Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡିରେ ସୌମ୍ୟରଂଜନ ପଟ୍ଟନାୟକଙ୍କ ଭୂମିକାକୁ ନେଇ ସନ୍ଦେହ, ତାଙ୍କୁ ଦଳ କୋଳେଇ ନେଇ କିଛି ଭୁଲ କରିଛି କି ?
ବିଶେଷ ଖବର

ବିଜେଡିରେ ସୌମ୍ୟରଂଜନ ପଟ୍ଟନାୟକଙ୍କ ଭୂମିକାକୁ ନେଇ ସନ୍ଦେହ, ତାଙ୍କୁ ଦଳ କୋଳେଇ ନେଇ କିଛି ଭୁଲ କରିଛି କି ?

August 12, 2019No Comments4 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆମେ କହୁଛୁ ବିଧାନସଭା ଚାଲିଥିବା ବେଳର ଏକ ଘଟଣା। ହଠାତ୍ ଗୃହ ଭିତରୁ ଜଣେ ଟାଣୁଆ ବିଜେଡି ବିଧାୟକ ରାଗ ତମତମ ହୋଇ ବାହରକୁ ବାହାରି ଆସିଲେ। ତାଙ୍କର ଏପରି ଅବସ୍ଥା ଦେଖି ସାମ୍ବାଦିକମାନେ ତାଙ୍କ ଚାରିପଟେ ଘେରି ଗଲେ। ହେଲେ ସେ କିଛି କହିଲେ ନାହିଁ। ସିଧା ଜଣେ ମନ୍ତ୍ରୀଙ୍କ ଚ୍ୟାମ୍ବର ଭିତରକୁ ପଶିଯାଇ ଲଥ କରି ବସିଗଲେ। ସେତେବେଳେ ସେ ଚ୍ୟାମ୍ବରରେ ମନ୍ତ୍ରୀ ନ ଥିଲେ। ଏକାକି ବସିଥିବାର ଦେଖି ତାଙ୍କ ପାଖକୁ ଆମେ ଗଲୁ। ପଚାରିଲୁ ଭାଇ କଣ ହେଲା କି ? ସେ ରାଗ ତମତମ ହୋଇ କହିଲେ ଯେ, ସମ୍ବାଦରେ ଛପାଯାଇଥିବା ନାବାଳିକା ନିର୍ଯ୍ୟାତନ ରିପୋର୍ଟକୁ ନେଇ ବର୍ତ୍ତମାନ ବିରୋଧୀ ଘେରି ଗଲେଣି। ରାଜ୍ୟରେ ଏହି ନିର୍ଯ୍ୟାତନର ସ୍ଥିତି କଣ ଅଛି ତାହାର ଉତ୍ତର ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି ଦାବୀ କରୁଛନ୍ତି। ଗୃହ ବାରମ୍ବାର ମୁଲତବି ଘୋଷଣା ହେଲାଣି। ଆଉ କେଉଁ ଖବରକାଗଜରେ ବାହାରିଥିଲେ ଅଲଗା କଥା। ହେଲେ ଖୋଦ ସୌମ୍ୟବାବୁ ଖବରକାଗଜରେ ଏ କଥା ବାହାରିଲା। ସରକାରଙ୍କୁ ଅଡୁଆ ହେବା ପରି କିପରି ରିପୋର୍ଟ ଛାପୁଛନ୍ତି ଦେଖୁ ନାହାଁନ୍ତି । ସେ ଏପରି ଅବସ୍ଥା କରିଦେଲେଣି ଯେ, ଏପଟେ ସରକାରଙ୍କୁ ଅଡୁଆ ସେପଟେ ଦଳକୁ ମଧ୍ୟ ଅଡୁଆ ହେଉଛି।

ଆମେ ପଚାରିଲୁ ସୌମ୍ୟବାବୁ ହେଉଛନ୍ତି ଜଣେ ମିଡିଆ ଲୋକ, ସେ ବିଜେଡିରେ ଯୋଗଦେବେ ବୋଲି କଣ ତାଙ୍କ କାଗଜ ମଧ୍ୟ ଆପଣଙ୍କ ଦଳରେ ସାମଲି ହେବ କି? ସେ ଚଟାପଟ କହିଲେ, କାହିଁକି ସାମିଲ ହେବ ନାହିଁ, ତାଙ୍କର ପେପର ପାଇଁ ତ ତାଙ୍କୁ ଦଳରେ ମିଶାଗଲା, ରାଜ୍ୟସଭା ସଦସ୍ୟ କରାଗଲା, ବିଧାୟକ କରାଗଲା। ସେ ଯେ ଜଣେ ଭଲ ନେତା, ସେଥିପାଇଁ ତ ତାଙ୍କୁ ଦଳରେ ମିଶାଯାଇ ନାହିଁ। ତାଙ୍କ ରାଜନୈତିକ ଜୀବନରେ ସେ କେତେଥର ଜିତିକି ଆସିଛନ୍ତି କି ? ବିଜେଡିରେ ଆସିବା ପରେ ସବୁ ପଦପଦବୀ ଦିଆଗଲା, ବିଜେଡି ବ୍ରାଣ୍ଡରେ ସେ ଜିତିକି ଆସିଲେ। ଦଳ ଏତେସବୁ ତ୍ୟାଗ କରିବା ପରେ ସେ କାହିଁକି ସରକାରଙ୍କ ବିରୋଧରେ ଏପରି ଲେଖୁଛନ୍ତି। ଏହା କଣ ଠିକ୍ କଥା!

ତାପରଦିନ ମଧ୍ୟ ସେହି କଥା। ସମ୍ବାଦର ଆଉ ଏକ ରିପୋର୍ଟକୁ ନେଇ ବିଧାନସଭାରେ ତୁମ୍ବି ତୋଫାନ ହେଲା। ଆମେ ସେ ବିଧାୟକଙ୍କୁ ଖୋଜିଲୁ। ଭାଗ୍ୟବସତଃ ଅପରାହ୍ନରେ ତାଙ୍କର ଦେଖା ମିଲିଲା। ପଚାରିଲୁ ଆଜ୍ଞା ଆଜି ମଧ୍ୟ ସମ୍ବାଦର ଏକ ରିପୋର୍ଟକୁ ନେଇ ଗୃହରେ ଝଡ ସୃଷ୍ଟି ହୋଇଛି। ସେତିକି ନୁହେଁ, ସମ୍ବାଦରେ ବାହାରିଛି ଯେ, ତାଙ୍କ ଖବରକୁ ନେଇ ଗୃହରେରେ  ତୁମ୍ବି ତୋଫାନ। ସେଥିପାଇଁ ସେମାନେ ବେଶ୍ ଖୁସି। କଣ ଘଟଣାଟି ଟିକେ କହୁ ନାହାଁନ୍ତି। ସେ ହସିଦେଲେ, କହିଲେ ଆପଣ ସବୁ ଜାଣିଛନ୍ତି। ମୋତେ ବକରା ବନାଇବାକୁ ଚାହୁଛନ୍ତି। ଆମେ କହିଲୁ ନାହଁ ଆଜ୍ଞା, ପ୍ରକୃତରେ ଭିତର କଥାଟା କଣ ଆମେ ଜାଣି ନାହୁଁ। ଯାହା ଚର୍ଚ୍ଚା ଚାଲିଛି ଯେ ନବୀନବାବୁ ତାଙ୍କୁ ମନ୍ତ୍ରୀ କଲେ ନାହିଁ ବୋଲି ସେ କୁଆଡେ ଖପ୍ପା ହୋଇଛନ୍ତି। ସେ ଉତ୍ତର ଦେଲେ ଆପଣ ତ ଜାଣିଛନ୍ତି ମୋତେ କାହିଁକି ପଚାରୁଛନ୍ତି। ନାହିଁ ଆଜ୍ଞା, ଆମର କହିବା କଥା ଯେ, ବର୍ତ୍ତମାନ ଆପଣଙ୍କ ସୁପ୍ରିମୋ ଏ କଥା ଜାଣିସାରିବେଣି। ସେ ବର୍ତ୍ତମାନ କଣ କିଛି ପଦକ୍ଷେପ ନେଉଛନ୍ତି କି ନା ନାହିଁ। ଆମର ଏପରି ପ୍ରଶ୍ନରେ ସେ ଟିକିଏ ଅପ୍ରସ୍ତୁତ ହୋଇଗଲେ। କହିଲେ କେଜାଣି ଆମେ ମଧ୍ୟ ଜାଣିପାରୁ ନାହୁଁ କଣ ଚାଲିଛି।

ଆଜ୍ଞା, ସୌମ୍ୟବାବୁ  ଯେତେବେଳେ ଆମ ଦଳରେ ମିଶିଲେ, ମୋ ପରି କେତେକ ନେତା ଏହି ନିଷ୍ପତିକୁ ପସନ୍ଦ କରି ନ ଥିଲୁ। ଏପରିକି ତାଙ୍କୁ କହିଥିଲୁ ଯେ, ଆପଣ ତାଙ୍କୁ ଦଳରେ ମିଶାଉଛନ୍ତି ଠିକ୍ ଅଛି, ହେଲେ ସେ ଦଳ କଥା ମାନି ଚଳିବେ ସେ ବିଶ୍ବାସ ରଖନ୍ତୁ ନାହିଁ। ସେତେବେଳେ ଆମ କଥା କେତେକଙ୍କୁ  ଗନ୍ଧାଇଥିଲା। ହେଲେ ଏବେ ଆମ ସୁପ୍ରିମୋ ବୁଝୁଥିବେ। ଏପରି ଲୋକଙ୍କୁ ଆଣି ଦଳର ତ କୌଣସି ଲାଭ ହେଉ ନାହିଁ ବରଂ କ୍ଷତି ହେବାରେ ଲାଗିଛି।

ବିଧାନସଭା ସରିବାର କିଛି ଦିନ ପରେ ସେ ବିଧାୟକଙ୍କୁ ଭୁବେନଶ୍ବରର ଏକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଲା। ତାଙ୍କୁ ଦେଖି ସେହି କଥା ପୁଣି ଥରେ ପଚାରିବାକୁ ଇଚ୍ଛା ହେଲା। ଆଜ୍ଞା ଦଳ କେମିତ ଚାଲିଛି ବୋଲି ପଚାରି ଦେଲୁ। ସେ କହିଲେ ଜାଣିଛନ୍ତି ସୌମ୍ୟବାବୁ ନୟାଗଡରେ ଏକ ଦଳ କରି ଯୁବକମାନଙ୍କୁ ଶପଥ କରାଉଛନ୍ତି। ଆମେ କହିଲୁ ହଁ ଏଥିରେ କିଛି ଅସୁବିଧା ହେଲା କି ?  ସେ ହସି ହସି କହିଲେ ହୋଇନି, ଅସୁବିଧା କରିବାକୁ ବର୍ତ୍ତମାନ ସୌମ୍ୟବାବୁ ରାସ୍ତା ତିଆରି କରୁଛନ୍ତି। ଆପଣ ସୌମ୍ୟବାବୁଙ୍କୁ ବୋଧହୁଏ ଜାଣି ନାହାଁନ୍ତି। ଆପଣ ସେଦିନ ବିଧାନସଭାରେ କହୁଥିଲେ ଯେ, ସୌମ୍ୟବାବୁଙ୍କୁ ମନ୍ତ୍ରୀ କରାଗଲା ନାହିଁ ବୋଲି ସେ ତାଙ୍କ କାଗଜରେ ସରକରାଙ୍କୁ ଅଡୁଆରେ ପକାଉଛନ୍ତି। କଥାଟି ସେତିକିରେ ସରି ନାହିଁ। ସୌମ୍ୟବାବୁ ପୁରା ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଦେଖିସାରିଲେଣି।

ତାଙ୍କ କାର ପାଖକୁ ଚାଲିଚାଲି ଯିବା ବେଳେ ସେ ଆଉ କିଛି କଥା କହିଲେ, ଯାହା ଆମକୁ ଆଶ୍ଚର୍ଯ୍ୟ କରିଥିଲା। ସେ କହିଲେ, ଗତ ନିର୍ବାଚନରେ ସୌମ୍ୟବାବୁ ତାଙ୍କର ବହୁ ପ୍ରାର୍ଥୀଙ୍କୁ ଟିକେଟ ଦେବା ପାଇଁ ଲବି କରିଥିଲେ। କାରଣ ହେଲା ତାଙ୍କ ଲୋକ ଜିତିକି ଆସିଲେ ବିଜେଡି ମାଧ୍ୟମରେ ତାଙ୍କ ବ୍ୟକ୍ତିଗତ ରାଜନୀତିକୁ ସୁଦୃଢ କରିଦେବେ। ହେଲେ ଭାଗ୍ୟ ଭଲ ନବୀନବାବୁ ଏ ସବୁ ଜାଣିପାରି ତାହା କରାଇ ଦେଲେ ନାହିଁ। ଆପଣ ବିଶ୍ବାସ କରିବେ ନାହିଁ, ବର୍ତ୍ତମାନ ସୌମ୍ୟବାବୁ ବିଜେଡିକୁ କିପରି କରାୟତ କରିବେ ସେ ନେଇ ଖାଲି ଦିନରାତି ଚିନ୍ତା କରୁଛନ୍ତି। ନବୀନବାବୁ ଅବସର ନେଲେ ସେ ଦଳର ମୁଖିଆ ହେବେ ବୋଲି ତାଙ୍କର ବଡ ଇଚ୍ଛା ଅଛି।

ଏକଥା ଶୁଣି ଆମେ ହତବାକ ହେଲୁ। ସୋମ୍ୟବାବୁ କଣ ଭିତରେ ଭିତରେ ଏତେ କଥା ଭାବି ସାରିଲେଣି। ତେବେ ଭବିଷ୍ୟତ କଣ ହେବ ବୋଲି ଆମେ ତାଙ୍କୁ ପଚାରିଲୁ। ସେ କହିଲେ କିଛି ନାଇଁ। ଏମିତି ବହୁ ନେତା ଅଛନ୍ତି ଯେଉଁମାନେ ଦଳ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନରେ ବିଭୋର ହୋଇ ଦଳରୁ ତଡା ଖାଇଛନ୍ତି। ଏବେ ଘରେ ବସି ରହିଛନ୍ତି। ସେମିତି ତାଙ୍କର ଅବସ୍ଥା ହେବ। ସତକଥା ଆଜ୍ଞା, ଆମ ଦଳ ସୌମ୍ୟବାବୁଙ୍କୁ କୋଳେଇ ନେଇ ମସ୍ତବଡ ଭୁଲ କରିଛି। ଦେଖନ୍ତୁ ଆଗକୁ ସେ ଆହୁରି କଣ କରୁଛନ୍ତି। ଦିନେ ନା ଦିନେ ସେ ଦଳ ପାଇଁ ସମସ୍ୟା ସୃଷ୍ଟି କରିବେ। ଏପରି କଥା କହି କହି ସେ ତାଙ୍କ କାର ଭିତରକୁ ପଶି ଆମକୁ ବାଏ କଲେ। ହେଲେ ତାଙ୍କ କଥାର କେତେ ଗୁରତ୍ବ ରହିଛି ତାହା ଠିକରେ ବୁଝି ହେଲା ନାହିଁ।

 

SoumyaRanjanPatnaik
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁରେ ପ୍ରଥମ ଥର ହେବ ‘ଚିଲିକା ପୁସ୍ତକ ମେଳା’, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରସ୍ତୁତି ବୈଠକ

April 16, 2026

କୁଟନୈତିକ ସମ୍ପର୍କ ଜାରି: ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ଏବଂ ଉନ୍ମୁକ୍ତ ରଖିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ

April 16, 2026

ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ୍ ପାଇଁ କାର୍ଯ୍ୟକାରୀ ନିର୍ଦ୍ଦେଶାବଳୀ ଜାରି କଲେ କେନ୍ଦ୍ରମନ୍ତ୍ରୀ

April 15, 2026

ଉଦ୍ୟମ ଓ ଇଚ୍ଛାଶକ୍ତି ଥିଲେ ମହିଳାମାନେ କୌଣସି କ୍ଷେତ୍ରରେ ଅଟକିବେ ନାହିଁ: ମୁଖ୍ୟମନ୍ତ୍ରୀ

April 15, 2026
Latest News

କବି ଶରତ ଚନ୍ଦ୍ର ପରିଡ଼ାଙ୍କ ମହାକାବ୍ୟ ନାରକାସୁର ବଧକୁ ଲୋକାର୍ପିତ କଲେ ବାଚସ୍ପତି

April 16, 2026

ମାଆ-ପୁଅ ଗିରଫ

April 16, 2026

ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନ

April 16, 2026

ଓଡ଼ିଶା-ଝାରଖଣ୍ଡ ସୀମାରେ ହାଇ ଆଲର୍ଟ

April 16, 2026

୧୭-୧୮ ଏପ୍ରିଲରେ ଦେଶବ୍ୟାପୀ ‘ନାରୀ ଶକ୍ତି ବନ୍ଦନ ଦୌଡ଼’ ଆୟୋଜନ

April 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.