Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କେନ୍ଦୁଝରରେ ୧୯୦୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ୭୧ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ବିଶେଷ ଖବର

କେନ୍ଦୁଝରରେ ୧୯୦୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ୭୧ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

January 13, 2026No Comments4 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦୁଝରରେ ୧୯୦୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ୭୧ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝରରେ ୧୯୦୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ୭୧ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏହି ସମୟ କେନ୍ଦୁଝର ବିକାଶ ପାଇଁ ଠିକ ସମୟ। ୟହି ସମୟ ହେ, କେନ୍ଦୁଝର ବିକାଶ କେଲିଏ, ବିଲକୁଲ ସହି ସମୟ ହେ। ଆଜି କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟ ପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଇଁ ୧୯୦୦ କୋଟିରୁ ଉର୍ଦ୍ଧ୍ୱ ୭୧ଟି ପ୍ରକଳ୍ପର ଶୁଭଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।

ସୂଚନାଯୋଗ୍ୟଯେ, ଆଜି ସମୁଦାୟ୧୭୦୮ କୋଟି ଟଙ୍କା ମୂଲ୍ୟର ୩୫ ଟି ପ୍ରକଳ୍ପର ଶିଳାନ୍ୟାସ କରାଗଲା ଏବଂ ପ୍ରାୟ ୧୯୪ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ କରାଗଲା । ଏଥିରେ କେନ୍ଦୁଝରର ସ୍କୁଲ, ହଷ୍ଟେଲ, ଇରିଗେସନ, ପାର୍କିଂ ଜୋନ, ରାସ୍ତା ନିର୍ମାଣ, ପୋଖରୀ ଉନ୍ନତିକରଣ, ପର୍ଯ୍ୟଟନ ପ୍ରକଳ୍ପ, ଲାଇବ୍ରେରୀ, କ୍ୟାରିଅର କାଉନ୍ସେଲିଂ ସେଣ୍ଟର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଅଙ୍ଗନବାଡ଼ି ବିଲ୍ଡିଂ ଇତ୍ୟାଦି ରହିଛି ।

ପୂର୍ବରୁ ଘୋଷଣା ଅନୁଯାୟୀ କେନ୍ଦୁଝରରେ Regional Plant Resource Centre ପାଇଁ ୫୦ କୋଟି ଟଙ୍କା ବିନିଯୋଗରେ ଶିଳାନ୍ୟାସ କରାଗଲା ଏବଂ ୩୮ କୋଟି ୨୨ ଲକ୍ଷ ଟଙ୍କାରେ ୧୪୭ଟି ମଡେଲ ଅଙ୍ଗନବାଡ଼ି କେନ୍ଦ୍ର ପ୍ରତିଷ୍ଠା ପାଇଁ ମଧ୍ୟ ଶିଳାନ୍ୟାସ କରାଗଲା । ୧୦୧ କୋଟି ଟଙ୍କା ବିନିଯୋଗରେ ୬ଟି ବ୍ଲକ୍‌ରେ ବ୍ଲକ୍‌ସ୍ତରୀୟ ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ମଧ୍ୟ ଶିଳାନ୍ୟାସ କରାଗଲା ।କେନ୍ଦୁଝରର ବିଭିନ୍ନ ସ୍ଥାନରେ ୨୧.୫୦ କୋଟି ଟଙ୍କା ବିନିଯୋଗରେ ୧୦୪ଟି ACR, ICT Lab ଓ Boundary Wall ର ଉଦ୍‌ଘାଟନ କରାଯାଇଛି । ଏଥିସହିତ ୧୪ କୋଟି ଟଙ୍କା ବିନିଯୋଗରେ ଚମ୍ପୁଆରେ ନିକଲସନ୍ ଫରେଷ୍ଟ ଟ୍ରେନିଂ ସ୍କୁଲ ମଧ୍ୟ ପ୍ରତିଷ୍ଠା କରାଯାଇଛି । ସେହିପରି ୯.୬୦ କୋଟି ଟଙ୍କାରେ ଖଣି କ୍ଷେତ୍ରରେ ସ୍ଥାନୀୟ ଯୁବକମାନଙ୍କୁ ସ୍କିଲ୍‌ ଟ୍ରେନିଂ ଦେବା ପାଇଁ DMF ଖଣି ଶକ୍ତିର ଉଦ୍‌ଘାଟନ କରାଯାଇଛି ।

ଯେବେଠୁ ମାଆ ତାରିଣୀଙ୍କ ପ୍ରକଳ୍ପର ଶିଳାନ୍ୟାସ ହୋଇଛି, ସେବେଠାରୁ କେନ୍ଦୁଝରର ବିକାଶର ଡବଲ ଇଂଜିନ ଗାଡିରେ ରକେଟ୍ ଇଞ୍ଜିନ ଲାଗିଛି ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ। କେଉଁଝର କେବଳ ଏକ ଜିଲ୍ଲା ନୁହେଁ – ଏହା ଉତ୍କୃଷ୍ଟ ପ୍ରାକୃତିକ ସମ୍ପଦର ଭୂମି। ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ କର୍ମଠ ଲୋକଙ୍କ ଭୂମି। ଏହି ମାଟି ଓଡ଼ିଶାର ଆର୍ଥିକ ଶକ୍ତିରେ ଅପାର ଅବଦାନ ରଖିଛି। ଖଣିଜ ପଦାର୍ଥ ଠାରୁ ଆରମ୍ଭ କରି ଜଙ୍ଗଲ, କୃଷି ଠାରୁ ମାନବ ସମ୍ବଳ ପର୍ଯ୍ୟନ୍ତ, କେନ୍ଦୁଝର ସର୍ବଦା ରାଜ୍ୟର ଅଭିବୃଦ୍ଧିକୁ ଶକ୍ତି ପ୍ରଦାନ କରିଆସିଛି।

କେନ୍ଦୁଝର ଏକ ଇସ୍ପାତ ନଗରୀ ଭାବେ ଓଡ଼ିଶାର ଅର୍ଥନୀତିରେ ଆହୁରି ଅବଦାନ ରଖିବ । କେନ୍ଦୁଝରକୁ ପ୍ରାୟ ଅଧିକାଂଶ ରାସ୍ତା ୬ ଥାକିଆ ବିଶିଷ୍ଟ କରାଯିବ ବଡ଼ବିଲରେ ଏକ ରିଙ୍ଗ ରୋଡ଼ କରାଯିବ। କେନ୍ଦୁଝର-ସେ କହିଥିଲେ, ଆସନ୍ତା ୩-୪ ବର୍ଷ ଭିତରେ କେନ୍ଦୁଝର ରାଜ୍ୟର ଏକ ଶ୍ରେଷ୍ଠ ଜିଲ୍ଲା ଭାବରେ ପ୍ରତିଷ୍ଠା ହାସଲ କରିବ। ସେହି କ୍ରମରେ କେନ୍ଦୁଝର ପାଇଁ ୧୭୦୮ କୋଟି ଟଙ୍କାର ୩୫ ଟି ପ୍ରକଳ୍ପର ଶିଳାନ୍ୟାସ ସହିତ,୧୯୪ କୋଟି ଟଙ୍କାର ୩୬ ଟି ପ୍ରକଳ୍ପ ଉଦ୍ଘାଟିତ ହେଉଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହୁରି କହିଥିଲେ, ଆମ ସରକାର ରାଜ୍ୟର ସନ୍ତୁଳିତ ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି। ୨୦୦୦ ମସିହା ପରେ ମୁଁ ଅନେକ ବାର ବିଧାନସଭା ଭିତରେ ଏବଂ ବାହାରେ ଏହି ଆଞ୍ଚଳିକ ବୈଷମ୍ୟତା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲି। କାରଣ ମୋ ନିଜ ଜିଲ୍ଲା ଏହି ଆଞ୍ଚଳିକ ବୈଷମ୍ୟତାର ଶିକାର ହୋଇଥିଲା। ଆମ ସରକାର ଆସିବା ମାତ୍ରେ ଲୋକଙ୍କ ଏହି ଅଭିଯୋଗକୁ ସମାଧାନ କରିବା ପାଇଁ ଆମ ସରକାର ତୁରନ୍ତ ଉତ୍ତର ଓଡିଶା ଏବଂ ଦକ୍ଷିଣ ଓଡିଶା ବିକାଶ ପରିଷଦ ପାଇଁ ଏକ ଟାସ୍କ ଫୋର୍ସ ଗଠନ କରିଥିଲେ। ରିପୋର୍ଟ ଆସିଲା ପରେ ଏହି ଦୁଇ ବିକାଶ ପରିଷଦ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ।

କେନ୍ଦୁଝରକୁ ଆସିବା ପୂର୍ବରୁ ରାଜ୍ୟର ସବୁ ୩୦ ଗୋଟି ଜିଲ୍ଲା ପାଇଁ ୧୧୦ ଟି ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଥିଲା। ସେହିପରି ଦୁଇ ଦିନ ତଳେ ସମ୍ବଲପୁରରେ ୯୫୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ତାର ଠିକ୍‌ କିଛି ଦିନ ପୂର୍ବରୁ ପବିତ୍ର ଧନୁଯାତ୍ରା ଅବସରରେ ବରଗଡ ଜିଲ୍ଲା ପାଇଁ ପ୍ରାୟ ୯୮୦ କୋଟି ତାଙ୍କର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ କରାଯାଇଥିଲା। ସରକାରଙ୍କ ଏହି ବିକାଶ ମୂଳକ କାର୍ଯ୍ୟ କେବଳ ଗୋଟିଏ ଜିଲ୍ଲା କି ଗୋଟିଏ ଅଞ୍ଚଳ ମଧ୍ୟରେ ସୀମାବଦ୍ଧ ନୁହେଁ। ବର୍ଷ ତମାମ, ପ୍ରତ୍ୟେକ ଜିଲ୍ଲା ପାଇଁ ଆଖିଦୃଶିଆ ବିକାଶ ମୂଳକ ପ୍ରକଳ୍ପ, ଯୋଜନା ଏବଂ ଭିତ୍ତିଭୂମି କରାଯାଉଛି ବୋଲି ସେ କହିଥିଲେ।

ସେ ପୁଣି କହିଥିଲେ, ମୋର ଗୋଟିଏ ଲକ୍ଷ୍ୟ- ମୁଁ ମୋ ସ୍ୱପ୍ନର ସୁନାର ଓଡିଶା ତିଆରି କରିବି। ଯେପର୍ଯ୍ୟନ୍ତ ମୋ ଶରୀରରେ ରକ୍ତ ପ୍ରବାହିତ ହେଉଥିବ, ସେପର୍ଯ୍ୟନ୍ତ ଲୋକ ହିତରେ ପ୍ରତ୍ୟେକ କାମ କରିବି। ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, କୃଷି, ଶିଳ୍ପ, ପୁଞ୍ଜିନିବେଶ ଓ ରୋଜଗାର ଉପରେ ଗୁରୁତ୍ୱ ଦେଲେ ହିଁ ବିକଶିତ ଓଡ଼ିଶାର ସ୍ଵପ୍ନ ସମ୍ଭବ ହୋଇପାରିବ। ଓଡ଼ିଶାର ସାଧାରଣ ଲୋକଙ୍କ ଜୀବନ ଧାରଣର ମାନରେ ଗୁଣାତ୍ମକ ପରିବର୍ତ୍ତନ ଆମ ସମସ୍ତଙ୍କର ଧ୍ୟେୟ ହେବା ଉଚିତ୍।

ମୁଖ୍ୟମନ୍ତ୍ରୀ କହିଥିଲେ, ଆମ ସରକାର ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ଲକ୍ଷ୍ୟ ରଖିଛନ୍ତି ଯାହାର ମୂଳଦୁଆ ହେବ ରାଜ୍ୟର ତିରିଶ ଗୋଟି ଜିଲ୍ଲା। ଗୋଟିଏ ବି ଜିଲ୍ଲା ଦୁର୍ବଳ ହେଲେ ବିକଶିତ ଓଡିଶାର ସ୍ଵପ୍ନା ଅଧାରେ ରହିଯିବ। ତେଣୁ, ଓଡିଶାର ପ୍ରତ୍ୟେକ ଅଞ୍ଚଳ ହେବ ବିକଶିତ। ଓଡିଶାର ପ୍ରତ୍ୟେକ ଜିଲ୍ଲାରେ ହେବ ଶିଳ୍ପାୟନ।

୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଏବଂ ୨୦୪୭ ସୁଦ୍ଧା ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀ ଜୀ ଙ୍କ ପରିକଳ୍ପିତ ବିକଶିତ ଭରତ ଗଠନ କରିବା ପାଇଁ ଓଡିଶାର ପ୍ରତ୍ୟେକ ନାଗରିକଙ୍କ ବିକାଶ ହେବା ଅତ୍ୟନ୍ତ ଜରୁରୀ। ଏହାକୁ ଦ୍ରୁଷ୍ଟିରେ ରଖି ଆମ ସରକାର ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ କାର୍ଯ୍ୟରତ ବୋଲି ସେ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ Birds of Keonjhar ନାମକ ଏକ କଫି ଟେବୁଲ ବୁକ ଉନ୍ମୋଚନ କରିବା ସହିତ, ବିଭିନ୍ନ SHG ଗ୍ରୁପର ମହିଳା ହିତାଧିକାରୀଙ୍କୁ ସହାୟତା ରାଶି ଚେକ ବଣ୍ଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଅନନ୍ତ ଚରଣ ନାୟକ, ବିଧାୟକ ସନାତନ ମହାକୁଡ, ବିଧାୟକ ଡାକ୍ତର ଫକୀର ଚରଣ ନାଏକ, ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଜିଲ୍ଲାପାଳ ବିଶାଳ ସିଂ, ଡିଆଇଜି ବ୍ରିଜେସ ରାୟ, ଏସ୍‌ପି ନିତୀନ କୁଶଲକୁର, ଡିଏଫଓ ଏଚଡ଼ି ଧନରାଜ ପ୍ରମୁଖ ଉପସ୍ଥିତ ଥିଲେ।

କେନ୍ଦୁଝର ପ୍ରକଳ୍ପ ଉଦ୍ଘାଟିତ ପ୍ରକଳ୍ପର ଶିଳାନ୍ୟାସ ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026
Latest News

ସିଏସଆଇଆର-ଆଇଏମଏମଟି ପରିଦର୍ଶନ କଲେ ତେଲଙ୍ଗାନା ଗଣମାଧ୍ୟମ ପ୍ରତିନିଧି

February 3, 2026

କାର ସହ କେଜି ଗଂଜେଇ ଜବତ, ଜଣେ ଗିରଫ

February 3, 2026

ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

February 3, 2026

“ଚାଷୀଙ୍କ ରକ୍ତକୁ ଶୋଷଣ କରିଛି ସରକାର”: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ 

February 3, 2026

ଜିଓ-ବ୍ଲାକରକ୍ ଇନଭେଷ୍ଟମେଣ୍ଟ ଆଡ଼ଭାଇଜର୍ସ ପକ୍ଷରୁ ‘ବ୍ୟକ୍ତିଗତ ନିବେଶ ପରାମର୍ଶ’ ଶୁଭାରମ୍ଭ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.