Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ
ବିଶେଷ ଖବର

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
କାଠଯୋଡି ସେତୁ
କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

ଭୁବନେଶ୍ୱର: ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି କଂଗ୍ରେସ ଭବନଠାରେ ଆୟୋଜିତ ପ୍ରେସ ସମ୍ମୀଳନୀରେ କାଠଯୋଡ଼ି ଟେଣ୍ଡରକୁ ନେଇ ରାଜ୍ୟ ସରକାରଙ୍କୁ କଠୋର ଭାବରେ ସମାଲୋଚନା କରାଯାଇଥିଲା।

ପ୍ରାୟ 200 କୋଟିର କାଠଯୋଡ଼ି ସେତୁ ପ୍ରକଳ୍ପକୁ ଏସପିଏସ୍ କନଷ୍ଟ୍ରକ୍ସନ୍ କମ୍ପାନୀକୁ ଦେବା ସିଦ୍ଧାନ୍ତକୁ କଂଗ୍ରେସ “ଜନସୁରକ୍ଷା ଏଵଂ ଲୋକଙ୍କ ଜୀବନ ସହ ଖେଳ” ବୋଲି କହିଛି। ବରିଷ୍ଠ କଂଗ୍ରେସ ପ୍ରବକ୍ତା ସୋନାଲି ସାହୁ ବିହାରର ବିବାଦିତ ସୁଲତାନଗଞ୍ଜ ଖୋଗାରିଆ ପୋଲ ଭୁଶୁଡିବା ଘଟଣାକୁ ଉଦ୍ଧୃତ କରି କହିଥିଲେ ଯେ, ଏହି କମ୍ପାନୀ ତିଆରି କରୁଥିବା 1700 କୋଟିରୁ ଅଧିକ ମୂଲ୍ୟର ସେତୁ ତିନିଥର ଭାଙ୍ଗି ପଡ଼ିବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା ଏବଂ ଏହା କେବଳ ଦୁର୍ଘଟଣା ନୁହେଁ, ବରଂ କମ୍ପାନୀର ଗୁରୁତର ଅବହେଳା, ନିମ୍ନମାନର କାର୍ଯ୍ୟ , ନିମ୍ନମାନର ସାମଗ୍ରୀ, ଦକ୍ଷତାର ଅଭାବ, ତ୍ରୁଟିପୂର୍ଣ୍ଣ ଡିଜାଇନ୍ ଓ କାର୍ଯ୍ୟ ସମ୍ପାଦନ ବିଫଳତାର ପ୍ରମାଣ।

ସେ କହିଥିଲେ ଯେ ଆଇଆଇଟି ରୁରକିର ରିପୋର୍ଟ ଏହି ପ୍ରକଳ୍ପରେ ଗଭୀର ତ୍ରୁଟି ଥିବା ଚିହ୍ନଟ କରିଥିଲା ଏବଂ ସମ୍ପୂର୍ଣ୍ଣ ସେତୁକୁ ପୁନଃନିର୍ମାଣ କରିବା ପାଇଁ ସୁପାରିଶ କରିଥିଲା, ଯାହାକୁ ପାଟଣା ହାଇକୋର୍ଟ ମଧ୍ୟ ଗୁରୁତ୍ୱ ସହ ଗ୍ରହଣ କରିଥିଲେ ଏବଂ କାହିଁକି ଏ କମ୍ପାନୀ କଳା ତାଲିକା ଭୁକ୍ତ ହେବନାହିଁ ବୋଲି ପ୍ରଶ୍ନ କରିଥିଲେ ।

ଅନ୍ୟତମ ପ୍ରବକ୍ତା ଡ. ମନୀଷା ଦାସ ପଟ୍ଟନାୟକ ସରକାରଙ୍କୁ ସିଧା ଟାର୍ଗେଟ କରି କହିଥିଲେ ଯେ, ଏପରି ବିବାଦିତ, ଦାଗୀ ଓ ବାରମ୍ବାର ବିଫଳ ହେଉଥିବା କମ୍ପାନୀକୁ ଓଡିଶାରେ ଦାୟିତ୍ୱ ଦେବା ଅର୍ଥ ପ୍ରକୃତରେ ଲୋକଙ୍କ ଜୀବନକୁ ବିପଦରେ ପକାଇବା। ସେ କହିଥିଲେ ଯେ ବିହାର ଘଟଣା କେବଳ ଯାନ୍ତ୍ରିକ ତ୍ରୁଟି ନୁହେଁ, ବରଂ ପ୍ରଶାସନିକ ଅବହେଳା ଓ ନିୟନ୍ତ୍ରଣର ଅଭାବକୁ ମଧ୍ୟ ସ୍ପଷ୍ଟ କରିଛି, ଯାହାକୁ ଜାତୀୟ ସବୁଜ ପ୍ରାଧିକରଣ ( ଏନଜିଟି) ପର୍ଯ୍ୟନ୍ତ ନେଇଯିବାକୁ ପଡ଼ିଥିଲା।

ଡ. ପଟ୍ଟନାୟକ ପ୍ରଶ୍ନ କରିଥିଲେ ଯେ କେଉଁ ଯୋଗ୍ୟତା ଆଧାରରେ ଏହି କମ୍ପାନୀକୁ ଚୟନ କରାଗଲା, ପୂର୍ବ ଟେଣ୍ଡର କାହିଁକି ବାତିଲ୍ କରାଗଲା ଓ ଏହାର ପଛରେ କାହାର ଲାଭ ରହିଛି। ସେ ସଚେତନ କରିଥିଲେ ଯେ ଯଦି ଏହିପରି ଅବହେଳା ଜାରି ରହେ, ତେବେ ଓଡିଶାରେ ମଧ୍ୟ ଏକ ବଡ଼ ଦୁର୍ଘଟଣା ଘଟିପାରେ ଓ ତାହାର ଦାୟିତ୍ୱ ସରକାରଙ୍କୁ ନେବାକୁ ପଡ଼ିବ।

ଶେଷରେ କଂଗ୍ରେସ ସରକାରଙ୍କୁ ସଚେତନ କରି କହିଛି ଯେ ଜନସୁରକ୍ଷା ସହ କୌଣସି ପ୍ରକାରର ସାଲିସ କେବେ ମଧ୍ୟ ଗ୍ରହଣଯୋଗ୍ୟ ନୁହେଁ ଏବଂ ଏହି ଟେଣ୍ଡର ପ୍ରକ୍ରିୟାର ତୁରନ୍ତ ପୁନଃବିଚାର ନ କରାଗଲେ ଆଗକୁ ଆନ୍ଦୋଳନ ତୀବ୍ର କରାଯିବ।

କାଠଯୋଡି ସେତୁ ପ୍ରଦେଶ କଂଗ୍ରେସ ସୋନାଲି ସାହୁ
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକାରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ

April 5, 2026

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026
Latest News

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026

ଚିଲିକାରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ

April 5, 2026

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.