Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜାତିଗତ ପ୍ରମାଣପତ୍ର ଜାଲିୟାତି ଅଭିଯୋଗ କରି ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଘେରିଲା କଂଗ୍ରେସ
ବିଶେଷ ଖବର

ଜାତିଗତ ପ୍ରମାଣପତ୍ର ଜାଲିୟାତି ଅଭିଯୋଗ କରି ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଘେରିଲା କଂଗ୍ରେସ

August 27, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଜାତିଗତ ପ୍ରମାଣପତ୍ର
ଜାତିଗତ ପ୍ରମାଣପତ୍ର ଜାଲିୟାତି ନେଇ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଘେରିଲା କଂଗ୍ରେସ

ଭୁବନେଶ୍ୱର: ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଜାତିଗତ ପ୍ରମାଣ ପତ୍ର ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ। ମନ୍ତ୍ରୀ ଜାଲିୟାତି କରି ଜାତିଗତ ପ୍ରମାଣ ପତ୍ର ହାସଲ କରି ନିର୍ବାଚନ ଲଢିଛନ୍ତି ବୋଲି କଂଗ୍ରେସ ଦାବୀ କରିଛି। ଆଜି ଭୁବନେଶ୍ୱର ସ୍ଥିତ ପ୍ରଦେଶ କଂଗ୍ରେସ ଭବନଠାରେ  ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଦଳ ପକ୍ଷରୁ ମନ୍ତ୍ରୀଙ୍କ ଜାଲିଆତିକୁ ନେଇ ଖୋଲାସା କରାଯାଇଛି।

ବରିଷ୍ଠ ନେତା ଶିବାନନ୍ଦ ରାୟ, ପିସିସି ମୁଖପାତ୍ର ଅଭିଷେକ୍ ମହାନନ୍ଦ, ମୁଖପାତ୍ର ନିଶିକାନ୍ତ ମିଶ୍ର ଏବଂ ବିଭୁତି ମହାପାତ୍ର ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଜାଲିଆତିର ବିଭିନ୍ନ ତଥ୍ୟପ୍ରମାଣ ଉପସ୍ଥାପନ କରିଥିଲେ। ମୁଖପାତ୍ର ଅଭିଷେକ୍ ମହାନନ୍ଦ କହିଥିଲେ, ମନ୍ତ୍ରୀ ମୁକେଶ ମହାଲିଙ୍ଗ ପୂର୍ବରୁ ଜାଲ ଜାତି ପ୍ରମାଣପତ୍ର ଦେଇ ପାଠ ପଢିବା ସହ ସରକାରୀ ଚାକିରି କରିବା ଆଦି ଅନ୍ୟାନ୍ୟ ସରକାରୀ ସୁବିଧା ହାସଲ କରିଛନ୍ତି। ମନ୍ତ୍ରୀଙ୍କ ଏହି ଜାଲିଆତିକୁ ନେଇ ଅନେକ ଦିନ ତଳୁ ପାଟଣାଗଡ଼ର ଡିଙ୍ଗର କୁମ୍ଭାର ନାମକ ଜଣେ ଆଇନଜୀବି ତଥା ସମାଜସେବୀ କୋର୍ଟଙ୍କୁ ଅବଗତ କରାଇଥିଲେ।

ଶ୍ରୀ ମହାନନ୍ଦ କହିଛନ୍ତି, ବାରମ୍ବାର ଅଭିଯୋଗ ହେଲେ ସୁଦ୍ଧା ଭାଜପା ସରକାର ,ମନ୍ତ୍ରୀଙ୍କ ଜାଲିଆତି ଉପରେ କାର୍ଯ୍ୟାନୁଷ୍ଠାନ ନ ନେବାରୁ ପୁର୍ନବାର ସମାଜସେବୀ ଡିଙ୍ଗର କୁମ୍ଭାର ପଦମପୁର ଥାନାରେ ମନ୍ତ୍ରୀଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ଥାନା ଆଇଆଇସି କେଶ୍ ଟିକୁ ରୁଜୁ କରି ନ ଥିଲେ। ପରେ ଏନେଇ ଏକ ମାମଲା ହାଇକୋର୍ଟରେ ଅଭିଯୋଗ କରି ଆବେଦନ କରିବା ପରେ ହାଇକୋର୍ଟ ପଦମପୁର ଏସଡିଜେଏମ୍ କୋର୍ଟକୁ ମାମଲାର ବିଚାର ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ପଦମପୁର ଏସଡିଜେଏମ୍ କୋର୍ଟ ମନ୍ତ୍ରୀଙ୍କ ବିରୁଦ୍ଧରେ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ପାଇଲା ପରେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ୍। ମନ୍ତ୍ରୀଙ୍କ ଜାଲିଆତିର ଯଥେଷ୍ଟ ପ୍ରମାଣ ଥିଲେ ସୁଦ୍ଧା ପୋଲିସ କାହିଁକି ଏତଲା ରୁଜୁ କରୁନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି। କୋର୍ଟ କହିଛି ଏଫଆଇଆର ରୁଜୁ କର ଆଉ ଏପଟେ ପୋଲିସ ନୀରବ। ଏସଡିଜେଏମ୍ କୋର୍ଟଙ୍କ ଆଦେଶ କୁ କେଉଁ ସାହସରେ ପୋଲିସ ଅବମାନନା କରୁଛି ? କାହା ଚାପରେ ରହୁଛି ପୋଲିସ ? ଏଠି ମନ୍ତ୍ରୀ ମୁକେଶଙ୍କ ପ୍ରଭାବ କାମ କରୁଛି କି  ବୋଲି କଂଗ୍ରେସ ନେତା ପ୍ରଶ୍ନ କରିଛନ୍ତି।

ଗୋଟିଏ ପଟେ କେନ୍ଦ୍ର ସରକାର ଦାଗୀ ନେତାଙ୍କ ପାଇଁ ଆଇନ ଆଣୁଛନ୍ତି । ଜାଲିଆତି ଧରାପଡିଲେ ଏପରିକି ପ୍ରଧାନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ ବି ଏଥିରୁ ବାଦ୍ ପଡିବେନି ବୋଲି କହୁଥିବା ବେଳେ ମନ୍ତ୍ରୀ ମୁକେଶଙ୍କ ବେଳେ ସରକାର ଚୁପ୍ କାହିଁକି ବୋଲି କଂଗ୍ରେସ ନେତା ଅଭିଶଷକ୍ କହିଛନ୍ତି । ପୁର୍ବରୁ ଭାଜପା ଭୋଟ ଚୋରି କରୁଥିବା ଅଭିଯୋଗ ହେଉଥିଲା ବେଳେ ଏବେ ଦଳ ଜାତି ଚୋରି ଭଳି ଚଂଚକତାରେ ବ୍ୟସ୍ତ ବୋଲି ସେ କହିଛନ୍ତି । କୋର୍ଟଙ୍କ ଆଦେଶ ଅନୁଯାୟୀ ମନ୍ତ୍ରୀଙ୍କ ବିରୁଦ୍ଧରେ ତୁରନ୍ତ ଏଫଆଇଆର ରୁଜୁ କରିବା ସହିତ ନ୍ୟାୟାଳୟଙ୍କ ନିରୀକ୍ଷଣରେ ନିରପେକ୍ଷ ତଦନ୍ତ ହେବା ସହିତ ତଦନ୍ତକୁ ପ୍ରଭାବମୁକ୍ତ କରିବା ପାଇଁ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ତାଙ୍କ ପଦରୁ ହଟାଇବା ପାଇଁ ଆଜି କଂଗ୍ରେସ ମୁଖପାତ୍ର ଦାବୀ କରିଛନ୍ତି ।

ବରିଷ୍ଠ ଆଇନଜୀବି ତଥା ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ ଏସଡିଜେଏମ କୋର୍ଟ ନିର୍ଦେଶ ଦେଲାପରେ ମଧ୍ୟ ଥାନା ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି । ଏହା ସିଧାସଳଖ କୋର୍ଟଙ୍କ ନିର୍ଦେଶ ଅବମାନନା ଅଟେ । ଗୋଟିଏ ପଟେ କେନ୍ଦ୍ର ବିଜେପି ସରକାର ଅପରାଧିକ ମାମଲାରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଆଦି ପଦବୀ ହରାଇବେ ବୋଲି ଲୋକସଭାରେ ବିଲ ଆଗତ କରିଥିବାବେଳେ ଅନ୍ୟ ପଟେ ଓଡ଼ିଶାରେ ତାଙ୍କ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନାମରେ ଜାତି ପ୍ରମାଣପତ୍ର ଜାଲିଆତି ମାମଲା ପ୍ରମାଣ ସହିତ ଜଣା ପଡିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ସେ ପ୍ରଶ୍ନ ପଚାରିଛନ୍ତି ।

ଆଇନଜୀବୀ ତଥା ଅନ୍ୟତମ ମୁଖପାତ୍ର ନିଶିକାନ୍ତ ମିଶ୍ର ଏହି ମାମଲାର ଆଇନଗତ ଦିଗ ତର୍ଜମା କରି କହିଛନ୍ତି ଯେ ସରକାର କେବଳ ନିରୀହ ଜନତାଙ୍କ ଉପରେ ଆଇନ କାନୁନ ଭୟ ଦେଖାଇ ମୁହଁ ବନ୍ଦ କରିବା ଜାଣିଛି କିନ୍ତୁ କ୍ଷମତାରେ ଥିବା ଲୋକଙ୍କ ଉପରେ ଆଇନ କାମ କରୁନି । ଏଭଳି ହେଲେ ସମାଜରେ ଅରାଜକତା ନିଶ୍ଚୟ ବ୍ୟାପିବ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ତଦନ୍ତରେ ସ୍ୱଚ୍ଛତା ଆସିବା ପାଇଁ ନୈତିକତା ଦୃଷିରୁ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ନଚେତ୍ ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରନ୍ତୁ ବୋଲି ସେ ଦାବି କରିଛନ୍ତି।

Congress କଂଗ୍ରେସ କଂଗ୍ରେସେ ଜାତିଗତ ପ୍ରମାଣପତ୍ର ମନ୍ତ୍ରୀ ମୁକେଶ ମହାଲିଙ୍ଗ
Share. Facebook Twitter LinkedIn Email WhatsApp Copy Link

Related Posts

+2 Result Date: ଦିନକ ପରେ ବାହାରିବ ଯୁକ୍ତ ଦୁଇ ପରୀକ୍ଷା ଫଳ, ମନ୍ତ୍ରୀ କଲେ ଘୋଷଣା

May 18, 2026

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026

ଜଗମରା ଫୁଡ କୋର୍ଟରେ ଅଗ୍ନିକାଣ୍ଡ

May 18, 2026

କାର ଧକ୍କାରେ ଜଣେ ସାଙ୍ଗ ମୃତ ଆଉ ଜଣେ ଗୁରୁତର

May 18, 2026
Latest News

+2 Result Date: ଦିନକ ପରେ ବାହାରିବ ଯୁକ୍ତ ଦୁଇ ପରୀକ୍ଷା ଫଳ, ମନ୍ତ୍ରୀ କଲେ ଘୋଷଣା

May 18, 2026

ଦ୍ରୁତଗାମୀ ଟ୍ରକ୍ ଏବଂ ଟାଟା ମ୍ୟାଜିକ୍ ଭ୍ୟାନ ମୁହାଁମୁହିଁ ଧକ୍କା : ୯ ମୃତ

May 18, 2026

ତେଲ ନେଲା ଜୀବନ

May 18, 2026

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.