Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରଥମ ସଚିବସ୍ତରୀୟ ବୈଠକ
ବିଶେଷ ଖବର

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରଥମ ସଚିବସ୍ତରୀୟ ବୈଠକ

January 2, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
Secretary-level meeting held under the chairmanship of Chief Secretary Anu Garg
Secretary-level meeting held under the chairmanship of Chief Secretary Anu Garg

ଭୁବନେଶ୍ଵର: ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଅନୁ ଗର୍ଗ ଦାୟିତ୍ୱ ଗ୍ରହଣ ପରେ ଗୁରୁବାର ପ୍ରଥମ ସଚିବସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକରେ ସମସ୍ତ ବିଭାଗର ସଚିବମାନଙ୍କ ସହିତ ଆଲୋଚନା କରି ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।

ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶିତ ୧୫ ଟି କାର୍ଯ୍ୟସୂଚୀ କାର୍ଯ୍ୟକାରୀ ପାଇଁ ସଚିବମାନଙ୍କ ସହିତ ଆଲୋଚନା କରି ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ । ଶାସନ ପରିଚାଳନାକୁ ଦକ୍ଷ, ଉତ୍ତରଦାୟୀ ଓ ଲୋକାଭିମୁଖୀ କରିବା, ଓଡ଼ିଶା ଭିଜନ ଲକ୍ଷ୍ୟ ୨୦୩୬ ଓ ୨୦୪୭ ହାଲଲ ପାଇଁ ପ୍ରଥମେ ୨ ବର୍ଷିଆ ଆକ୍ସନ ପ୍ଲାନର କାର୍ଯ୍ୟକାରିତା ସମୀକ୍ଷା, ଅବିବୃଦ୍ଧି ହାରକୁ ଦୁଇ ଅଂକ ବିଶିଷ୍ଟ କରିବା ପାଇଁ ଲକ୍ଷ୍ୟଭିତ୍ତିକ କାର୍ଯ୍ୟ, ରାଜ୍ୟରେ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀଗୁଡିକ ପୂରଣ ପାଇଁ ତ୍ୱରିତ ପଦକ୍ଷେପ ନିଆଯିବା, ପ୍ରଭାବଶାଳୀ ଓ ନିର୍ମଳ ଶାସନ ବ୍ୟବସ୍ଥା ସ୍ଥାପନ ପାଇଁ ଆପାରଗ ଓ ଅଯୋଗ୍ୟ କର୍ମଚାରୀମାନଙ୍କ ପ୍ରତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବା, ମିଶନ କର୍ମଯୋଗୀ ଅଧିନରେ ସରକାରୀ କର୍ମଚାରୀଙ୍କ ପାର୍ଇ ପ୍ରଶିକ୍ଷଣ ନିମନ୍ତେ ବାର୍ଷିକ କ୍ୟାଲେଣ୍ଡର ପ୍ରସ୍ତୁତି, ଜିଲ୍ଲା ଓ ରାଜ୍ୟସ୍ତରୀୟ ପ୍ରକଳ୍ପ ଗୁଡିକର ଗୁଣାତ୍ମକତା ବଜାୟ ରଖିବା ସହିତ ପ୍ରକଳ୍ପ କାର୍ଯ୍ୟକାରିତା ତ୍ୱରାନିତ୍ୱ କରାଯିବା ପାଇଁ ପ୍ରକଳ୍ପଓ୍ୱାରୀ ତଦାରଖ, ବଜେଟ୍ ଅନୁମୋଦିତ ଖର୍ଚ୍ଚ ଓ ଏହା ଫଳାଫଳର ସମୀକ୍ଷା, ରାଜ୍ୟର ଦୀର୍ଘମିଆଦି ବିକାଶ ପାଇଁ ଭିତ୍ତିଭୂମି, ଶିଳ୍ପ, ବନ୍ଦର, ସଡକ, ସେତୁ ପାନୀୟ ଜଳ, ଜଳସେଚନ , ଶକ୍ତି ଓ ସହରାଂଚଳ ବିକାଶରେ ପୁଞ୍ଜି ବ୍ୟୟକୁ ତ୍ୱରାନିତ୍ୱ କରାଯିବା ଏବଂ ଗ୍ରାମୀଣ ବିକାଶ ପାଇଁ ମିଶନ “ପାଓ୍ୱାର” କାର୍ଯ୍ୟକ୍ରମ ଦ୍ୱାରା ପ୍ରତି ଗ୍ରାମକୁ ବିଦ୍ୟତ୍ ଶକ୍ତି, ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ଏବଂ ସବୁ ଦିନିଆ ରାସ୍ତା ସୁବିଧା ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ସଚିବ ଗୁରୁତ୍ୱ ଦେଇଥିଲେ।

ଗୁରୁତ୍ୱପୂର୍ଣ୍ଣ ସରକାରୀ ବୈଠକରେ ଉପସ୍ଥାପନା(ପିପିଟି) ଏବଂ ବୈଠକର ବିବରଣୀ ଗୁଡ଼ିକ ଓଡ଼ିଆ ଭାଷାରେ ପ୍ରସ୍ତୁତି କରାଯିବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଯେଉଁ ବିଭାଗର ଓ୍ୱେବସାଇଟ୍ ଓଡ଼ିଆ ଓ ଇଂରାଜୀରେ ଅଦ୍ୟତନ (ଅପଡେଟ୍ ) କରାଯାଇନାହିଁ, ତାହାକୁ ଅଦ୍ୟତନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜନ ଅଭିଯୋଗଗୁଡିକ ୧୦ ଦିନ ଭିତରେ ଫଇସଲା କରି ବିବରଣୀ ପ୍ରଦାନ କରିବା, ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ଜିଲ୍ଲା ଗସ୍ତ ବିବରଣୀ ପରିଦର୍ଶନ ପୋର୍ଟାଲରେ ଉଲ୍ଲେଖ କରିବା ଓ ଏହାର କାର୍ଯ୍ୟାନୁଷ୍ଠାନ ସଂପର୍କରେ ଅନୁସରଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ପ୍ରଥମେ ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ଉପରେ ଆଲୋଚନା କରାଯାଇଥିଲା। ଚଳିତ ଆର୍ଥିକ ବର୍ଷ ସରିବାକୁ ଆଉ ତିନି ମାସ ରହିଥିବା ବେଳେ ବିଭିନ୍ନ ବିଭାଗଙ୍କୁ ୨୦୨୫-୨୬ ବଜେଟ୍ ଅନୁମୋଦିତ ପ୍ରସ୍ତାବିତ କାର୍ଯ୍ୟ କରି ଖର୍ଚ୍ଚ ବୃଦ୍ଧି ଲକ୍ଷ୍ୟ ହାସଲ କରିବାକୁ ମୁଖ୍ୟ ଶାସନ ସଚିବ ବୈଠକରେ ଗୁରୁତ୍ୱ ଦେଇଥିଲେ । ଏଥି ସହିତ ରାଜ୍ୟର ରାଜସ୍ୱ ଆଦାୟ ଲକ୍ଷ୍ୟ ପୂରଣ କରିବାକୁ କେତେକ ନିର୍ଦ୍ଦିଷ୍ଟ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ।

ବୈଠକରେ ଗତ ଡିସେମ୍ବର ୨୭ ଓ ୨୮ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୫ମ ଜାତୀୟ ମୁଖ୍ୟ ଶାସନ ସଚିବସ୍ତରୀୟ ସମ୍ମିଳନୀରେ ଆଲୋଚନାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିବା ଅତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ନୂଆ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଉପସ୍ଥିତ ବିଭିନ୍ନ ବିଭାଗର ସଚିବମାନଙ୍କ ସହିତ ଆଲୋଚନା କରି ସେସବୁର ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ ଦେଇଛନ୍ତି।

ଜାତୀୟସ୍ତର ବୈଠକରେ ଗୁରୁତ୍ୱ ଦିଆଯାଇଥିବା ବିଭିନ୍ନ ପ୍ରସଙ୍ଗ ମଧ୍ୟରେ ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକୁ ଗୋଟିଏ ଗୋଟିଏ ଖୁସିର କେନ୍ଦ୍ର ଭାବେ ବିକଶିତ କରିବା ପାଇଁ ସେ ସଂପର୍କରେ ଆଲୋଚନା କରାଯାଇଥିଲା। ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ସହିତ ସଂପୃକ୍ତ ବିଭାଗ ସମନ୍ୱୟରେ ଭିତ୍ତିଭୂମି ଓ ଆନୁଷଙ୍ଗିକ ସୁବିଧା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାର୍ଚ୍ଚ ୮ ତାରିଖରେ ଆନ୍ତର୍ଜାତୀୟ ମହିଳା ଦିବସ ସୁଦ୍ଧା ସବୁ ଅଙ୍ଗନବାଡିରେ ଶୌଚାଳୟ ସୁବିଧା ସହିତ ସେଗୁଡିକର ରକ୍ଷଣାବେକ୍ଷଣ ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

ରାଜ୍ୟ ଓ ଦେଶର ବିକାଶରେ ଉଚ୍ଚଶିକ୍ଷାର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହୁଥିବାରୁ ଗୁଣାତ୍ମକ ଶିକ୍ଷା, ଗବେଷଣା,ଶିକ୍ଷାନୁଷ୍ଠାନ ଗୁଡିକରେ ଦକ୍ଷତାବିକାଶ କାର୍ଯ୍ୟକ୍ରମ, ନିଯୁକ୍ତିଭିତ୍ତିକ ପାଠ୍ୟକ୍ରମ, ସଂପର୍କରେ ପଦକ୍ଷେପ ନିଆଯିବାକୁ ଉଚ୍ଚଶିକ୍ଷା ବିଭାଗ ଓ ଦକ୍ଷତା ବିକାଶ ବିଭାଗ ସହିତ ଆଲୋଚନା କରାଯାଇଥିଲା। ଶ୍ରମର ମୂଲ୍ୟ ବୁଝିବା ଏବଂ ଶିଳ୍ପ କ୍ଷେତ୍ରରେ ଆବଶ୍ୟକତା ପୂରଣ ପାଇଁ ବହୁବିଧ କ୍ଷେତ୍ର, ଡିଜିଟାଲ ଦକ୍ଷତା ଆଦି କ୍ଷେତ୍ରରେ ପ୍ରଶିକ୍ଷଣ ଦିଆଯାଇ ଦକ୍ଷ ମାନବ ସମ୍ବଳ ପ୍ରସ୍ତୁତିକୁ ଅଗ୍ରାଧିକାର ଦିଆଯିବା ନେଇ ବୈଠକରେ ଗୁରୁତ୍ୱ ଦିଆଯାଇଛି।

ଶ୍ରେଣୀରେ ପାଠପଢ଼ା ସହିତ କ୍ରୀଡା ଓ ସହ-ପାଠ୍ୟକ୍ରମକୁ ଗୁରୁତ୍ୱ, ରାଜ୍ୟରେ ଉଚ୍ଚ ଗୁଣାତ୍ମକମାନର ପର୍ଯ୍ୟଟନ ଅନୁଭୂତି ସୃଷ୍ଟି ପାଇଁ ଭିତ୍ତିଭୂମିରେ ଉନ୍ନତି, ସବୁ ବର୍ଗର ପର୍ଯ୍ୟଟକଙ୍କ ପାଇଁ ଆନୁଷ୍ଠଙ୍ଗିକ ସୁବିଧା କରାଯିବା, ଆତ୍ମନିର୍ଭର ଭାରତ ଓ ସ୍ୱଦେଶୀକୁ ଗୁରୁତ୍ୱ ଦିଆଯାଇ ସ୍ୱଦେଶୀ ଇକୋସିଷ୍ଟମ ସୃଷ୍ଟି, ମାଓବାଦୀ କାର୍ଯ୍ୟକଳାପରୁ ନିବୃତ୍ତ ରଖିବା ପାଇଁ ସଂପୃକ୍ତ ଅଂଚଳମାନଙ୍କରେ ଜୀବିକାର୍ଜନ ପାଇଁ ବ୍ୟକ୍ତିଗତ ଓ ସାମୁହିକ ଅନୁକୂଳ ସୁବିଧା ସୃଷ୍ଟି ଆଦି ସଂପର୍କରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ପ୍ରତି ବିଭାଗର ଆଭିମୁଖ୍ୟ ଯେପରି ଜାତୀୟ ଆଭିମୁଖ୍ୟ ସହିତ ସଂଯୋଜିତ ହେବ ଏବଂ ମୂଲ୍ୟଯୁକ୍ତ କୃଷି ଉତ୍ପାଦନ ସହ ବିଶ୍ୱରେ ଭାରତ ଓ ତହିଁରେ ଓଡ଼ିଶାର ଯୋଗଦାନର ମହତ୍ୱ ସଂପର୍କରେ ଗୁରୁତ୍ୱ ଦେଇ ତଦନୁରୂପେ ରଣନୀତି ପ୍ରଣୟନ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଂଜନ କୁମାର ସିଂ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କ ସମେତ ଅନ୍ୟ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସବିବ, ପ୍ରମୁଖ ଶାସନ ସଚିବ, ମୁଖ୍ୟ ମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ , ଅନ୍ୟ ସମସ୍ତ ବିଭାଗର କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ।

ବିଭାଗୀୟ ଶାସନ ସଚିବମାନଙ୍କର କ୍ଷେତ୍ରୀୟ କାର୍ଯ୍ୟକ୍ରମ ପରିଚାଳନା ଓ ସରକାରଙ୍କ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ରହିଥିବା ମହତ୍ୱପୂର୍ଣ୍ଣ ଓ ପ୍ରଶଂସନୀୟ ଯୋଗଦାନ ରହିଥିବା ଉଲ୍ଲେଖ କରିବା ସହ ସମସ୍ତଙ୍କୁ ସାଥିରେ ନେଇ ଏକ ଟିମ ଭାବେ କାର୍ଯ୍ୟ କରି ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ସାଧନ ପାଇଁ ସମ୍ମିଳିତ ପ୍ରୟାସ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

Anu GArg Secretary-level meeting ଅନୁ ଗର୍ଗ ଚିବସ୍ତରୀୟ ବୈଠକ ମୁଖ୍ୟ ଶାସନ ସଚିବ
Share. Facebook Twitter LinkedIn Email WhatsApp Copy Link

Related Posts

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.