Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦେବଗଡ଼ରେ ଗଣେଶ ପୂଜା ମଣ୍ଡପ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ବିଶେଷ ଖବର

ଦେବଗଡ଼ରେ ଗଣେଶ ପୂଜା ମଣ୍ଡପ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

August 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦେବଗଡ଼ରେ ଗଣେଶ ପୂଜା
ଦେବଗଡ଼ରେ ଗଣେଶ ପୂଜା ମଣ୍ଡପ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଗଣେଶ ପୂଜା ସାମାଜିକ, ଧାର୍ମିକ ଓ ସାଂସ୍କୃତିକ ସମନ୍ୱୟର ପ୍ରତୀକ ବୋଲି ବୁଧବାର ଦେବଗଡ଼ର ବିଭିନ୍ନ ସ୍ଥାନରେ ଆୟୋଜିତ ଗଣେଶ ପୂଜାରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଦେବଗଡ଼ରେ ଜିଲ୍ଲା ବ୍ୟବସାୟୀ ସଂଘ ପକ୍ଷରୁ ଆୟୋଜିତ ୭୬ ତମ ସାର୍ବଜନୀନ ଗଣେଶ ମେଳାରେ ସାମିଲ ହେବା ସହ ବିଭିନ୍ନ ପୂଜା ମଣ୍ଡପ ବୁଲି ଦର୍ଶନ କରିଛନ୍ତି। ‘ଶ୍ରୀ ଗଣେଶ ଚତୁର୍ଥୀ’ର ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଗଣେଶ ପୂଜା ସାମାଜିକ ଐକ୍ୟ ଓ ସାମୟିକ ପ୍ରଗତିର ବିଶେଷ ଆକର୍ଷଣ । ଦେବଗଡ଼ରେ ଗଣେଶ ପୂଜାକୁ ନେଇ ଲୋକମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ଓ ଉତ୍ସାହ ଅଛି ।

ସବୁଠି ଅଧ୍ୟାତ୍ମିକ ବାତାବରଣ ତିଆରି ହୋଇଛି। ଶ୍ରୀଗଣେଶ ପୂଜାର ପରମ୍ପରାକୁ ଆକର୍ଷଣୀୟ ଭାବେ ଲମ୍ବା ସମୟ ଧରି ଆୟୋଜନ ହୋଇ ଆସୁଥିବାରୁ ଶ୍ରୀ ପ୍ରଧାନ ସମସ୍ତ ପୂଜା କମିଟିର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଘ୍ନହର୍ତା ଭଗବାନ ଶ୍ରୀଗଣେଶଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଖୁସି ଓ ଉଲ୍ଲାସ ଓ ସମୃଦ୍ଧି ଆଣିଦେବା ନେଇ ସେ ପ୍ରାର୍ଥନା କରିଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ ୧୯୩୬ ମସିହା ଏପ୍ରିଲ ମାସ ପହିଲାରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିଥିଲା । ଏହାକୁ ରୂପ ଦେବାରେ ଦିଗରେ ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବଙ୍କ ଅବଦାନ ଚିର ସ୍ମରଣୀୟ। ଏହା ତାଙ୍କର ପ୍ରଗତିଶୀଳ ଦୂରଦୃଷ୍ଟି ନେତୃତ୍ୱର ପ୍ରତିଫଳନ। ଓଡ଼ିଆ ସାହିତ୍ୟରେ ତାଙ୍କର ପ୍ରତ୍ୟକ୍ଷ ଦିଗଦର୍ଶନ କାରଣରୁ ଓଡ଼ିଶାର ମର୍ଯ୍ୟାଦା ବୃଦ୍ଧି ପାଇଥିଲା ।

ଦେବଗଡ଼ରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିକୁ ନେଇ ସମସ୍ତଙ୍କ ଉଦ୍ୟମରେ ଏକ ମ୍ୟୁଜିୟମ କରିବା। ଏହା ସହ ଜିଲ୍ଲାରେ ଅନେକ ପୁରାତନ ମନ୍ଦିର ଅଛି। ଦେବଗଡ଼ରେ ସାଂସ୍କୃତିକ ଓ ପର୍ଯ୍ୟଟନ ବିକାଶକୁ ଆଗେଇ ନେବା ଦିଗରେ ସେହି ସବୁ ମନ୍ଦିରର ବିକାଶ କରିବା ଉପରେ ଦୃଷ୍ଟି ଦେବା ଦିଗରେ ଶ୍ରୀ ପ୍ରଧାନ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

dharmendrapradhan କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେବଗଡ଼ରେ ଗଣେଶ ପୂଜା ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଶୁଭ ମୂହୁର୍ତ୍ତରେ ବିସର୍ଜନ କଲେ ମିଳିବ ବପ୍ପାଙ୍କ ଆଶୀର୍ବାଦ!: ଜାଣନ୍ତୁ ତାରିଖ ଓ ସମୟ

August 28, 2025

୧୧ ବର୍ଷ ମଧ୍ୟରେ ଜନଧନ ଖାତାରେ ମୋଟ ଜମା ରାଶି ୨.୬୮ ଲକ୍ଷ କୋଟି: କେନ୍ଦ୍ର ଅର୍ଥମନ୍ତ୍ରୀ

August 28, 2025

ନୂଆଁଖାଇ ପର୍ବର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

August 28, 2025

ଛତ୍ରପୁର ନିକଟସ୍ଥ ସମୁଦ୍ରରେ ଡଙ୍ଗା ଓଲଟି ଜଣେ ନିଖୋଜ, ୬ ଉଦ୍ଧାର

August 28, 2025
Latest News

ଉଚ୍ଚ ଶୁଳ୍କର ଆଘାତ ମଧ୍ୟରେ ଭାରତ ପାଇଁ ଆଶ୍ୱସ୍ତି, ଆଶ୍ଚର୍ଯ୍ୟ ହେବେ ଟ୍ରମ୍ପ

August 28, 2025

ଶୁଭ ମୂହୁର୍ତ୍ତରେ ବିସର୍ଜନ କଲେ ମିଳିବ ବପ୍ପାଙ୍କ ଆଶୀର୍ବାଦ!: ଜାଣନ୍ତୁ ତାରିଖ ଓ ସମୟ

August 28, 2025

ପୁଣି ଭାରତକୁ ଚେତାବନୀ ଦେଲେ ଟ୍ରମ୍ଫଙ୍କ ପରାମର୍ଶଦାତା, ଜାଣନ୍ତୁ କ’ଣ କହିଲେ?

August 28, 2025

୧୧ ବର୍ଷ ମଧ୍ୟରେ ଜନଧନ ଖାତାରେ ମୋଟ ଜମା ରାଶି ୨.୬୮ ଲକ୍ଷ କୋଟି: କେନ୍ଦ୍ର ଅର୍ଥମନ୍ତ୍ରୀ

August 28, 2025

ବିଶ୍ୱ ଚାମ୍ପିଅନସିପ: ଚମତ୍କାର ପ୍ରତ୍ୟାବର୍ତ୍ତନ କରି ପ୍ରି-କ୍ୱାର୍ଟରଫାଇନାଲରେ ପହଞ୍ଚିଲେ ପିଭି ସିନ୍ଧୁ

August 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.