ବିରୋଧୀ ଦଳର ନେତାଙ୍କୁ ଓଡିଶା ପୋଲିସ ଅସହଯୋଗ କରିବା ଅତ୍ୟନ୍ତ ନିନ୍ଦନୀୟ: ବିଜେପି

Published: Feb 7, 2023, 6:49 pm IST

ଭୁବନେଶ୍ୱର:  ବିଜେଡି ଇଙ୍ଗିତରେ ଓଡିଶା ପୋଲିସ କାର୍ଯ୍ୟ କରୁଥିବାରୁ ରାଜ୍ୟର ପୋଲିସ ଉପରେ ମହିଳା, କୃଷକ, ଦଳିତ, ବଂଚିତ ଆଦିବାସୀ ଆଉ ବିଶ୍ୱାସ କରୁନାହାନ୍ତି। କାହା ଇଙ୍ଗିତରେ ଓଡ଼ିଶା ପୋଲିସ କାର୍ଯ୍ୟ କରୁଛି ତାହା ଓଡ଼ିଶାବାସୀଙ୍କୁ ସ୍ପଷ୍ଟ ଜଣା। ଆଜି ରାଜ୍ୟ କାର୍ଯ୍ୟାଳୟକେ ବିଜେପି ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ ଏହି ଅଭିଯୋଗ କରିଛନ୍ତି।

ପୋଲିସ ସାଧାରଣ ଲୋକଙ୍କ ମାମଲା ରଖୁନାହାନ୍ତି। ଏବେ ରାଜ୍ୟରେ ଏକ ନୂଆ ଓ ବିରଳ କଥା ଦେଖିବାକୁ ମିଳୁଛି। ଯେପର୍ଯ୍ୟନ୍ତ କୋର୍ଟ ନିର୍ଦ୍ଦେଶ ଦେଉନାହାନ୍ତି ସେପର୍ଯ୍ୟନ୍ତ ପୋଲିସ ଏଫଆଇଆର ରଖୁ ନାହିଁ। ଏ ନେଇ ସୋନାଲି କେତେକ ମାମଲାର ଉଦାହରଣ ଦେଇ କହିଛନ୍ତି ଯେ, ଏପରି ସ୍ଥିତିରେ ଓଡ଼ିଶା ଶାସନ ଚାଲିବ କେମିତି ବୋଲି ରାଜ୍ୟ ସରକାରଙ୍କୁ ଶ୍ରୀମୀତୀ ସାହୁ ପ୍ରଶ୍ନ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦୁଝର ଜିଲ୍ଲା ପରିଷଦ ସଭ୍ୟା ଅସୀମା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Related posts