Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»Konark Festival 2nd Day: ଦ୍ବିତୀୟ ଦିନରେ ପରିବେଷଣ ହେଲା କୁଚିପୁଡ଼ି ସହ ଓଡିଶୀ 
ବିଶେଷ ଖବର

Konark Festival 2nd Day: ଦ୍ବିତୀୟ ଦିନରେ ପରିବେଷଣ ହେଲା କୁଚିପୁଡ଼ି ସହ ଓଡିଶୀ 

December 3, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Konark Festival 2nd Day
Konark Festival 2nd Day: କୋଣାର୍କ ଉତ୍ସବର ଦିତୀୟ ଦିନରେ ପରିବେଷଣ ହେଲା କୁଚିପୁଡ଼ି ସହ ଓଡିଶୀ 

Konark Festival 2nd Day: ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ଵାରା ଆୟୋଜିତ ୩୬ ତମ କୋଣାର୍କ ଉତ୍ସବର ଗତକାଲି ଦିତୀୟ ଦିନରେ ଦେଖିବାକୁ ମିଳିଥିଲା କୁଚିପୁଡ଼ି ଏବଂ ଓଡିଶୀ ନୃତ୍ୟର ଅପୂର୍ବ ସଂଭାର।

ପ୍ରଥମ ଭାଗରେ ପରିବେଷିତ ହୋଇଥିଲା ବାଙ୍ଗାଲୋରରୁ ଆସିଥିବା ପ୍ରଖ୍ୟାତ କୁଚିପୁଡ଼ି ନୃତ୍ୟାଙ୍ଗନା ବୈଜୟନ୍ତୀ କାଶୀଙ୍କ ସମ୍ଭାବୀ ସ୍କୁଲ ଅଫ୍‌ ଡ଼୍ୟାନ୍ସର ଶିଳ୍ପୀମାନଙ୍କ ଦ୍ଵାରା କୁଚିପୁଡ଼ି ନୃତ୍ୟ । ସେମାନଙ୍କ ଉପସ୍ଥାପନରେ ଧର୍ମାୟନ ଭଗବାନ ବିଷ୍ଣୁଙ୍କ ଅନେକ ଅବତାରକୁ ଅନୁସରଣ କରି ପ୍ରତ୍ୟେକଟି ଧର୍ମର ଅନନ୍ତ ନୀତି ଏବଂ ବିଶ୍ୱସନୀୟ ସନ୍ତୁଳନର ପ୍ରତୀକ ଦେଖିବାକୁ  ମିଳିଥିଲା ।

ଏହି ଉପସ୍ଥାପନାର କେନ୍ଦ୍ରବିନ୍ଦୁ ହେଉଛି ଅମୃତ ମନ୍ଥନର କିମ୍ବଦନ୍ତୀ – ସମୁଦ୍ର ମନ୍ଥନ, ଯାହାକୁ ମାନବର ମନ ତଥା ଭଲ ଏବଂ ମନ୍ଦ ମଧ୍ୟରେ ଏହାର ନିରନ୍ତର ସଂଘର୍ଷର ଏକ ରୂପକ ଭାବରେ ଦେଖାଯାଏ । ଏହି ପ୍ରସ୍ତୁତିଟି ବିଷ୍ଣୁଙ୍କୁ କାଳଜୟୀ ରକ୍ଷାକର୍ତ୍ତା ଏବଂ ଧାର୍ମିକତାର ବାହକ ଭାବରେ ପାଳନ କରିଥିଲା । ଯାହାର ଲିପି ପ୍ରସ୍ତୁତ କରିଥିଲେ ଡକ୍ଟର ଶତବଧାନୀ ଆର. ଗଣେଶ, ସଙ୍ଗୀତ ସଂଯୋଜନା କରିଥିଲେ  ଡି. ଭି. ଏସ. ଶାସ୍ତ୍ରୀ ଏବଂ ନୃତ୍ୟ ସଂରଚନା କରିଥିଲେ  ବୈଜୟନ୍ତୀ କାଶୀ।

ଦ୍ୱିତୀୟ ଭାଗରେ ପରିବେଷଣ ହୋଇଥିଲା କଲିକତାରୁ ଆସିଥିବା ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗନା ଶର୍ମିଲା ବିଶ୍ବାସଙ୍କ ଓଡ଼ିଶୀ ଭିଜନ ଓ ମୁଭ୍‌ମେଣ୍ଟ ସେଣ୍ଟରର ଶିଳ୍ପୀ ମାନଙ୍କ ଦ୍ଵାରା ଓଡିଶୀ ନୃତ୍ୟ । ସେମାନେ ପ୍ରଥମେ ମହାଲକ୍ଷ୍ମୀ ସ୍ତୋତ୍ରମ୍ ଦେବୀଙ୍କ ଶଙ୍କ, ଚକ୍ର, ଗଦା ଏବଂ ପଦ୍ମ ଧରିଥିବା ଶକ୍ତିଶାଳୀ ଚିତ୍ରକୁ ଜୀବନ୍ତ କରିଥିଲା ଯାହାର ନୃତ୍ୟ ସଂରଚନା କରିଥିଲେ ଶର୍ମିଳା ବିଶ୍ୱାସ, ସଙ୍ଗୀତ ସଂଯୋଜନା କରିଥିଲେ ସୃଜନ ଚାଟାର୍ଜୀ, ତାଳ ସଂଯୋଜନା କରିଥିଲେ ବିଜୟ କୁମାର ବାରିକ ।

ଦ୍ବିତୀୟ ପ୍ରସ୍ତୁତିରେ ଥିଲା ଆବର୍ତ୍ତନ-ବିବର୍ତ୍ତନ, ଦୈନନ୍ଦିନ କାର୍ଯ୍ୟରେ ଉପସ୍ଥିତ ପ୍ରାକୃତିକ ମାନବ ଲୟକୁ ଅନୁସନ୍ଧାନ କରି ନିଜର କାର୍ଯ୍ୟକଳାପ ଏବଂ ଖେଳକୁଦ ଚଳନଗୁଡ଼ିକ ନୃତ୍ୟରେ ବିକଶିତ କରିଥିଲେ ଶିଳ୍ପୀଗଣ, ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ରାମହରି ଦାସ, ତାଳ ସଂଯୋଜନା କରିଥିଲେ ଧନେଶ୍ୱର ସ୍ୱାଇଁ ଓ ନୃତ୍ୟ ସଂରଚନା କରିଥିଲେ ଶର୍ମିଳା ବିଶ୍ୱାସ।

ସେମାନଙ୍କର ଅନ୍ତିମ ପ୍ରସ୍ତୁତିରେ ଥିଲା ସୃଷ୍ଟି-ତତ୍ତ୍ୱ, ପ୍ରାଚୀନ ଜ୍ଞାନ ଏବଂ ଆଧୁନିକ ଚିନ୍ତାଧାରା ମାଧ୍ୟମରେ ଜୀବନର ବିବର୍ତ୍ତନକୁ ବ୍ୟାଖ୍ୟା ସହିତ ପୁରାଣ ଏବଂ ଜୟଦେବଙ୍କ ଦଶାବତାର ଚିତ୍ରଣରୁ ଆଙ୍କିତ କରିଥିଲେ ନୃତ୍ୟମାଧ୍ୟମରେ, ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ସୃଜନ ଚାଟାର୍ଜୀ ଏବଂ ତାଳ ଓ ନୃତ୍ୟ ସଂରଚନା କରିଥିଲେ ଶର୍ମିଳା ବିଶ୍ୱାସ।

ଆଜି କୋଣାର୍କ ଉତ୍ସବର ତୃତୀୟ ଦିନ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ ସୃଜନ ଅନୁଷ୍ଠାନର ଗୁରୁ ରତିକାନ୍ତ ମହାପାତ୍ର ଓ ସାଥୀବୃନ୍ଦ। ଦ୍ୱିତୀୟ ପର୍ଯ୍ୟାୟରେ କଥକଲି ପରିବେଷଣ କରିବେ କେରଳ କଳାମଣ୍ଡଳମ୍‌ର ଶିଳ୍ପୀମାନେ।

ଦ୍ୱିତୀୟ ସନ୍ଧ୍ୟାର ଅତିଥି ଭାବେ ଯୋଗ ଦେଇଥିଲେ  ଉଚ୍ଚଶିକ୍ଷା, କ୍ରୀଡା ଏବଂ ଯୁବ ସେବା, ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ  ସୂର୍ଯ୍ୟବଂଶୀ ସୂରଜ, ଅଧିକ୍ଷକ ପ୍ରତ୍ନତତ୍ତ୍ୱବିତ୍, ଏଏସଆଇ ପୁରୀ ସର୍କଲ ଡକ୍ଟର ଦିବିଷାଦ ବ୍ରଜସୁନ୍ଦର ଗର୍ନାୟକ, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ପୁରୀର ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବ ସରୋଜ କୁମାର ସ୍ଵାଇଁ, ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ବିଶ୍ଵଜିତ ରାଉତରାୟ, ଓଡିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ଓ ପୁରୀ ଜିଲ୍ଲା ପରିଷଦର CDO ତଥା EO ଶ୍ରୀ ପ୍ରିୟା ରଞ୍ଜନ ପୃଷ୍ଟି।

କାର୍ଯ୍ୟକ୍ରମଟିକୁ ସଂଚାଳନ କରିଥିଲେ ଡକ୍ଟର ମୃତୁଞ୍ଜୟ ରଥ ଓ ନାଜିୟା ଆଲ୍ଲମ ଏବଂ ପରିଚାଳନରେ ସହଯୋଗ କରିଥିଲେ ଡକ୍ଟର ସଂଗୀତା ଗୋସାଇଁ।

Konark Festival Konark Festival 2nd Day କୋଣାର୍କ ଉତ୍ସବ କୋଣାର୍କ ଉତ୍ସବ 2025
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ୟା ସହାୟତା ଘୋଷଣା, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା, ଜାଣନ୍ତୁ କାହାକୁ ଦିଆଯିବ କେତେ 

August 3, 2026

Bankipur Byepoll Result: ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ଗଡରେ ଜିତିଲେ ପ୍ରଶାନ୍ତ କିଶୋର

August 3, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

August 3, 2026

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନ, ଆଜି ୯୩ ବର୍ଷ ବୟସରେ କଲେ ପଦାର୍ପଣ

August 3, 2026
Latest News

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026

ବନ୍ୟା ସହାୟତା ଘୋଷଣା, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା, ଜାଣନ୍ତୁ କାହାକୁ ଦିଆଯିବ କେତେ 

August 3, 2026

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନଙ୍କ ୯୩ ତମ ଜନ୍ମଦିବସ ପାଳିତ

August 3, 2026

Bankipur Byepoll Result: ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ଗଡରେ ଜିତିଲେ ପ୍ରଶାନ୍ତ କିଶୋର

August 3, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.