Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେପି ଛାଡି କଂଗ୍ରେସରେ ଯୋଗ ଦେଲେ ସୋନାଲି ସାହୁ, କହିଲେ ମହିଳାଙ୍କୁ ସମ୍ମାନ ଦିଏନି ବିଜେପି

ଭୁବନେଶ୍ବର: ଶେଷରେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି ସୋନାଲି ସାହୁ। ସେ ବିଜେପିରେ ମୁଖପାତ୍ର ଭାବେ କାର୍ଯ୍ୟ କରୁଥିଲେ। ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି।

ସେଥିରେ ସେ କ୍ଷୋଭର ସହ ବିଜେପିରେ ମହିଳାଙ୍କୁ କୌଣସି ସମ୍ମାନ ଦିଆଯାଏ ନାହିଁ ବୋଲି ଉଲ୍ଲେଖ କରିଛନ୍ତି। ଆଗାମୀ ଦିନରେ ରାଜ୍ୟର ମହିଳାଙ୍କର ସ୍ବର ହେବା ପାଇଁ ଦଳ ଛାଡିଲି ବୋଲି ସେ କହିଛନ୍ତି। ସୋନାଲି ଦୀର୍ଘ ପାଞ୍ଚବର୍ଷ ଧରି ଦଳରେ ରହି କାର୍ଯ୍ୟ କରିଆସୁଥିଲେ। ସେ ମୁଖପାତ୍ର ଭାବେ କାର୍ଯ୍ୟ କରି ବିଭିନ୍ନ ଟିଭି ଡିବେଟରେ ଦଳର ଭାବେ ମୂର୍ତ୍ତିକୁ ବଞ୍ଚାଇ ରଖିଥିଲେ।

ଇସ୍ତଫା ଦେବା ପରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ଦଳର ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ହେଉଛି ସୋନାଲିଙ୍କ ପୁରୁଣା ଦଳ। ତାଙ୍କର ଘର ବାହୁଡା ହୋଇଛି। ଏହାପରେ ସେ କଂଗ୍ରେସରେ ଆଗାମୀ ଦିନରେ କଣ କରିବେ, ଖୋର୍ଦ୍ଧାରୁ ନିର୍ବାଚନ ଲଢିବେ କି ନାହିଁ ତାହା ଜଣାପଡି ନାହିଁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଏନ୍‌ସିଆର୍‌ବି ରିପୋର୍ଟ- ୨୦୨୨ କୁ ନେଇ ବିଜେଡି ସରକାରଙ୍କୁ ଘେରିଲା ବିଜେପି

ଭୁବନେଶ୍ୱର: ଗତକାଲି ପ୍ରକାଶ ପାଇଥିବା ଏନ୍‌ସିଆର୍‌ବି ରିପୋର୍ଟ ଦର୍ଶାଉଛି ଯେ, ଓଡିଶା ମହିଳା ଓ ଶିଶୁମାନଙ୍କ ପାଇଁ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛି। ରିପୋର୍ଟ ଅନୁଯାୟୀ ଓଡିଶାରେ ୨୦୨୧ରେ ୧ ଲକ୍ଷ ୫୫ ହଜାର ୪୨୦ ଅପରାଧିକ ମାମଲା ରୁଜୁ ହୋଇଥିଲା ବେଳେ ୨୦୨୨ରେ ଏହା ବୃଦ୍ଧି ପାଇ ୧ଲକ୍ଷ ୭୮ହଜାର ୧୯୦ରେ ପହଁଚିଛି। ଏହା ଏକ ଦୁର୍ଭାଗ୍ୟ ଜନକ ବୋଲି କହିଛି ବିଜେପି।

ଏହି ରିପୋର୍ଟକୁ ନେଇ ବିଜେପି ମୁଖପାତ୍ର ସୋନାଲି ସାହୁ ରାଜ୍ୟର ବିଜେଡି ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ବାର୍ଷିକ ପ୍ରତି ଏକ ଲକ୍ଷ ଲୋକରୁ ୩ ଜଣ ହତ୍ୟାର ଶୀକାର ହେଉଛନ୍ତି ଅର୍ଥାତ୍ ସାଢେ ଚାରିକୋଟିରେ ୧୩ ଶହ ୫୦ ଜଣ ଲୋକ ହତ୍ୟାର ଶୀକାର ହେଉଛନ୍ତି।

୨୦୨୧ ତୁଳନାରେ ରାଜ୍ୟରେ ମହିଳାଙ୍କ ପ୍ରତି ଅସଦାଚରଣରେ ଓଡିଶା ଦେଶର ଚତୁର୍ଥ ସ୍ଥାନରେ ଅଛି ଓ ମହିଳା ବିରୋଧୀ ଅପରାଧରେ ଦେଶରେ ସପ୍ତମ ସ୍ଥାନରେ ଅଛି। କିନ୍ତୁ ଓଡିଶାର ଜନସଂଖ୍ୟା ଦୃଷ୍ଟିରୁ ବିଚାର କଲେ ମହିଳା ବିରୋଧୀ ହିଂସାରେ ଓଡିଶା ୧ନଂ ରାଜ୍ୟ ବୋଲି ସୋନାଲି କହିଛନ୍ତି।

ଅଞ୍ଜନା ଗଣଦୁଷ୍କର୍ମ ଘଟଣାରେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଯାଇଥିଲେ ଏଫ୍‌ଆଇଆର୍ ଦେବା ପାଇଁ କିନ୍ତୁ ବର୍ତମାନ ପ୍ରତ୍ୟେକ ଦିନ ୧୨ଜଣ ମହିଳା ଦୁଷ୍କର୍ମର ଶୀକାର ହେଉଥିଲା ବେଳେ ବର୍ଷ ଶେଷରେ ମାତ୍ର ୧୨ ଜଣ ଦଣ୍ଡିତ ହେବା ଦୁର୍ଭାଗ୍ୟଜନକ । ସେହିପରି ରାଜ୍ୟରେ ଶିଶୁ ବିରୋଧୀ ଅପରାଧ ବ୍ୟାପକ ମାତ୍ରାରେ ବୃଦ୍ଧି ପାଇଛି ବୋଲି ବିଜେପି କହିଛି।

୨୦୨୦ରେ ୬ହଜାର ୩୩୦ ଶିଶୁ ବିରୋଧୀ ଅପରାଧ ଘଟିବା ସହିତ ରାଜ୍ୟ ସାରା ଦେଶରେ ପଂଚମ ସ୍ଥାନରେ ଥିଲାବେଳେ ୨୦୨୧ରେ ୭ହଜାର ୮୯୯ ଓ ୨୦୨୨ରେ ୮ହଜାର ୨୪୦ ଶିଶୁ ବିରୋଧୀ ଅପରାଧ ଘଟିବା ସହ ଓଡିଶା ଷଷ୍ଠ ସ୍ଥାନରେ ପହଁଚିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀମତି ସୋନାଲି ସାହୁ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ମହିଳା ଓ ଶିଶୁମାନଙ୍କ ପ୍ରତି ଘଟୁଥିବା ହିଂସା ପାଇଁ ଗୃହ ବିଭାଗ ହିଁ ଦାୟୀ। ଦୀର୍ଘ ୨୪ବର୍ଷ ଧରି ବିଜେଡି ଶାସନ କ୍ଷମତାରେ ରହିବା ସହିତ ୨୪ବର୍ଷ ଧରି ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମନ୍ତ୍ରୀ ରହିଆସିଛନ୍ତି। ସ୍ଥିର ସରକାର ସହିତ ଜଣେ ବ୍ୟକ୍ତି ପାଖରେ ନିର୍ଦ୍ଦିଷ୍ଟ ଗୋଟିଏ ବିଭାଗ ରହିଥିଲେ ମଧ୍ୟ ଉକ୍ତ ବିଭାଗ ଜନସାଧରଣଙ୍କ ରକ୍ଷକ ହେବା ପରିବର୍ତେ ଭକ୍ଷକ ସାଜିଛି। ବେଶୀ ଦୁର୍ନୀତି ହେଉଛି ପୋଲିସ୍ ବିଭାଗରେ ପୋଲିସ୍ ମହିଳା ଓ ଶିଶୁ ବିରୋଧରେ ଘଟୁଥିବା ହିଂସାର ଏଫ୍‌ଆଇଆର୍ ନରଖି ଓଲଟା ଅସଦାଚରଣ କରିବାର ନଜିର ରହିଛି।

ଖାଲି ସେତିକି ନୁହେଁ, କେଉଁ କନେଷ୍ଟବଳ ଘରୁ ଭିଜିଲାନ୍ସ କୋଟି କୋଟି ଟଙ୍କା ଜବତ କଲାଣି ତ କେଉଁ ଏଏସ୍‌ଆଇ ଘରୁ ବ୍ୟାପକ ଅର୍ଥ ଜବତ କଲାଣି ତ ପୁଣି କିଏ ଗଞ୍ଜେଇ ଡ୍ରକ୍ସ ଭଳି ନିଶା ଦ୍ରବ୍ୟ କାରବାରରେ ସମ୍ପୃକ୍ତ ଥିବା ଘଟଣା ସାମ୍ନାକୁ ଆସିଲାଣି। ଏଥିରୁ ଜଣାପଡୁଛି ଯେ, ପୋଲିସ୍ ବିଭାଗ କିଭଳି ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ରହିଛି ଯାହାଫଳରେ ରାଜ୍ୟରେ ଦୁର୍ନୀତି, ଭ୍ରଷ୍ଟାଚାର, ଅରାଜକତା, ହିଂସା ଇତ୍ୟାଦି ବ୍ୟାପକ ମାତ୍ରାରେ ବୃଦ୍ଧି ପାଉଛି ବୋଲି ବିଜେପି କହିଛି।

ଏହାର ଅନ୍ୟ ଏକ ଦିଗ ହେଉଛି ରାଜ୍ୟରେ ତମାମ୍ ମହିଳା ବିରୋଧୀ ହିଂସା, ଦୁଷ୍କର୍ମ ସହିତ ବିଜୁ ଜନତା ଦଳର ନେତା, ମନ୍ତ୍ରୀ, ବିଧାୟକଙ୍କ ସମ୍ପୃକ୍ତି ଥିବା ସାମ୍ନାକୁ ଆସିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବିଭାଗ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇନାହାଁନ୍ତି ଯାହାଫଳରେ ଅନ୍ୟମାନେ ଅପରାଧ ଘଟାଇବାପାଇଁ ସାହସ କରୁଛନ୍ତି ବୋଲି ଶ୍ରୀମତୀ ସାହୁ କହିଛନ୍ତି।

ତେଣୁ ଆମେ ଦାବୀ କରୁଛୁ ଯେ, ନବୀନ ପଟ୍ଟନାୟକ ଫାଷ୍ଟ୍‌ଟ୍ରାକ୍ କୋର୍ଟ ଜରିଆରେ ନାବାଳିକାମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ସହ ମହିଳାଙ୍କ ପ୍ରତି ହେଉଥିବା ଦୁଷ୍କର୍ମ କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଏବଂ ଦୁର୍ନୀତି ଖୋର ପୋଲିସ୍ କର୍ମଚାରୀଙ୍କୁ କେବଳ ବହିଷ୍କାର କରିଦେଇ ଦାୟିତ୍ୱ ସାରି ନଦେଇ ସେମାନଙ୍କ ବିରୁଦ୍ଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

ପୋଲିସ୍ ବିଭାଗରେ ପର୍ଯ୍ୟାପ୍ତ ପରିମାଣର କର୍ମଚାରୀ ନିଯୁକ୍ତି କରନ୍ତୁ। ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧକୁ ରୋକିବା ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରିବା ସହିତ କାର୍ଯ୍ୟକାରୀ କରିବା ଉପରେ ଯଥେଷ୍ଟ ଧ୍ୟାନ ଦିଅନ୍ତୁ। ବର୍ତମାନ ସୁଦ୍ଧା କେତେ ମହିଳା ଓ ଶିଶୁ ନିଖୋଜ ହୋଇଛନ୍ତି, ମହିଳା ଓ ଶିଶୁ ସୁରକ୍ଷା ପାଇଁ କେଉଁ ଯୋଜନା ମାଧ୍ୟମରେ କ’ଣ ସୁଫଳ ମିଳିଛି ତାହା ଉପରେ ସରକାର ଏକ ଶ୍ୱେତପତ୍ର ଜାରି କରନ୍ତୁ। କେବଳ ନୀଳ ରଙ୍ଗର ବୋର୍ଡରେ ମହିଳା ସଶକ୍ତିକରଣ ବିଜ୍ଞାପନ ଦେଇ ସରକାର ନିଜର ଆତ୍ମପ୍ରଚାର ବନ୍ଦ କରନ୍ତୁ ବୋଲି ଶ୍ରୀମତୀ ସାହୁ କହିଛନ୍ତି।

Categories
ଆଜିର ଖବର

ପିଏମ୍‌ଶ୍ରୀ ସ୍କୁଲ ଯୋଜନାକୁ ତୁରନ୍ତ ଲାଗୁ କରିବା ପାଇଁ ରାଜ୍ୟ ବିଜେପିର ଦାବୀ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପିଏମଶ୍ରୀ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ବିଜେପି ଦୃଢ ଦାବୀ କରିଛି। ଭୁବନେଶ୍ବରର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଦାବୀ କରିଛନ୍ତି ବିଜେପି ମୁଖପାତ୍ର ସୋନାଲି ସାହୁ।

ସେ କହିଛନ୍ତି ଯେ, ୨୦୨୨-୨୩ ରୁ ୨୦୨୬-୨୭ପର୍ଯ୍ୟନ୍ତ ଆଗାମୀ ୫ବର୍ଷ ମଧ୍ୟରେ ଦେଶରେ ଏହି ଯୋଜନାରେ ୨୭,୩୬୦କୋଟି ଟଙ୍କା ଖର୍ଚ୍ଚ କରିବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି। ହେଲେ ଓଡିଶାରେ ସରକାର ତାହା ଲାଗୁ ନ କରିବାରୁ ରାଜ୍ୟ ତାର ଭାଗ ପ୍ରାୟ ୧୦୦୦ରେ କୋଟି ଟଙ୍କା ହରାଇଲା ବୋଲି ସୋନାଲି କହିଛନ୍ତି।

ବାରମ୍ବାର ଚିଠି କଲାପରେ ମଧ୍ୟ କାହିଁକି ରାଜ୍ୟ ସରକାର ପିଏମ୍‌ଶ୍ରୀ ଯୋଜନାକୁ ଲାଗୁ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ସୋନାଲି। ଯେହେତୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ନେତା, ତେଣୁ ରାଜ୍ୟ ରାଜନୈତିକ ଅସୁୟାଭାବ ରଖି ଜାଣିଶୁଣି ଏହି ଯୋଜନାକୁ ଲାଗୁ କରୁନାହାନ୍ତି ବୋଲି ସେ କହିଛନ୍ତି।

ଏହାଦ୍ବାରା ଓଡିଶାର କୁନି କୁନି ପିଲାଙ୍କ ଭବିଷ୍ୟତକୁ ସରକାର ଅନ୍ଧାରକୁ ଠେଲି ଦେଇଛନ୍ତି। ରାଜନୈତିକ ହୀନ ଉଦ୍ଦେଶ୍ୟ ଛାଡି ପିଲାମାନଙ୍କ ସୁନ୍ଦର ଭବିଷ୍ୟତ ପାଇଁ ପିଏମ୍‌ଶ୍ରୀ ସ୍କୁଲ ଯୋଜନାକୁ ତୁରନ୍ତ ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଶ୍ରୀମତୀ ସାହୁ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିରୋଧୀ ଦଳ ନେତାଙ୍କୁ ଆକ୍ଷେପ କରି ସାମ୍ବିଧାନିକ ପଦକୁ ନଷ୍ଟ କରିଛି ବିଜେଡି : ସୋନାଲୀ ସାହୁ

ଭୁବନେଶ୍ୱର : ବିରୋଧୀ ଦଳ ନେତାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରି ବିଜୁ ଜନତା ଦଳର ନେତା, ବିଧାୟକ, ସାଂସଦ ଓ ମନ୍ତ୍ରୀମାନେ ପାଗଳ ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହା ଦ୍ୱାରା ସାମ୍ବିଧାନିକ ପଦର ଗାରିମାକୁ ନଷ୍ଟ କରାଯାଇଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀମତୀ ସୋନାଲୀ ସାହୁ କହିଛନ୍ତି ।

ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ଅସୁସ୍ଥ ଥିବା ସତ୍ୱେ ବିଧାନସଭାକୁ ଆସି ନିଜ ସାମ୍ବିଧାନିକ ଦାୟୀତ୍ୱ ନିର୍ବାହ କରୁଛନ୍ତି । ଅନ୍ୟ ପଟେ ଦଳୀୟ କାର୍ଯ୍ୟରେ ଯୋଗ ଦେବା ପାଇଁ ବିଭିନ୍ନ ସ୍ଥାନ ଗସ୍ତ କରୁଥିବା ମୁଖ୍ୟମନ୍ତ୍ରୀ ବିଧାନସଭାକୁ ଆସିବା ପାଇଁ କୁଂଠାବୋଧ କରୁଛନ୍ତି କାହିଁକି ବୋଲି ଶ୍ରୀମତୀ ସାହୁ ପ୍ରଶ୍ନ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ବିରୋଧୀ ଦଳର ନେତାଙ୍କୁ ଓଡିଶା ପୋଲିସ ଅସହଯୋଗ କରିବା ଅତ୍ୟନ୍ତ ନିନ୍ଦନୀୟ: ବିଜେପି

ଭୁବନେଶ୍ୱର:  ବିଜେଡି ଇଙ୍ଗିତରେ ଓଡିଶା ପୋଲିସ କାର୍ଯ୍ୟ କରୁଥିବାରୁ ରାଜ୍ୟର ପୋଲିସ ଉପରେ ମହିଳା, କୃଷକ, ଦଳିତ, ବଂଚିତ ଆଦିବାସୀ ଆଉ ବିଶ୍ୱାସ କରୁନାହାନ୍ତି। କାହା ଇଙ୍ଗିତରେ ଓଡ଼ିଶା ପୋଲିସ କାର୍ଯ୍ୟ କରୁଛି ତାହା ଓଡ଼ିଶାବାସୀଙ୍କୁ ସ୍ପଷ୍ଟ ଜଣା। ଆଜି ରାଜ୍ୟ କାର୍ଯ୍ୟାଳୟକେ ବିଜେପି ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ ଏହି ଅଭିଯୋଗ କରିଛନ୍ତି।

ପୋଲିସ ସାଧାରଣ ଲୋକଙ୍କ ମାମଲା ରଖୁନାହାନ୍ତି। ଏବେ ରାଜ୍ୟରେ ଏକ ନୂଆ ଓ ବିରଳ କଥା ଦେଖିବାକୁ ମିଳୁଛି। ଯେପର୍ଯ୍ୟନ୍ତ କୋର୍ଟ ନିର୍ଦ୍ଦେଶ ଦେଉନାହାନ୍ତି ସେପର୍ଯ୍ୟନ୍ତ ପୋଲିସ ଏଫଆଇଆର ରଖୁ ନାହିଁ। ଏ ନେଇ ସୋନାଲି କେତେକ ମାମଲାର ଉଦାହରଣ ଦେଇ କହିଛନ୍ତି ଯେ, ଏପରି ସ୍ଥିତିରେ ଓଡ଼ିଶା ଶାସନ ଚାଲିବ କେମିତି ବୋଲି ରାଜ୍ୟ ସରକାରଙ୍କୁ ଶ୍ରୀମୀତୀ ସାହୁ ପ୍ରଶ୍ନ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦୁଝର ଜିଲ୍ଲା ପରିଷଦ ସଭ୍ୟା ଅସୀମା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।