Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀ ପଛରେ ବିଜେପି ଦଳର କେନ୍ଦ୍ରୀୟ ବଡ଼ ନେତା ସଂପୃକ୍ତ: କଂଗ୍ରେସ
ବିଶେଷ ଖବର

ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀ ପଛରେ ବିଜେପି ଦଳର କେନ୍ଦ୍ରୀୟ ବଡ଼ ନେତା ସଂପୃକ୍ତ: କଂଗ୍ରେସ

October 10, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
congress
ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀ ପଛରେ ବିଜେପି ଦଳର କେନ୍ଦ୍ରୀୟ ବଡ଼ ନେତା ସଂପୃକ୍ତ: କଂଗ୍ରେସ

ଭୁବନେଶ୍ୱର: ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରି ପଛରେ ବିଜେପି ଦଳର ରାଜ୍ୟ ନେତୃତ୍ବ ସମେତ କେନ୍ଦ୍ରୀୟ ବଡ଼ ନେତା ସଂପୃକ୍ତ ଥିବା ସନ୍ଦେହ କରୁଛି କଂଗ୍ରେସ। ଏହି ଅବସରରେ କଂଗ୍ରେସ ଭବନ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମୀଳନୀରେ ପୂର୍ବତନ ମନ୍ତ୍ରୀ ତଥା ପିସିସିର ବରିଷ୍ଠ ମୁଖପାତ୍ର ଦେବାଶିଷ ନାୟକ ଅଭିଯୋଗ କରି କହିଛନ୍ତି କି ପୂର୍ବ ସରକାର ସମୟରେ ଚାକିରି ବିକ୍ରି ହେଉଥିଲା ବୋଲି ବିଜେପି ନେତୃତ୍ଵ ବୃନ୍ଦ ଅଭିଯୋଗ କରୁଥିଲେ। ଓଡ଼ିଶାର ଶିକ୍ଷିତ ଯୁବକ – ଯୁବତୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିଲା ସେତେବେଳେ ବିଜେପି। କିନ୍ତୁ ସରକାର ଆସିବା ପରେ ନିଜେ ଚାକିରି ବିକ୍ରିରେ ସାମିଲ ହୋଇଗଲେ। ସେ ସମୟରେ ଚାକିରି ବିକ୍ରି କରିବା ଅଭିଯୋଗ ଯାହା ନାମରେ ଥିଲା ସେହି ଶଙ୍କର ପୃଷ୍ଟି ବର୍ତ୍ତମାନ ସରକାରରେ ବି ଚାକିରି ବିକ୍ରି କରୁଛି। ସେତେବେଳେ ବିଜେପି ଯଦି ଜାଣିଥିଲା ଶଙ୍କର ପୃଷ୍ଟି ଏତେ ବଡ ଅପରାଧୀ ତେବେ ଏ ବ୍ୟକ୍ତିକୁ କିଏ କାମ ଦେଲା? ବିଜେପି ଦଳରେ କେମିତି ସାମିଲ ହେଲେ? ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବିଜେପି ନେତାଙ୍କ ସହ ଶଙ୍କର ପୃଷ୍ଠିଙ୍କ ଫଟୋ କେମିତି ଘୁରି ବୁଲୁଛି ? ଶଙ୍କର ପୃଷ୍ଟି ସହ ସେମାନଙ୍କ ସଂପର୍କ କଣ ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି।

ରାଜ୍ୟରେ ବହୁ ଚର୍ଚ୍ଚିତ ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷାର ମହାଦୁର୍ନୀତି ର ଚେର ପଞ୍ଚସଫ୍ଟ ମାଲିକ ଶଙ୍କର ପୃଷ୍ଟି ଓ ଆଜି ପର୍ଯ୍ୟନ୍ତ ଗିରଫ ହୋଇଥିବା ମଧ୍ୟସ୍ଥି ଓ ପରୀକ୍ଷାର୍ଥୀଙ୍କ ଭିତରେ ସୀମିତ ନ ରହି ଏହାର ଚେର ବିଜେପି ଦଳର କେନ୍ଦ୍ରୀୟ ନେତୃବର୍ଗ ପର୍ଯ୍ୟନ୍ତ ରହିଛି। ଯେଉଁ ମାନେ କି ଓଡ଼ିଶା ଦାୟୀତ୍ୱରେ ରହିଛନ୍ତି ସେମାନଙ୍କ ପର୍ଯ୍ୟନ୍ତ ଦୁର୍ନୀତିର ଚେର ଲମ୍ବିଛି ବୋଲି ଅନ୍ୟତମ ବରିଷ୍ଠ ମୁଖପାତ୍ର ଶ୍ରୀ ରଜନୀ କୁମାର ମହାନ୍ତି ଅଭିଯୋଗ ଆଣିଛନ୍ତି। ପ୍ରକାଶ ଥାଉ କି ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ପ୍ରଥମ ଥର ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି ସରକାର ୧୫ ମାସ ଭିତରେ ୧୬ ଟି ନିଯୁକ୍ତି ଭିତ୍ତିକ ପରୀକ୍ଷାରେ ପ୍ରଶ୍ନ ପତ୍ର ଲିକ୍ ଠାରୁ ଆରମ୍ଭ କରି ଚାକିରି ଦେବା ପାଇଁ ଅର୍ଥ ଆଦାୟର ଅଭିଯୋଗ ହେବା ପରେ ଏହାକୁ ବାତିଲ କରାଯାଇଛି। ଏହା ଦ୍ବାରା ଓଡ଼ିଶାର ଲକ୍ଷ ଲକ୍ଷ ମେଧାବୀ ଆଶାୟୀ ଯୁବକ-ଯୁବତୀଙ୍କ ଭବିଷ୍ୟତ ସହିତ ଖେଳ ଖେଳୁଛନ୍ତି ରାଜ୍ୟ ସରକାର।

ଆଜି ଓଡିଶା ସରକାଙ୍କର କ୍ରାଇମ୍ ବ୍ରାଞ୍ଚ ଏସଆଇ ପରୀକ୍ଷାର ମହାଦୁର୍ନୀତି ର ଗୋଟିଏ ବଡ଼ କଥା ଖୁଲାସା କରିଛନ୍ତି ଯେ, ଓଡ଼ିଶା ପୋଲିସ ରିକୃଟମେଣ୍ଟ ବୋର୍ଡ ରାଜ୍ୟରେ ଖାଲିପଡ଼ିଥିବା ୯୩୩ ପଦବୀ ପୂରଣ କରିବା ପାଇଁ ଲିଖିତ ପରୀକ୍ଷା କରିବା ପାଇଁ କେନ୍ଦ୍ର ସରକାରଙ୍କ ଆଇଟିଆଇ ସଂସ୍ଥା ସହିତ ଚୁକ୍ତିନାମା କରିଥିଲେ।ଉକ୍ତ ଚୁକ୍ତିନାମାରେ ସର୍ତ୍ତାବଳୀ ଅନୁସାରେ ଆଇଟିଆଇ ସଂସ୍ଥା ପରୀକ୍ଷା ପରିଚାଳନା କରିବା ପାଇଁ ଅନ୍ୟ କୌଣସି ସଂସ୍ଥାକୁ ସବ କଂଟ୍ରାକ୍ଟ ଦେଇ ପାଇପାରିବେ ସେହି ଅନୁସାରେ ସିଲିକନ ଟେକ୍ ଲାବକୁ ଆଇଟିଆଇ ସଂସ୍ଥା ସବ କଂଟ୍ରାକ୍ଟ ଦେଇଥିଲା। କିନ୍ତୁ ସବ କଂଟ୍ରାକ୍ଟ ପାଇଥିବା ସଂସ୍ଥା ଅନ୍ୟ ଏକ ସଂସ୍ଥାକୁ ସବ କଂଟ୍ରାକ୍ଟ ଦେଇପାରିବ ନାହିଁ। ତେଣୁ କିଭଳି ଭାବରେ ସମସ୍ତ ନିମୟକୁ ଉଲଂଘନ କରି ପଞ୍ଚସଫ୍ଟକୁ ପରୀକ୍ଷା କରିବାକୁ ଦିଆଗଲା ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଯେ ଓପିଆରବିର ବରିଷ୍ଠ ପୋଲିସ ଅଧିକାରୀଙ୍କ ଓ ରାଜ୍ୟ ସରକାରଙ୍କର ବରିଷ୍ଠ ମନ୍ତ୍ରୀ ଓ ନେତୃବୃନ୍ଦଙ୍କ ବିନା ଅଗୋଚରରେ ଏହା ସମ୍ଭବ କି? ପଞ୍ଚସଫ୍ଟର କାର୍ଯ୍ୟାଳୟକୁ ବରିଷ୍ଠ ପଦାଧିକାରୀ ଯାଉଥିବା ବେଳେ ପୋଲିସ ଅଧିକାରୀଙ୍କ ମନରେ କାହିଁକି ସନ୍ଦେହ ଜାତ ହେଲା ନାହିଁ? ପଞ୍ଚଶଫ୍ଟ କୁ ପରୀକ୍ଷା ପରିଚାଳନା କରିବା ପାଇଁ କିଏ ଦାଇତ୍ୱ ଦେଲା? ଏହାର ଅନୁସନ୍ଧାନ କାହିଁକି ଓପିଆର୍ ବି ଅଧକ୍ଷ କଲେନାହିଁ ନାହିଁ ପ୍ରଶ୍ନ କରିଛନ୍ତି ଶ୍ରୀ ମହାନ୍ତି। ଖାଲି ସେତିକି ନୁହେଁ ସାମ୍ବାଦିକ ମାନଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ମନ୍ତ୍ରୀ ଓ ବିଜେପି ନେତାଙ୍କ ସହ ଶଙ୍କର ପୃଷ୍ଟି ଏବଂ ଅତୁଲ ପ୍ରଭାକରଙ୍କ ଫଟୋ ଦେଖାଇବା ସହ ସେ ଆହୁରି ପ୍ରଶ୍ନ କରିଛନ୍ତି କି ଅତୁଲ ପ୍ରଭାକର କିଏ ? ସେ ଶଙ୍କର ପୃଷ୍ଟିଙ୍କୁ କିଭଳି ଜାଣିଲେ ? ଅତୁଲ ପ୍ରଭାକରଙ୍କ ସହ ରାଜ୍ୟ ବିଜେପି ପ୍ରଭାରୀ ତୋମାରଙ୍କ କି ସମ୍ପର୍କ ଅଛି ? ଏହାର ଖୁଲାସା ରାଜ୍ୟ ସରକାର କରିବେ କି ? ଅତୁଲ ପ୍ରଭାକର ଯିଏ କି ମହାରାଷ୍ଟ୍ରର ଅଧିବାସୀ ତାଙ୍କର ଓଡ଼ିଶାରେ କି କାର୍ଯ୍ୟ ? ଭୁବନେଶ୍ଵରରେ ମାସ ମାସ ଧରି ରହୁଛନ୍ତି କାହିଁକି ? ଶଙ୍କର ପୃଷ୍ଠିଙ୍କ ସହ ତାଙ୍କର ନିବିଡ ସମ୍ପର୍କ କେବେ ଠୁଁ ? ଆମର ସନ୍ଦେହ ହେଉଛି ପୋଲିସ ଚାକିରି ବିକ୍ରି ରାକେଟକୁ ଶଙ୍କର ପୃଷ୍ଟି ସହିତ ଅତୁଲ ପ୍ରଭାକର ଚଳାଉଛନ୍ତି ବୋଲି। ବୋଧ ହୁଏ ଏଥିରୁ ମିଳୁଥିବା ଅର୍ଥ କେନ୍ଦ୍ରୀୟ ନେତୃବର୍ଗଙ୍କ ପାଖକୁ ଅତୁଲ ମାଧ୍ୟମରେ ଯାଉଥିଲା ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।

ତେଣୁ କଂଗ୍ରେସ ର ଦାବି ହେଉଛି କି ରାଜ୍ୟ ସରକାର ଏହାର ନିରପେକ୍ଷ ତଦନ୍ତ କରନ୍ତୁ। ଶଙ୍କର ପୃଷ୍ଟି ସହ ଅତୁଲ ପ୍ରଭାକରଙ୍କ କଣ ସମ୍ପର୍କ ରହିଛି ଏହାର ତଦନ୍ତ କରାଯାଉ। ଅତୁଲ ପ୍ରଭାକରଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଉ ବୋଲି ଶ୍ରୀ ମହାନ୍ତି କହିଥିଲେ। ଆଜିର ସାମ୍ବାଦିକ ସମ୍ମୀଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ପିସିସି ଗଣମାଧ୍ୟମ ବିଭାଗ ଉପାଧ୍ୟକ୍ଷ ଅମିୟ ପାଣ୍ଡବ ଉପସ୍ଥିତ ଥିଲେ।

କଂଗ୍ରେସ ନିଯୁକ୍ତି କେଳେଙ୍କାରୀ ପୋଲିସ ଏସଆଇ ବିଜେପି ଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ପାଟଣାଗଡ଼ ଅଟଳ ବସଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ

June 28, 2026

ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁମାନଙ୍କ ସୁବ୍ୟବସ୍ଥିତ ଯାତାୟାତ ପାଇଁ ମାର୍ଗଦର୍ଶିକା ଜାରି

June 28, 2026

‘ଭାରତ ଟ୍ୟାକ୍ସି’ ସେବାର ଶୁଭାରମ୍ଭ କଲେ ଅମିତ ଶାହ

June 28, 2026

ମୟୂରଭଞ୍ଜରେ ଡବଲ ମର୍ଡର, ଘର ଭିତରେ ମା’ ଓ ୮ ବର୍ଷର ଝିଅଙ୍କ ରକ୍ତାକ୍ତ ମୃତଦେହ

June 27, 2026
Latest News

ପାଟଣାଗଡ଼ ଅଟଳ ବସଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ

June 28, 2026

ଏମଏସଏମଇ କ୍ଷେତ୍ରର ଡିଜିଟାଲ୍ ରୂପାନ୍ତରକୁ ଗତି; ଉପରାଷ୍ଟ୍ରପତିଙ୍କ ଦ୍ୱାରା ନୂତନ ପଦକ୍ଷେପର ଶୁଭାରମ୍ଭ

June 28, 2026

ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁମାନଙ୍କ ସୁବ୍ୟବସ୍ଥିତ ଯାତାୟାତ ପାଇଁ ମାର୍ଗଦର୍ଶିକା ଜାରି

June 28, 2026

‘ଭାରତ ଟ୍ୟାକ୍ସି’ ସେବାର ଶୁଭାରମ୍ଭ କଲେ ଅମିତ ଶାହ

June 28, 2026

ଆଜି ଜୁନ୍ ୨୮ ତାରିଖ ରବିବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

June 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.