Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦୀକ୍ଷା ୨.୦’ ସମେତ ବିଭିନ୍ନ ଶିକ୍ଷାଗତ ପଦକ୍ଷେପ ଉଦଘାଟନ ଏବଂ ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ବିଶେଷ ଖବର

ଦୀକ୍ଷା ୨.୦’ ସମେତ ବିଭିନ୍ନ ଶିକ୍ଷାଗତ ପଦକ୍ଷେପ ଉଦଘାଟନ ଏବଂ ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

September 1, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଦୀକ୍ଷା ୨.୦’
ଦୀକ୍ଷା ୨.୦’ ସମେତ ବିଭିନ୍ନ ଶିକ୍ଷାଗତ ପଦକ୍ଷେପ ଉଦଘାଟନ ଏବଂ ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଏନସିଇଆରଟି ଦେଶର ଶିକ୍ଷାଗତ ଦୃଶ୍ୟପଟ୍ଟର ଏକ ମୂଜଭୂତ୍ ସ୍ତମ୍ଭ । ପ୍ରତିବଦ୍ଧତା ଏବଂ ସମର୍ପଣ ସହିତ ଲମ୍ବା ସମୟ ଧରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ କରିବାରେ ଏନସିଇଆରଟିର ବଡ ଯୋଗଦାନ ରହିଛି ସୋମବାର ନୂଆଦିଲ୍ଲୀ ଠାରେ ଏନସିଇଆରଟିର ୬୫ତମ ପ୍ରତିଷ୍ଠା ଦିବସରେ ଯୋଗଦେବା ଅବସରରେ ଉଦବୋଧନ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ଶ୍ରୀ ପ୍ରଧାନ ‘ଦୀକ୍ଷା ୨.୦’ ସମେତ ବିଭିନ୍ନ ଶିକ୍ଷାଗତ ପଦକ୍ଷେପ ଗୁଡ଼ିକର ଉଦଘାଟନ ଏବଂ ଶୁଭାରମ୍ଭ କରିଥିଲେ। ଆଧୁନିକ ଓଡ଼ିଶାର ବିକାଶ ପାଇଁ ଅବଦାନ ଦେଇଥିବା ଏବଂ ଜାତୀୟ ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ଓଡ଼ିଶାର ୧୦୦ ଜଣ ମହାନ ବ୍ୟକ୍ତିତ୍ୱଙ୍କ ଜୀବନ ଏବଂ ଅବଦାନ ସମ୍ବଳିତ ଏକ ପୁସ୍ତକ ‘ଉତ୍କଳ ଜନନୀଙ୍କର ସୁଯୋଗ୍ୟ ସନ୍ତାନ’ ଉନ୍ମୋଚନ କରିଥିଲେ ଶ୍ରୀ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଗତ ୬୪ ବର୍ଷ ମଧ୍ୟରେ ରାଷ୍ଟ୍ର ଗଠନରେ ଏନସିଇଆରଟିର ଅବଦାନ ଉପରେ ଆଲୋକପାତ କରିଥିଲେ।

ଗତ ତିନି ବର୍ଷ ମଧ୍ୟରେ ଏନସିଇଆରଟି ଦ୍ୱାରା ବିକଶିତ ନୂତନ ପାଠ୍ୟକ୍ରମ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ନୂତନ ପାଠ୍ୟପୁସ୍ତକ ଏବଂ ଅନ୍ୟାନ୍ୟ ଶିକ୍ଷାଦାନ ସାମଗ୍ରୀ, ବିଶେଷତଃ ଯାଦୁଇ ପିଟାରାର ପ୍ରଶଂସା କରିଥିଲେ ଶ୍ରୀ ପ୍ରଧାନ। ଏନସିଇଆରଟିକୁ ଭାରତୀୟ ଭାଷାରେ ଶିକ୍ଷା, ଗୁଣାତ୍ମକ ଡିଜିଟାଲ୍ ବିଷୟବସ୍ତୁର ବିକାଶ , ବିଜ୍ଞାନ ଏବଂ ଗଣିତରେ ଶିକ୍ଷା ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ। ଏନସିଇଆରଟିକୁ ଏକ ଗବେଷଣା ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଦ୍ୱାରା ଦେଶର ଶିକ୍ଷା କ୍ଷେତ୍ର ଅତ୍ୟନ୍ତ ଲାଭବାନ ହେବ ଏବଂ ଶିକ୍ଷାଗତ ଗବେଷଣାରେ ଏନସିଇଆରଟିକୁ ବିଶ୍ୱସ୍ତରୀୟ ଲିଡର ହେବାରେ ସାହାଯ୍ୟ କରିବ।

ଶ୍ରୀ ପ୍ରଧାନ କହିଛନ୍ତି ଆମ ଦେଶର ଶିକ୍ଷା ବ୍ୟବସ୍ଥାର କେନ୍ଦ୍ରବିନ୍ଦୁରେ ଏକ ପ୍ରତୀକାତ୍ମକ ଅନୁଷ୍ଠାନ ହେଉଛି ଏନସିଇଆରଟି। ଏହା କେବଳ ଏକ ପ୍ରତିଷ୍ଠାନ ନୁହେଁ ବରଂ ଏହା ଏକ ‘ଜ୍ଞାନ-କୁମ୍ଭ’। ପ୍ରତିଷ୍ଠା ଦିନଠାରୁ ଏହା ଶିକ୍ଷା ମାଧ୍ୟମରେ ବିଶେଷ ଭାବରେ ରାଷ୍ଟ୍ର ନିର୍ମାଣରେ ଏକ ଦୀର୍ଘ ଦୂରତା ଅତିକ୍ରମ କରିଛି। ଶ୍ରୀ ପ୍ରଧାନ ଏନସିଇଆରଟିକୁ ନୂଆ ଅବତାର ଭାବରେ ଅବତୀର୍ଣ୍ଣ ହେବା ତଥା ସଂସ୍କାର-ମୁଖୀ, ଟେକ୍ନୋଲୋଜି-ଚାଳିତ ଏବଂ ବିଶ୍ୱର ବେଷ୍ଟ୍ ପ୍ରାକ୍ଟିସ୍ ଉପରେ ଧ୍ୟାନ ଦେଇ ଏକ ପରିବର୍ତ୍ତନକାରୀ ନେତୃତ୍ୱ ହେବା ପାଇଁ ସେ ପରାମର୍ଶ ଦେଇଥିଲେ।

ସେ ଆହୁରି କହିଛନ୍ତି ଯେ ଆମକୁ ୨୦୪୭ ସୁଦ୍ଧା ଏକ ସମୃଦ୍ଧ ଭାରତ ଗଠନ କରିବାକୁ ପଡିବ । ସମୃଦ୍ଧ ଭାରତର ଲକ୍ଷ୍ୟ ସେତେବେଳେ ସାକାର ହେବ ଯେତେବେଳେ ଆମେ ଆମର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମାଲୋଚନାମୂଳକ ଏବଂ ସୃଜନଶୀଳ ଚିନ୍ତାଧାରା ବିକଶିତ କରିବା। ‘ଅମୃତ ପିଢି’ରେ ଏନସିଇଆରଟିକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରିଟିକାଲ ଥିଙ୍କିଂ ବିକଶିତ କରିବା ପାଇଁ ବହୁଭାଷୀ ଶିକ୍ଷାକୁ ପ୍ରୋତ୍ସାହିତ କରିବାକୁ ପଡିବ। ଜ୍ଞାନକୁ ଦକ୍ଷତାରେ ପରିଣତ କରିବାର ଉପାୟ ମଧ୍ୟ ବାହାର କରିବାକୁ ପଡିବ। ଏନସିଇଆରଟି ଶିକ୍ଷାଗତ ସଂସ୍କାର ଆଣିବା ସହ ଶିକ୍ଷାଦାନ ଏବଂ ଶିକ୍ଷଣରେ ଏକ ଆଦର୍ଶ ପରିବର୍ତ୍ତନ ଆଣିବ। ସମୃଦ୍ଧ ଭାରତର ଲକ୍ଷ୍ୟକୁ ସାକାର କରିବାରେ ଏନସିଇଆରଟି ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ପ୍ରଯୁକ୍ତିବିଦ୍ୟା-ଚାଳିତ ଶିକ୍ଷାଦାନ ଉପରେ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିବା ସହ ‘ଦୀକ୍ଷା ୨.୦’ ଉପରେ କହିଥିଲେ ଯେ ଏହା ଏକ ଅପଗ୍ରେଡେଡ୍ ଡିଜିଟାଲ ପ୍ଲାଟଫର୍ମ, ଯାହା ପ୍ରତିକ୍ରିୟାଶୀଳ ଏବଂ ବହୁବିଧ ଡିଭାଇସ୍ ସହିତ ସୁସଙ୍ଗତ । ଏହା ଏହା ଷ୍ଟକଚର୍ଡ ଲେସନ ତଥା ସଂରଚିତ ପାଠ, ଅନୁକୂଳିତ ମୂଲ୍ୟାଙ୍କନ, ଏବଂ ଏଆଇ-ଚାଳିତ ଉପକରଣ ଯଥା ରିଡ୍ ଆଲାଉଡ୍ ଏବଂ ୧୨ଟି ଭାରତୀୟ ଭାଷାରେ ଟେକ୍ସଟ ଫାଇଲ୍ ଅନୁବାଦ ପ୍ରଦାନ କରିବ । ଦୀକ୍ଷା ଦ୍ୱାରା ଉପକୃତ ହେଉଥିବା ଛାତ୍ରଛାତ୍ରୀଙ୍କ ସହ ଶ୍ରୀ ପ୍ରଧାନ ଆଲୋଚନା ମଧ୍ୟ କରିଥିଲେ ।

ଏହି ଅବସରରେ ଶିକ୍ଷା ମନ୍ତ୍ରୀ ଏନସିଇଆରଟି କ୍ୟାମ୍ପସର ନବନିର୍ମିତ ପ୍ରବେଶ ଦ୍ୱାର କମ୍ପ୍ଲେକ୍ସ, ହିନ୍ଦୀ, ସଂସ୍କୃତ, ହୋ-ହିନ୍ଦୀ ଏବଂ କୋୟା ଭଳି ୪ଟି ଭାଷାରେ ପ୍ରାଇମର ପୁସ୍ତକ, ପିଏମଇ ବିଦ୍ୟା ମୋବାଇଲ୍ ଆପ୍ଲିକେସନ୍,  ବାଲବାଟିକା ପାଇଁ ପିଏମ ଇବିଦ୍ୟା ଡିଟିଏଚ ଟିଭି ଚ୍ୟାନେଲ୍ ନମ୍ବର ୩୫,ଚାରୋଟି ଡିଏମ ସ୍କୁଲରେ ଭର୍ଚୁଆଲ୍ ରିଆଲିଟି ଲ୍ୟାବ୍, ପ୍ରଶସ୍ତ ୨.୦, କିତାବ୍ ଏକ ପଢେ ଆଦି ଅନେକ ଉପକ୍ରମ ଶୁଭାରମ୍ଭ କରିଥିଲେ।

ପ୍ରତିଷ୍ଠା ଦିବସରେ ଶିକ୍ଷା ମନ୍ତ୍ରଣାଳୟର ସଚିବ ସଞ୍ଜୟ କୁମାର, ଭାରତୀୟ ଭାଷା ସମିତିର ଅଧ୍ୟକ୍ଷ ଶ୍ରୀ ଚାମୁ କୃଷ୍ଣ ଶାସ୍ତ୍ରୀ,ଏନସିଇଆରଟିର ନିର୍ଦ୍ଦେଶକ ପ୍ରଫେସର ଦିନେଶ ପ୍ରସାଦ ସକଲାନି, ୟୁଜିସିର ଅଧ୍ୟକ୍ଷ ପ୍ରଫେସର ଏମ୍. ଜଗଦେଶ କୁମାର, ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଏସ. ସୋମନାଥ ଏବଂ ଏନସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର, ଶିକ୍ଷା ମନ୍ତ୍ରଣାଳୟ ଏବଂ ଏନସିଇଆରଟିର ବରିଷ୍ଠ ଅଧିକାରୀମାନଙ୍କ ସହିତ ଉପସ୍ଥିତ ଥିଲେ।

DharmendraPrdhan ଉତ୍କଳ ଜନନୀଙ୍କର ସୁଯୋଗ୍ୟ ସନ୍ତାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୀକ୍ଷା ୨.୦’ ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026
Latest News

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026

ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ବିଜୟୀ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.