Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନିର୍ଭୟା ଭାରତମାତାର ଝିଅ ଥିଲା, ହେଲେ ଉନ୍ନାଓ ପୀଡ଼ିତା କାହାର ଝିଅ ? ଭାରତମାତା ଆଜି ନୀରବ କାହିଁକି ?
ବିଶେଷ ଖବର

ନିର୍ଭୟା ଭାରତମାତାର ଝିଅ ଥିଲା, ହେଲେ ଉନ୍ନାଓ ପୀଡ଼ିତା କାହାର ଝିଅ ? ଭାରତମାତା ଆଜି ନୀରବ କାହିଁକି ?

August 1, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
Congress workers on fast to mark their a protest in GPO in Lucknow on Wednesday demanding justice to Unnao rape survivo.
Congress workers on fast to mark their a protest in GPO in Lucknow on Wednesday demanding justice to Unnao rape survivo.

କେଦାର ମିଶ୍ର 

୧୬, ଡିସେମ୍ବର, ୨୦୧୨, ଏ ତାରିଖ ଟା ମନେ ଅଛି ? ନା, ଆମ ଭାରତୀୟ ମାନଙ୍କର ସ୍ମୃତିଶକ୍ତି ବଡ ଦୁର୍ବଳ।  ଆମେ ବଡ ସହଜରେ ବଡ ବଡ କଥା ଭୁଲିଯାଉ। ଆପଣଙ୍କୁ ମନେ ପକେଇଦେଉଛି, ସେଦିନ ଦିଲ୍ଲୀର କୁଖ୍ୟାତ ନିର୍ଭୟା ଘଟଣା ଘଟିଥିଲା। ଏକ ଚଳନ୍ତି ବସରେ ଡାକ୍ତରୀ ଛାତ୍ରୀ ଜ୍ୟୋତି ସିଂଙ୍କୁ ଅତ୍ୟନ୍ତ ନିର୍ଦ୍ଦୟ ଭାବରେ ଧର୍ଷଣ ଓ ହତ୍ୟା କରାଯାଇଥିଲା। ଏହି ଘଟଣାର ପ୍ରତିବାଦରେ ତା ପରଦିନ ସାରାଦେଶ ରାସ୍ତାକୁ ଓହ୍ଲାଇ ଆସିଥିଲା। ଦିଲ୍ଲୀର ଇଣ୍ଡିଆ ଗେଟ ରେ ହଜାର ହଜାର ନାଗରିକ ରାତି ରାତି ଅନିଦ୍ରା ରହି ଏକ ଜନ ଆନ୍ଦୋଳନ ଆରମ୍ଭ କରିଥିଲେ।ଏହି ଆନ୍ଦୋଳନର ମୁଖିଆ ବୋଲାଉଥିବା ପୂର୍ବତନ ଭାରତୀୟ ସେନାବାହିନୀର ମୁଖ୍ୟ ଜେନେରାଲ ଭି.କେ.ସିଂ ଓ ବାବା ରାମଦେବ ସରକାରକୁ ସେତେବେଳେ ହଲାପଟା କରି ପକାଇଥିଲେ।

ସରକାର ତତ୍ପରତାର ସହିତ ସେତେବେଳର ସବୁ ଅପରାଧୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରିଥିଲେ। ପୀଡ଼ିତାଙ୍କୁ ସବୁଠୁ ବେଶୀ ସହାୟତାର ହାତ ବଢାଇ ତାଙ୍କ ଜୀବନ ବଞ୍ଚାଇବାକୁ ପ୍ରବଳ ପ୍ରୟାସ ହୋଇଥିଲା। ସେତେବେଳେ ଏହି ଘଟଣା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ କମ ହୀନସ୍ତା ହେବାକୁ ପଡିନାହିଁ। ଆଜି ଶ୍ରୀମତି ଶୀଲା ଦୀକ୍ଷିତ ଚାଲି ଗଲେଣି। ସେଦିନ ଇଣ୍ଡିଆ ଗେଟରେ ବିକ୍ଷୋଭକାରୀମାନେ ଲୋକଙ୍କ ସହ କଥା ହେବାକୁ ଆସିଥିବା ଶ୍ରୀମତି ଦୀକ୍ଷିତଙ୍କୁ ଭୟଙ୍କର ଭାବରେ ଅପମାନିତ କରିଥିଲେ। ସେହି ଘଟଣାରେ ପୀଡ଼ିତାଙ୍କୁ ବଞ୍ଚାଇ ହେଲାନାହିଁ, କିନ୍ତୁ ଦୋଷୀମାନେ ଦଣ୍ଡିତ ହେଲେ। ଜଣେ ଦୋଷୀ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲା। ଜଷ୍ଟିସ ବର୍ମା କମିଟି ଗଠିତ ହୋଇ ଧର୍ଷଣ ଭଳି ଘଟଣାରେ ଆଇନ ବଦଳାଇବାର ପ୍ରୟାସ ଆରମ୍ଭ ହେଲା। ତେବେ ସେତେବେଳେ କଂଗ୍ରେସ ସରକାର ଥିଲା।

ଆଜି ର ସମୟ ଅଲଗା। ଆଜି ଧର୍ଷଣ ଓ ହତ୍ୟା ର ଅଭିଯୋଗ ଆସିଲେ ଆଉ ପ୍ରତିବାଦ ହେଉନାହିଁ। ବରଂ ପଚରାଯାଉଛି, ଧର୍ଷିତାର ଧର୍ମ କଣ? କାଠୁଆ ରେ ଆସିଫା ନାମ୍ନୀ ଛୋଟ ଝିଅଟିକୁ ଧର୍ଷଣ ଓ ହତ୍ୟା କରିଥିବା ଅପରାଧୀମାନଙ୍କ ସପକ୍ଷରେ ସେଠିକାର ବାର କାଉନ୍ସିଲ ଯେଉଁ ପ୍ରକାର ଆନ୍ଦୋଳନ କରିଥିଲା ଓ ସେଥିରେ ବିଜେପିର ବିଧାୟକ ଓ ମନ୍ତ୍ରୀମାନେ ସାମିଲ ହୋଇଥିଲେ, ତାହା ଆମ ଦେଶର ଇତିହାସରେ ସବୁଠୁ ବଡ କଳଙ୍କ। ସଂଘ ପରିବାରର ବୁଦ୍ଧିଜୀବୀମାନେ ସେତେବେଳେ କାଠୁଆର ଧର୍ଷଣକାରୀଙ୍କ ସପକ୍ଷରେ ଖୋଲାଖୋଲି ଠିଆ ହୋଇଥିଲେ। ପରବର୍ତ୍ତୀ ସମୟରେ ଯେତେବେଳେ ଅପରାଧୀମାନେ ଅଦାଲତ ଦ୍ଵାରା ଦଣ୍ଡିତ ହେଲେ ଏଇ ବୁଦ୍ଧିଜୀବୀ ଓ ଶାସକ ଦଳର ନେତାମାନେ ଏବେ ଆଉ ସେକଥା ଉଠାଉନାହାନ୍ତି।

ଇତି ମଧ୍ୟରେ ସାରା ଦେଶର ବିବେକକୁ ଦୋହଲାଇ ଦେଲାଭଳି ଆଉ ଏକ ଘଟଣା ଘଟିଛି। ଉତ୍ତର ପ୍ରଦେଶର ଉନ୍ନାଓରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହେଲେ। ଏହି କ୍ଷେତ୍ରରେ ଅପରାଧୀ ବିଜେପି ଦଳର ଜଣେ ପୁରୁଣା ବିଧାୟକ। ୪,ଜୁନ,୨୦୧୭ ର ଏହି ଘଟଣା। ବିଧାୟକଙ୍କ ବିରୋଧରେ ପୋଲିସ ଅଭିଯୋଗ ରଖିଲା ନାହିଁ। ନ୍ୟାୟ ପାଇବା ଲାଗି ପୀଡ଼ିତା ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ଘର ଆଗରେ ଆତ୍ମାହୁତି ଦେବାର ଉଦ୍ୟମ କଲେ। ଦିନ ଦିନ ଧରି ଉତ୍ତର ପ୍ରଦେଶ ପୋଲିସ ଓ ପ୍ରଶାସନ ପୀଡ଼ିତାଙ୍କୁ ନ୍ୟାୟ ଦେବା ଅପେକ୍ଷା ତାଙ୍କ ଜୀବନକୁ ଦୁର୍ବିସହ କରି ପକାଇଲେ। ଥାନା ଭିତରେ ପୀଡ଼ିତାଙ୍କ ବାପାଙ୍କୁ ମାରି ଦିଆଗଲା। ଆଲ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସିବିଆଇ ଏହାର ତଦନ୍ତଭାର ଗ୍ରହଣ କରି ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି। ନିର୍ଭୟା ଘଟଣାରେ ତୁରନ୍ତ ଦୋଷୀକୁ ଦଣ୍ଡ ଦିଆଗଲା, ତା ସତ୍ତ୍ୱେ ମଧ୍ୟ ସରକାରକୁ ନିନ୍ଦିତ ହେବାକୁ ପଡିଥିଲା। ଏବେ କଥା ଠିକ ତାର ବିପରୀତ। ଏଠି ପୀଡ଼ିତାର ଘର ଓ ପରିବାରକୁ ଧ୍ଵଂସ କରିଦିଆ ହେଉଛି। ପ୍ରଶାସନ ପୀଡ଼ିତାକୁ ସୁରକ୍ଷା ଦେବା ବଦଳରେ ବାହୁବଳି ବିଧାୟକଙ୍କ ସହଯୋଗୀ ସାଜିଛି। ଗତ ୨୮, ଜୁଲାଇ ରେ ପୀଡ଼ିତାଙ୍କ ଦୁଇଜଣ ପରିବାର ଲୋକଙ୍କୁ ଟ୍ରକ ମଡାଇ ହତ୍ୟା କରାଯାଇଛି। ପୀଡ଼ିତା ଓ ତାଙ୍କ ଓକିଲ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ନିଜ ଜୀବନ ପ୍ରତି ବିପଦ ଥିବାର ଆଶଙ୍କା କରି ପୀଡ଼ିତା ମାନ୍ୟବର ସୁପ୍ରିମକୋର୍ଟଙ୍କ ପାଖକୁ ତା ପୂର୍ବରୁ ଚିଠି ଲେଖିଥିଲେ। ସେ ଚିଠି କିନ୍ତୁ ମୁଖ୍ୟ ବିଚାରପତିଙ୍କ ପାଖରେ ପେଶ କରାଗଲା ନାହିଁ।

ଆଜି ଆମର ପ୍ରଶ୍ନ ହେଉଛି, ନିଃସନ୍ଦେହରେ ନିର୍ଭୟା ଭାରତର ଝିଅ ଥିଲେ। ତାଙ୍କୁ ନ୍ୟାୟ ଦେବାଲାଗି ସାରା ଭାରତ ଏକାଠି ହୋଇଥିଲା। ହେଲେ ଉନ୍ନାଓ ପୀଡିତା ଆମର ଝିଅ ନୁହଁ କି? ଗତ ଦୁଇ ବର୍ଷ ଧରି ନିଜ ଜୀବନକୁ ବାଜି ଲଗାଇଥିବା ଏ ଝିଅ ଟି ନିଜ  ଯୁଦ୍ଧ ନିଜେ ଲଢୁଛି କାହିଁକି? ଜଣେ ଧର୍ଷଣକାରୀ ବିଧାୟକକୁ ବିଜେପି ନିଜ ଦଳରୁ ବହିସ୍କାର କରିବାକୁ ଦୁଇ ବର୍ଷ ସମୟ ନେଲା। ଉତ୍ତର ପ୍ରଦେଶ ପୋଲିସ ଓ ପ୍ରଶାସନ ଉନ୍ନାଓ ପୀଡ଼ିତାଙ୍କ ପରିବାରକୁ ପୂରାପୂରି ମୂଳପୋଛ କରିଦେବାରେ ଅପରାଧୀ ବିଧାୟକଙ୍କର ସହଯୋଗୀ ସାଜିଛନ୍ତି। ଏ ସବୁ କଥା ଜାଣିଶୁଣି ଦେଶର ଜନତା ନୀରବ, ଗଣମାଧ୍ୟମ ନୀରବ ଓ ଅଦାଲତ ମଧ୍ୟ ନୀରବ।

Unnao UttarPradesh
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.