ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ବଡ଼ ଚର୍ଚ୍ଚା ଚାଲିଛି ତାହା ହେଲା ମନ୍ତ୍ରୀ ମଣ୍ଡଳ ଅଦଳବଦଳ। କେବଳ ସେତିକି ନୁହେଁ ଏହି ମନ୍ତ୍ରୀ ମଣ୍ଡଳରେ କେଉଁମାନେ ସାମିଲ ହେବେ ସେ ତଥ୍ୟ ମଧ୍ୟ ଗଣ ମାଧ୍ୟମରେ ପ୍ରଚାର ଚାଲିଛି। ଯେଉଁଦିନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟପାଳଙ୍କୁ ସାକ୍ଷାତ କଲେ ଏହି ଚର୍ଚ୍ଚା ଜୋର ଧରିଥିଲା। ଏହାପରେ ରାଜ୍ୟପାଳ ହରିବାବୁ କୁମ୍ଭମପଟି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ବାସଭବନକୁ ଆସିବା ପରେ ଏହି ଚର୍ଚ୍ଚା ଆହୁରି ଜୋର ହେଲା।
ଏବେ ବିଜେପି ସଭାପତି ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ସେଠାରେ ସେ ଉଚ୍ଚ ନେତୃତ୍ବଙ୍କ ସହିତ ଆଲୋଚନା କରୁଛନ୍ତି। ତେବେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ଓ ସଂପ୍ରସାରଣ ନିଶ୍ଚିତ ହେବ। ହେଲେ ବର୍ତ୍ତମାନ ପାଇଁ ଏହାକୁ ସ୍ଥଗିତ ରଖାଯାଇଛି। ଦିଲ୍ଲୀ ସୁତ୍ର ଅନୁସାରେ ଏହି ଅଦଳବଦଳ ଆସନ୍ତା ଅଗଷ୍ଟ ପନ୍ଦର ପରେ ହେବ ବୋଲି କୁହାଯାଉଛି। ଅନ୍ୟ ଏକ ସୁତେର ଅନୁସାରେ ଚଳିତ ମାସ ଶେଷ ଆଡକୁ ମଧ୍ୟ ଏହା ହୋଇପାରେ।