୋଚନା ହେବାର ଥିବାରୁ ଏହା କାର୍ଯ୍ୟ ସମୟ ବୃଦ୍ଧି ପାଇଁ ଏକ ମୋସନ ଅଣାଯାଇଥିଲା। ଫଳରେ ଶାସକ ଦଳର ମୁଖ୍ୟ ସଚେତକ ଏକ ପ୍ରସ୍ତାବ ଆଣିଥିଲେ ଯାହା ପାଶ କରାଯାଇଥିଲା। ବିରୋଧୀ ଏହି ବିଲର 12 ଟି ଧାରା ଉପରେ ଆଣିଥିବା ଅଭିଯୋଗ ଉପରେ ରାତିରେ ଆଲୋଚନା ଜାରୀ ରହିଥିଲା।

ତେବେ ଏହି ବିଲ ଆଲୋଚନା ଉପରେ ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ବାଇଁ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ, ବିଶ୍ବବିଦ୍ୟାଳୟରେ ପ୍ରଫେସର ନିଯୁକ୍ତି ପକ୍ରିୟା ବଡ ଜଟିଳ ଥିବାରୁ ବହୁ ପଦପଦବୀ ଖାଲି ପଡିଛି। ଏହାକୁ ଦୃଷ୍ଚିରେ ରଖି ପୂର୍ବତନ ରାଜ୍ୟପାଳ ଗଣେଷୀ ଲାଲ ମୁଖ୍ୟସଚିବଙ୍କୁ ଚିଠି ଲେଖି ଏହାକୁ ସରକାରୀ ନିଯୁକ୍ତି ଏଜେନ୍ସି ମାଧ୍ୟମରେ କରାଯାଉ ବୋଲି ଲେଖିଥିଲେ।

ସେହି ଅନୁସାରେ ଏହି ଆଇନର ସଂଶୋଧନ ଅଣାଯାଇ ଓପିଏସସି ମାଧ୍ୟମରେ କରିବା ପାଇଁ ନିଷ୍ପତି କରାଗଲା। ହେଲା ଏହାକୁ ପୁଣି ହାଇକୋର୍ଟରେ ଚ୍ୟାଲେଞ୍ଜ କରାଗଲା। ବର୍ତ୍ତମାନ ଏହା କୋର୍ଟର ବିଚାରଧିନ ରହିଛି। ଏପରି କ୍ଷେତ୍ରରେ ସରକାର ସେହି ଆଇନର କିପରି ସଂଶୋଧନ କରୁଛନ୍ତି ବୋଲି ବିଧାୟକ ରଣେନ୍ଦ୍ରପ୍ରତାପ ସ୍ବାଇଁ ପ୍ରଶ୍ନ କରିଥିଲେ।

ସେହିପରି ବିଧାୟକ ଅରୁଣ ସାହୁ ଅନୁରୂପ ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ, ଏହି ବିଲ ବର୍ତ୍ତମାନ ଜାତୀୟ ଶିକ୍ଷା ନୀତିକୁ ବିରୋଧ କରୁଛି। ତେଣୁ ସରକାର ଏହା ଉପରେ ଅଧିକ ତର୍ଜ୍ଜମା କରିବା ଉଚିତ। ସେହିପରି ବର୍ତ୍ତମାନ ବିଶ୍ବବିଦ୍ୟାଳୟ ନିଯୁକ୍ତି ଓପିଏସସି ମାଧ୍ୟମରେ କରାଯାଉଛି। ବର୍ତ୍ତମାନ 215 ଜଣ ଏହା ମାଧ୍ୟମରେ ନିଯୁକ୍ତି ପାଇଛନ୍ତି। ବିଲର ସଂଶୋଧନ ପରେ କଣ ସେମାନଙ୍କୁ ବହିସ୍କାର କରିଦିଆଯିବ କି ବୋଲି ବିଧାୟକ ସାହୁ ପ୍ରଶ୍ନ କରିଥିଲେ।

ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହା ଉପରେ ଉତ୍ତର ରଥି କହିଥିଲେ ଯେ, ବର୍ତ୍ତମାନ ବିଶ୍ବବିଦ୍ୟାଳୟଗୁଡିକ 35 ପ୍ରତିଶତ ଶିକ୍ଷକ ଏବଂ 29 ପ୍ରତିଶତ ଅଣଶିକ୍ଷକ ମାନବସମ୍ବଳରେ ଚାଲିଛି। ନିଯୁକ୍ତି ପକ୍ରିୟାର ଜଟିଳତା ପାଇଁ ଏପରି ପରିସ୍ଥିତି ଉପୁଜିଛି। ତେବେ ଏହାକୁ ସରଳ କରି ସଂପୂର୍ଣ୍ଣ ସରକାରୀ ମୁକ୍ତ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହା ଉପରେ ବହୁ ତର୍ଜ୍ଜମା ପରେ ଭୋର 4 ଟା ବେଳେ ବାଚନିକ ଭୋଟରେ ବିଲା ପାଶ ହୋଇଥିଲା।

ସେହିପରି ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍-୨୦୨୫ । ନିର୍ମାଣ ହେବ ୭୫ହଜାର କିମି ବିଶ୍ବସ୍ତରୀୟ ସଡ଼କ। ଧାର୍ଯ୍ୟ ସମୟରେ ନିର୍ମାଣ କାର୍ଯ୍ୟ ସାରିବାକୁ ଫାଷ୍ଟଟ୍ରାକ ଆପ୍ରୋଚରେ କାର୍ଯ୍ୟ ତ୍ବରାନ୍ବିତ ହେବ। ଓଡ଼ିଶା ଷ୍ଟେଟ ହାଇୱେଜ ଅଥରିଟିରେ ଜଣେ ଅଧ୍ୟକ୍ଷଙ୍କ ସହ ୪ଜଣ ପୂର୍ଣ୍ଣକାଳୀନ ସଦସ୍ୟ ନିଯୁକ୍ତ ହେବେ। ଫାଇନାନସ ମେମ୍ବର, ସେଫଟି ଓ ଟେକନୋଲୋଜି ମେମ୍ବର, ୱାର୍କସ, କଣ୍ଟ୍ରାକ୍ଟ ଓ ଅପରେସନ ମେମ୍ବର ଏବଂ ଜଣେ କନସୁଲେସନ ଆଣ୍ଡ ପାର୍ଟନରସିପ ମେମ୍ବର ରହିବେ। ଏହା ସହ ୬ ଜଣ ପାର୍ଟ ଟାଇମ ମେମ୍ବର ମଧ୍ୟ ନିଯୁକ୍ତ ହେବେ। ଗୃହରେ ଦୀର୍ଘ ଆଲୋଚନା ପରେ ପାରିତ ହୋଇଛି ବିଲ୍।

ଏହାପରେ ବାଚସ୍ପତି ଗୃହକୁ ଅନିର୍ଦ୍ଧିଷ୍ଠକାଳ ପାଇଁ ମୁଲତବୀ ରଖିଥିଲେ।

 

assembly ବିଧାନସଭା
Share. Facebook Twitter LinkedIn Email WhatsApp Copy Link

Related Posts

ଘର ଅଗଣାରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ!

October 21, 2026

ଭାରତ-ଆମେରିକା ଶୀଘ୍ର ହେବ ବାଣିଜ୍ୟ ଚୁକ୍ତି : ମାର୍କୋ ରୁବିଓ

October 21, 2026

ଭାରତର ୩ ଶତ୍ରୁ: ଏକଜୁଟ ହେବାକୁ ମୋଦୀଙ୍କ ଆହ୍ୱାନ

October 21, 2026

ପୁରୀ-ବାଦାମପାହାଡ଼ ମଧ୍ୟରେ ଗଡ଼ିବ ସିଧା ଟ୍ରେନ୍, ମୟୂରଭଞ୍ଜବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ହେବ ସାକାର

October 21, 2026
Latest News

ମିଲାନ ହିଂସା: ମେଲୋନିଙ୍କ ଆକ୍ସନ୍‌, ୫୦୦ ସୈନିକ ମୁତୟନ!

October 21, 2026

ସୁନା ଦରରେ ହ୍ରାସ, ଦୀପାବଳି ସୁଦ୍ଧା ₹୧.୬୫ ଲକ୍ଷ ଛୁଇଁପାରେ!

October 21, 2026

ଘର ଅଗଣାରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ!

October 21, 2026

କିଡନୀ ଷ୍ଟୋନ୍ ସମସ୍ୟାରୁ ମୁକ୍ତି ପାଇଁ କିଛି ସହଜ ଘରୋଇ ଉପଚାର

October 21, 2026

ଭାରତ-ଆମେରିକା ଶୀଘ୍ର ହେବ ବାଣିଜ୍ୟ ଚୁକ୍ତି : ମାର୍କୋ ରୁବିଓ

October 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.