ଭୁବନେଶ୍ବର: ଆସନ୍ତା ନଭେମ୍ବର ୨୭ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳିନ ଅଧିବେସନ। ଚଳିତ ଅଧିବେଶନ ଏକ ଐତିହାସିକ ଅଧିବେସନ ହେବ। କାରଣ ହେଲା ଏହି ଅଧିବେସନକୁ ପ୍ରଥମ ଥର ପାଇଁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏ ନେଇ ଆଜି ବିଧାନସଭା ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଅଧିବେଶନ ଆରମ୍ଭ ଦିନ ରାଷ୍ଟ୍ରପତି ଅଭିଭାଷଣ ରଖିବେ ବୋଲି ଉଲ୍ଲେଖ ରହିଛି।
ଏହି ଅଧିବେଶନ ନଭେମ୍ବର ୨୭ ତାରଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ୨୮ ତାରିଖ ଦିନ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅତିରିକ୍ତ ବଜେଟ ଉପସ୍ଥାପନା କରିବେ। ଏହି ଅଧିବେଶନରେ ୨୯ ଟି କାର୍ଯ୍ୟ ଦିବସ ରହିଛି।


