Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କେନ୍ଦ୍ରାପଡା ଜିଲ୍ଲାରେ ପ୍ରତି ଦୁଇ ଜଣରେ ଜଣେ ବ୍ୟକ୍ତି ବାଂଲାଦେଶ ଅନୁପ୍ରବେଶକାରୀ କି?
ବିଶେଷ ଖବର

କେନ୍ଦ୍ରାପଡା ଜିଲ୍ଲାରେ ପ୍ରତି ଦୁଇ ଜଣରେ ଜଣେ ବ୍ୟକ୍ତି ବାଂଲାଦେଶ ଅନୁପ୍ରବେଶକାରୀ କି?

August 10, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

୨୦୧୧ ଜନଗଣନା ତଥ୍ୟ ଅନୁସାରେ କେନ୍ଦ୍ରାପଡା ଜିଲ୍ଲାର ଜନସଂଖ୍ୟା ହେଉଛି ୧୪.୪ ଲକ୍ଷ ଓ ତହିଁରୁ ଅଧା ବେଆଇନ ଅନୁପ୍ରବେଶକାରୀ ବୋଲି ଆମେ କହିଲେ କେହି ହୁଏତ ବିଶ୍ଵାସ କରିବେ ନାହିଁ। ହେଲେ ଏକଥା ଏକ ସଂବେଦନଶୀଳ ସୂତ୍ର କହୁଛି ଓ ଏହାକୁ ନେଇ କେନ୍ଦ୍ରାପଡାର ପୂର୍ବତନ ଲୋକସଭା  ସଦସ୍ୟ ବୈଜୟନ୍ତ ପଣ୍ଡା ଅତ୍ୟନ୍ତ ଉଦବିଗ୍ନ ଥିବା ଜଣାପଡୁଛି। “ଓଡିଶାରେ ଅତି କମରେ ୭-୮ ଲକ୍ଷ ବେଆଇନ ଅନୁପ୍ରବେଶକାରୀ ରହିଛନ୍ତି ଓ ସେମାନଙ୍କ ଭିତରୁ ଅଧିକାଂଶ କେବଳ କେନ୍ଦ୍ରାପଡା ଜିଲାରେ ଅଛନ୍ତି-“ ଏମିତି ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଓଡିଶା ହାଇକୋର୍ଟଙ୍କୁ ଅନୁପ୍ରବେଶକାରୀ ମାମଲାରେ ସହାୟତା କରୁଥିବା ଆମିକସ କ୍ୟୁରୀ ମୋହିତ ଅଗ୍ରୱାଲ। ସେ କେନ୍ଦ୍ରାପଡାରେ ନେସନାଲ ରେଜିଷ୍ଟ୍ରାର ଅଫ ସିଟିଜନସିପ ପ୍ରସ୍ତୁତି ଲାଗି ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ଆମିକସ କ୍ୟୁରୀଙ୍କ ପ୍ରସ୍ତାବକୁ  ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ କେନ୍ଦ୍ର ସରକାରଙ୍କୁ ପଠାଇଦେଇଛନ୍ତି। ରାଜ୍ୟ ସରକାର ଅତ୍ୟନ୍ତ ଚତୁରତାର ସହିତ ନିଜେ କିଛି ମନ୍ତବ୍ୟ ନଦେଇ ଏହାକୁ କେନ୍ଦ୍ର ସରକାରଙ୍କୁ ପଠାଇଦେଇଛନ୍ତି।

ଏଠି ପ୍ରଶ୍ନ ଉଠୁଛି ଏତେ ସଂଖ୍ୟକ ଅନୁପ୍ରବେଶକାରୀ ସତରେ କେନ୍ଦ୍ରାପଡାରେ ଅଛନ୍ତି କି? ଭିତରକନିକା ଓ ଚିଲିକାରେ ଯେତେସବୁ ବେଆଇନ ଚିଙ୍ଗୁଡି ଘେରି ରହିଛି ସବୁଗୁଡିକ ବାଂଲାଦେଶ ଅନୁପ୍ରବେଶକାରୀଙ୍କ ଦ୍ଵାରା ନିୟନ୍ତ୍ରିତ ହେଉଛି କି? ଆମିକସ କ୍ୟୁରୀ କେଉଁ ତଥ୍ୟ ଆଧାରରେ ୭-୮ ଲକ୍ଷ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିଛନ୍ତି? ୨୮,ମାର୍ଚ୍ଚ, ୨୦୧୭ରେ ଦି ଇକୋନମିକ ଟାଇମ୍ସ ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଲୋକସଭାରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ ଓଡିଶାରେ ମାତ୍ର ୩୭୦୦ ବେଆଇନ ଅନୁପ୍ରବେଶକାରୀ ଅଛନ୍ତି ଓ ସେମାନେ ଛୋଟ ମୋଟ ଚୋରୀ ବା ବେଆଇନ ମାଛଧରା କାମରେ ନିୟୋଜିତ ଅଛନ୍ତି ବୋଲି କହିଥିଲେ। ୩୭୦୦ ସଂଖ୍ୟାଟି ହଠାତ ୭-୮ ଲକ୍ଷ ହୋଇଗଲା କେମିତି? ହଠାତ ଓଡିଶାରେ ଓ ବିଶେଷକରି କେନ୍ଦ୍ରାପଡା ଜିଲାରେ ବର୍ଷକ ଭିତରେ ୨୦୦୦% ଅନୁପ୍ରବେଶକାରୀ ବଢିଗଲେ କେମିତି? ମାନ୍ୟବର ହାଇକୋର୍ଟଙ୍କ ଦ୍ଵାରା ନିଯୁକ୍ତ ଆମିକସ କ୍ୟୁରୀ ଯେହେତୁ ଏକଥା କହୁଛନ୍ତି, ତେଣୁ ଏହାର ବୈଧାନିକ ଆଧାର ନିଶ୍ଚୟ ରହିଥିବ।ତେବେ ଆମ ଜାଣିବାରେ ରାଜ୍ୟ ସରକାର ସବୁବେଳେ ଏହି ସଂଖ୍ୟାକୁ ୩-୪ ହଜାର ବୋଲି କହି ଆସିଛନ୍ତି।

କେନ୍ଦ୍ରାପଡା ଜିଲାରେ କିଛି ଅଞ୍ଚଳରେ ବାଂଲାଦେଶ ଅନୁପ୍ରବେଶକାରୀ ରହୁଥିବାର ଖବର ଅସତ୍ୟ ନୁହେଁ। ହେଲେ ଜିଲ୍ଲାର ଅଧାଲୋକ ଅନୁପ୍ରବେଶକାରୀ ବୋଲି କହିବା ପଛରେ କିଛି ଗୋଟେ ଭିନ୍ନ ରାଜନୈତିକ ଷଡଯନ୍ତ୍ରର ଗନ୍ଧ ବାରି ହୋଇପଡୁଛି। ଲୋକସଭା ନିର୍ବାଚନମଣ୍ଡଳୀ ୱାରି ଦେଖିଲେ କେନ୍ଦ୍ରାପଡା ଓ ଭଦ୍ରକ, ଏ ଦୁଇଟି ନିର୍ବାଚନମଣ୍ଡଳୀରେ ସଂଖ୍ୟାଲଘୁ ଭୋଟରଙ୍କ ସଂଖ୍ୟା ଆପାତତଃ ଅଧିକ।ଏନଆରସି ମାଧ୍ୟମରେ ଏହି ଦୁଇଟି କ୍ଷେତ୍ରର ସଂଖ୍ୟାଲଘୁ ଭୋଟରଙ୍କୁ ଭୟଭୀତ କରିବା ଲାଗି ଏହା ଏକ ଯୋଜନାବଦ୍ଧ ଉଦ୍ୟମ ନୁହେଁ ତ! କେନ୍ଦ୍ରାପଡାରେ ଏଥର ନିର୍ବାଚନ ହାରିବା ପରେ ବୈଜୟନ୍ତ ପଣ୍ଡା ହଠାତ ନାଗରିକ ପ୍ରସଙ୍ଗକୁ ଜୋରଦାର ଢଙ୍ଗରେ ଉଠାଇ ଚାଲିଛନ୍ତି। ଏହା ପଛରେ ତାଙ୍କର ଉଦ୍ଦେଶ୍ୟ ଅତି ସ୍ପଷ୍ଟ। ଯେହେତୁ କେନ୍ଦ୍ରାପଡାର ସଂଖ୍ୟାଲଘୁ ଭୋଟର ବିଜେପିକୁ ଭୋଟ ଦେଇନଥିବେ, ତେଣୁ ତାଙ୍କୁ ଚାପରେ ରଖିବାର ଉଦ୍ୟମ ଏବଠୁ କରାଯାଉଛି। ଯାହା ଫଳରେ ୨୦୧୪ ବେଳକୁ ଏମାନେ ଅଧିକ ଅସହାୟ ଓ ଭୟଭୀତ ରହିଥିବେ।

ନାଗରିକ ରେଜିଷ୍ଟ୍ରାର କୁ ଦେଶବ୍ୟାପୀ କରାଇବା ପଛରେ ବିଜେପିର ବଡ ଉଦ୍ଦେଶ୍ୟ ହେଉଛି ଭାରତର ସଂଖ୍ୟାଲଘୁ ଭୋଟରଙ୍କ ମୁଣ୍ଡରେ ନିରନ୍ତର ଖଣ୍ଡା ଝୁଲାଇ ରଖିବା। ଓଡିଶାରେ ଯେଉଁ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଦିଆଯାଉଛି, ତାହାର ବିଶେଷ କିଛି ଆଧାର ନାହିଁ। ହେଲେ ଏହି ସଂଖ୍ୟାକୁ କ୍ରମେ କ୍ରମେ ଅଧିକ ବ୍ୟାପକ କରାଯିବ। ଲୋକଙ୍କ ଭିତରେ ଗୁଜବ ଓ ଅପତଥ୍ୟ ମାଧ୍ୟମରେ ଏହି ଧାରଣା ସୃଷ୍ଟି କରାଯିବ ଯେ, ସବୁ ସଂଖ୍ୟାଲଘୁ ସଂପ୍ରଦାୟର ଲୋକ ଅନୁପ୍ରବେଶକାରୀ ବା ବେଆଇନ ନାଗରିକ ହୋଇଥାଇ ପାରନ୍ତି। ଭିନ୍ନ ଭିନ୍ନ ଗୁଜବ ଓ କାହାଣୀ ମାଧ୍ୟମରେ ସେମାନଙ୍କୁ ନିନ୍ଦିତ ତଥା ଅପମାନିତ କରାଯିବ ଏବଂ ପରିଶେଷରେ ସେମାନଙ୍କୁ ନାଗରିକ ହେବାର ପ୍ରମାଣ ଦେଖାଅ ବୋଲି ବାଧ୍ୟ କରାଯିବ। ଭୋଟର ପରିଚୟ ପାତ୍ର ବା ରାସନ କାର୍ଡ କୁ ନେଇ ସନ୍ଦେହ ପ୍ରକଟ କରାଯିବ। ଅନେକ ସମୟରେ ଦେଖାଯାଉଛି, ଭୋଟର କାର୍ଡ, ଆଧାର କାର୍ଡ ବା ରାସନ କାର୍ଡକୁ ଜାଲ ବୋଲି କୁହାଯାଉଛି। ତାହେଲେ କେଉଁ ନାଗରିକ ପ୍ରମାଣପତ୍ର ଆଧାରରେ ନିଜକୁ ଜେନ ନାଗରିକ ବୋଲି ସାବ୍ୟସ୍ତ କରିବ? ଯେହେତୁ ଭାରତର ସଂଖ୍ୟାଧିକ ଲୋକଙ୍କର ଜମି ପଟ୍ଟା ନାହିଁ, ସେଥିରୁ ଅଧାରୁ ଅଧିକ ଲୋକ ନାଗରିକ ହେବାରୁ ବଞ୍ଚିତ ହୋଇଯିବେ।

ଏନଆରସି ଜରିଆରେ ଆସାମରେ ଯେଉଁ ଗଣ ବିଭୀଷିକା ଚାଲିଛି, ତାକୁ କେନ୍ଦ୍ରାପଡାକୁ ଆଣିବା ଲାଗି କିଏ ଯୋଜନା କରୁଛି, ତାହା ସ୍ପଷ୍ଟ ଭାବରେ ଜଣା ପଡୁଛି। ହେଲେ ଏ କ୍ଷେତ୍ରରେ ରାଜ୍ୟ ସରକାର ସ୍ପଷ୍ଟ ପକ୍ଷ ନ ରଖି, ବହୁ ଲୋକଙ୍କ ଜୀବନ ଓ ଜୀବିକା ସହିତ ଖେଳ ଖେଳୁଛନ୍ତି। ବିଭିନ୍ନ ସମୟରେ ହାଇକୋର୍ଟରେ ସରକାର ଯେଉଁ ତଥ୍ୟ ରଖିଛନ୍ତି, ତାକୁ ଆମିକସ କ୍ୟୁରୀଙ୍କୁ ଦେଇ ନାହାନ୍ତି କି? ଯଦି ବା ଆମିକସ କ୍ୟୁରୀ କିଛି ରିପୋର୍ଟ ଦେଲେ ତା ଉପରେ ସରକାର ନିଜର ଟିପ୍ପଣୀ ଦେଇନାହାନ୍ତି କାହିଁକି?

ଭବିଷ୍ୟତରେ ଭଦ୍ରଖ ଓ କେନ୍ଦ୍ରାପଡାରେ ବ୍ୟାପକ ସଂଖ୍ୟାଲଘୁ ଶୋଷଣ ଲାଗି ଏହା ଏକ ସୁଚିନ୍ତିତ ଯୋଜନା ଭଳି ମନେ ହେଉଛି।

bangladeshi kendrapada
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

Konark Dance & Music Festival: କୋଣାର୍କ ନାଟ୍ୟ ମଣ୍ଡପରେ ଫେବୃୟାରୀ 19 ରେ ହେବ ନୃତ୍ୟ ଉତ୍ସବ

February 12, 2026

କଂଗ୍ରେସ ସାଂସଦ ପାପୁ ଯାଦବଙ୍କ ହାଜର ହେବ ପୂର୍ବରୁ ପାଟନା ସିଭିଲ୍ କୋର୍ଟକୁ ପୁଣି ଥରେ ବୋମା ଧମକ

February 12, 2026
Latest News

ଜାଇକା ସହାୟତାପ୍ରାପ୍ତ ବନ ପ୍ରକଳ୍ପଗୁଡ଼ିକର ୧୪ତମ ଜାତୀୟ କର୍ମଶାଳା

February 13, 2026

“ଓଏସ-ସିଆଟି ମାଧ୍ୟମରେ ରାଜ୍ୟସ୍ତରୀୟ IT ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ” କାର୍ଯ୍ୟକ୍ରମର ଶୁଭାରମ୍ଭ

February 13, 2026

ପେନସନଭୋଗୀଙ୍କ କଲ୍ୟାଣ ସଂକ୍ରାନ୍ତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ଦୂରସଞ୍ଚାର ବିଭାଗର ସିଜିସିଏ

February 13, 2026

ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

February 13, 2026

ଆସନ୍ତା ୩ ମାସ ମଧ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି କାମ ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.