Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»Pandian Returns: ପୁଣି ପାଣ୍ଡିଆନଙ୍କୁ ଫେରାଇ ଆଣିବା ପାଇଁ ବିଜେଡିର ଆରମ୍ଭ ହୋଇଗଲା କି ଉଦ୍ୟମ ?
ବିଶେଷ ଖବର

Pandian Returns: ପୁଣି ପାଣ୍ଡିଆନଙ୍କୁ ଫେରାଇ ଆଣିବା ପାଇଁ ବିଜେଡିର ଆରମ୍ଭ ହୋଇଗଲା କି ଉଦ୍ୟମ ?

August 1, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
Pandian Returns
Pandian Returns

Pandian Returns: ଓଡିଶା ରାଜନୀତିର ଚର୍ଚ୍ଚିତ ଚେହେରା ତଥା ବିଜେଡି ହର୍ତ୍ତାକର୍ତ୍ତା ଭି କେ ପାଣ୍ଡିଆନ ପୁଣି ରାଜନୀତି କରିବେ। ସନ୍ୟାସୀ ତ୍ୟାଗ କରି ସେ ପୁଣି ବିଜେଡି ମଙ୍ଗ ଧରିବେ। ଏହା ଆମେ କହୁ ନାହୁଁ, ବରଂ ବିଜେଡି ନେତାମାନଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟିଂ ଦେଖିଲେ ତାହା ଅନୁମାନ କରି ହେଉଛି। ବହୁ ନେତା ଓ ନେତ୍ରୀ ସମସ୍ତେ ବର୍ତ୍ତମାନ ‘ପାଣ୍ଡିଆନ ତୁମେ ଫେରିଆସ’ ବୋଲି ବଡ ନେହୁରା ହୋଇ ଲେଖୁଥିବାର ପରିଲକ୍ଷିତ ହୋଇଛି।

ବିଜେଡିର ବିଭିନ୍ନ ଫ୍ୟାନ କ୍ଲବରେ ମଧ୍ୟ ବିଭିନ୍ନ ଫଟୋ ସହିତ ଏହି ସ୍ଲୋଗାନ ଆରମ୍ଭ ହୋଇଯାଇଛି। ଏଥିରେ ପୁଣି ଆପଣ ମଙ୍ଗ ଧରନ୍ତୁ ବୋଲି କୁହାଯାଉଛି। ତେବେ ଏହିସବୁ କାରଣରୁ ଓଡିଶା ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରିସାରିଲେଣି ଯେ, ପୁଣି ବିଜେଡିକୁ ଫେରିବେ ଭି କେ ପାଣ୍ଡିଆନ। ତା ପୂର୍ବରୁ ଏପରି ଏକ ପ୍ରମୋସନ କରାଯାଉଛି ବୋଲି ଧାରଣା ସୃଷ୍ଟି ହୋଇଛି। ତେଣୁ ସାଧାରଣରେ ପ୍ରଶ୍ନ ଉଠିଛି ଯେ, ସତରେ କଣ ପାଣ୍ଡିଆନ ପୁଣି ଥରେ ବିଜେଡିକୁ ଫେରିବେ କି ?

ସୂଚନା ଅନୁସାରେ ପାଣ୍ଡିଆନଙ୍କୁ ପୁଣି ଫେରି ଆସିବା ପାଇଁ କହିବାର କେତେକ କାରଣ ରହିଛି। ତାହା ହେଲା ଯେ, ବର୍ତ୍ତମାନ ସରକାରରେ ପ୍ରଶାସନ କଳକୁ କବଜାରେ ରଖିବା ଲୋକଟିଏ ନାହାଁନ୍ତି। ରାଜ୍ୟ ସରକାର ବହୁ ପ୍ରଶାସନ ଅଧିକାରୀଙ୍କୁ ଅଦଳବଦଳ କରୁଥିଲେ ମଧ୍ୟ ପାଣ୍ଡିଆନଙ୍କ ପରି ଦବଦବା ରଖିପାରୁ ଥିବା ପ୍ରଶାସକ ଏ ପର୍ଯ୍ୟନ୍ତ ମିଳିପାରୁ ନାହିଁ। ଫଳରେ ଯେତେବେଳେ ସରକାର ପ୍ରଶାସନିକ ଅଡୁଆରେ ପଡୁଛନ୍ତି ସେତେବେଳେ ବିଜେଡି ଫ୍ୟାନ କ୍ଲବ ଚେଇଁ ଉଠୁଛି। ଆଉ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପାଣ୍ଡିଆନ ଫେରି ଆସ ବୋଲି ହୁରି ପକାଉଛନ୍ତି। ଏପରିକି କେତେକ ବିଜେପି ନେତା ମଧ୍ୟ ଲୁଚିଛପି ପାଣ୍ଡିଆନଙ୍କ ପରି ପ୍ରଶାସକଟିଏ ମୋହନ ସରକାରରେ ଦରକାର ବୋଲି କୁହାକୁହି ହେଉଛନ୍ତି।

ଅନ୍ୟପଟେ ଖୋଦ ବିଜେଡି ରାଜନୀତିକୁ ସମୀକ୍ଷା କରାଯାଉ। ବର୍ତ୍ତମାନ ସୁଦ୍ଧା ବିଜେଡିକୁ ଆଗକୁ ନେବା ପାଇଁ ଜଣେ ନେତା ବାହାରି ପାରୁ ନାହାଁନ୍ତି। ଫଳରେ ପୂର୍ବପରି ଦଳର ବିଭିନ୍ନ ପ୍ରସଂଗରେ ପାଣ୍ଡିଆନଙ୍କୁ ମୁଣ୍ଡ ଭର୍ତ୍ତି କରିବାକୁ ପଡୁଛି। ଦୀର୍ଘ ବର୍ଷ ଧରି ବିଜେଡି ନେତାମାନେ ପାଣ୍ଡିଆନଙ୍କ ନେତୃତ୍ବକୁ ସମର୍ଥନ ଦେଇ ଆସିଛନ୍ତି। ହେଲେ ସେ ସନ୍ୟାସୀ ହେବା ପରେ ବିଜେଡି ନେତାମାନେ କିଛି ନିଷ୍ପତି ନେଇପାରୁ ନାହାଁନ୍ତି କି କିଛି କରିପାରୁ ନାହାଁନ୍ତି। ତେଣୁ ସେମାନେ ଅନୁଭବ କଲେଣି ଯେ, ବିଜେଡିକୁ ଆଗକୁ ନେବା ପାଇଁ ହେଲେ ପାଣ୍ଡିଆନ ଦରକାର।

ବହୁ ନେତା ଏ ନେଇ ନିଜର ଫ୍ୟାନ କ୍ଲବ ମାଧ୍ୟମରେ ପାଣ୍ଡିଆନ ବିଜେଡ ମଙ୍ଗ ଧରନ୍ତୁ ବୋଲି କହିସାରିଲେଣି। ଖୋଦ ବିଜେଡି ସାଂସଦ ସୁଲତା ଦେଓ ଖୋଲିଖୋଲି ପାଣ୍ଡିଆନ ରାଜନୀତିକୁ ଫେରିଆନ୍ତୁ ବୋଲି ନିବେଦନ କଲେଣି। ଏସବକୁ ଲକ୍ଷ୍ୟ କଲେ ଏହା ସ୍ପଷ୍ଟ ଯେ, ବିଜେଡି ପାଣ୍ଡିଆନଙ୍କ ଅନୁପସ୍ଥିକୁ ଅନୁଭବ କରିସାରିଲାଣି। ତାଙ୍କ ବିନା ଦଳ ଆଗକୁ ଯାଇପାରିବ ନାହଁ ବୋଲି ସେମାନେ ଭାବି ସାରିଲେଣି।

ନିର୍ବାଚନ ପରେ ବିଜେଡି ହାରିବାର ମୁଖ୍ୟ କାରଣ ପାଣ୍ଡିଆନ ବୋଲି କୁହାଗଲା। ଏପରିକି ନବୀନ ନିବାସରେ ପାଣ୍ଡିଆନ ଗୋ ବ୍ୟାକ ନାରା ଦିଆଗଲା। ପାଣ୍ଡିଆନ ଓଡିଶା ଛାଡ ବୋଲି ସ୍ଲୋଗାନ ଦିଆଗଲା। ହେଲେ ଏବେ ରାଜନୈତିକ ପାଣିପାଗ ବଦଳିଯାଇଛି। ପାଣ୍ଡିଆନ ଫେରି ଆସ ବୋଲି ସେମାନେ ନିବେଦନ କରିବା ଆରମ୍ଭ କଲେଣି। ସେ କିପରି ଭୋରରୁ ଉଠି ଉନ୍ନୟନ କାମ ତଦାରଖ କରୁଥିଲେ, କରୋନା ସମୟରେ କିପରି ପରିସ୍ଥିତିକୁ ପରିଚାଳନା କରୁଥିଲେ ତାହାକୁ ମନେ ପକାଇ ପୋଷ୍ଟିଂ କଲେଣି।

ଏ ସବୁ ପରିସ୍ଥିତିକୁ ଅନୁଧ୍ୟାନ କରି ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କଲେଣି ଯେ, ପାଣ୍ଡିଆନ ନିଶ୍ଚିତ ଫେରି ଆସିବେ।  ବିଜେଡିର ମଙ୍ଗ ଧରିବା ଏବଂ ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ ସାକାର କରିବା କେବଳ ସେହି ଜଣେ ମାତ୍ର ବ୍ୟକ୍ତିଙ୍କ ପାଖରେ ଅଛି। ବିନା ପାଣ୍ଡିଆନରେ ବର୍ତ୍ତମାନ ବିଜେଡି ସ୍ଥିତି ଭଲ ରହିବ ନାହିଁ ବୋଲି ଜଣା ପଡିଗଲାଣି। ତେଣୁ ଆଜି ନ ହେଲେ ମଧ୍ୟ ନିକଟ ଭବିଷ୍ୟତରେ ପାଣ୍ଡିଆନ ବିଜେଡିକୁ ଫେରିବା ଏକ ପ୍ରକାରର ନିଶ୍ଚିତ ବୋଲି ଅନୁମାନ କରାଯାଉଛି।

Kartik Pandian pandian ଭି.କେ ପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026

ଆଜି ମାର୍ଚ୍ଚ ୨୩ ତାରିଖ ସୋମବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

February 23, 2026

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026
Latest News

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026

ଆଜି ମାର୍ଚ୍ଚ ୨୩ ତାରିଖ ସୋମବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

February 23, 2026

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.