Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଝିଅ ବାହାଘର ଭୋଜିରେ ଯୋଗ ଦେଲେ ନବୀନ ପଟ୍ଟନାୟକ
ବିଶେଷ ଖବର

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଝିଅ ବାହାଘର ଭୋଜିରେ ଯୋଗ ଦେଲେ ନବୀନ ପଟ୍ଟନାୟକ

December 14, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ସାଂସଦ ଅପରାଜିତା ଷଡଙ୍ଗୀ
ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଝିଅ ବାହାଘର ଭୋଜିରେ ଯୋଗ ଦେଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଝିଅ ବାହାଘର ଭୋଜି। ଏ ନେଇ ବରମୁଣ୍ଡା ପଡିଆରେ ବିରାଟ ଆୟୋଜନ କରାଯାଇଛି। ହଜାରହଜାର ଅତିଥୀ ଯୋଗଦେଇ ଭୋଜି ଖାଇବାର ବନ୍ଦୋବସ୍ତ କରାଯାଇଛି। ଏହି ଭୋଜିରେ ରାଜ୍ୟର ବରିଷ୍ଠ ନେତା ତଥା ମନ୍ତ୍ରୀଗଣ ଯୋଗ ଦେଇଛନ୍ତି। ସେଥିପାଇଁ ପୂର୍ବରୁ ଅପରାଜିତା ଏବଂ ତାଙ୍କ ଆଇଏଏସ ସ୍ବାମୀ ସନ୍ତୋଷ ଷଡଙ୍ଗୀ ନିମନ୍ତ୍ରଣ ଦେଇ ଆସିଛନ୍ତି।

ଏହି ପରିପ୍ରେକ୍ଷୀରେ ଏହି ଭୋଜିରେ ଯୋଗଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ତାଙ୍କୁ ରାସ୍ତାରୁ ଅପରାଜିତା, ସନ୍ତୋଷ ଷଡଙ୍ଗୀ ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପାଛୋଟି ନେଇଥିଲେ। ନବୀନ ବରକନ୍ୟାଙ୍କ ନିକଟକୁ ଯାଇ ଆର୍ଶିବାଦ ପ୍ରଦାନ କରି ଫେରିଥିଲେ। ତାଙ୍କୁ ଲୋକେ ଦେଖିବାକୁ ପ୍ରବଳ ଉତ୍ସହ ପରିଲକ୍ଷିତ ହୋଇଥିଲା।

ସେହିପରି ଏହି ଭୋଜିରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ବାଚସ୍ପତି ସୁରମା ପାଢୀ, ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ବହୁ ବିଧାୟକ ତଥା ମେୟର ସୁଲୋଚନା ଦାସ ପ୍ରମୁଖ ଯୋଗଦେଇ ବରକନ୍ୟାଙ୍କୁ ଆର୍ଶିବାଦ ପ୍ରଦାନ କରିଛନ୍ତି। ଗତ ନଭେମ୍ବର 22 ତାରିଖରେ ଅପରାଜିତାଙ୍କ ଝିଅ ଅର୍ଚ୍ଚିତାଙ୍କ ଦିଲ୍ଲୀରେ ବାହାଘର ହୋଇଥିଲା। ଅର୍ଚ୍ଚିତା ଆନ୍ଧ୍ର କ୍ୟାଡରର ୨୦୨୪ ବ୍ୟାଚର ଆଇଏଏସ ଅଫିସରଙ୍କୁ ବିବାହ କରିଛନ୍ତି। ତାଙ୍କ ନାମ ହେଉଛି ସଚୀନ ରାହା। ସେ ରାଜସ୍ଥାନ ଝୁନଝୁନ ଜିଲ୍ଲାର ବାସିନ୍ଦା।

Aparajita Sarangi ଅପରାଜିତାଙ୍କ ଝିଅ ବାହାଘର ସନ୍ତୋଷ ଷଡଙ୍ଗୀ ସାଂସଦ ଅପରାଜିତା ଷଡଙ୍ଗୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.