ଭୁବନେଶ୍ବର: ନୂଆପଡା ଉପନିର୍ବାଚନ ପ୍ରଚାର ପାଇଁ ଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି ବିଜେଡି। ଦଳର ଏକ ନେତାମାନେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ସେମାନେ ଅଭିଯୋଗ କରିଛନ୍ତି। ଏଥିରେ ଦର୍ଶାଇଛନ୍ତି ଯେ, ନୂଆପଡା ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର ସୁନାବେଢା ଅଭୟାରଣ୍ୟ ଉପରେ ଉଡୁଥିଲା। ଏହା ବନ୍ୟପ୍ରାଣୀ ନିୟମର ଉଲ୍ଲଘଂନ କରୁଛି ବୋଲି ବିଜେଡି ଉଲ୍ଲେଖ କରିଛି।
ସେତିକି ନୁହେଁ ସିଇଓଙ୍କ ନିକଟରେ ନୂଆପଡ଼ା ଉପନିର୍ବାଚନ ନେଇ ଅଭିଯୋଗର ଲମ୍ବା ତାଲିକା ଦେଇଛି ବିଜୁ ଜନତା ଦଳ। ତାହା ହେଲା ନିର୍ବାଚନ ବେଳେ ନୂଆ ନୂଆ ପ୍ରକଳ୍ପ ଘୋଷଣା କରୁଛନ୍ତି ମନ୍ତ୍ରୀ ଓ ବିଜେପି ନେତା। ମୁଖ୍ୟମନ୍ତ୍ରୀଙ୍କ ଷ୍ଟେଜ୍ ବନ୍ଧା ପାଇଁ ରାଜପଥ ଅବରୋଧ କରିଛି ବିଜେପି। ମତଦାନ କେନ୍ଦ୍ର ଆଗରେ ଦଳୀୟ କାର୍ଯ୍ୟାଳୟ ଖୋଲାଯାଇଛି। ସେହିପରି ସରକାରୀ ସମ୍ପତ୍ତିର ଦୁରୁପଯୋଗ କରିଛନ୍ତି ଜୟ ଢୋଲକିଆ ବୋଲି ଦଳ ଅଭିଯୋଗ କରିଛି।


