Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସମଗ୍ର ଓଡ଼ିଶାରେ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ: ସ୍ଵ-ଗଣନା ପୋର୍ଟାଲରେ ଏଭଳି କରନ୍ତୁ ନିଜକୁ ସାମିଲ
ବିଶେଷ ଖବର

ସମଗ୍ର ଓଡ଼ିଶାରେ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ: ସ୍ଵ-ଗଣନା ପୋର୍ଟାଲରେ ଏଭଳି କରନ୍ତୁ ନିଜକୁ ସାମିଲ

April 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜନଗଣନା
ସମଗ୍ର ଓଡ଼ିଶାରେ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ: ସ୍ଵ-ଗଣନା ପୋର୍ଟାଲରେ ଏଭଳି କରନ୍ତୁ ନିଜକୁ ସାମିଲ

ଭୁବନେଶ୍ଵର: ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ, ଓଡ଼ିଶା ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମିଳିତ ସମନ୍ୱୟରେ ସମଗ୍ର ଓଡ଼ିଶାର ୩୦ ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା ଏବଂ ଗୃହତାଲିକା ପ୍ରସ୍ତୁତି ଆଗାମୀ ଅପ୍ରେଲ୍ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି କାର୍ଯକ୍ରମରେ ଅପ୍ରେଲ୍ ୧୬ ତାରିଖରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ତାଲିମ ପ୍ରାପ୍ତ ଗଣନାକାରୀ ଓ ସୁପରଭାଇଜରମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ। ଏହା ପୂର୍ବରୁ ଅପ୍ରେଲ୍ ୧ ତାରିଖରୁ ଅପ୍ରେଲ୍ ୧୫ ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ସ୍ଵ-ଗଣନାର କାର୍ଯ୍ୟକ୍ରମ ଜାରି ରହିଛି।

ଏହି କାର୍ଯ୍ୟକ୍ରମରେ Self-Enumeration Portal (se.census.gov.in) ପୋର୍ଟାଲ ମାଧ୍ୟମରେ ଜନସାଧାରଣ ନିଜର ତଥ୍ୟ ନିଜେ ପ୍ରଦାନ କରୁଛନ୍ତି। ଏହି ଗୃହଗଣନା ଏବଂ ଗୃହତାଲିକା ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ୧ ଲକ୍ଷ ୭୬ ହଜାର ପରିବାର ସ୍ଵ-ଗଣନାରେ ନିଜର ତଥ୍ୟ ପ୍ରଦାନ କରିସାରିଛନ୍ତି। ଏହି ସ୍ଵ-ଗଣନା ପୋର୍ଟାଲରେ ଅଧିକରୁ ଅଧିକ ସଂଖ୍ୟାରେ ସାମିଲ ହୋଇ ଆଗାମୀ ୧୫ ତାରିଖ ସୁଦ୍ଧା ଯଥା ଶୀଘ୍ର ତଥ୍ୟ ପ୍ରଦାନ କରିବାକୁ ଜନସାଧାରଣଙ୍କୁ ଏକାନ୍ତ  ଅନୁରୋଧ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଓ ମହାନଗର ନିଗମର  କମିଶନରମାନେ ପ୍ରମୁଖ ଜନଗଣନା ଅଧିକାରୀ ରହିଥିବା ସ୍ଥଳେ ଅତିରିକ୍ତ ଜିଲ୍ଲାପାଳମାନେ ଜିଲ୍ଲା ଜନଗଣନା ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ଏଥି ସହିତ ଜିଲ୍ଲାପାଳଙ୍କ ଅଧିନରେ ପ୍ରତ୍ୟେକ ତହସିଲର ତହସିଲଦାର ଏବଂ ବୈଧାନିକ ସହରଗୁଡିକର କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ ଚାର୍ଜ ଅଧିକାରୀ ଭାବରେ  କାର୍ଯ୍ୟ କରୁଛନ୍ତି। ଓଡ଼ିଶା ସରକାରଙ୍କର ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନୋଡାଲ ବିଭାଗ ଭାବରେ କାର୍ଯ୍ୟ କରୁଛି। ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରାଥମିକ ଶିକ୍ଷକମାନଙ୍କୁ ଗଣନାକାରୀ ଭାବରେ ନିଯୁକ୍ତ କରାଯାଇଛି ଏବଂ ହାଇସ୍କୁଲର ଶିକ୍ଷକମାନେ ସୁପରଭାଇଜର ଭାବରେ କାର୍ଯ୍ୟ କରିବେ। ଏହି ତାଲିମପ୍ରାପ୍ତ ଗଣନାକାରୀମାନେ  ଘରକୁ ଘର ବୁଲି ଅପ୍ରେଲ୍ ୧୬ ତାରିଖରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ମୋବାଇଲ ଆପ୍  ମାଧ୍ୟମରେ  ଗୃହ ଗଣନା କାର୍ଯ୍ୟକ୍ରମର ତଥ୍ୟ ସଂଗ୍ରହ କରିବେ।

ଗୃହଗଣନା ଓ ଗୃହତାଲିକା ପ୍ରସ୍ତୁତି କାର୍ଯ୍ୟକ୍ରମ ସମ୍ପର୍କିତ ଯେକୌଣସି ସମସ୍ୟା ଓ ଅସୁବିଧାର ସମାଧାନ ସକାଶେ ଜନଗଣନା ନିର୍ଦ୍ଦେଶାଳୟ ,ଓଡ଼ିଶାର ଟୋଲ ଫ୍ରି ଟେଲିଫୋନ ନମ୍ବର ୧୮୫୫ ରେ ଆପଣମାନେ ଯୋଗାଯୋଗ କରିପାରିବେ।

ଆଜିର ଏହି କାର୍ଯ୍ୟକ୍ରମର ଶୁଭ ଅବସର ରେ ଜନଗଣନା ସକାଶେ ଉତ୍ସର୍ଗୀକୃତ ସଙ୍ଗୀତର ଆନୁଷ୍ଠାନିକ ଶୁଭାରମ୍ଭ କରିବାକୁ ଯାଉଛୁ।

ଭାରତୀୟ ଜନଗଣନାରେ ଏହା ହେଉଛି ପ୍ରଥମ ଡିଜିଟାଲ ଜନଗଣନା ଏବଂ ପ୍ରଥମ ଥର ପାଇଁ ଭାରତୀୟ ଜନଗଣନାରେ ସ୍ୱ-ଗଣନାର ପ୍ରାବଧାନ ରହିଛି, ଏବଂ ସ୍ୱ-ଗଣନାର ତଥ୍ୟକୁ ଗଣନାକାରୀଙ୍କ  ଦ୍ୱାରା ପୁନରାୟ ଯାଞ୍ଚ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଜନଗଣନାରେ CMMS Portal ର ବ୍ୟବହାର ରହିବା ସହିତ ହାଉସ୍ ଲିଷ୍ଟିଙ୍ଗ ବ୍ଳକ ସୃଷ୍ଟି କରିବା ପାଇଁ ଡିଜିଟାଲ ମାଧ୍ୟମର ଉପଯୋଗ କରାଯାଇଛି ।କାର୍ଯ୍ୟକ୍ରମର ସଫଳ ରୂପାୟନ ସକାଶେ ଆପଣଙ୍କର ଆନ୍ତରିକ ଯୋଗଦାନ ଏକାନ୍ତ ଅପରିହାର୍ଯ୍ୟ।

ଗୃହ ମନ୍ତ୍ରଣାଳୟ ଜନଗଣନା ନିର୍ଦ୍ଦେଶାଳୟ ଭାରତ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ତଫା ଘୋଷଣା କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

May 28, 2026

ପ୍ରାଣାନ୍ତକ ଆକ୍ରମଣ : ଭୁଜାଲି ଚୋଟରେ ଛିଣ୍ଡିଲା ହାତ ପାପୁଲି ଓ ବୁଢ଼ା ଆଙ୍ଗୁଠି

May 28, 2026

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026
Latest News

ଲୋକ ଭବନରେ ଇସ୍ତଫା ପ୍ରଦାନ କଲେ ସିଦ୍ଧରମୈୟା: ଡିକେ ଶିବକୁମାର ହେବେ ନୂତନ ମୁଖ୍ୟମନ୍ତ୍ରୀ

May 28, 2026

ବାଳିକା ବିଦ୍ୟାଳୟରେ ଭୟଙ୍କର ଅଗ୍ନିକାଣ୍ଡ: ୧୬ ଛାତ୍ରୀଙ୍କ ମୃତ୍ୟୁ, ୫୦ ରୁ ଅଧିକ ଆହତ

May 28, 2026

NEET ପେପର ଲିକ୍ ରୋକିବା ପାଇଁ ବଡ଼ ପଦକ୍ଷେପ: ସେନାକୁ ଦିଆଯିବ କି ପ୍ରଶ୍ନପତ୍ର?

May 28, 2026

ନମ୍ବର ୧ ହେଲେ ବୈଭବ ସୂର୍ଯ୍ୟବଂଶୀ: ଅରେଞ୍ଜ କ୍ୟାପ୍ ପାଇଁ ବିରାଟ କୋହଲିଙ୍କ ସମ୍ଭାବନା କେତେ?

May 28, 2026

ବିଜେପି ସଂଗଠନରେ ବଡ଼ ଧରଣର ଅଦଳବଦଳ: ନିଯୁକ୍ତ ହେଲେ ଚାରୋଟି ରାଜ୍ୟରେ ରାଜ୍ୟ ସଭାପତି

May 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.