Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଧାୟକଙ୍କ ବର୍ଦ୍ଧିତ ଦରମାକୁ ବିରୋଧ କରି ବଡ ପଦକ୍ଷେପ ନେଲେ ପ୍ରସାଦ ହରିଚନ୍ଦନ
ବିଶେଷ ଖବର

ବିଧାୟକଙ୍କ ବର୍ଦ୍ଧିତ ଦରମାକୁ ବିରୋଧ କରି ବଡ ପଦକ୍ଷେପ ନେଲେ ପ୍ରସାଦ ହରିଚନ୍ଦନ

December 18, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବିଧାୟକଙ୍କ ବର୍ଦ୍ଧିତ ଦରମା
ବିଧାୟକଙ୍କ ବର୍ଦ୍ଧିତ ଦରମାକୁ ନେଇ ବଡ ପଦକ୍ଷେପ ନେଲେ ପ୍ରସାଦ ହରିଚନ୍ଦନ, ରାଜ୍ୟପାଳଙ୍କୁ ଲେଖିଲେ ଚିଠି

ଭୁବନେଶ୍ବର: ବିଧାୟକଙ୍କ ଦରମା ବୃଦ୍ଧି ନେଇ ସାରା ରାଜ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ କଂଗ୍ରେସର ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ ନେଲେ ଏକ ବଡ ପଦକ୍ଷେପ। ସେ ବର୍ଦ୍ଧିତ ଭତ୍ତା ନେବେ ନାହିଁ ବୋଲି ଆଜି ଘୋଷଣା କରିଛନ୍ତି। ପୂର୍ବତନ ବିଧାୟକଙ୍କ ଭତ୍ତା ବାବଦକୁ ବଢ଼ିଥିବା ରାଶି ଗ୍ରହଣ କରିବେ ନାହିଁ ବୋଲି ଆଜି ଶ୍ରୀ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।ସେତେକି ନୁହେଁ ଏହି ବିଲ କୁ ରାଜ୍ୟପାଳ ପୁନଃବିଚାର କରିବା ପାଇଁ ଫେରାଇ ଦେବାକୁ ଅନୁରୋଧ କରି ସେ ଚିଠି ଲେଖିଛନ୍ତି।

ଶ୍ରୀ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସାମ୍ବିଧାନିକ ବିଧି ବିଧାନ ଅନୁଯାୟୀ ବିଧାୟକଙ୍କ ଦରମା ବୃଦ୍ଧି ନେଇ ଗୃହରେ ନିଷ୍ପତ୍ତି ହୁଏ। ଏପରି ସାମ୍ବିଧାନିକ ଅଧିକାରକୁ ଅତି ସଂଯମତା ଓ ସତର୍କତାର ସହ ପାଳନ କରାଯିବା ଉଚିତ। କିନ୍ତୁ ଡବଲ ଇଞ୍ଜିନ ସରକାରରେ ଏବେ ରାଜ୍ୟ ବିଧାନସଭାର ସଦସ୍ୟ ଓ ପୂର୍ବତନ ବିଧାୟକ ମାନଙ୍କ ଦରମା ଓ ଭତ୍ତା ତିନି ଗୁଣ ବଢ଼ାଯାଇଛି। ମାତ୍ର ଏହି ବୃଦ୍ଧି ସାଧାରଣ ଲୋକଙ୍କର ହଜମ ହଉନି। ଏ ଦରମା ଓ ଭତ୍ତା ବୃଦ୍ଧିକୁ ମୁଁ ନାପସନ୍ଦ କରୁଛି, ମାତ୍ର ଭତ୍ତା କ୍ଷେତ୍ରରେ ଆଇନରେ ଅନ୍ୟ ଏକ ବ୍ୟବସ୍ଥା ଅଛି। ଯାହାକି ଅନୂପାଳନ ହେଉନାହିଁ।

ଏହି ନିୟମ ଅନୁଯାୟୀ, ଦରମା ପ୍ରାପ୍ତ ସଦସ୍ୟମାନଙ୍କ ଦରମାରୁ ଭତ୍ତାକୁ ବାଦ ଦିଆଯାଇ ଦେୟ ପ୍ରଦାନ କରାଯାଏ। ଏହା ସହିତ ଜଣେ ସଦସ୍ୟ ଏକାଧିକ ଭତ୍ତା ନେଇ ପାରିବେ ନାହିଁ । କିନ୍ତୁ ବର୍ତ୍ତମାନ ରାଜ୍ୟରେ ତିନି ଶ୍ରେଣୀର ଭତ୍ତାଧାରି ପୂର୍ବତନ ସାଂସଦ ଓ ପୂର୍ବତନ ବିଧାନସଭା ସଦସ୍ୟ ଅଛନ୍ତି। ପ୍ରଥମତଃ ସରକାରୀ ଚାକିରିଆ ଅବସର ପରେ ଭତ୍ତା ପାଉଛନ୍ତି। ଏହାସହ ସେମାନେ ସାଂସଦ କିମ୍ବା ବିଧାୟକ ହେଲେ ମଧ୍ୟ ଭତ୍ତା ନେଉଛନ୍ତି। ଅନ୍ୟ ଶ୍ରେଣୀରେ ପୂର୍ବତନ ବିଧାୟକ ଓ ପୂର୍ବତନ ସାଂସଦ ଭାବରେ ଦୁଇଟି ଟି ଭତ୍ତା ନେଉଛନ୍ତି।

ସେ କହିଛନ୍ତି, ମୁଁ ୨୦୦୯ ମସିହାରେ ଗୃହର ସଦସ୍ୟ ଭାବରେ ସତ୍ୟବାଦୀରୁ ନିର୍ବାଚିତ ହେବାପରେ ବିଧି ବିଧାନ ଅନୁଯାୟୀ, ଭତ୍ତାକୁ ବାଦ୍ ଦେଇ ଦରମା ଦେବା ପାଇଁ ବିଧାନସଭା ସଚିବାଳୟ, ପ୍ରମୁଖ ଲେଖାକାର ଓ ସରକାରଙ୍କୁ ଲିଖିତ ଆକାରରେ ଜଣାଇଥିଲି। କିନ୍ତୁ ବାରମ୍ବାର ଜଣାଇବା ସତ୍ତ୍ୱେ ମଧ୍ୟ କୌଣସି ଉତ୍ତର ମିଳିଲା ନାହିଁ। ସେପରି ସ୍ଥଳେ ସେତେବେଳର ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେ଼ଇଙ୍କୁ ଏ ସମ୍ପର୍କରେ ମୌଖିକ ଓ ଲିଖିତ ଭାବେ ଜଣାଇଥିଲି।

ସରକାର ମୋର ଟାଣ ମନୋଭାବକୁ ଲକ୍ଷ୍ୟ କରିବା ପରେ ବାଧ୍ୟ ହୋଇ ପଇସା ଫେରସ୍ତ ଦେବା ପାଇଁ ଅନୁମତି ଦେଇଥିଲେ। ଏହା ପରେ ମୁଁ ସରକାରଙ୍କ ତହବିଲକୁ ଅର୍ଥ ଫେରାଇଥିଲି। ଏହା ଭିତରେ ଷୋହଳ ବର୍ଷ ବିତିଗଲାଣି। ଆଉ କୌଣସି ମାନ୍ୟବର ସଦସ୍ୟ ହୁଏତ, ଏଭଳି ଅର୍ଥ ଫେରସ୍ତ କରିଥାଇ ପାରନ୍ତି। କିନ୍ତୁ ମୋ ପାଖେ ସେଭଳି ତଥ୍ୟ ନାହିଁ।

ଏହା ବ୍ୟତୀତ ସେ ଆହୁରି କହିଛନ୍ତି, ମୁଁ ତ୍ରୟୋଦଶ ବିଧାନସଭାର ସଭ୍ୟ ଥିବାବେଳେ ସଦାଚାର କମିଟିର ମଧ୍ୟ ସଭ୍ୟ ଥିଲି ଏବଂ ବିଧାୟକ ମାନେ ସେମାନଙ୍କର ସମ୍ପତ୍ତି ତାଲିକା ପ୍ରତିବର୍ଷ ଓଡ଼ିଶା ବିଧାସଭା ଓ ସଂସଦୀୟ ବ୍ୟାପାର ବିଭାଗ ନିକଟେ ଦାଖଲ କରିବା ପାଇଁ ସଦାଚାର କମିଟି ସୁପାରିଶ କରିଥିଲେ। ସରକାର ମଧ୍ୟ ତାହା ଗ୍ରହଣ କରିଥିଲେ। ମୁଁ ତୁରନ୍ତ ମୋର ସମ୍ପତ୍ତି ତାଲିକା ଯଥା ବିଧି ଦାଖଲ କରିଥିଲି। କିନ୍ତୁ ଏବେ ତାହାର ଅନୁସରଣ କରାଯାଉ ନାହିଁ।

ପ୍ରସାଦ ହରିଚନ୍ଦନ ଆହୁରି କହିଛନ୍ତି, ବିଧାୟକ, ସାଂସଦ ମାନେ ନିଜ ନିଷ୍ପତ୍ତି ନିଜେ ନେଉଛନ୍ତି, ତେଣୁ ଏଭଳି ନିଷ୍ପତ୍ତି ନେବା କଥା ନୁହେଁ। ରାସ୍ତା ଉପରେ ତୃତୀୟ, ଚତୁର୍ଥ ଶ୍ରେଣୀର ତଳିଆ କର୍ମଚାରୀ, ବିଭିନ୍ନ ବିଭାଗରେ କାମ କରୁଥିବା ଠିକା କର୍ମଚାରୀ ଗାଁ ରାସ୍ତାରେ କାମ କରୁଥିବା ଆଶା, ଅଙ୍ଗନୱାଡି କର୍ମଚାରୀ, ପାଚିକା, ଗ୍ରାମ୍ୟ ଜଳଯୋଗାଣ ବିଭାଗରେ ନିଯୁକ୍ତ ଠିକା କର୍ମଚାରୀ, ପ୍ରାଣୀ ଚିକିତ୍ସକ, ସଫେଇ ଓ ନିରାପତ୍ତା କ୍ଷେତ୍ରରେ ନିୟୋଜିତ ସିକ୍ୟୁରିଟିଗାର୍ଡ ପ୍ରଭୃତି ସେମାନଙ୍କର ମାସିକ ପ୍ରାପ୍ୟ ବଢ଼ିବା ପାଇଁ ବିଧାୟକ, ସାଂସଦ ଓ ସରକାରଙ୍କ ପାଖରେ ଗୁହାରି କରିଆସୁଥିଲେ ମଧ୍ୟ ରାଜ୍ୟ ଆର୍ଥିକ ଅବସ୍ଥା ଦୃଷ୍ଟିରୁ ଏହା ସମ୍ଭବ ହେଉଥିଲା।

ପୂର୍ବବର୍ତ୍ତି ବିଜେଡି ସରକାର ଏବଂ ବର୍ତ୍ତମାନର ବିଜେପି ସରକାର ସେ ଦିଗରେ ଏଯାଏଁ ନଜର ଦେଉନାହାନ୍ତି । ସେମାନଙ୍କର ହକ୍ ପ୍ରାପ୍ୟ ପ୍ରଦାନ ପାଇଁ ଶ୍ରୀ ହରିଚନ୍ଦନ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ ଅନୁରୋଧ କରିଛନ୍ତି । ସେମାନଙ୍କ ଦରମା ବଢ଼ୁନି। ତେଣୁ ଆମର କାହିଁକି ଦରମା ବଢିବ। ବର୍ତ୍ତମାନ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ଏହି ବିଲ ରହିଛି। ରାଜ୍ୟପାଳ ଏହି ବିଲର ପୁନର୍ବିଚାର ପାଇଁ ଗୃହକୁ ଫେରେଇ ଦେଇପାରିବେ। ଏହା ହେଲେ ସରକାରଙ୍କ ଚେତା ପଶିବ ଓ ସରକାର ବିଚାର କରିବେ ବୋଲି ପ୍ରସାଦ ଆଶାପ୍ରକଟ କରିଛନ୍ତି।

Read More- IIIT Bhubaneswar to Get Centre of Excellence in Semiconductor (Click Here)

Odisha MLA Salary ପ୍ରସାଦ ହରିଚନ୍ଦନ ବିଧାୟକଙ୍କ ବର୍ଦ୍ଧିତ ଦରମା
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତାକାଲି ବଉଳ ଅମବାସ୍ୟା, ପୂଜା କରାଯିବ ଗଇଁଠା ଖିରୀ, ଜଗନ୍ନାଥଙ୍କ ପାଖରେ ଲାଗି ହେବ ବଉଳ

December 18, 2025

ବଡ ଖବର, ବିଧାୟକଙ୍କ ଦରମା କମିବ!! ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ପ୍ରସ୍ତାବ

December 18, 2025

ବାଂଲାଦେଶରେ ଭିସା କେନ୍ଦ୍ର ବନ୍ଦ କଲା ଭାରତ, ଏହା ପଡ଼ୋଶୀ ଦେଶକୁ କିପରି ହେବ କ୍ଷତି?

December 18, 2025

ରାଜ୍ୟସ୍ତରୀୟ ବିଦ୍ୟାଳୟ ନେଟବଲ ମହାକୁମ୍ଭ ଉଦଯାପିତ, ବାଳକ–ବାଳିକା ବର୍ଗରେ କଟକ ଚମ୍ପିୟାନ

December 18, 2025
Latest News

ବିଧାୟକଙ୍କ ବର୍ଦ୍ଧିତ ଦରମାକୁ ବିରୋଧ କରି ବଡ ପଦକ୍ଷେପ ନେଲେ ପ୍ରସାଦ ହରିଚନ୍ଦନ

December 18, 2025

ଆସନ୍ତାକାଲି ବଉଳ ଅମବାସ୍ୟା, ପୂଜା କରାଯିବ ଗଇଁଠା ଖିରୀ, ଜଗନ୍ନାଥଙ୍କ ପାଖରେ ଲାଗି ହେବ ବଉଳ

December 18, 2025

ବଡ ଖବର, ବିଧାୟକଙ୍କ ଦରମା କମିବ!! ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ପ୍ରସ୍ତାବ

December 18, 2025

ଭିସା ଛାଡ଼ ଚୁକ୍ତିନାମାରେ ସ୍ୱାକ୍ଷର କଲେ ଭାରତ-ସାଉଦି ଆରବ 

December 18, 2025

ବାଲୁଗାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ମେଜର ବି.କେ. ନରେନ୍ଦ୍ରଙ୍କ ବିୟୋଗରେ ସ୍ମୃତି ଚ଼ାରଣ ସଭା

December 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.