Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୁଣି 476 ଟି ରାଜନୈତିକ ଦଳ ନିର୍ବାଚନ କମିଶନ ତାଲିକାରୁ ହଟିବେ, ପକ୍ରିୟା ଆରମ୍ଭ
ବିଶେଷ ଖବର

ପୁଣି 476 ଟି ରାଜନୈତିକ ଦଳ ନିର୍ବାଚନ କମିଶନ ତାଲିକାରୁ ହଟିବେ, ପକ୍ରିୟା ଆରମ୍ଭ

August 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୁଣି 476 ଟି ରାଜନୈତିକ ଦଳ ନିର୍ବାଚନ କମିଶନ ତାଲିକାରୁ ହଟିବେ, ପକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ (ECI) ଦେଶରେ କେତେକ ସ୍ବୀକୃତ ପ୍ରାପ୍ତ ଦଳକୁ ତାଲିକାରୁ ହଟାଇବା ପାଇଁ ପଦକ୍ଷେପ ଆରମ୍ଭ କରିଛି। ଅନେକ ନିର୍ବାଚନ କମିଶନରଙ୍କଠାରୁ ଏକ ରାଜନୈତିକ ଦଳ ଭାବେ ସ୍ବୀକୃତି ନେବା ପରେ ସେମାନେ କେବେ ନିର୍ବାଚନ ଲଢେଇ କରି ନାହାଁନ୍ତି। ଅଥବା କୌଣସି ନିର୍ବାଚନରେ ସେମାନଙ୍କ ଦଳର ପ୍ରାର୍ଥୀ ଛିଡା କରି ନାହାଁନ୍ତି। ସେହିପରି ଅନେକ ଦଳକୁ ନିର୍ବାଚନ କମିଶନର ତାଲିକାରୁ ବାଦ ଦେବା ପାଇଁ ନିଷ୍ପତି ଗ୍ରହଣ କରିଛି।

ସୂଚନା ଅନୁସାରେ ଲଗାତାର ଛଅ ବର୍ଷ ଧରି କୌଣସି ନିର୍ବାଚନ ଲଢ଼ି ନ ଥିବା 476 ପଞ୍ଜିକୃତ ଅଣସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ (RUPP)କୁ ତାଲିକାରୁ ବାହାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।  ECI ଅଗଷ୍ଟ 9, 2025 ରେ 334 ନିଷ୍କ୍ରିୟ RUPP କୁ ତାଲିକାରୁ ବାହାର କରିଥିଲା। ଫଳରେ ତାଲିକାଭୁକ୍ତ RUPP ର ମୋଟ ସଂଖ୍ୟା 2,854 ରୁ 2,520 କୁ ହ୍ରାସ କରିଥିଲା।

ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟରେ ସାରା ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଦଳଗୁଡ଼ିକୁ ଟାର୍ଗେଟ କରାଯାଇଛି। ଜନପ୍ରତିନିଧିତ୍ୱ ଆଇନ, 1951 ର ଧାରା 29A ଅନୁଯାୟୀ, ECI ସହିତ ପଞ୍ଜିକୃତ ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ଚିହ୍ନ ଏବଂ ଟିକସ ଛାଡ଼ ଭଳି ସୁବିଧା ପାଆନ୍ତି। ହେଲେ ସେମାନେ ନିର୍ବାଚନରେ ଅଂଶ ଗ୍ରହଣ କରିବାର ଆବଶ୍ୟକତା ରହିଛି।

ହେଲେ ଦେଶରେ ଏପରି ଦଳ ରହିଛି ଯେଉଁମାନେ ଛଅ ବର୍ଷ ଧରି ନିରନ୍ତର ନିର୍ବାଚନରେ ଅଂଶଗ୍ରହଣ କରି ନାହାଁନ୍ତି।ଫଳରେ ସେହି ଦଳଗୁଡ଼ିକୁ ତାଲିକାରୁ ବାହାର କରାଯିବା ଆବଶ୍ୟକ। ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ସେମାନଙ୍କୁ ଉତ୍ତର ଦେବା ପାଇଁ ସୁଯୋଗ ଦେଇ, ଚିହ୍ନଟ ହୋଇଥିବା RUPP ଗୁଡ଼ିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ECI ସମ୍ପୃକ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କୁ ନିର୍ଦ୍ଦେଶ ଦେଇଛି।

ଏ ନେଇ ଓଡିଶାର ପାଞ୍ଚଟି ରାଜନୈତିକ ଦଳର ପଂଜିକରଣ ବାତିଲ ହେବ ବୋଲି ନୋଟିସ ଜାରୀ କରାଯାଇଛି। ସେଗୁଡିକ ହେଲା ଉତ୍କଳ ଭାରତ, ସୋସିଆଲିଷ୍ଟ ୱାର୍କସ ପାର୍ଟି, ପିପୁଲସ ପାର୍ଟି ଅଫ ଇଣ୍ଡିଆ( ସିକ୍ୟୁଲାର), ଓଡିଶା ସୋସିଆଲିଷ୍ଟ ପାର୍ଟି ଏବଂ ବୀର ଓଡିଆ ପାର୍ଟି। ଏହି ଦଳଗୁଡିକୁ ନୋଟିସ ଜାରୀ କରି କୁହାଯାଇଛି ଯେ, ଆପଣଙ୍କ ଦଳ ବିଗତ ଛଅ ବର୍ଷ ଧରି କୌଣସି ନିର୍ବାଚନରେ ଭାଗ ନେଇ ନାହଁ। ସେଥିପାଇଁ କାହିଁକି ଆପଣ ଦଳର ପଂଜିକରଣ ବାତିଲ ନ କରାଯିବ ତାହାର ପକ୍ଷ ରଖିବା ପାଇଁ କୁହାଯାଇଛି।

ଏହି ନୋଟିସରେ ଆସନ୍ତା 18 ତାରିଖ ସୁଦ୍ଧା ଲିଖିତ ଭାବେ ଜଣାଇବା ପାଇଁ କୁହାଯାଇଛି। ସେହିପରି ଆସନ୍ତା 21 ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜର ପକ୍ଷ ରଖିବା ପାଇଁ ନୋଟିସରେ ତାରିଖ ପ୍ରଦାନ କରାଯାଇଛି। ଏହି ତାରିଖରେ ଭୁବନେଶ୍ବରସ୍ଥିତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଦିନ 11ଟା ବେଳେ ହାଜର ହେବା ପାଇଁ କୁହାଯାଇଛି। ଏହା ମଧ୍ୟ କୁହାଯାଇଛି ଯେ, ଯଦି ଏହି ନିର୍ଦ୍ଧାରିତ ସମୟରେ ହାଜର ନ ହେଲେ ସେମାନଙ୍କ ଦଳର ପଂଜିକରଣ ବାତିଲ କରିଦିଆଯିବ।

eci ନିର୍ବାଚନ କମିଶନ ରାଜନୈତିକ ଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ନୂତନ ଭାବେ ଗଠିତ ଦକ୍ଷିଣ ତଟ ରେଳପଥ ଜୋନ୍‌ ସମ୍ବନ୍ଧରେ ପ୍ରକୃତ ସ୍ଥିତି

April 6, 2026

ବଙ୍ଗୋପସାଗର ଓ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର କଡ଼ା ନଜର

April 6, 2026

ଏପ୍ରିଲ ୬ ତାରିଖ ସୋମବାର ଦିନ ଛଅଟି ରାଶି ପାଇଁ ରହିଛି ଆଶ୍ଚର୍ଯ୍ୟ ଜନକ ଖବର

April 6, 2026

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026
Latest News

ନୂତନ ଭାବେ ଗଠିତ ଦକ୍ଷିଣ ତଟ ରେଳପଥ ଜୋନ୍‌ ସମ୍ବନ୍ଧରେ ପ୍ରକୃତ ସ୍ଥିତି

April 6, 2026

ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତିକୁ କେନ୍ଦ୍ର ମନ୍ତ୍ରୀଙ୍କ ସ୍ଵାଗତ

April 6, 2026

ବଙ୍ଗୋପସାଗର ଓ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର କଡ଼ା ନଜର

April 6, 2026

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ବିପୁଳ ପରିମାଣର ଗଞ୍ଜେଇ ସହ କାର୍ ଜବତ

April 6, 2026

ମା’ ତାରାତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ପ୍ରମୁଖ ସଚିବ

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.