Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ପ୍ରତିକ୍ରିୟା: କରତର କାଠ ପ୍ରେମ ବ୍ୟତୀତ ଅଧିକ କିଛି ନୁହେଁ
ବିଶେଷ ଖବର

କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ପ୍ରତିକ୍ରିୟା: କରତର କାଠ ପ୍ରେମ ବ୍ୟତୀତ ଅଧିକ କିଛି ନୁହେଁ

August 8, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଜାମ୍ମୁ-କାଶ୍ମୀରରେ ଭାରତ ସରକାର ଯଦି କିଛି ଭୁଲ କରନ୍ତି, ତାର ପ୍ରତିରୋଧ ଆମେ ଭାରତୀୟମାନେ କରିବୁ, ହେଲେ ଏଥିରେ ପାକିସ୍ତାନର କୌଣସି ଭୂମିକାକୁ ବରଦାସ୍ତ କରିବୁ ନାହିଁ। କାଶ୍ମୀର ପ୍ରସଙ୍ଗରେ ସବୁ ଭାରତୀୟ ସରକାରକୁ ସମର୍ଥନ କରିନାହାନ୍ତି ବା ସବୁ ଦେଶବାସୀ ଅର୍ଣ୍ଣବ ଗୋସ୍ଵାମୀଙ୍କ ଭଳି ପାଗଳ ପରି ଚିତ୍କାର କରୁନାହାନ୍ତି ଯେ, କିଲ ଦେମ ଇନ ଥାଇଜେଣ୍ଡ୍ସ। ନା, ଆଜି ମଧ୍ୟ କାଶ୍ମୀରର ଗଣତାନ୍ତ୍ରିକ ଅଧିକାର ଓ ମାନବିକ ଅଧିକାର ଲାଗି ଲକ୍ଷ ଲକ୍ଷ ଭାରତୀୟ ଚିନ୍ତିତ ଓ ସେମାନେ ରାସ୍ତାରେ ପ୍ରତିବାଦ କରୁଛନ୍ତି। ଏହି ପ୍ରସଙ୍ଗରେ ପାକିସ୍ତାନର ପ୍ରତିକ୍ରିୟା ଅତ୍ୟନ୍ତ ପିଲାଳିଆ, ଭୟାଳୁ ଓ ମୂର୍ଖତାପୂର୍ଣ । ଏହାକୁ କରତର କାଠ ପ୍ରେମ ବୋଲି କୁହାଯାଇପାରେ, ଯିଏ କି ବାରମ୍ବାର କାଟିବା ଓ ରକ୍ତାକ୍ତ କରିବା ଛଡା ଅଧିକ କିଛି କରିପାରିବ ନାହିଁ।  ୧୯୪୭ ରୁ ପାକିସ୍ତାନ ଗଠନ ହେବା ଦିନଠୁ ଏହା କାଶ୍ମୀରର ସବୁଠୁ ବଡ ଶତ୍ରୁ। ୧୯୪୭ ଅକ୍ଟୋବରରେ କାଶ୍ମୀର କୁ ଦୁଇ ଖଣ୍ଡ କରିଥିବା ପାକିସ୍ତାନ, କାଶ୍ମୀରର ସବୁଠୁ ବଡ ବିପଦ। ଭାରତୀୟ ନେତୃତ୍ଵ କାଶ୍ମୀରକୁ ନିଜ ସଂସ୍କୃତି ଓ ଜୀବନବୋଧର ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଗ୍ରହଣ କରିଥିବା ବେଳେ ପାକିସ୍ତାନ ବାରମ୍ବାର କାଶ୍ମୀରର ଆତ୍ମା ଉପରେ ପ୍ରହାର କରିଛି। ନରସଂହାର, ରକ୍ତପାତ, ବିଭାଜନ, ବିଭ୍ରାନ୍ତି ଓ ବିଶ୍ଵାସଘାତକତା ବ୍ୟତୀତ ପାକିସ୍ତାନ କାଶ୍ମୀରକୁ ଅଧିକ କିଛି ଦେଇନାହିଁ। ସନ୍ତ୍ରାସବାଦର ଭୟଙ୍କର ଜାଲରେ କାଶ୍ମୀରକୁ ଦୀର୍ଘ ବର୍ଷ ଧରି ବ୍ୟବହାର କରିଥିବା ପାକିସ୍ତାନକୁ କାଶ୍ମୀରର ସଂଖ୍ୟାଧିକ ଜନସାଧାରଣ କେବେହେଲେ ବିଶ୍ବାସକୁ ନେଇ ନାହାନ୍ତି।

ତେଣୁ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ପ୍ରତିକ୍ରିୟାର କୌଣସି ମୂଲ୍ୟ ନାହିଁ। ଧାରା ୩୭୦ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଭାରତରେ ଏବେ ମଧ୍ୟ ଅନେକ ବିତର୍କ ଓ ସମୀକ୍ଷା ର ବାଟ ଅଛି। ସୁପ୍ରିମ କୋର୍ଟରେ ଏହାକୁ ନେଇ ଶୁଣାଣି ହେବ ଓ ଦେଶରେ ଏହାକୁ ନେଇ ଗଣତାନ୍ତ୍ରିକ ବାଦ ପ୍ରତିବାଦ ଜାରି ରହିବ। କାଶ୍ମୀର ଭାରତର ବୈଧାନିକ, ସାଂସ୍କୃତିକ ଓ ସାମାଜିକ ଜୀବନରେ ଅଭିନ୍ନ ଅଙ୍ଗ ହୋଇ ରହିଛି, ଏବଂ ରହିଥିବ। ଏହାକୁ ନେଇ ପାକସ୍ତାନରେ ଭାରତର ରାଷ୍ଟ୍ରଦୂତଙ୍କୁ ବିଦା କରିବା, କୂଟନୈତିକ ସମ୍ପର୍କ ଛିନ୍ନ କରିବା ଓ ଆକାଶପଥକୁ ବନ୍ଦ କାଲେ, ଏହାର କିଛି ପ୍ରଭାବ ଭାରତ ଉପରେ ପଡିବାର ନାଇଁ। ଅର୍ଥନୈତିକ ବା ରାଜନୈତିକ ଦୃଷ୍ଟିରୁ ପାକିସ୍ତାନ ଭାରତ ପାଇଁ ବିଶେଷ ଗୁରୁତ୍ଵ ବହନ କରେନାହିଁ। ତେଣୁ ପାକିସ୍ତାନ ଯେତେ ପ୍ରତିକ୍ରିୟା ପ୍ରକାଶ କରିବା ତାହା ଭାରତ ପାଇଁ ଏକ ଶୁଭ ସଙ୍କେତ ବୋଲି ବରଂ କୁହାଯାଇପାରେ।

ତେବେ ବର୍ତ୍ତମାନ ସ୍ଥିତିରେ ପାକିସ୍ତାନର ପ୍ରତିକ୍ରିୟା ଅପେକ୍ଷା ଆନ୍ତର୍ଜାତିକ ଗଣମାଧ୍ୟମ, ଜାତିସଂଘ, ଆମେରିକା ଓ ଇସ୍ଲାମିକ ରାଷ୍ଟ୍ର ଗୁଡିକର ପ୍ରତିକ୍ରିୟା ଉପରେ ସବୁଠୁ ଅଧିକ ନଜର ରଖିବାକୁ ପଡିବ। ଦୀର୍ଘ ଦିନ ଧରି କାଶ୍ମୀରରେ ଯଦି ଅସ୍ଵାଭାବିକ ପରିସ୍ଥିତି ଲାଗିରହେ, ତାହେଲେ ଏହାକୁ ଆନ୍ତର୍ଜାତିକ ଗଣମାଧ୍ୟମରେ ତୀବ୍ର ସମାଲୋଚନା କରାଯିବ। ଇତିମଧ୍ୟରେ ୱାଶିଂଟନ ପୋଷ୍ଟ ଓ ଦି ଗାର୍ଡିଏନ ଭଳି ବଡ ଖବରକାଗଜରେ କାଶ୍ମୀର ପ୍ରସଙ୍ଗକୁ ନେଇ ସମାଲୋଚନା ଆରମ୍ଭ ହେଲାଣି। ଆମେରିକାର ବୈଦେଶିକ ବ୍ୟାପାର ବିଭାଗର ପ୍ରାରମ୍ଭିକ ପ୍ରତିକ୍ରିୟା ମଧ୍ୟ ଉତ୍ସାହଜନକ ନୁହେଁ।  ତେଣୁ ଏ ସମ୍ପର୍କରେ ଅଧିକ ଛାତି ବାଡଉଥିବା ସରକାର, କୂଟନୈତିକ ସ୍ତରରେ ଏହାର ମୁକାବିଲା କେମିତି କରିବେ ସେକଥା ଭାବିବା ଦରକାର।

ପାକିସ୍ତାନକୁ ଅଣଦେଖା କରିବାର ବେଳ ଏବେ ଆସିଛି। କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ପକ୍ଷଭୁକ୍ତ କରିବାର ଆବଶ୍ୟକତା ହୁଏତ ନାହିଁ। ହେଲେ ସେଥିଲାଗି କାଶ୍ମୀରରେ ସ୍ଵାଭାବିକ ସ୍ଥିତି ଆସିବା ଜରୁରୀ। ମୁଖ୍ୟଧାରାର କାଶ୍ମିରୀ ରାଜନେତାମାନଙ୍କୁ ଯେଉଁ ପ୍ରକାର ଭାବରେ ସରକାରୀ ଓ ବେସରକାରୀ ସ୍ତରରେ ନିନ୍ଦିତ କରାଯାଉଛି, ଏହା ପରିସ୍ଥିତିକୁ ଅଧିକ ଜଟିଳ କରିବ। କାଶ୍ମୀରର ରାଜନୈତିକ ଦଳ ଓ ନେତାମାନେ ସମସ୍ତେ ରାକ୍ଷସ ବୋଲି କହିବାର ଏକ ବିଚିତ୍ର ଗୁଜବ ତନ୍ତ୍ର ଏବେ ଭାରତରେ ମାଡିଚାଲିଛି। ଏହା ବଦଳିବା ଦରକାର। କାଶ୍ମୀର ଲାଗି ଏବେ ସବୁଠୁ ବଡ ଆବଶ୍ୟକତା ହେଉଛି, ସେଠି ଜନଜୀବନ ତୁରନ୍ତ ସ୍ଵାଭାବିକ ହେବା ଜରୁରୀ ତଥା ସରକାରଙ୍କ ଘୋଷଣା ସପକ୍ଷରେ ବା ବିପକ୍ଷରେ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଉପାୟରେ କଥା କହିବାର ଅଧିକାର କାଶ୍ମୀରବାସୀଙ୍କୁ ମିଳିବା ଆବଶ୍ୟକ।

article370 jammu kedarmishra Ladakh pakistan
Share. Facebook Twitter LinkedIn Email WhatsApp Copy Link

Related Posts

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ଭାରତ ପାଇଁ ବଡ଼ କୂଟନୈତିକ ବିଜୟ: ବ୍ରିକ୍ସ ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା

September 12, 2026

ସବ୍-ଜେଲରୁ ଦୁଷ୍କର୍ମ କଏଦୀ ଫେରାର: ଜେଲର ନିଲମ୍ବିତ, ତଦନ୍ତ ଜାରି

September 12, 2026
Latest News

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.