Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦେଶୀ ଭୋଟ ରାଜନୀତିର ପଶାପାଲିରେ ବିଦେଶନୀତିକୁ ବାଜି ଲଗେଇଛି ମୋଦୀ ସରକାର
ବିଶେଷ ଖବର

ଦେଶୀ ଭୋଟ ରାଜନୀତିର ପଶାପାଲିରେ ବିଦେଶନୀତିକୁ ବାଜି ଲଗେଇଛି ମୋଦୀ ସରକାର

July 27, 2019No Comments6 Mins Read
Share Facebook Twitter LinkedIn Email WhatsApp Copy Link

ରଙ୍ଗାଚରଣ ପ୍ରଧାନ
ଆମ ଦେଶପ୍ରେମୀ ମନ ଆମକୁ ଯେତେ ବାଧ୍ୟ କରୁ ପଛେ, ଆମେ କେମିତ ସେହି ଜିଭକୁ ବିଶ୍ବାସ କରିବା କୁହନ୍ତୁ, ଯିଏ କହିପାରେ ଯେ ୬୦୦ କୋଟି ଲୋକ ତାକୁ ଭୋଟ ଦେଇ ଜିତାଇଛନ୍ତି। ଟ୍ରମ୍ପ ସଙ୍ଗେ କଥା ହେବା ବେଳେ ତା’ ତୁଣ୍ଡ ଯେ କାହିଁକି ଥରୁଟିଏ କୁତୁଣ୍ଡ ନ ହୋଇଥିବ ? ମୋଦୀଙ୍କ ଭାଷଣରେ ଓଲଟପାଲଟ ତଥ୍ୟ ସହିତ ଆମେ ଭାରତୀୟମାନେ ସିନା ଅଭ୍ୟସ୍ତ ହୋଇଗଲାଣୁ, କିନ୍ତୁ ଯଦି ମୋଦୀ ସତରେ ଟ୍ରମ୍ପଙ୍କୁ କାଶ୍ମୀର ମାମଲାରେ ହସ୍ତକ୍ଷେପ କରିବାକୁ କହିଥିବେ, ଟ୍ରମ୍ପ କାହିଁକି ସେ ସୁଯୋଗକୁ ହାତଛଡା କରିବେ ? ସେ କ’ଣ ଭାରତୀୟ ମିଡିଆକୁ ଖାତିର କରନ୍ତି କି ?

ଅବଶ୍ୟ ଦୈବାତ୍ କେତେବେଳେ କେମିତି ନିଜ ଦେଶ ଭିତର ଲୋକଙ୍କୁ ଭାଷଣ ଶୁଣାଇବା ବେଳେ ତୁଣ୍ଡ ଲେଉଟି ଯିବା ଏକ ଅଲଗା କଥା । କିନ୍ତୁ ଏକ ରାଷ୍ଟ୍ରମୁଖ୍ୟ ସହ , ସେ ପୁଣି କାଶ୍ମୀର ଭଳି ସ୍ପର୍ଶକାତର ବିଷୟରେ, କଥାବାର୍ତ୍ତା କରିବା ଆଉ ଏକ ଅଲଗା କଥା । ଦେଶର ସ୍ବାର୍ଥ ସହିତ ଜଡିତ ଥିବା ବିଷୟରେ ଜଣେ ପ୍ରଧାନମନ୍ତ୍ରୀ କେବେ ଏପରି ଅସାବଧାନ ହେବାକୁ କେହି ବିଶ୍ବାସ କରିବେ ନାହିଁ । ତେଣୁ ହୁଏତ ଆମେ ଧରିନେବା ଯେ ମୋଦୀ ଏମିତି କହି ନଥିବେ । ବୈଦେଶିକ କୁଟନୀତି ମାମଲାରେ ପ୍ରତ୍ୟେକଟି ଶବ୍ଦ ମାପିଚୁପି କୁହାଯାଏ ଯାହାକୁ ଶୀର୍ଷସ୍ତରର ସଚିବମାନେ ଚୟନ କରିଥାନ୍ତି ।

ମାତ୍ର ମୋଦୀଙ୍କଠାରେ ଆମେ ସେପରି ଉଦାହରଣ ଦେଖିଛୁ କି ?

ଟ୍ରମ୍ପ ଜଣେ କଂଗ୍ରେସ ବିଧାୟକ ନୁହେଁ , ଯାହାକୁ ଅମିତ୍ ଶାହକୁ ପଠେଇ ଫୁସୁଲା ଫୁସୁଲି କରି ହେଉ କିମ୍ବା ପ୍ରଚୁର ଟଙ୍କା ଦେଇ କିମ୍ବା ସିବିଆଇ ଡର ଦେଖାଇ ନିଜ ସପକ୍ଷକୁ ଆଣି ହେବ । ଟ୍ରମ୍ପ ଏପରି ଜଣେ ଶାସକ, ଯିଏ ଆମେରିକାରେ ଦେଖା ଦେଇଥିବା ଉଗ୍ର ଦେଶପ୍ରେମର ଧାରା ଆଧାରରେ କେବଳ ନିଜ ଦେଶର ସ୍ବାର୍ଥ କଥା ଚିନ୍ତା କରେ , ଯିଏ ଆନ୍ତର୍ଜାତିକ ଚୁକ୍ତି ଓ ପରମ୍ପରାକୁ ମାନେନା, ଯାହାର ଉଚ୍ଚାରଣରେ ପରମ୍ପରାଗତ କୁଟନୈତିକ ଭାଷା ନଥାଏ । ସେ ଯେ ତା’ ନିର୍ବାଚନ ବିଜୟ କାମନା କରି ମୋଦୀଙ୍କ ଦଳର ଲୋକମାନଙ୍କ ଦ୍ବାରା ହୋଇଥିବା ହୋମ ଓ ଯାଗଯଜ୍ଞକୁ ଖାତିର କରିଥିବେ କିମ୍ବା ଏପରିକି ସେ ଏ ବିଷୟରେ ଜାଣିଥିବେ , ତାହା ମନେ କରିବା ହାସ୍ୟାସ୍ପଦ ।

ମୋଦୀଙ୍କ ଶାସନକାଳରେ ବୈଦଶିକ ନୀତି ଓ ପଦକ୍ଷେପ କେବଳ ଟିଭି ସୋ ପାଇଁ ଉଦ୍ଦିଷ୍ଟ । ସେ ବାରମ୍ବାର ବିଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କୁ କୁଣ୍ଢାଇବା କେବଳ ଏହି ଟିଭି ପାଇଁ ଉଦ୍ଦିଷ୍ଟ , ଯଦ୍ବାରା ସେ ଦେଶର ଭୋଟରଙ୍କୁ ସନ୍ଦେଶ ଦେବାକୁ ଚାହାଁନ୍ତି ଯେ ବିଦେଶରେ ତାଙ୍କର ବହୁତ ଖାତିର ଅଛି । ଏ ପ୍ରକାର ବୈଦେଶିକ ନୀତି ଓ ଘନଘନ ବିଦେଶ ଗସ୍ତରୁ କେବଳ ମୋଦୀଙ୍କ ବନ୍ଧୁ ଶିଳ୍ପପତିମାନଙ୍କୁ ଫାଇଦା ମିଳିଛି ସିନା ଅସଲରେ ଦେଶ ପାଇଁ ତାହା ବରଂ ହାନିକାରକ ହୋଇଛି ।

ଆଜି ବିଜେପି ସମର୍ଥକ ଓ ସହଜରେ ପ୍ରତାରିତ ହୋଇପାରୁଥିବା ଅନେକ ନିରୀହ ଭୋଟର ମୁହଁରେ ଗୋଟିଏ ବହୁପ୍ରଚାରିତ କଥା ଯେ ମୋଦୀ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଭାରତକୁ କେହି ଚିହ୍ନି ନଥିଲେ ଏବଂ ମୋଦୀ ଆସିବା ପରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଭାରତର ପ୍ରତିଷ୍ଠା ବଢିଛି । ବିଭିନ୍ନ ଦେଶକୁ ଗସ୍ତ ବେଳେ ବିପୁଳ ଅର୍ଥବ୍ୟୟରେ ଓ ତା’ ପୂର୍ବରୁ ଆର୍.ଏସ୍.ଏସ୍. ନେତା ରାମ ମାଧବଙ୍କ ମାସାଧିକ ଚେଷ୍ଟା ଫଳରେ ସେଠାରେ ଅପ୍ରବାସୀ ଭାରତୀୟଙ୍କୁ ନେଇ ଯେଉଁ ରଙ୍ଗାରଙ୍ଗ ଉତ୍ସବ ହୁଏ ତାହା ଏହି ଧାରଣାକୁ ବଳ ଦିଏ । କୁଟନୈତିକ କିମ୍ବା ବୈଦେଶିକ ସ୍ତରରେ ଏହାର ସାମାନ୍ୟତମ ପ୍ରଭାବ ନଥାଏ । ମୋଦୀ ଶାସନକୁ ଆସିବା ପରଠାରୁ ଆମର ପଡୋଶୀ ଦେଶମାନଙ୍କ ସହ ସମ୍ପର୍କରେ ହୋଇଥିବା ଅବନତି ସ୍ପଷ୍ଟ ଦୄଶ୍ୟମାନ ।

ଆଜି ପର୍ଯ୍ୟନ୍ତ ନେପାଳ ଭାରତର ପାରମ୍ପରିକ ବନ୍ଧୁ ଥିଲା । ମାତ୍ର ସେ ଦେଶର ସମ୍ବିଧାନ ତିଆରି ପ୍ରକ୍ରୀୟାରେ ଅଯଥା ହସ୍ତକ୍ଷେପ ଓ ସେଠାରେ ପ୍ରାକୄତିକ ଦୁର୍ବିପାକ ସମୟରେ ସାହାଯ୍ୟ ଦେଇ ମୋଦୀଙ୍କର ଟ୍ରେଡମାର୍କ ବଡିମା ସେ ଦେଶର ଲୋକଙ୍କ ମନରେ ଭାରତ ପ୍ରତି ବିଦ୍ବେଷ ସୄଷ୍ଟି କଲା । ନେପାଳ କମୁନିଷ୍ଟ ପାର୍ଟି ନେତା କେ.ପି. ଶର୍ମା ଓଲି ନିର୍ବାଚନରେ ଭାରତ ବିରୋଧୀ ପ୍ରଚାର କରି ଲୋକପ୍ରୀୟ ହେଲେ ଓ ପ୍ରଧାନମନ୍ତ୍ରୀ ହେଲେ । ଖୁବ୍ ଶୀଘ୍ର ନେପାଳର ସ୍କୁଲମାନଙ୍କରେ ମାନ୍ଦାରିନ୍ ନାମକ ଚୀନ ଭାଷା ପଢା ହେବାକୁ ଯାଉଛି । ଚୀନ୍ ର ବେଲ୍ଟ ଏଣ୍ଡ ରୋଡ ଇନିସିଏଟିଭ୍ ରୁ ନେପାଳକୁ ଅନେକ ପ୍ରକଳ୍ପ ମିଳିବ ଯାହା ପାଇଁ ଚୀନ୍ ଅର୍ଥବ୍ୟୟ କରିବ । ଏହା ଆଗ ଅପେକ୍ଷା ନେପାଳକୁ ଚୀନ୍ ର ବହୁଗୁଣ ନିକଟତର କରିଛି ।

ଭୁଟାନରେ ଗତ ବର୍ଷ ଶାସନକୁ ଆସିଥିବା ନୂଆ ସରକାର ସେମାନଙ୍କର ଆଭ୍ୟନ୍ତରୀଣ ବ୍ୟାପାରରେ ଭାରତର ଅଭିଭାବକତ୍ବ ଗ୍ରହଣ ନ କରି ସ୍ବାଧୀନ ବିଦେଶ ନୀତି ଆପଣାଇବାକୁ ଚାହୁଁଛି । ମାଲଡିଭରେ ଥିବା ପୂର୍ବତନ ଅବଦୁଲ୍ଲା ୟେମେନ ସରକାରର ଭାରତ ସହ ତିକ୍ତ ସମ୍ପର୍କ ଥିଲା । ସେଠାରେ ନୂଆ ସରକାର ଆସିବା ପରେ ମଧ୍ୟ ସମ୍ପର୍କରେ କୌଣସି ପରିବର୍ତନ ଆସିନାହିଁ । କାରଣ ଚୀନ୍ ମାଲଡିଭରେ ବିପୁଳ ପୁଞ୍ଜି ଲଗାଣ କରିବା ସହିତ ବୈଦେଶିକ ସାହାଯ୍ୟ ଦେବାକୁ ଆରମ୍ଭ କରିବା ସତ୍ତ୍ବେ ଭାରତ ଭଳି ସେଠାରେ ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରି ବଡଭାଈ ପଣିଆ ଦେଖାଇବାକୁ ଚାହୁଁନାହିଁ ।

ଭାରତ ବଡଭାଈପଣିଆ ଦେଖାଉଛି ବୋଲି ଅଧିକାଂଶ ପଡୋଶି ଦେଶଙ୍କ ଭିତରେ ଆଶଙ୍କା ଓ ସନ୍ଦେହ ସୄଷ୍ଟି ହୋଇଛି । ଅବଶ୍ୟ ପୂର୍ବ ସରକାରମାନଙ୍କ ସମୟରେ ମଧ୍ୟ ସେମାନଙ୍କ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନେଇ ସନ୍ଦେହ ବଳବତ୍ତର ଥିଲା । ମାତ୍ର ସେତେବେଳେ ଉଭୟ ଆମେରିକା ଓ ଚୀନ୍ ଦକ୍ଷିଣ ଏସିଆ ଅଞ୍ଚଳରେ ଭାରତର ପ୍ରଭାବକୁ ଅଣଦେଖା କରୁଥିଲେ । ଏବେ କିନ୍ତୁ ସମୟ ବଦଳି ଯାଇଛି ।

ଏବେ ଏହି ଅଞ୍ଚଳର ଦେଶଗୁଡିକ ନିଜ ଦେଶର ଭିତ୍ତିଭୁମୀର ବିସ୍ତାରରେ ବିଦେଶୀ ପୁଞ୍ଜି ବିନିଯୋଗ ପାଇଁ ଆତୁର ଅଛନ୍ତି । ଭାରତ ଏଥିରେ ଚୀନ୍ ସହିତ ପ୍ରତିଯୋଗିତା କରିବାରେ ବିଫଳ ହେଉଛି । ୨୦୧୩ ମସିହାରେ ଆରମ୍ଭ ହୋଇଥିବା ଚୀନ୍ ର ମହତ୍ବାକାଂକ୍ଷୀ ସଡକ ନିର୍ମାଣ ପ୍ରକଳ୍ପରେ କେବଳ ଭାରତ ଓ ଭୁଟାନକୁ ଛାଡି ଦେଲେ ଅନ୍ୟ ଦେଶମାନେ ଚୁକ୍ତିବଦ୍ଧ ହୋଇଛନ୍ତି । ଭାରତ ତା’ର ଆର୍ଥିକ ସାମର୍ଥ୍ୟ ଯୋଗୁଁ ମନା କରିଦେବା ପରେ ଶ୍ରୀଲଙ୍କାର ଅନେକଗୁଡିଏ ବଡ ବଡ ଭିତ୍ତିଭୂମୀ ପ୍ରକଳ୍ପର କାମ ଚୀନ୍ ହାତକୁ ଚାଲି ଯାଇଛି । ଚୀନ୍ ବର୍ତମାନ ଶ୍ରୀଲଙ୍କାରେ ୧୫ ବିଲିଅନ୍ ଡଲାର୍ ପୁଞ୍ଜି ନିବେଶ କରୁଥିବା ବେଳେ ଭାରତ ମାତ୍ର ୨.୬ ବିଲିଅନ୍ ଡଲାରର ପୁଞ୍ଜି ନିବେଶ କରୁଛି ।
ଶ୍ରୀଲଙ୍କାର ପୁର୍ବତ୍ତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପେକ୍ଷଙ୍କ ବିଦାୟରେ ଭାରତର ହାତ ରହିଛି ବୋଲି ସେ ଦେଶରେ ସନ୍ଦେହ କରାଯାଉଛି । କାରଣ ଭାରତର ଦୄଷ୍ଟିରେ ରାଜପେକ୍ଷ ଚୀନ୍ ର ନିକଟତର ଥିଲେ । ଶ୍ରୀଲଙ୍କାର ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ଯେ ନୂତନ ପ୍ରଧାନମନ୍ତ୍ରୀ ସିରିସେନାଙ୍କୁ ହତ୍ୟା କରିବା ପାଇଁ ଭାରତର ଗୁଇନ୍ଦା ସଂସ୍ଥା କୁଆଡେ ଉଦ୍ୟମ କରିଥିଲା । ୨୦୧୮ ମସିହାରେ ସେଥିପାଇଁ ସେ ଭାରତ ପ୍ରତି ବନ୍ଧୁଭାବାପନ୍ନ ମନୋଭାବ ପାଇଁ ପ୍ରଧାନମନ୍ତ୍ରୀ ବିକ୍ରମସିଂଘଙ୍କୁ ପଦଚ୍ୟୁତ କରିଥିଲେ । ଚୀନ୍ କିନ୍ତୁ ସେ ଦେଶର ଆଭ୍ୟନ୍ତରୀଣ ରାଜନୀତିରୁ ନିଜକୁ ଦୁରେଇ ରଖିଛି ।

ଦୀର୍ଘ ଦିନ ଧରି ଚାଲିଥିବା ଗୄହଯୁଦ୍ଧର ଅବସାନ ପରେ ତାମିଲମାନଙ୍କ ପୁନର୍ବାସନ ଓ ଉନ୍ନତ୍ତି ପାଇଁ ଶ୍ରୀଲଙ୍କା ସରକାର ଯେଉଁସବୁ ପ୍ରତିଶୄତି ଦେଇଥିଲା ସେଥିରୁ ସେମାନେ ଗୋଟିକ ପରେ ଗୋଟିଏ ଭୁଲିଯିବାକୁ ବସିଲେଣି । ସେ ବିଷୟରେ ଭାରତର ଉଦାସିନତା ଏଥିପାଇଁ ଶ୍ରୀଲଙ୍କା ସରକାରକୁ ଉତ୍ସାହିତ କରିଛି ।

ବୈଦେଶିକ ସମ୍ପର୍କ ଓ କୁଟନୀତି ପିଲାଖେଳ ନୂହେଁ କି ଗାଁ ସ୍ତରର ରାଜନୀତି ନୂହେଁ, ଯେପରି ଟିଭି ଚାନେଲମାନେ ବିଶ୍ବାସ ଜନ୍ମେଇବାକୁ ଚାହାନ୍ତି । ଦେଶରେ ଯେଉଁ ବି ନୂଆ ସରକାର ଆସେ ସେମାନେ ପୂର୍ବସରକାରର ନୀତିକୁ ବଜାୟ ରଖନ୍ତି ଏବଂ ଏପରି କରିବାରେ ଦେଶର କୁଟନୈତିକ ସଚିବମାନେ ସରକାରକୁ ସାହାଯ୍ୟ କରନ୍ତି । ବହୁଦିନ ଧରି ଭାରତର ବୈଦେଶିକ ନୀତି ସବୁ ରାଜନୈତିକ ଦଳଗୁଡିକର ସହମତି ଭିତ୍ତିରେ ସ୍ଥିର ହେବାର ଏକ ପରମ୍ପରା ରହିଥିଲା । ତେଣୁ ସରକାର ବଦଳିଲେ ବି ସେହି ନୀତିରେ କୌଣସି ଅନାବଶ୍ୟକ ଓ ନାଟକୀୟ ପରିବର୍ତନ ହେଉ ନଥିଲା । ସେହି ନୀତିପ୍ରତି ମଧ୍ୟ ସମଗ୍ର ଦେଶବାସୀ ସମର୍ଥନ ଜଣାଉଥିଲେ । କାଶ୍ମୀର ବିଷୟରେ କୌଣସି ତୄତୀୟ ଦେଶର ମଧ୍ୟସ୍ଥି କିମ୍ବା ହସ୍ତକ୍ଷେପକୁ ଭାରତ ବିରୋଧ କରିବା ଏହି ରାଜନୈତିକ ସହମତିଭିତ୍ତିକ ବିଦେଶ ନୀତିର ଏକ ଅଂଶ ହୋଇ ରହି ଆସିଛି ।

ଦୁଃଖର କଥା ଯେ ସ୍ବାଧୀନ ଭାରତର ଇତିହାସରେ ୨୦୧୪ ସାଧାରଣ ନିର୍ବାଚନରେ ପ୍ରଥମ ଥର ବୈଦେଶିକ ନୀତିକୁ ମୋଦୀ ନିର୍ବାଚନ ପ୍ରସଙ୍ଗ କରି ତତ୍କାଳୀନ ୟୁପିଏ ସରକାରକୁ ଦୁର୍ବଳ ଓ ନିଜକୁ ଉଦ୍ଦାମ ପୌରୁଷତ୍ବର ବ୍ୟକ୍ତି ଭାବରେ ଉପସ୍ଥାପନ କଲେ । ଏଥିରୁ ସେ ବେଶ୍ ଲାଭ ମଧ୍ୟ ପାଇଲେ । ମାତ୍ର ଦେଶର ବୈଦେଶିକ ମନ୍ତ୍ରାଳୟରେ ବସିଥିବା ଅଭିଜ୍ଞ କୁଟନୀତିଜ୍ଞ ମାନେ ଯେଉଁ ଦୁରଦୄଷ୍ଟିସମ୍ପର୍ଣ ସୂକ୍ଷ୍ମ କୁଟନୀତି ବନେଇଲେ, କ୍ରମେ ତାହା ପ୍ରତିଯୋଗିତାମୁଳକ ଦଳଗତ ରାଜନୀତି ଓ ଖବର ଚାନେଲଗୁଡିକର ଟିଆରପି ପାଖରେ ବନ୍ଧା ପଡିବାକୁ ଲାଗିଲା ।

ପରିସ୍ଥିତି ଆଜି ଏପରି ହୋଇଛି ଯେ ଆମ ପଡୋଶୀ ଦେଶମାନେ ଭାରତକୁ ସନ୍ଦେହ ଦୄଷ୍ଟିରେ ଦେଖୁଛନ୍ତି ଏବଂ ସେସବୁ ଦେଶରେ ଚୀନ୍ ର ଉପସ୍ଥିତି ଓ ପ୍ରଭାବ ଦ୍ରୂତଗତିରେ ବଢିବାରେ ଲାଗିଛି ।

ଅର୍ଥନୈତିକ ଓ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ବୈଦେଶିକ ସମ୍ପର୍କ ଏକ ସହାୟକ ଭୁମିକା ଗ୍ରହଣ କରି ପାରିନାହିଁ । ଗତ ୪ ବର୍ଷ ଧରି ଭାରତର ଆମଦାନୀ ଓ ରପ୍ତାନୀ ମଧ୍ୟରେ ବ୍ୟବଧାନ ରେକର୍ଡ ୩୦୦ ବିଲିଅନ୍ ଡଲାର ଆଖପାଖରେ ଲଗାତର ରହି ଆସୁଛି ।

ଏପରି ସ୍ଥଳେ ମୋଦୀଙ୍କ ବିଦେଶ ନୀତି ଓ ବୈଦେଶିକ ସମ୍ପର୍କକୁ ଯେତେ ସରଳ ଓ ଶସ୍ତା ଆକାରରେ ବୁଝାଇ ଟେଲିଭିଜନ ଚାନେଲମାନେ ପ୍ରଚାର କଲେ ମଧ୍ୟ ବାସ୍ତବ ସ୍ଥିତି ତାହାଠାରୁ ଭିନ୍ନ ।

ଏକଥା ସତ ଯେ ଆମେରିକାର ରାଷ୍ଟ୍ରପତି ମିଛ କହୁଛନ୍ତି । ଭାରତର କେହି ବି ପ୍ରଧାନମନ୍ତ୍ରୀ ଦେଶର ଘୋଷିତ ଓ ସମୟ ଦ୍ବାରା ପରୀକ୍ଷିତ ବୈଦେଶିକ ନୀତିରୁ ଦୁରେଇ ଯାଇ କାଶ୍ମୀର ଭଳି ଏକ ସ୍ପର୍ଶକାତର ବିଷୟରେ ଆମେରିକାର ରାଷ୍ଟ୍ରପତିଙ୍କୁ ଯେ ମଧ୍ୟସ୍ଥ୍ୟତା କରିବା ପାଇଁ କହିଥିବ ଏକଥା ବିଶ୍ବାସଯୋଗ୍ୟ ନୁହେଁ । ମାତ୍ର ଅନ୍ୟପକ୍ଷରେ ନିଜ ଦେଶର ପ୍ରଧାନମନ୍ତ୍ରୀଙ୍କୁ ବିଶ୍ବାସ କରିବା ଦେଶପ୍ରେମର ଏକ ଅଂଶ ବୋଲି କହିବା ଦ୍ବାରା କିମ୍ବା ମୋଦୀ ସରକାରଙ୍କ ବୈଦେଶିକ ମାମଲା ପରିଚାଳନାରେ ଦକ୍ଷତାର ଦ୍ବାହି ଦେଇ ଟ୍ରମ୍ପଙ୍କୁ ମିଛୁଆ ବୋଲି କହିବା ବି ବାସ୍ତବ ସ୍ଥିତି ଦ୍ବାରା ସମର୍ଥିତ ନୁହେଁ ।

Share. Facebook Twitter LinkedIn Email WhatsApp Copy Link

Related Posts

Raksha Bandhan: ଏଥର ରକ୍ଷା ବନ୍ଧନ କେବେ? ଅଗଷ୍ଟ ୨୭ ନା ୨୮ ତାରିଖ, ଶୁଭ ମୁହୁର୍ତ୍ତ କେତେବେଳେ

August 20, 2026

Raksha Bandhan: ଡାକ ବିଭାଗ ଆଣିଲା ସ୍ବତନ୍ତ୍ର ରାକ୍ଷୀ ବାକ୍ସ, ଭିତରେ ଥିବା ଭିଡିଓକୁ କ୍ଲିକ କରି ଦେଖନ୍ତୁ

August 20, 2026

‘କଂଗ୍ରେସ ଦେଶ ବିରୋଧୀ ନିଷ୍ପତ୍ତି ନେଇଛି’: ‘ବନ୍ଦେ ମାତରମ୍’ ଉପରେ ଅମିତ ଶାହଙ୍କ ବଡ଼ ଆକ୍ରମଣ

August 20, 2026

୨୪ ଘଣ୍ଟା ମଧ୍ୟରେ ଭାରତ ମାଧ୍ୟମରେ ପାକିସ୍ତାନକୁ ତିନୋଟି ଝଟକା: ଜାଣନ୍ତୁ….

August 20, 2026
Latest News

“ସେମାନେ ଆମର ମାଲିକ ନୁହଁନ୍ତି”: ସର୍ଜିଓ ଗୋରଙ୍କ ବୟାନ ଉପରେ ମେହବୁବା ମୁଫତି

August 20, 2026

ବାଂଲାଦେଶର ରାଷ୍ଟ୍ରପତି ହେବେ ମିର୍ଜା ଫଖରୁଲ ଆଲମଗିର: ଏତେ ଭୋଟରେ ଜିତିଲେ ନିର୍ବାଚନ

August 20, 2026

ରସାଳପୁର କଲେଜରେ ନିଶାମୁକ୍ତ ଭାରତ ଅଭିଯାନ ଆୟୋଜିତ

August 20, 2026

ପଞ୍ଜାବରେ ବିଜେପି-ଅକାଳୀ ଦଳ ମେଣ୍ଟ?: ସଂକେତ ଦେଲେ ହରସିମରତ କୌର

August 20, 2026

ସୋଆ ପକ୍ଷରୁ ସଂକ୍ରମଣ ନିୟନ୍ତ୍ରଣ ରଣନୀତି ସମ୍ପର୍କିତ କମର୍ଶାଳା

August 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.