Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କଳିଙ୍ଗ ଟିଭିରେ ହଲଚଲ: ସିଇଓ ହିମାଂଶୁ ଖଟୁଆ ଆଉଟ୍, ଆସିଲେ ରକ୍ଷକ ନାୟକ, ବରିଷ୍ଠଙ୍କ ମୁଣ୍ଡରେ ଖଣ୍ଡା
ବିଶେଷ ଖବର

କଳିଙ୍ଗ ଟିଭିରେ ହଲଚଲ: ସିଇଓ ହିମାଂଶୁ ଖଟୁଆ ଆଉଟ୍, ଆସିଲେ ରକ୍ଷକ ନାୟକ, ବରିଷ୍ଠଙ୍କ ମୁଣ୍ଡରେ ଖଣ୍ଡା

September 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
କଳିଙ୍ଗ ଟିଭିରେ ହଲଚଲ
କଳିଙ୍ଗ ଟିଭିରେ ହଲଚଲ: ସିଇଓ ହିମାଂଶୁ ଖଟୁଆ ଆଉଟ, ଆସିଲେ ରକ୍ଷକ ନାୟକ, ବରିଷ୍ଠଙ୍କ ମୁଣ୍ଡରେ ଖଣ୍ଡା

ଭୁବନେଶ୍ବର: ରାଜ୍ୟର ଅନ୍ୟତମ ଓଡିଆ ନ୍ୟୁଜ ଚ୍ୟାନେଲ କଳିଙ୍ଗ ଟିଭିରେ ହଲଚଲ। କାରଣ ଏହି ଟିଭିରେ ଯିଏ ମୁଖ୍ୟ ଭାବରେ କାର୍ଯ୍ୟ କରୁଥିଲେ, ଶେଷରେ ତାଙ୍କୁ ବିଦା ହେବାକୁ ପଡିଛି। ସେ ହେଉଛନ୍ତି ଚ୍ୟାନେଲ ସିଇଓ ହିମାଂଶୁ ଖଟୁଆ। ଚ୍ୟାନେଲ ବୋର୍ଡ ବୈଠକରେ ତାଙ୍କୁ ବିତାଡିତ କରାଇଛି ବୋଲି ଘୋଷଣା କରାଯାଇଛି।

ଶ୍ରୀ ଖଟୁଆ ଚ୍ୟାନେଲ ପ୍ରତିଷ୍ଠା ଦିନରୁ କାର୍ଯ୍ୟ କରୁଥିଲେ। ମୁଖ୍ୟତଃ ସେ ଓଡିଆ ଚଳଚିତ୍ର ଜଗତର ପ୍ରମୁଖ ବ୍ୟକ୍ତିତ୍ବ ହୋଇଥିଲେ ମଧ୍ୟ ନ୍ୟୁଜ ମିଡିଆ ଉପରେ କିଛି ଜ୍ଞାନ ନ ଥିଲା। ତଥାପି ତାଙ୍କୁ ଚ୍ୟାନେଲ ମୁଖ୍ୟ ଭାବେ ଅବସ୍ଥାପିତ କରାଯାଇଥିଲା। ଚ୍ୟାନେଲ ବର୍ତ୍ତମାନ 10 ବର୍ଷ ଉପରେ ହୋଇଯାଇଥିଲେ ମଧ୍ୟ ତାଙ୍କ ଦ୍ବାରା କୌଣସି ଉନ୍ନତି ହୋଇପାରିଲା ନାହିଁ, ବରଂ ଦିନକୁ ଦିନ ବ୍ୟୟଭାର ଅଧିକ ହେବାରେ ଲାଗିଲା।

ଏହାକୁ ନେଇ କୁଆଡେ କିଟ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଅସନ୍ତୁଷ୍ଠ ହୋଇପଡିଲେ। ନୟାପଲ୍ଲୀ ଅଫିସରେ ଘନଘନ ବୈଠକ କରି ହିମାଂଶୁ ଖଟୁଆଙ୍କୁ ବିତାଡିତ କରିଦେଲେ ବୋଲି ଜଣାପଡିଛି। ତା ପୂର୍ବରୁ ହିଂମାଶଙ୍କ ଭାଇ ଯିଏ କି ଚ୍ୟାନେଲର ଆକାଉଣ୍ଟାଣ୍ଟ ଥିଲେ ତାଙ୍କୁ ମଧ୍ୟ ଡ. ସାମନ୍ତ ବାହାର କରିଦେଇଛନ୍ତି। ଫଳରେ ଏହାକୁ ନେଇ ଚ୍ୟାନେଲ ଭିତରେ ଏକ ହଇଚଇ ସୃଷ୍ଟି ହୋଇଛି।

ଏହାପରେ ଆଉ କିଛି ବରିଷ୍ଠ କର୍ମଚାରୀଙ୍କ ପାଳି ପଡିବ ବୋଲି ଅନୁମାନ କରାଯାଇଛି। ମୁଖ୍ୟତଃ କିଛି କର୍ମଚାରୀଙ୍କୁ ଧରି ହିମାଂଶୁ ଖଟୁଆ ସେଠାରେ ରାଜ୍ କରୁଥିଲେ। ସେହି କର୍ମଚାରୀଙ୍କୁ ତାଲିକା ପ୍ରସ୍ତୁତ କରାଯାଉଛି ବୋଲି ଭିତିରଆ ସୁତ୍ରରୁ ଜଣାପଡିଛି। ଏପରିକି ଡ. ସାମନ୍ତ ମୁଖ୍ୟ ସଂପାଦକ ଉପରେ ମଧ୍ୟ କୁଆଡେ ଖପ୍ପା ହୋଇପଡିଛନ୍ତି। ତେବେ ଖୁବ ଶିଘ୍ର ସେ ଚ୍ୟାନେଲର ଏକ ବଡ ପରିବର୍ତ୍ତନ କରାଯାଉଛି ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡିଛି।

ତେବେ ହିଂମାଶୁ ଏବଂ ତାଙ୍କ ଭାଇଙ୍କୁ ବାହାର କରିବା ପରେ ପରିଚାଳନା ବୋର୍ଡ ଆଉ ଜଣଙ୍କୁ କ୍ରିଏଟିଭ ଏଡିଟର ଭାବେ ନିଯୁକ୍ତି ଦେଇଛନ୍ତି। ସେ ହେଉଛନ୍ତି  କିଟ୍ ରେ କାର୍ଯ୍ୟକରୁଥିବା ମିଡିଆ ଜଗତର ଜଣେ ପରିଚିତ ବ୍ୟକ୍ତିତ୍ବ ରକ୍ଷକ ନାୟକ। ଗତ ଶୁକ୍ରବାର ଦିନ ଚ୍ୟାନେଲର ବୋର୍ଡ ବୈଠକରେ ଶ୍ରୀ ନାୟକଙ୍କ ନିଯୁକ୍ତିକୁ ସ୍ବୀକୃତି ପ୍ରଦାନ କରାଯାଇଛି। ସେ ମିଡିଆ ଜଗତରେ ଯେପରି ପରିଚିତ ସେହିପରି ଜଣେ ସାହିତ୍ୟିକ ଭାବେ ମଧ୍ୟ ବେଶ ପ୍ରତିଷ୍ଠା ଅର୍ଜ୍ଜନ କରିଛନ୍ତି।

ଶ୍ରୀ ନାୟକ ଦୀର୍ଘ ବର୍ଷ ଧରି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରି ଅବସର ନେଇଛନ୍ତି। ସେ ଅବସର ପୂର୍ବରୁ ରାଜ୍ୟପାଳଙ୍କ ସୂଚନା ଓ ଲୋକସଂପର୍କ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ଶ୍ରୀ ନାୟକ ବର୍ତ୍ତମାନ କଳିଙ୍ଗ ଟିଭିରେ ଯୋଗଦେଇ ଚ୍ୟାନେଲର ଲୁକ ଆଣ୍ଡ ଫିଲ ଦେଖିବା ସହିତ ଭଲ କଣ୍ଟେଣ୍ଟ ଉପରେ ବୋର୍ଡକୁ ପରାମର୍ଶ ଦେବା ପାଇଁ କୁହାଯାଇଛି। ଅନ୍ୟପକ୍ଷରେ ଶ୍ରୀ ନାୟକ ଡ. ଅଚ୍ୟୁତ ସାମନ୍ତ ବେଶ ନିକଟତମ ବ୍ୟକ୍ତି ଭାବେ ପରିଚିତ।

କଳିଙ୍ଗ ଟିଭି ବର୍ତ୍ତମାନ ଟିଆରପି ରେସ ରେ ବହୁ ପଛରେ ରହିଛି। ଅଧିକାଂଶ ସମୟ ଏହି ଚ୍ୟାନେଲଟି ଏକ ଅଙ୍କ ବିଶିଷ୍ଠ ଟିଆରପି ରେ ରହିଆସିଛି। ବେଳେ ବଳେ ଦୁଇ ଅଙ୍କ ଛୁଇଁ ଥିଲେ ମଧ୍ୟ ତାହା କେବେ 20 ପାଖାପାଖି ଯାଇପାରି ନାହିଁ। ବର୍ତ୍ତମାନ ଚ୍ୟାନେଲ ପରିଚାଳନା ପାଇଁ ଯେତିକି ଟଙ୍କାର ଆବଶ୍ୟକତା ରହିଛି ତାହା ଡ ସାମନ୍ତ ଯୋଗାଇ ଆସୁଛନ୍ତି। ଟଙ୍କାର ଅଭାବ ନ ଥିବା ବେଳେ ଏହା ଟିଆରପି ରେସ ର ପଛରେ ରହିବା ତାଙ୍କୁ ବହୁତ ବାଧିଛି। ଫଳରେ ସେ ବର୍ତ୍ତମାନ ଚ୍ୟାନେଲର ଆମୁଳଚୂଳ ପରିବର୍ତ୍ତିନ କରି ଏକ ନୂଆ ରୂପ ଦେବା ମୁଡରେ ଅଛନ୍ତି।

PM Modi in Odisha: Unveils ₹50,000 Cr Projects in Jharsuguda

ଓଡିଆ ନ୍ୟୁଜ ଚ୍ୟାନେଲ କବି ରକ୍ଷକ ନାୟକ କଳିଙ୍ଗ ଟିଭି କଳିଙ୍ଗ ଟିଭିରେ ହଲଚଲ ରକ୍ଷକ ନାୟକ ହିଂମାଶୁ ଖଟୁଆ
Share. Facebook Twitter LinkedIn Email WhatsApp Copy Link

Related Posts

Fake Job Advt: ସାବଧାନ.. ପଞ୍ଚାୟତିରାଜ ବିଭାଗର ପିଅନ ନିଯୁକ୍ତି ପ୍ରଚାର ପତ୍ର ଜାଲିଆତି

December 6, 2025

IndiGo Flight Cancellations: ବହୁ ଇଣ୍ଡିଗୋ ବିମାନ ବାତିଲ ନେଇ ରାଜ୍ୟସଭାରେ ତାତିଲେ ସାଂସଦ

December 6, 2025

Panchanga: ଆଜିର ତିଥି କଣ, ଆଜିର ଶୁଭ ମୁହୂର୍ତ୍ତ କେତେବେଳେ, ଆଜି କଣ କଲେ ଭଲ ଫଳ ମିଳିବ

December 6, 2025

ଆଜି ଡିସେମ୍ବର 6 ତାରିଖ ଶନିବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

December 6, 2025
Latest News

Fake Job Advt: ସାବଧାନ.. ପଞ୍ଚାୟତିରାଜ ବିଭାଗର ପିଅନ ନିଯୁକ୍ତି ପ୍ରଚାର ପତ୍ର ଜାଲିଆତି

December 6, 2025

IndiGo Flight Cancellations: ବହୁ ଇଣ୍ଡିଗୋ ବିମାନ ବାତିଲ ନେଇ ରାଜ୍ୟସଭାରେ ତାତିଲେ ସାଂସଦ

December 6, 2025

Panchanga: ଆଜିର ତିଥି କଣ, ଆଜିର ଶୁଭ ମୁହୂର୍ତ୍ତ କେତେବେଳେ, ଆଜି କଣ କଲେ ଭଲ ଫଳ ମିଳିବ

December 6, 2025

ଆଜି ଡିସେମ୍ବର 6 ତାରିଖ ଶନିବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

December 6, 2025

ପ୍ରଥମରୁ ଦ୍ବାଦଶ ଶ୍ରେଣୀର ସମସ୍ତ ବହି ପରିବର୍ତ୍ତନ ହେବ, ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା, ଜାଣନ୍ତୁ କେବେ…

December 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.