Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଜଣେ ମହିଳା ହେବେ, ଓଡିଶା ପାଇଁ ସଂଘର ନୂଆ ଫର୍ମୁଲା
ବିଶେଷ ଖବର

ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଜଣେ ମହିଳା ହେବେ, ଓଡିଶା ପାଇଁ ସଂଘର ନୂଆ ଫର୍ମୁଲା

December 19, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଗତ କିଛିଦିନ ହେବ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ମୁଖିଆ ମୋହନ ଭାଗବତ ଓଡିଶାରେ ଅଛନ୍ତି। ତାଙ୍କ ରହଣି କାଳରେ ସେ ଓଡିଶାର ଦୁଇଜଣ ବିଶିଷ୍ଟ ମହିଳାଙ୍କୁ ସାକ୍ଷାତ କରିବାକୁ ନେଇ ବିଜେପି ରାଜନୀତିରେ ସମୀକରଣ ବଦଳିବାର ସୂଚନା ମିଳୁଛି। ଭାଗବତ ପ୍ରଥମେ ଓଟିଭିର ମାଲିକାଣୀ ଜାଗୀ ମଙ୍ଗତ ପଣ୍ଡାଙ୍କ ସହ ସାକ୍ଷାତ କରିଥିଲେ। ଆସନ୍ତା ୨୪ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡିଶା ଗସ୍ତ ସମୟରେ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦାନ କରିପାରନ୍ତି ବୋଲି ଯେଉଁ ଗୁଞ୍ଜରଣ ଶୁଭୁଛି, ସେହି ପରିପ୍ରେକ୍ଷୀରେ ଭାଗବତଙ୍କ ସହ ଜାଗୀଙ୍କ ସାକ୍ଷାତକାରର ସ୍ଵତନ୍ତ୍ର ଗୁରୁତ୍ଵ ରହିଛି। ତେବେ ରାଜ୍ୟ ବିଜେପି ନେତାଙ୍କୁ ବିଶେଷ ଗୁରୁତ୍ଵ ନଦେଇ ନିକଟରେ ଦଳକୁ ଆସିଥିବା ପୂର୍ବତନ ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀଙ୍କୁ ସଂଘ ମୁଖିଆ ଭେଟି ଆଲୋଚନା କରିବା ପ୍ରସଙ୍ଗ, ଏବେ ବିଜେପି ରଣନୀତିର ପରିବର୍ତ୍ତନ ବିଷୟରେ ସ୍ପଷ୍ଟ ସୂଚନା ଦେଉଛି।

୨୦୧୯ ନିର୍ବାଚନରେ ଓଡିଶା ବିଧାନସଭା ଲାଗି ଦିଲ୍ଲୀ ମୋଡେଲ କାର୍ୟକାରୀ କରାଯିବାର ସମ୍ଭାବନା ରହିଛି ବୋଲି ଆମେ ପୂର୍ବରୁ ସୂଚନା ଦେଇଥିଲୁ। କିରଣ ବେଦୀଙ୍କୁ ଶେଷ ମୁହୂର୍ତ୍ତରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଗଲା ପରି ଅପରାଜିତା ଓଡିଶା ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ଉଭୟ ଓଡିଆ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ରାଜନୀତିରେ ନିଜର ପ୍ରତିଷ୍ଠା ତିଆରି କରିବାରେ ବିଫଳ ହୋଇଛନ୍ତି ବୋଲି ସଂଘ ଓ ବିଜେପି ନେତୃତ୍ୱ ଏକପ୍ରକାର ବୁଝି ସାରିଛନ୍ତି। ତେଣୁ ଜଣେ ନୂଆ ମୁହଁ ମାଧ୍ୟମରେ ଭୋଟରଙ୍କ ପାଖକୁ ଯିବାଲାଗି ସଂଘ ପରିବାର ବିଜେପିକୁ ପରାମର୍ଶ ଦେଇଥିବାର ଚର୍ଚ୍ଚା ଏବେ ଶୁଣିବାକୁ ମିଳୁଛି। ଅପରାଜିତା ଷଡଙ୍ଗୀ ଆଗାମୀ ଦିନରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷିତ ହେବାର ସମ୍ଭାବନା ଏବେ ଅଧିକ।

ଏହା ସହିତ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ମହିଳା ଆରକ୍ଷଣ ବିଲ ସପକ୍ଷରେ ଯେଉଁ ଅଭିଯାନ ଚାଲିଛି, ତାର ମୁକାବିଲା ପାଇଁ ବିଜେପି ଜଣେ ମହିଳାଙ୍କୁ ପ୍ରାର୍ଥୀ କରି ବିଜେଡି କୁ ନୈତିକ ଭାବରେ ଆହ୍ଵାନ ଦେଇପାରେ। ଆମେ କେବଳ ସଂରକ୍ଷଣ ନୁହେଁ, ବରଂ ସିଧା ସଳଖ ଜଣେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରୁଛୁ ବୋଲି କହି  ବିଜେପି ନିଜର ପ୍ରଚାର ଅଭିଯାନକୁ ଗୋଟେ ନୂଆ ଟୁଇଷ୍ଟ ଦେବାର ସମ୍ଭାବନା ଏବେ ସ୍ପଷ୍ଟ ଦିଶୁଛି। ମହିଳାଙ୍କ ନୂଆ ନେତୃତ୍ୱ ପାଇଁ ଧର୍ମେନ୍ଦ୍ର ବାବୁ ନିଜର ଅଭିଳାଷକୁ ବଳି ପକେଇଲେ ବୋଲି ଏକ ଧାରଣା ମଧ୍ୟ ସୃଷ୍ଟି କରାଯିବ। ନବୀନଙ୍କୁ ମୁକାବିଲା କରିବାରେ ଦଳର ପୁରୁଖା ନେତା ସମର୍ଥ ହେଉନଥିବାରୁ, ନୂଆ ନେତାଙ୍କୁ ନେଇ ପରୀକ୍ଷା ନିରୀକ୍ଷା କରିବାରେ କିଛି ଅସୁବିଧା ନାହିଁ ବୋଲି ସଂଘ ବିଶ୍ଵାସ କରୁଛି।

ତେବେ ସବୁଠୁ ବଡ କଥା ହେଉଛି, ଭାଗବତ ନିଜ ଓଡିଶା ଗସ୍ତ ସମୟରେ ଯେଉଁ ଦୁଇଜଣ ବିଶିଷ୍ଟ ମହିଳାଙ୍କୁ ଭେଟିଛନ୍ତି, ଦୁହେଁ ଓଡିଆ ଘରର ବୋହୁ ହୋଇଥିଲେ ମଧ୍ୟ ଉଭୟ ଅଣ ଓଡିଆ। ଯଦି ଅଣ ଓଡିଆ ବୋହୁଙ୍କୁ ଓଡିଆ ବୋଲି ଗ୍ରହଣ କରିବାକୁ ସଂଘ ଓ ବିଜେପି ଓଡିଶାବାସୀଙ୍କୁ ଆହ୍ଵାନ ଦେବେ, ତାହେଲେ କେଉଁ ମୁହଁରେ ସେମାନେ ସୋନିଆଁ ଗାନ୍ଧୀଙ୍କୁ ବିଦେଶିନୀ ବୋଲି କହିବେ? ଅନ୍ୟ ଏକ ଘଟଣାକ୍ରମରେ ବିଜେପି ଓ ସଂଘର ଜଣେ ବହୁ ପୁରୁଖା ନେତା ମୋହନ ଭାଗବତଙ୍କ ସହ ଦେଖା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ଭାଗବତ ସମୟ ଦେଇନଥିଲେ। ନାରାଜ ନେତା ଜଣକ ପାର୍ଟି ଅଫିସରେ ଏହାକୁ ନେଇ ପାଟିତୁଣ୍ଡ କଲାପରେ ପରଦିନ ପ୍ରାର୍ଥନାସଭାକୁ ତାଙ୍କୁ ଡକାଯାଇଥିଲା । ମାତ୍ର ଅଳ୍ପ ସମୟ ପାଇଁ ସେ ସଂଘ ମୁଖିଆଙ୍କୁ ଦେଖା କରିଥିଲେ।

ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜେପି ର ପୁରୁଣା ନେତୃତ୍ୱ ସେତିକି ଅସୁରକ୍ଷିତ ହୋଇପଡୁଛନ୍ତି। ଏବେ ଅପରାଜିତାଙ୍କ କର୍ୟାଳୟରେ ବେଶ ଭିଡ ଜମୁଛି। ଗଣମାଧ୍ୟମରେ ତାଙ୍କୁ ଅଧିକରୁ ଅଧିକ ଗୁରୁତ୍ଵ ଦିଆଯାଉଛି। ଖୋଦ ବିଜେପିର ଭୁବନେଶ୍ୱର କାର୍ୟାଳୟ ଆଗରେ ଅପରାଜିତାଙ୍କର ଏକ ବିଶାଳକାୟ ପୋଷ୍ଟର ଲାଗିଛି। ଏହି ସବୁ ପୃଷ୍ଟଭୂମିରେ ଅପରାଜିତା ଯେତେବେଳେ ସଂଘ ମୁଖିଆଙ୍କ ସହ ପ୍ରାୟ ୨୫ ମିନିଟ ଆଲୋଚନା କରୁଛନ୍ତି, ସେଠି ରାଜ୍ୟ ବିଜେପି ନେତୃତ୍ୱ ଯେ କ୍ରମଶଃ ତାଙ୍କ ହାତମୁଠାକୁ ଚାଲିଯାଉଛି, ସେ କଥା ଜଳ ଜଳ ହୋଇ ଦେଖାଯାଉଛି। ଅପରାଜିତା ଯଦି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତି କିମ୍ବା ଜାଗୀ ମଙ୍ଗତ ପଣ୍ଡା ଯଦି ବିଜେପିରେ ଯୋଗ ଦିଅନ୍ତି, ତାହେଲେ ଓଡିଶାରେ ବିଜେପିର ଜ୍ୟାମିତି ପୂରା ବଦଳିଯିବ। ୨୦୧୯ ସାଧାରଣ ନିର୍ବାଚନରେ ନୂଆ ବାଜି ଲଗେଇବାକୁ ବିଜେପି ଏବେ ମନସ୍ଥ କରିଛି ବୋଲି ଏବେ ଆଭାସ ମିଳୁଛି।

aparajita bjpodisha
Share. Facebook Twitter LinkedIn Email WhatsApp Copy Link

Related Posts

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026
Latest News

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.