ଦିଲ୍ଲୀ: ଇସ୍ରାଏଲର ପ୍ରଧାନମନ୍ତ୍ରୀ ମହାମହିମ ବେଞ୍ଜାମିନ ନେତନ୍ୟାହୁଙ୍କ ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍ କଲ୍ ପାଇଥିଲେ।
ଭାରତ-ଇସ୍ରାଏଲ ରଣନୀତିକ ସହଭାଗିତାରେ ହେଉଥିବା ଅଗ୍ରଗତିରେ ଉଭୟ ନେତା ସନ୍ତୋଷ ପ୍ରକାଶ କରିଥିଲେ ଏବଂ ପାରସ୍ପରିକ ଲାଭ ପାଇଁ ଏହି ସମ୍ପର୍କକୁ ଅଧିକ ସୁଦୃଢ଼ କରିବାକୁ ସେମାନେ ପ୍ରତିବଦ୍ଧତା ଦୋହରାଇଥିଲେ।
ଆତଙ୍କବାଦକୁ ଉଭୟ ନେତା କଠୋର ସମାଲୋଚନା କରିଥିଲେ ଏବଂ ଆତଙ୍କବାଦର ଯେକୌଣସି ସ୍ୱରୂପ ପ୍ରତି ଶୂନ୍ୟ ସହନଶୀଳତା ଆଭିମୁଖ୍ୟକୁ ଦୋହରାଇଥିଲେ।
ପଶ୍ଚିମ ଏସିଆ ପ୍ରସଙ୍ଗରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ। ଏହି ଅଞ୍ଚଳରେ ନ୍ୟାୟପୂର୍ଣ୍ଣ ଓ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଚେଷ୍ଟାକୁ ଭାରତର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଗାଜା ଶାନ୍ତି ଚୁକ୍ତିକୁ ତୁରନ୍ତ ଲାଗୁ ପାଇଁ ମଧ୍ୟ ମତ ଦେଇଥିଲେ।
ନିୟମିତ ସମ୍ପର୍କରେ ରହିବାକୁ ଦୁଇ ନେତା ସହମତ ହୋଇଥିଲେ।


