Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»Odisha Cabinet Reshuffle Buzz: ନୂଆବର୍ଷରେ ନୂଆ ମନ୍ତ୍ରୀମଣ୍ଡଳ, ଲାଗୁ ହେବ ଗୁଜୁରାଟ ମଡେଲ
ବିଶେଷ ଖବର

Odisha Cabinet Reshuffle Buzz: ନୂଆବର୍ଷରେ ନୂଆ ମନ୍ତ୍ରୀମଣ୍ଡଳ, ଲାଗୁ ହେବ ଗୁଜୁରାଟ ମଡେଲ

December 8, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Odisha Cabinet
ଏଣିକି ୫ କେଜି ନୁହେଁ ୧୦ କେଜି ଲେଖାଏଁ ମିଳିବ ଚାଉଳ

Odisha Cabinet Reshuffle Buzz: କେବେ ମନ୍ତ୍ରୀମଣ୍ଡଳ ଅଦଳବଦଳ ତଥା ସଂପ୍ରସାରଣ ହେବ ସେ ନେଇ ବେଶ ଚର୍ଚ୍ଚା ଲାଗିରହିଛି। ହେଲେ ଓଡିଶାରେ ବିଜେପି ସରକାର କରିବାର 18 ମାସ ବିତିଯାଇଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ ହୋଇପାରିଲା ନାହିଁ। ଏପରିକି ରାଜ୍ୟରେ ଅଧାଗଢା ମନ୍ତ୍ରୀ ମଣ୍ଡଳରେ କାମ ଚାଲିଛି ହେଲେ ଏହା ସଂପ୍ରସାରଣ ମଧ୍ୟ ହୋଇପାରୁ ନାହିଁ। ଫଳରେ ବହୁ ବିଧାୟକ ମନ୍ତ୍ରୀ ହେବା ପାଇଁ ଅଣ୍ଟା ଭିଡି ବସିଥିଲେ ମଧ୍ୟ ତାଙ୍କ ଆଶା ପୂରଣ ହୋଇପାରୁ ନାହିଁ।

ତେବେ ନୂଆ ତଥ୍ୟ ଅନୁସାରେ ରାଜ୍ୟର ଜନସାଧାରଣ ନୂଆ ବର୍ଷରେ ନୂଆ ମନ୍ତ୍ରୀମଣ୍ଡଳ ଦେଖିବାକୁ ପାଇବେ। ଆସନ୍ତା ବଜେଟ 2026 ପୂର୍ବରୁ ଏହି ମନ୍ତ୍ରୀ ମଣ୍ଡଳ ଗଠନ ହେବ ବୋଲି ଜଣାପଡିଛି। ବର୍ତ୍ତମାନ ଡିସେମ୍ବର ମାସରେ ବିଧାନସଭା ଚାଲିଛି, ଯାହା ମାସ ଶେଷ ପର୍ଯ୍ୟନ୍ତ ଚାଲିବ। ଏହାପରେ ନୂଆମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ ପାଇଁ ସମସ୍ତ କାର୍ଯ୍ୟ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆବର୍ଷରେ ଜଗନ୍ନାଥଙ୍କୁ ଦର୍ଶନ କରି କୁଆଡେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜଣାପଡିଛି।

ବର୍ତ୍ତମାନ ଯେଉଁ ମନ୍ତ୍ରୀ ମଣ୍ଡଳ ରହିଛି ସେଥିରେ କେତେକଙ୍କୁ ବାହାର କରିବାର ଯୋଜନା ପ୍ରସ୍ତୁତ ହୋଇସାରିଛି। ସେହିପରି କେତେକ ମନ୍ତ୍ରୀଙ୍କ ବିଭାଗକୁ ମଧ୍ୟ ପରିବର୍ତ୍ତନ କରିଦିଆଯିବ। ଏଥିସହିତ କେତେକ ଦକ୍ଷ ବିଧାୟକଙ୍କୁ ମଧ୍ୟ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯିବ। ଏ ନେଇ ବିଜେପି ସଭାପତି, ମୁଖ୍ୟମନ୍ତ୍ରୀ ଓ ବିଜେପି ସଂଗଠନ ସଂପାଦକ ମିଳିତ ଭାବେ ତାଲିକା ପ୍ରସ୍ତୁତ କରିସାରିଛନ୍ତି। ତେବେ ପୂର୍ବରୁ ଯେଉଁ ଚର୍ଚ୍ଚା ଚାଲିଛି ଯେ, ମନ୍ତ୍ରୀମଣ୍ଡଳରୁ ସମସ୍ତ ଧର୍ମେନ୍ଦ୍ରେ ମାର୍କାଙ୍କୁ ବାହାର କରାଯିବ ସେ ନେଇ ମଧ୍ୟ ଆଲୋଚନା ହୋଇଛି।

ଏଥର ଓଡିଶା ମନ୍ତ୍ରୀ ମଣ୍ଡଳର ଆକାର ପରିପୂର୍ଣ୍ଣ ରହିବ। ମୁଖ୍ୟମନ୍ତ୍ରୀଙ୍କୁ ଛାଡି ଦେଲେ ପୁରା କୋଡିଏ ଜଣଙ୍କୁ ମନ୍ତ୍ରୀ ଭାବରେ ଗ୍ରହଣ କରାଯିବ। ଏହି ମନ୍ତ୍ରୀ ଚୟନ ବେଳେ ଜିଲ୍ଲା ହିସାବରେ ନେତାଙ୍କୁ ପ୍ରାଧାନ୍ୟ ଦିଆଯିବ। ସେହିପରି ଗତ ଅଠର ମାସ ମଧ୍ୟରେ କେଉଁ ମନ୍ତ୍ରୀ ତାଙ୍କ ବିଭାଗରେ କେତେ ଦକ୍ଷତା ପ୍ରତିପାଦନ କରିଛନ୍ତି ତାହାକୁ ମଧ୍ୟ ଦୃଷ୍ଟିରେ ରଖାଯିବ। ସେହି ଅନୁସାରେ ତାଙ୍କୁ ମନ୍ତ୍ରୀମଣ୍ଡଳରେ ପୁଣି ସାମିଲ କରାଯିବ କିମ୍ବା ବହିସ୍କାର କରାଯିବ ତାହା ଚିନ୍ତା କରାଯିବ।

ସୁତ୍ର ଅନୁସାରେ ରାଜ୍ୟର ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ ନେଇ ଗୁଜୁରାଟ ମଡେଲ ଲାଗୁ କରାଯିବ। ଅର୍ଥାତ ନିକଟରେ ଗୁଜୁରାଟ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ଯେପରି କରାଯାଇଥିଲା ତାହା ଅନୁସରଣ କରାଯିବ। ଗୁଜୁରାଟରେ ମନ୍ତ୍ରୀ ଅଦଳବଦଳ ବେଳେ ପ୍ରଥମେ ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଥିଲା। ମନ୍ତ୍ରୀଙ୍କ ଇସ୍ତଫା ଗୃହିତ ହେବା ପରେ ନୂଆ ମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇ ଶପଥ ଗ୍ରହଣ କରାଯାଇଥିଲା। ଏହା ପରେ ସେମାନଙ୍କୁ ବିଭାଗ ବଣ୍ଟନ କରାଯାଇଥିଲା। ଠିକ ସେହିପରି ଓଡିଶା ମନ୍ତ୍ରୀମଣ୍ଡଳ ଅଦଳବଦଳ ବେଳେ ଲାଗୁ କରାଯିବ ବୋଲି ଯୋଜନା କରାଯାଇଛି।

ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କର ପୂର୍ଣ୍ଣାଙ୍କ ମନ୍ତ୍ରୀମଣ୍ଡଳ ଗଢିପାରି ନ ଥିବାରୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଏପରିକି ନିଗମ ଅଧ୍ୟକ୍ଷ ମଧ୍ୟ ସରକାର ସ୍ଥିର ପାରିପାରୁ ନାହିଁନ୍ତି ବୋଲି ସମାଲୋଚନା କରାଯାଉଛି। ସେଥିପାଇଁ ନୂଆବର୍ଷରେ ଏ ସବୁ ପୂରଣ କରାଯିବ ବୋଲି ସ୍ପଷ୍ଟ ହୋଇଛି।

Odisha Cabinet Reshuffle Buzz ମନ୍ତ୍ରୀମଣ୍ଡଳ ଅଦଳବଦଳ ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

ବିଜେଡିକୁ ବଡ଼ ଝଟକା: କ୍ରସ୍ ଭୋଟିଂ ମାମଲାରେ ୮ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ ଖାରଜ

June 22, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.