Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏମ୍‌ଏଲଏ ଲ୍ୟାଡ ୱେବ୍ ପୋର୍ଟାଲ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଏଥିରେ କଣ ଅଛି
ବିଶେଷ ଖବର

ଏମ୍‌ଏଲଏ ଲ୍ୟାଡ ୱେବ୍ ପୋର୍ଟାଲ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଏଥିରେ କଣ ଅଛି

August 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏମ୍‌ଏଲଏ ଲ୍ୟାଡ ୱେବ୍ ପୋର୍ଟାଲ
‘ଏମ୍‌ଏଲଏ ଲ୍ୟାଡ ୱେବ୍ ପୋର୍ଟାଲ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଏଥିରେ କଣ ଅଛି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ‘ଏମ.ଏଲ.ଏ ଲ୍ୟାଡ଼’ ଓ ‘ସିଏମ୍-ଏସ୍.ଏ’ ର ସରଳୀକୃତ ଗାଇଡଲାଇନ ଉନ୍ମୋଚିତ କରିବା ସହିତ ଏମ.ଏଲ.ଏ ଲ୍ୟାଡ ୱେବ୍ ପୋର୍ଟାଲର (https://mlalads.odisha.gov.in) ମଧ୍ୟ ଶୁଭାରମ୍ଭ କରିଛନ୍ତି। ଆଜି କ୍ୟାବିନେଟ୍ ବୈଠକ ଆରମ୍ଭ ହେବା ପୂର୍ବରୁ ସମସ୍ତ କ୍ୟାବିନେଟ୍ ସହଯୋଗୀ ମାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏହାକୁ ଉନ୍ମୋଚିତ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ନିର୍ଦ୍ଦେଶାବଳୀର ସରଳୀକରଣ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପରିବର୍ତ୍ତିତ ନିର୍ଦ୍ଦେଶାବଳୀ ସ୍ୱଚ୍ଛ, ସରଳ ଓ ସମୟ ଉପଯୋଗୀ ହୋଇପାରିଛି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ନୂତନ ନିର୍ଦ୍ଦେଶାବଳୀ ପ୍ରଶାସନିକ ପ୍ରକ୍ରିୟାରେ ସରଳତା ଆଣିବା ସହିତ ଜନସାଧାରଣଙ୍କ ପାଇଁ ଅତି ଆବଶ୍ୟକ ଓ ଛୋଟ ଛୋଟ ମୌଳିକ ଭିତ୍ତିଭୂମି ଗୁଡିକୁ ଶୀଘ୍ର ଓ ସ୍ବଚ୍ଛତାର ସହ ସମ୍ପାଦନ କରିବାରେ ସହାୟକ ହେବ ।

ଏହି ନୂଆ ଗାଇଡଲାଇନରେ ବିଭିନ୍ନ କ୍ଷେତ୍ରକୁ ଧ୍ୟାନ ଦିଆଯିବା ସହ ଅତ୍ୟାବଶ୍ୟକ ପ୍ରକଳ୍ପଗୁଡିକୁ ଗ୍ରହଣ କରିବାର ବ୍ୟବସ୍ଥା ଥିବାବେଳେ, ଅନାବଶ୍ୟକ ପ୍ରକଳ୍ପଗୁଡିକୁ ବାଦ୍‍ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏହା ସହିତ ପ୍ରକଳ୍ପର ସୁପାରିଶଠାରୁ ଅନୁମୋଦନ ପ୍ରକ୍ରିୟା ସମାପ୍ତ ହେବା ପର୍ଯ୍ୟନ୍ତ (କାର୍ଯ୍ୟାଦେଶ ପର୍ଯ୍ୟନ୍ତ) ସମୟ ଅବଧି ୩୦ ଦିନ ରଖାଯାଇଛି । ସେହିପରି ସିଏମ-ଏସ.ଏ ଗାଇଡଲାଇନର ମଧ୍ୟ ସରଳୀକରଣ କରାଯାଇଛି । ଏହାଦ୍ୱାରା ପ୍ରକଳ୍ପ ଗୁଡ଼ିକ ତ୍ୱରାନ୍ୱିତ ଭାବେ କାର୍ଯ୍ୟକାରୀ କରାଯାଇପାରିବ ବୋଲି ସେ କହିଥିଲେ।

ଏହି ନୂତନ ‘ଏମ.ଏଲ.ଏ ଲ୍ୟାଡ଼ ୱେବପୋର୍ଟାଲ’ରେ ବିଧାୟକ ମାନଙ୍କ ଦ୍ବାରା ପ୍ରକଳ୍ପ ସୁପାରିଶ, ପ୍ରକଳ୍ପ ଆବଶ୍ୟକତାର ତର୍ଜମା, ଯୋଜନା ଓ ବ୍ୟୟ ଅଟକଳ ପ୍ରସ୍ତୁତି, ପ୍ରକଳ୍ପର ଅନୁମୋଦନ, କାର୍ଯ୍ୟାଦେଶ, ତଦାରଖ, ନିରୀକ୍ଷଣ, ବ୍ୟୟ ଓ କାର୍ଯ୍ୟ ସମ୍ପାଦନ ଆଦି ନିର୍ଦ୍ଧାରିତ ସମୟରେ ସମ୍ପାଦନ କରାଯାଇପାରିବ।

ଏହି ପୋର୍ଟାଲ ମାଧ୍ୟମରେ ମାନ୍ୟବର ବିଧାୟକମାନେ ସେମାନଙ୍କର ନିର୍ବାଚନ ମଣ୍ଡଳୀରେ ସୁପାରିଶ କରିଥିବା ସମସ୍ତ ପ୍ରକଳ୍ପର ବାସ୍ତବ ସ୍ଥିତି ବିଷୟରେ ଅବଗତ ହୋଇପାରିବେ ଓ ଜନସାଧାରଣଙ୍କ ପାଇଁ ଯୋଜନା ସମ୍ୱନ୍ଧୀୟ ସବିଶେଷ ତଥ୍ୟ ଏହି ପୋର୍ଟାଲରେ ଉପଲବ୍ଧ ହେବ । ଏହା ସହିତ ବିଧାନସଭା ଅଞ୍ଚଳର ଜନସାଧାରଣ ମଧ୍ୟ ସେମାନଙ୍କ ବିଧାୟକଙ୍କ ଦ୍ଵାରା ସୁପାରିଶ କରାଯାଇଥିବା ପ୍ରକଳ୍ପଗୁଡିକର ତଥ୍ୟ ଏହି ପୋର୍ଟାଲ ଜରିଆରେ ଅବଗତ ହୋଇପାରିବେ।

ସୂଚନା ଯୋଗ୍ୟ ଯେ, ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଯୋଜନା ୧୯୯୭-୯୮ରୁ ଆରମ୍ଭ ହୋଇ ଜନସାଧାରଣଙ୍କ ଛୋଟ ଛୋଟ କିନ୍ତୁ ନିତ୍ୟାନ୍ତ ଆବଶ୍ୟକୀୟ ଭିତ୍ତିଭୂମି ଗଠନ କରିବାରେ ଏକ ମଜବୁତ୍ ମାଧ୍ୟମ ହୋଇପାରିଛି । ପର୍ଯ୍ୟାୟକ୍ରମେ, ପ୍ରତ୍ୟେକ ବିଧାନସଭା କ୍ଷେତ୍ର ପାଇଁ ଏହି ଅନୁଦାନ ୫ ଲକ୍ଷରୁ ୩ କୋଟି ଟଙ୍କାକୁ ବୃଦ୍ଧି ପାଇ, ୨୦୨୫-୨୬ ଆର୍ଥିକ ବର୍ଷରେ ଏହା ପ୍ରତ୍ୟେକ ବିଧାନସଭା କ୍ଷେତ୍ର ପାଇଁ ୫ କୋଟି ଟଙ୍କା ହିସାବରେ ବ୍ୟୟ ବରାଦ କରାଯାଇଅଛି।

ଏହି ନୂତନ ଗାଇଡଲାଇନ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରସ୍ତୁତ କରାଯାଇଛି । ଏଥିପାଇଁ ବିଧାନସଭା କମିଟି ସଦସ୍ୟ ଓ ମାନ୍ୟବର ବିଧାୟକମାନଙ୍କ ପରାମର୍ଶ ନିଆଯାଇଛି, ପଡୋଶୀ ରାଜ୍ୟ ଗୁଡିକର ‘ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ନିର୍ଦ୍ଦେଶାବଳୀ’ର ଅଧ୍ୟୟନ କରାଯାଇଛି ଏବଂ କ୍ଷେତ୍ରସ୍ତରରେ ଉପୁଜୁଥ‌ିବା ସମସ୍ୟାଗୁଡିକର ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି ।

ଏହି ପ୍ରକ୍ରିୟାରେ ସଂଶ୍ଲିଷ୍ଟ ସମସ୍ତ ମନ୍ତ୍ରୀ, ବିଧାୟକ ଏବଂ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଏହି ନୂତନ ସରଳୀକୃତ ଗାଇଡ ଲାଇନ ଓ ୱେବ୍ ପୋର୍ଟାଲ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଉପସ୍ଥିତ ଥିଲେ।

MLA LAD ବିଧାୟକ ହାତପାଣ୍ଠି ମୋହନ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠୁ ମହିଳା ଟି-୨୦ ବିଶ୍ୱକପ୍: ଅଧୁରା ସ୍ୱପ୍ନ ପୂରଣ କରିପାରିବ କି ଟିମ୍ ଇଣ୍ଡିଆ?

June 12, 2026

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026

ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ବିଜେପି ତରଫରୁ ଦେବାଶିଷଙ୍କୁ ସ୍ବାଗତ

June 12, 2026

ବିଜେପି ସରକାରକୁ ଦୁଇ ବର୍ଷ : ଉପଲବ୍ଧିର ଉତ୍ସବ ନା ଆତ୍ମସମୀକ୍ଷାର ସମୟ

June 12, 2026
Latest News

ଆଜିଠୁ ମହିଳା ଟି-୨୦ ବିଶ୍ୱକପ୍: ଅଧୁରା ସ୍ୱପ୍ନ ପୂରଣ କରିପାରିବ କି ଟିମ୍ ଇଣ୍ଡିଆ?

June 12, 2026

ବକେୟା ଦରମା ଦାବିରେ ଏମ୍ସ ଭୁବନେଶ୍ୱରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ ଧାରଣା

June 12, 2026

ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ କଂଗ୍ରେସ, ମଧ୍ୟପ୍ରଦେଶରେ ବିଜେପିର ନିର୍ବିରୋଧ ବିଜୟ

June 12, 2026

ନିର୍ଦ୍ବନ୍ଦରେ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ବିଜେପି ତରଫରୁ ଦେବାଶିଷଙ୍କୁ ସ୍ବାଗତ

June 12, 2026

ଡିଜେଲ୍, ପେଟ୍ରୋଲ୍ ନା ଇଭି ? 2026ରେ କେଉଁ କାର୍ ଆପଣଙ୍କ ପାଇଁ ସବୁଠାରୁ ଲାଭଦାୟକ?

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.