Odisha Cabinet Meeting: ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଲୋକସେବା ଭବନରେ ଆୟୋଜିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୧୦ଟି ବିଭାଗର ୧୨ ଭିନ୍ନ ଭନ୍ନ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି।
ଏଥିରେ ରହିଛି ରାଜ୍ୟ ସମବାୟନୀତି ୨୦୨୬ କୁ ଅନୁମୋଦନ ‘ସମବାୟରୁ ସମୃଦ୍ଧି’ ଲକ୍ଷ୍ୟ ସାଧନରେ ହେବ ସହାୟକ କୃଷି ଋଣ, ମାର୍କେଟିଂ, ପ୍ରକ୍ରିୟାକରଣ ଏବଂ କୃଷି-ବ୍ୟବସାୟ ପାଇଁ ପାକ୍ସକୁ ବହୁ-ସେବା କେନ୍ଦ୍ର ଭାବରେ ସୁଦୃଢ଼ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି।
ସେହିପରି ଢେଙ୍କାନାଳର ଗଜମରାଠାରେ ଅଟୋମେଟିକ, ଏରୋସ୍ପେସ ଏବଂ ପ୍ରତିରକ୍ଷା ଉପକରଣ-ଉତ୍ପାଦନ କମ୍ପ୍ଲେକ୍ସକୁ ଅନୁମୋଦନ। ଏଥିରେ ୧୭, ୨୫୦ କୋଟି ଟଙ୍କାର ନିବେଶ ହେବ ଯେଉଁଥିରେ ୨୦ ହଜାର ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ ଏବଂ ଲୋକଙ୍କ ମଧ୍ୟରେ ପ୍ରଯୁକ୍ତି ବିଦ୍ୟାକୁ ଲୋକପ୍ରିୟ କରିବାକୁ ‘ରାଜ୍ୟ ବିଜ୍ଞାନ ଓ ବୈଷୟିକ ପରିଷଦ ଯୋଜନା’କୁ ମଞ୍ଜୁରୀ ବ୍ୟୟବରାଦ- ₹୨୫୪. ୮୫ କୋଟି ଟଙ୍କାକୁ କ୍ୟାବିନେଟ ମଂଜୁରୀ କରିଛନ୍ତି।
୨୦୨୫ରୁ ୨୦୨୬ ଆର୍ଥିକ ବର୍ଷରୁ ୨୦୨୯-୩୦ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ (ଅଧ୍ୟକ୍ଷ ଓ ସଦସ୍ୟମାନଙ୍କର ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତାବଳୀ) ନିୟମାବଳୀ, ୨୦୨୬ ପ୍ରଣୟନକୁ ମଂଜୁରୀ ମିଳିଛି। ସେହିପରି ଭୁବନେଶ୍ୱର ଦୁବାଇ ଏବଂ ସିଙ୍ଗାପୁରକୁ ବିମାନ ଚଳାଚଳ ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇବାକୁ ନିଷ୍ପତି ଗ୍ରହଣ କରାଯାଇଛି। ଜଳସେଚନ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡ଼ିକ ଡାଇଭର୍ଜନ ୱେ୍ୟାରରେ ଉନ୍ନତି ପାଇଁ ନିଷ୍ପତି ଗ୍ରହଣ କରାଯାଇଛି।


