Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୋଦୀ ଆସୁଛନ୍ତି, ହେଲେ ମୋଦୀଙ୍କ ନେତୃତ୍ୱ କୁ ଓଡିଶା କେବେହେଲେ ସ୍ଵୀକାର କରିଛି କି?
ବିଶେଷ ଖବର

ମୋଦୀ ଆସୁଛନ୍ତି, ହେଲେ ମୋଦୀଙ୍କ ନେତୃତ୍ୱ କୁ ଓଡିଶା କେବେହେଲେ ସ୍ଵୀକାର କରିଛି କି?

December 23, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ-

ଆସନ୍ତା ଡିସେମ୍ବର ୨୪ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସୁଛନ୍ତି। ମୋଦୀଙ୍କ ଗସ୍ତ ପାଇଁ ଓଡିଶା ବିଜେପିର ଟ୍ୟାଗ ଲାଇନ ରହିଛି #ମୋଦୀ ଆସୁଛନ୍ତି। ଭଲକଥା, ଦେଶର ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଆସିବା ଶୁଭ ଖବର। ଓଡିଶା ଆସିବା ସହିତ ଓଡିଶା ପାଇଁ କିଛି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବା ମଧ୍ୟ ଆନନ୍ଦର କଥା। ତେବେ ମୋଦୀ ଆସିଲେ ନୂଆ ଓଡିଶା ଗଢା ହେବ, ମୋଦୀ ଆସି ବିଜେପିକୁ ବିଜୟର ମନ୍ତ୍ର ଦେବେ, ମୋଦୀ ଆସି ଏୟା କରିବେ, ମୋଦୀ ଆସି ସେଯା କରିବେ….ଏ ପ୍ରକାର ପ୍ରଚାରର କିଛି ଅର୍ଥ ନାହିଁ, ଏତିକି ଓଡିଶାର ବିଜେପି ବୁଝିବା ଉଚିତ। ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଯେଉଁ ଯେଉଁ ଜାଗାରେ ପ୍ରଧାନମନ୍ତ୍ରୀ ରାଲି କରିଥିଲେ, ସେହି ସବୁ ସ୍ଥାନର ୭୦% ଜାଗାରେ ବିଜେପି ହାରିଛି, ଏ ଖବର ମଧ୍ୟ ଆମେ ଜାଣିଛୁ। ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ବାରମ୍ବାର ଆସିଛନ୍ତି ଓ ଆସୁଛନ୍ତି। ଯେତେଥର ପ୍ରଧାନମନ୍ତ୍ରୀ ଆସୁଛନ୍ତି, ସେତେଥର ପ୍ରଚାର ହେଉଛି, ବିଜ୍ଞାପନ ବାହାରୁଛି, ଗଣମାଧ୍ୟମ ରେ ଏଥିପାଇଁ “ମାହୋଲ” ତିଆରି ହେଉଛି, ହେଲେ ଫଳ ଘର ସବୁଠାର ଶୂନ। ୨୦୧୪ ରେ ସାରା ଦେଶରେ ଯେତେବେଳେ ପ୍ରଚଣ୍ଡ କଂଗ୍ରେସ ବିରୋଧୀ ହାୱା ଥିଲା ଓ ସେହି ପୃଷ୍ଠଭୂମିରେ ମୋଦୀଙ୍କୁ ନେଇ ଗୋଟେ ବଡ ହାୱା ସୃଷ୍ଟି କରାଯାଇଥିଲା, ସେତେବେଳେ ମଧ୍ୟ ମୋଦୀ ଓଡିଶାରେ ବିଫଳ ହୋଇଥିଲେ।  ପ୍ରଧାନମନ୍ତ୍ରୀ ହେବା ପରେ ମୋଦୀ ଅନେକଥର ଓଡିଶା ଆସିଥିଲେ ମଧ୍ୟ ବିଜେପିର ସଂଗଠନ ବା ପତିଆରା ଉପରେ ତାର ବିଶେଷ କିଛି ପ୍ରଭାବ ପଡିନାହିଁ।

ମୋଦୀ ଆସିବା ପୂର୍ବରୁ ଓ ପରେ ଗୁଡାଏ ଗେରୁଆ ପୋଷ୍ଟର, ପତାକା ଓ ହୋର୍ଡିଙ୍ଗ ବଢିବା ଛଡା ଅଧିକ କିଛି କେବେ ହୋଇନି। ଅବଶ୍ୟ ଆମ ଟେଲିଭିଜନ ଆଙ୍କରମାନେ ମୋଦୀଙ୍କୁ ଦେଖି ଟିକେ ବେଶୀ ଉତ୍ସାହିତ ଲାଗନ୍ତି। ୨୦୧୪ରେ ମୋଦୀଙ୍କ ଲୋକପ୍ରିୟତାର ଶୀର୍ଷ ସମୟରେ ତାଙ୍କର ପ୍ରଭାବ ଓଡିଶା ଉପରେ ପଡିଲାନି ତ, ଆଜି କି ପ୍ରଭାବ ପଡିବ, ଏ ପ୍ରଶ୍ନକୁ ନେଇ କିଛି ଆଲୋଚନା ହେଉନାହିଁ କାହିଁକି? ଏପରିକି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମଧ୍ୟ ମୋଦୀ ଓଡିଶାରେ ନିର୍ବାଚନ ପ୍ରଚାର କରୁଥିଲେ। ତାଙ୍କ ସଭାରେ ଯେତିକି ଲୋକ ଯୋଗାଡ ହୋଇ ଆସନ୍ତି, ସେମାନେ ବି ବୋଧେ ମୋଦୀଙ୍କ ଦ୍ଵାରା ପ୍ରଭାବିତ ହୁଅନ୍ତିନୀ। ନଚେତ ବିଜେପିର ସ୍ଥିତି ଯଥା ପୂର୍ବମ ତଥା ପରଂ ହୋଇନଥାନ୍ତା। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ଯେଉଁ ସାମାନ୍ୟ ସଫଳତା ପାଇଥିଲା, ତାକୁ ନେଇ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶରେ ବଢେଇ ଚଢେଇ ପ୍ରଚାର କରିଥିଲେ। ତେବେ ପଞ୍ଚାୟତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରଚାର କରିନଥିଲେ କିମ୍ବା ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ନିଜର ନେତୃତ୍ବର ସ୍ଥାଣୁତା କାରଣରୁ ଏକପ୍ରକାର ନିର୍ବାଚନରେ ବସିପଡିଥିଲା। ଏହାର ସୁଯୋଗ ପାଇ ବିଜେପି ଅଳ୍ପ କିଛି ଜିଲ୍ଲା ପରିଷଦ ଆସନରେ ସଫଳ ହୋଇଥିଲା। ତେବେ ଏହାକୁ ମଧ୍ୟ ମୋଦୀଙ୍କ ସଫଳତା ବୋଲି ଓଡିଶାର ବିଜେପି ନେତୃତ୍ୱ ପ୍ରଚାର କରିଥିଲେ।

ଯେତେବେଳ ପର୍ୟନ୍ତ ରାଜ୍ୟ ବିଜେପି ନିଜର ନେତା ସ୍ଥିର କରିନାହିଁ, ସେତେବେଳ ପର୍ୟନ୍ତ ଏହା ରାଜ୍ୟବାସୀଙ୍କ ବିଶ୍ଵାସଭାଜନ ହୋଇପାରିବ ନାହିଁ। ନରେନ୍ଦ୍ର ମୋଦୀ ଓଡିଶାର ନେତା ବା ଓଡିଶା ବିଜେପିର ଚେହେରା ନୁହନ୍ତି। ଓଡିଶା ଲାଗି ଏକ ସ୍ପଷ୍ଟ ଚେହେରା ନ ବାଛିବା ଯାଏ ବିଜେପି ଏମିତି ଭାସମାନ ଅବସ୍ଥାରେ ରହିଥିବ। ଧର୍ମେନ୍ଦ୍ର, ଜୁଏଲ, ପ୍ରତାପ, କେଭି ଇତ୍ୟାଦି ନାଁ ଭିତରେ ଛନ୍ଦି ହେଉଥିବା ରାଜ୍ୟ ବିଜେପି ନେତୃତ୍ୱ ହଠାତ ନୂଆ କରି ଆସିଥିବା ଅପରାଜିତା ଷଡଙ୍ଗୀଙ୍କ ଆଗରେ ବାମନ ମନେ ହେଉଥିବେ। ସବୁଠୁ ମଜାର କଥା ହେଉଛି, ମୋଦୀ ଆସୁଛନ୍ତି, ଏ କଥାକୁ ନେଇ ଲୋକଙ୍କ ମନରେ ଯେତିକି ଚର୍ଚ୍ଚା ନାହିଁ, ତାଠୁ ଅଧିକ ଚର୍ଚ୍ଚା ଅଛି ମୋଦୀଙ୍କ ସଭାରେ ଅପରାଜିତା କେଉଁ ଆସନରେ ବସିବେ। ଅପରାଜିତା ଏବେ ସବୁ ରାଜ୍ୟ ନେତାଙ୍କୁ ଟପି  ଗଣମାଧ୍ୟମ ଓ ସୋସିଆଲ ମିଡିଆ ରେ ଅଧିକ ଜାଗା ନେଇସାରିଲେଣି। ମୋଦୀଙ୍କ ସଭାରେ ଏବେ ଅପରାଜିତାଙ୍କ ଚୌକି ବିଷୟରେ ଅଧିକ ଚର୍ଚ୍ଚା ହେବା, ବେଶ ମଜାଦାର ମନେହେଉଛି।

ଏହା ସହିତ ମୋଦୀ ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ “ବର୍ଷିବେ” କି ନାହିଁ ତାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ୟା ପୂର୍ବରୁ କଟକ ସଭାରେ ମୋଦୀ ନବୀନଙ୍କ ଉପରେ ଢେର ବର୍ଷିଥିଲେ। ତେବେ ନବୀନଙ୍କ ଉପରେ ମୋଦୀ ଯେତେ ବର୍ଷୁଛନ୍ତି, ନବୀନ ସେତେବେଶୀ ପ୍ରସନ୍ନ ମନେ ହେଉଛନ୍ତି। ଏପଟେ ମୋଦୀ ନବୀନଙ୍କ ଉପରେ ବର୍ଷୀୟ ସାରି ସଂସଦରେ ବିଜେଡ଼ିର ସମର୍ଥନ ଅତି ସହଜରେ ହାସଲ କରିପାରୁଛି। ରାଷ୍ଟ୍ରପତି ନିର୍ବାଚନ, ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ତଥା କେତୋଟି ଗୁରୁତ୍ୱପୂର୍ଣ୍ଣ ବିଲ ପାସ କରାଇବାରେ ବିଜେଡି ମୋଦୀ ସରକାରକୁ ସହଯୋଗ ଦେଇଛି। ତେଣୁ ମୋଦୀଙ୍କ ବର୍ଷା ଘଡଘଡି ସହିତ ଏ ଭିତିରି ବୁଝାମଣା ବିଷୟରେ ଲୋକ ବେଶ ଭଲ ଭାବରେ ଜାଣନ୍ତି।

ତେଣୁ ମୋଦୀ ଆସୁଛନ୍ତି ବୋଲି ବିଜେପିର ପ୍ରଚାର ସେମିତି କିଛି ପ୍ରଭାବ ସୃଷ୍ଟି କରିବାର ସମ୍ଭାବନା ନାଇଁ। ହଁ, ଏହାକୁ ନେଇ କେବଳ ଟେଲିଭିଜନ ଷ୍ଟୁଡିଓ ରେ କିଛି ଭଲ ଚଷୁକୁଟା ଅବଶ୍ୟ ହେବ!!

#modiodisha
Share. Facebook Twitter LinkedIn Email WhatsApp Copy Link

Related Posts

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.